• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cloudy
ବିଳମ୍ବରେ ଆସିପାରେ ମୌସୁମୀ

ନୂଆଦିଲ୍ଲୀ: ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାଧାରଣତଃ ଜୁନ୍ ପହିଲା ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ କିନ୍ତୁ ଏଥର ସାମାନ୍ୟ ବିଳମ୍ବ ହୋଇ ଜୁନ ୫ରେ ପହଞ୍ଚିବ ବୋଲି  ପାଣିପାଗ ବିଭାଗ ଅନୁମାନ କରିଛି। କେରଳରେ ମୌସୁମୀର ପ୍ରବେଶ ସହ ଦେଶରେ ବର୍ଷା ଋତୁର ଆରମ୍ଭ ହୋଇଥାଏ। ଏହି ମୌସୁମୀ ଉତ୍ତର ଦିଗକୁ ଗତି କରିବା ପରେ […]

earthquake-8 (1)
ଦିଲ୍ଲୀରେ ପୁଣି ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀର ପିତମ୍‌ପୁରା ବୋଲି ସୂଚନା ମିଳିଛି। National Centre for Seismologyର ସୂଚନା ଅନୁସାରେ, ଆଜି ଦିନ ୧୧ଟା ୧୮ମିନିଟ୍‌ରେ ଏହି ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ୮ କି.ମି. ଥିଲା। ମେ’୧୦ରେ ଦିଲ୍ଲୀ-ଏନ୍‌ସିଆର୍‌ର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ […]

Avalanche
ହିମ ସ୍ଖଳନରେ କର୍ଣ୍ଣେଲ ଓ ଯବାନ ସହିଦ

ନୂଆଦିଲ୍ଲୀ: ସିକିମ୍‌ରେ ହିମ ସ୍ଖଳନ ଯୋଗୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ‌ ଓ ଜଣେ ଯବାନ ସହିଦ ହୋଇଛନ୍ତି। ଉତ୍ତର ସିକିମ୍‌ର ଲୁଗନାକ ଲା ଅଂଚଳରେ ଏହି ଦୁଃଖଦ ଘଟଣା ହୋଇଛି। ସେନା ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍‌ ହିମ ସ୍ଖଳନ ହୋଇଥିଲା। ଫଳରେ ୧୮ଜଣ ସୁରକ୍ଷାକର୍ମୀ ବରଫ ଖଣ୍ଡ ତଳେ ଚାପି ହୋଇ ଯାଇଥିଲେ। ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରଫ ଖଣ୍ଡ ଭିତରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ‌୧୬ଜଣଙ୍କୁ ସୁରକ୍ଷିତ […]

Badrinath Temple
ଖୋଲିଲା ବଦ୍ରିନାଥ ମନ୍ଦିର, କରୋନା ଯୋଗୁ ଭଗବାନଙ୍କ ଦର୍ଶନ କରିପାରିଲେନି ଭକ୍ତ

ନୂଆଦିଲ୍ଲୀ: ଆଜି ଭୋରରୁ ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ମନ୍ଦିର ଖୋଲା ହୋଇଛି। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତେବେ ମହାମାରୀ କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା […]

vlcsnap-error709
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ, ବାଉଁଶ କୁଡ଼ିଆରେ କଲେ କ୍ୱାରେଣ୍ଟିନ୍‌ ସେଣ୍ଟର

ଇମ୍ପାଲ: କରୋନା ମୁକାବିଲା କ୍ଷେତ୍ରରେ ପାଦେ ଆଗରେ ରହିଛି ମଣିପୁରର ଏକ ଗାଁ। ଏଠାରେ ରହୁଥିବା ଗ୍ରାମବାସୀଙ୍କ ସହଯୋଗ ଏବଂ ଆର୍ଥିକ ସହାୟତାରେ ବାଉଁଶରେ ୮୦ଟି ଛୋଟ ଛୋଟ କୁଡ଼ିଆ ତିଆରି ହୋଇଛି। ଯାହା କ୍ୱାରେଣ୍ଟିନ୍‌ ସେଣ୍ଟର ଭଳି କାମ କରିବ। ଯେଉଁଥିରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି। ଏଥିପାଇଁ ସେମାନେ କୌଣସି ସରକାରୀ ସହାୟତା ଲୋଡ଼ି ନାହାନ୍ତି। ଇମ୍ଫାଲଠାରୁ ୧୧୫ କିଲୋମିଟର ଦୂର ସେନାପତି ଜିଲ୍ଲାର ତୁଙ୍ଗ୍‌ଜୟ ଗ୍ରାମବାସୀ ଗାଁଠୁ ଦୂରରେ ଥିବା ଖୋଲା […]

cyclone
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାଲି ଡିପ୍ରେସନ୍‌ର‌ ରୂପ ନେବ !

ନୂଆଦିଲ୍ଲୀ: ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳେ ଏହା ୱେଲ୍‌ ମାର୍କଡ୍ ଲୋ’ ପ୍ରେସର୍‌ ଏରିଆ ଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ଏହା ଡିପ୍ରେସନ୍‌ ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଘନୀଭୂତ ହୋଇ ମେ’ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ୍‌ରେ ଅର୍ଥାତ୍‌ ବାତ୍ୟାରେ ପରିଣତ ହୋଇପାରେ। ମେ’ ୧୭ ତାରିଖ […]