• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

yogi adityanath
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଧମକପୂର୍ଣ୍ଣ ମେସେଜ୍‌ ମିଳିଛି। ଗୁରୁବାର ମଧ୍ୟ ରାତ୍ରରେ ଉତ୍ତରପ୍ରଦେଶ ୧୧୨ ହେଲ୍‌ପ୍‌ଡେସ୍କର ହ୍ୱାଟ୍ସଆପ୍‌ ନମ୍ବରକୁ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍ ଏକ‌ FIR ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ହ୍ୱାଟ୍ସଆପ୍‌କୁ ଆସିଥିବା‌ ଏହି ମେସେଜ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ୮୮୨୮୪୫୩୩୫୦ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଥିବା FIRରେ ଉଲ୍ଲେଖ […]

RBI Governor 1
ଲକ୍‌ଡାଉନ୍‌ ବେଳେ RBIର ବଡ଼ ଘୋଷଣା- ଆଉ ୩ ମାସ EMI କୋହଳ

ନୂଆଦିଲ୍ଲୀ: ଲୋନ୍‌ କରିଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ୱସ୍ତିକର ଖବର। ଲୋନ୍‌କୁ ନେଇ ଆର୍‌ବିଆଇ, ମାସିକ ଋଣ କିସ୍ତି (EMI) ପୈଠ ଅବଧିକୁ ଆଉ ୩ ମାସ ଯାଏ ବୃଦ୍ଧି କରିଛି। ଜୁନ୍ ୧ରୁ ଅଗଷ୍ଟ ୩୧ ଯାଏ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ଘୋଷଣା ହୋଇଛି। ଅନ୍ୟପକ୍ଷରେ, ଗ୍ରାହକଙ୍କ ଉପରେ କୌଣସି ପ୍ରକାରର ଚାପ ନ ପକାଇବାକୁ RBI ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। […]

Capture
ବଢିଲା କରୋନା ଚିନ୍ତା; ଗୋଟିଏ ଦିନରେ ଦେଶରେ ସର୍ବାଧିକ ୬,୦୮୮ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏହାସତ୍ତ୍ୱେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାରେ ଆକ୍ରାନ୍ତ ହୋଇ ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ସର୍ବାଧିକ ୬ ହଜାର ୮୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୮ ହଜାରରୁ ଅଧିକରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୬,୩୩୦ ଜଣ ଚିକିତ୍ସାଧୀନ ଥିବାବେଳେ ୪୮,୫୩୪ […]

train-fack
୨ ଘଣ୍ଟା ମଧ୍ୟରେ ବୁକିଂ ହେଲା ଲକ୍ଷେରୁ ଅଧିକ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହୋଇଛି। ଆସନ୍ତା ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। IRCTC ୱେବ୍‌ସାଇଟ୍‌ କିମ୍ବା ଏହାର ଆପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ୭୩ଟି ପାସେଞ୍ଜର ଟ୍ରେନ୍ ପାଇଁ ୧ ଲକ୍ଷ ୪୯ […]

kolkata airport
ପାଣିରେ ଉବୁଟୁବୁ କୋଲକାତା ବିମାନ ବନ୍ଦର

କୋଲକାତା: ପାଣିରେ ଉବୁଟୁବୁ କୋଲକାତା ବିମାନ ବନ୍ଦର। ବାତ୍ୟା ଅମ୍ପନ୍‌ ପ୍ରଭାବରେ ଗତକାଲି ଲଗାଣ ବର୍ଷା ଯୋଗୁ କୋଲକାତା ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଥିଲା। ଏତେ ପରିମାଣର ପାଣି ଯେ, ଯାଆସ କରିବା ଏକ ପ୍ରକାର ମୁସ୍‌କିଲ୍‌ ହୋଇପଡ଼ିଛି। ଏପରିକି ସ୍ଥାନେ ସ୍ଥାନେ ୪ରୁ ୫ ଫୁଟ୍ ଉଚ୍ଚର ପାଣି ଜମି ରହିଛି। ସେହିପରେ ରନ୍‌ୱେ ନିକଟରେ ବି ପାଣି ଜମିଛି। ପାର୍କିଂ ଲଟ୍, hangar ପ୍ରଭୃତିରେ ବି ପାଣି ପଶି ଯାଇଛି। […]

west bengal
ପ୍ରଳୟ ରଚିଲା ଅମ୍ପନ୍‌: ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ, ୧୨ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡ୍‌ଫଲ୍‌ କରିଥିବା ବାତ୍ୟା ‘ଅମ୍ପନ୍’‌ ପ୍ରଳୟ ରଚିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭାଙ୍ଗିବା ସହ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏପରିକି ଇଲେକ୍ଟ୍ରିକ୍‌ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ବଡ଼ ବଡ଼ କୋଠା ଘର ମଧ୍ୟ ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୮୫ କି.ମି. ବେଗରେ ପବନ ବହିବା ସହ ୧୫ ଫୁଟ୍‌ ଉଚ୍ଚର […]