ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ମୁମ୍ବାଇ ଏବଂ ମହାରାଷ୍ଟ୍ରକୁ ଚଳାଚଳା କରୁଥିବା କେତେକ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ ହୋଇଛି। ମୁମ୍ବାଇ-ପୁଣେ ରୁଟ୍ରେ ଥିବା ଟ୍ରାକ୍ରେ ପାଣି ଜମିଥିବାରୁ କୋଣାର୍କ ଏକ୍ସପ୍ରେସ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ମୁମ୍ବାଇରୁ ବାହାରୁଥିବା କୋଣାର୍କ ଏକ୍ସପ୍ରେସ୍ ମୁମ୍ବାଇରୁ କଲ୍ୟାଣ ଷ୍ଟେସନ୍, ମନମାଡ ଓ ନାନ୍ଦେଡ୍ ହୋଇ ତେଲଙ୍ଗାନାର ସିକନ୍ଦରାବାଦ ଦେଇ ଯାତ୍ରା […]
ଭୁବନେଶ୍ୱର: ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡା ନ ଥିଲା। ପ୍ୟାଣ୍ଟ୍ ବଦଳରେ ଗାମୁଛା ପିନ୍ଧୁଥିଲେ। ସ୍କୁଲରେ ଦିଆ ଯାଉଥିବା ମକା ଖିରି ଖାଇବା ପାଇଁ ଲାଇନରେ ଛିଡା ହେଉଥିଲେ। ଯେଉଁ ବୟସରେ ଖଡ଼ି ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡା ଧରିଲେ। ଆଉ ଏବେ ସେ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି। ବାଲେଶ୍ୱରର ଅବଦୁଲ ଅମିନ ଖାନ୍ଙ୍କ ଏଭଳି ଏକ ସଂଘର୍ଷମୟ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି […]
ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କେବଳ ମୃତ୍ୟୁ ସଂଖ୍ୟା ୭୯କୁ ଛୁଇଁଛି। ଗତକାଲି କେରଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଓ୍ୱାୟନାଡ୍ ଓ ମଲ୍ଲାପୁରମ୍ରେ ବଡ ଧରଣର ମାଟି ଅତଡା ଧସି ଯିବା ଫଳରେ ମାଟି ଅତଡ଼ା ତଳେ ୪୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। […]
ନୂଆଦିଲ୍ଲୀ: ମୁଖିଆ ବିହୀନ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନାଁ ଆସନ୍ତାକାଲି ଘୋଷଣା ହୋଇପାରେ। ବରିଷ୍ଠ କଂଗ୍ରେସ ନେତା ମୁକୁଲ ୱାସନିକ ଏହି ପଦବୀ ପାଇଁ ପ୍ରବଳ ଦାବିଦାର ରହିଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ବୈଠକରେ କଂଗ୍ରେସ ନେତାମାନେ ସର୍ବସମ୍ମତିକ୍ରମେ ମୁକୁଲଙ୍କ ନାଁରେ ମୋହର ମାରିଛନ୍ତି। ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି। ଲୋକସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା […]
କୋଲକାତା: ଖୁବ୍ଶୀଘ୍ର ଭାରତରେ ପ୍ରଥମ ଅଣ୍ଡର୍ ୱାଟର୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏନେଇ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଘୋଷଣା କରିଛନ୍ତି। କୋଲକାତାର ହୁଗ୍ଲୀ ନଦୀରେ ଏହି ଟ୍ରେନ୍ ଗଡ଼ିବ। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ‘ଭାରତର ପ୍ରଥମ ଅଣ୍ଡର୍ ୱାଟର୍ ଟ୍ରେନ୍ ଖୁବ୍ଶୀଘ୍ର କୋଲକାତାର ହୁଗଲୀ ନଦୀରେ ଗଡ଼ିବ। ଉତ୍କୃଷ୍ଟ ଇଞ୍ଜିନିୟରିଂର ଉଦାହରଣ କୁହାଯାଉଥିବା ଏହି ଟ୍ରେନ୍ ଦେଶର ରେଳ ବିକାଶର ଏକ ପ୍ରତୀକ।ଏହାଦ୍ୱାରା କୋଲକାତାବାସୀଙ୍କୁ ସୁବିଧା ମିଳିବା […]
ମୁମ୍ବାଇ: ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟକୁ ‘ବେଷ୍ଟ ଫିଲ୍ମ ଫ୍ରେଣ୍ଡଲି’ ରାଜ୍ୟ ସମ୍ମାନ ମିଳିଛି। ସେହିପରି ସାମଜିକ ସମସ୍ୟା ବିଭାଗରେ ‘ପ୍ୟାଡ୍ମ୍ୟାନ୍’କୁ ଶ୍ରେଷ୍ଠ ଫିଲ୍ମ ଭାବେ ମନୋନୀତ […]