ନୂଆଦିଲ୍ଲୀ: ଭାରତରେ ଉଦବେଗଜନକ ଭାବେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ ୬ହଜାର ୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାରରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି। ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଦେଶରେ ୭୭ ହଜାର ୧୦୩ ଜଣ ଆକ୍ଟିଭ କେସ […]
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟବାସୀ ମମତାଙ୍କ ବିବୃତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ନଡା ବିପରୀତ ପରିସ୍ଥିତିରେ କାମ କରିଥିବାରୁ ବିଜେପି କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କୋଲକାତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜେପି ନଡା କହିଛନ୍ତି, ‘ଏହି ନିର୍ବାଚନ ଅଦ୍ଭୁଦପୂର୍ବ ଓ ଅନନ୍ୟ, ଯେଉଁଠାରେ […]
ବ୍ରାଜିଲ: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ଦକ୍ଷିଣ ଆମେରିକାର ସର୍ବବୃହତ ରାଷ୍ଟ୍ର ବ୍ରାଜିଲ ପାଇଁ କାଳ ହେଲା କି ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ବୃଥା ଅସ୍ଫାଳନ? ବ୍ରାଜିଲରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଓ ଏହାର ଗରମ ଜଳବାୟୁ ହେତୁ କରୋନା ଇଟାଲୀ ଭଳି ସ୍ଥିତି ସୃଷ୍ଟି କରିପାରିବନି ବୋଲି ଦମ୍ଭୋକ୍ତି ଦେଖାଇଥିଲେ ରାଷ୍ଟ୍ରପତି ବୋଲସୋନାରୋ। ମାର୍ଚ୍ଚ ୨୪ ଯେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଲକଡାଉନ ଘୋଷଣା କରୁଥିଲେ। ସେତେବେଳେ କରୋନାକୁ […]
ମୁମ୍ବାଇ: କରୋନା ମାମଲା ମଧ୍ୟରେ ଭାରତ ବର୍ତ୍ତମାନ ପୃଥିବୀର କେନ୍ଦ୍ର ପାଲଟିଛି। ବିଶ୍ଵରେ କରୋନା ଭାଇରସ ସବୁଠାରୁ ଅଧିକ ମାମଲା ଭାରତରେ ରିପୋର୍ଟ କରାଯାଉଛି। ଏଥି ସହିତ ଡାକ୍ତରଖାନାରେ ଅମ୍ଳଜାନ ଓ ଶଯ୍ୟା ଅଭାବକୁ ନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ଭାଇରସ୍ କାରଣରୁ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ପ୍ରତିଦିନ ବହୁ ସଂଖ୍ୟକ ନୂଆ କରୋନା ମାମଲା ସାମ୍ନାକୁ ଆସୁଥିବା ବେଳେ ଅନେକ ଲୋକ ମଧ୍ୟ ମରୁଛନ୍ତି। ଏସବୁ ମଧ୍ୟରେ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ […]
ମୁମ୍ବାଇ: ବଲିଉଡର ‘ଭାଇଜାନ’ ବା ସଲମାନ ଖାନଙ୍କ ଅଭିନୟ ଦୁନିଆକୁ ବାଦଦେଲେ ସେ ଚିତ୍ର ଆଙ୍କିବାକୁ ବି ବହୁତ ପସନ୍ଦ କରନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ସଲମାନ ଖାନ ଥରେ କ୍ୟାଟ୍ରିନା କୈଫଙ୍କ ଚିତ୍ର କରିଥିଲେ। ସେ ଏହି କଥା ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ମଧ୍ୟ ଶୁଣେଇଥିଲେ। ଏ କଥା ଶୁଣିବା ପରେ ବିଦ୍ୟା ତାଙ୍କ ହସକୁ ବନ୍ଦ କରି ପାରି ନ ଥିଲେ ଏବଂ କହିଥିଲେ ଯେ ତାହା […]
ନୂଆଦିଲ୍ଲୀ: ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଲା “ନୋମେଡଲ୍ୟାଣ୍ଡ” ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ଆମେରିକୀୟ ମହିଳାଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ମିଳିଛି ୩ଟି ପ୍ରମୁଖ ପୁରସ୍କାର। ଚଳିତ ବର୍ଷର ଏକାଡେମୀ ଆଓ୍ୱାର୍ଡରେ “ନୋମେଡଲ୍ୟାଣ୍ଡ” ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିବା ୩୯ ବର୍ଷୀୟା କ୍ଲୋଇ ଚାଓଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର। ଓସ୍କାରର ୯୩ ବର୍ଷର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳାଭାବେ ଶ୍ରେଷ୍ଠ […]
ମୁମ୍ବାଇ: ନିଜର ଅବସର ସମୟ କଟେଇବା ପାଇଁ ବଲିଉଡ୍ ତାରକାମାନେ ଏବେ ମାଲଦ୍ୱୀପ୍ ମୁହାଁ ହୋଇଛନ୍ତି। ସାରା ଅଲ୍ଲୀ ଖାନ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର୍, ତାପସୀ ପନ୍ନୁ, ତାରା ସୁତାରିଆ ଓ ଆଦର ଜୈନ୍, ସୋନାକ୍ଷୀ ସିହ୍ନା, ବରୁଣ ଧାୱନ୍, ମୌନୀ ରାୟ, କିଆରା ଆଡଭାନୀ ଆଦି ମାଲଦ୍ୱୀପ ଛୁଟି ସାରି ଫେରିଛନ୍ତି। ବର୍ତ୍ତମାନେ ଏହି ତାଲିକାରେ ସାମିଲ ହୋଇଛନ୍ତି ଟାଇଗର ଶ୍ରଫ୍ ଓ ଦିଶା ପାଟାନି। ଗତ ସପ୍ତାହରେ ବଲିଉଡର ସୁନ୍ଦର ଯୋଡି ଦିଶା […]
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସମଗ୍ର ତରଳ ଅମ୍ଳଜାନ ଭଣ୍ଡାରକୁ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ଵୋଲି କେନ୍ଦ୍ର କହିଥିବା ବେଳେ ଅନ୍ୟ କୌଣସି ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛି। ଏଥି ସହିତ, ଅମ୍ଳଜାନ ଉତ୍ପାଦନକାରୀ ୟୁନିଟ୍ର ସର୍ବାଧିକ ଉତ୍ପାଦନ ଏବଂ କେବଳ ଚିକିତ୍ସା କ୍ଷେତ୍ରରେ ତତ୍କାଳ ବ୍ୟବହାର ପାଇଁ ଅମ୍ଳଜାନ ଉପଲବ୍ଧ କରିବାକୁ କେନ୍ଦ୍ର କହିଛି। ଏହି ନିଷ୍ପତ୍ତି ଅନୁସାରେ ବିନା […]
ଏହା ହେଲା ୭୭ ବର୍ଷୀୟ ଉର୍ମିଳାଙ୍କ କରୁଣ କାହାଣୀ। ତାଙ୍କ ଦୁଃଖ-ଯନ୍ତ୍ରଣାରୁ ଆରମ୍ଭ ହେଲା ନୂଆ ବ୍ୟବସାୟ। ଲକ୍ଡାଉନ୍ରେ ଆରମ୍ଭ କରିଥିବା ଘରୋଇ ଦ୍ରବ୍ୟକୁ ବିକ୍ରିକରି ସେ ମାସକୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ଉର୍ମିଳା ଜାମନାଦାସ ଆଶେର ପ୍ରତ୍ୟେକ ଦିନ ସକାଳ ୫.୩୦ରେ ଶର୍ଯ୍ୟା ତ୍ୟାଗ କରନ୍ତି। ଏଇଠୁ ଆରମ୍ଭ ହୁଏ ତାଙ୍କ ଦିନର କାମ। ସେ ତାଙ୍କ ବୋହୂ ରାଜଶ୍ରୀ ଏବଂ ନାତି ହର୍ଷଙ୍କ ପାଇଁ ଚା’ […]
କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକୁ ଗୃହ ସଂଗରୋଧ କୁହାଯାଉଛି। ଗୃହ ସଂଗରୋଧ ହୋଇ ରୋଗୀ ନିଜକୁ ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଅଲଗା କରି ଡାକ୍ତରଙ୍କ ପରାମର୍ଶରେ […]
ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି। ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ ବାର୍ଷିକୀ ୨୭ ଏପ୍ରିଲ (ମଙ୍ଗଳବାର)ରେ ପାଳନ କରାଯିବ। ଭକ୍ତମାନେ ପୂର୍ଣ୍ଣ ଭକ୍ତି ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହିଦିନ, ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ […]
ନୂଆଦିଲ୍ଲୀ: ସାରା ଦୁନିଆର ସିନେପ୍ରେମୀମାନେ ବର୍ତ୍ତମାନ ୨୦୨୧ ପୁରସ୍କାରର ଅପେକ୍ଷାରେ ଅଛନ୍ତି। ମାର୍ଚ୍ଚ ୧୫ରେ ୯୩ତମ ଏକାଡେମୀ ପୁରସ୍କାର ବା ଓସ୍କାର ନାମାଙ୍କନ ଘୋଷଣା ହୋଇଥିଲା। ଏହି ଘୋଷଣା ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସ କରିଥିଲେ। ବର୍ତ୍ତମାନ ଏହି ବିଶାଳ କାର୍ଯ୍ୟକ୍ରମର ଚର୍ଚ୍ଚା ଚାରିଆଡେ ହେବାରେ ଲାଗିଛି। ଓସ୍କାର-୨୦୨୧ ଏବେଠାରୁ ଇତିହାସ ରଚିବା ଆରମ୍ଭ କରିଦେଇଛି। ଚଳିତ ବର୍ଷ ସିନେ ନିର୍ମାତା କ୍ଲୋ ଜାଓଙ୍କୁ ତାଙ୍କ ସିନେମା “ନୋମେଡଲ୍ୟାଣ୍ଡ” ପାଇଁ […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାରଣରୁ ହାହାକାର ଖେଳିଯାଇଛି। ଏହି ସମୟରେ ନା ଯେ କେବଳ ଲଗାତର ୨୪ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ପରିସ୍ଥିତି ଏପରି ହୋଇଯାଇଛି ଯେ ଶବଦାହ ପାଇଁ ମଶାଣିରେ ଲମ୍ବା ଲାଇନ ଦେବାକୁ ପଡୁଛି। ଅନେକ ସ୍ଥାନରେ ପାର୍କରେ ଶବ ସତ୍କାର ହେଉଥିବା ଦେଖିବାକୁ ମିଳୁଛି। ଏଭଳି ମର୍ମସ୍ପର୍ଶି ଘଟଣା ଦିଲ୍ଲୀର ସରାଇ କାଲେ ଖାନ୍ସ୍ଥ […]
ମୁମ୍ବାଇ: ବଲିଉଡ୍ର ଜଣାଶୁଣା କଳାକାରମାନଙ୍କ ବିଷୟରେ କଥାବାର୍ତ୍ତା କଲେ ଜୟା ପ୍ରଦାଙ୍କୁ ଛାଡିହେବନି। ସେ ତାଙ୍କ କର୍ମମୟ ଜୀବନ ଭିତରେ ଅନେକ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ତାଙ୍କର ବଲିଉଡ୍ ଜଗତକୁ ଅବଦାନକୁ ନେଇ ସେ ଆଜି ବି ସ୍ମରଣୀୟ। ଗୋଟେ ସମୟରେ ଜୟା ସିନେ ଜଗତରେ ଆଗ ଧାଡିର ଅଭିନେତ୍ରୀମାନଙ୍କ ଭିତରେ ଗଣାଯାଉଥିଲେ। ବଲିଉଡର ପ୍ରାୟ ସବୁ ବଡ ବଡ ହୀରୋଙ୍କ ସହିତ ଜୟା କାମ କରିଛନ୍ତି। ଏବେ ଏବେ ଜୟା ପ୍ରଦା ଇଣ୍ଡିଆନ୍ ଆଇଡଲ୍-୧୨ରେ ପହଞ୍ଚିଥିଲେ। […]
ନୂଆଦିଲ୍ଲୀ: ଦେଶବ୍ୟାପୀ ଆସନ୍ତାକାଲି ପାଳନ ହେବ ଇଦ୍। ଆଜି ଚାନ୍ଦ ଦେଖାଯିବାରୁ ଆସନ୍ତାକାଲି ଇଦ-ଉଲ୍-ଫିତର୍ ପାଳିବେ ମୁସଲିମ ଧର୍ମାବଲମ୍ବୀ। ଚାନ୍ଦ ଦର୍ଶନ ସହ ପବିତ୍ର ରମଜାନ ମାସ ଶେଷ ହୋଇଥାଏ। ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ। ତେବେ ଏଥର କରୋନା କଟକଣା ଯୋଗୁ ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି ମିଳିନାହିଁ। ତେଣୁ ଇଦ୍ ବଦଳରେ ଘରେ ବସି […]
ଆଜିକାଲି ଆଣ୍ଠୁଗଣ୍ଠି ବାତ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ବୟସ ଧିରେ ଧିରେ ବଢିବା ସହିତ ଅନେକ ଏହି ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଏ। ତେବେ ଆଜି ଶିଖି ନିଅନ୍ତୁ କିଛି ସରଳ ଆସନ ଯାହାକୁ ନିୟମିତ ଅଭ୍ୟାସରେ ଆପଣ ଏଥିରୁ ନିଶ୍ଚିତ ମୁକ୍ତି ପାଇପାରିବେ। ପଦାଙ୍ଗୁଳି ନମନ: ଆସନ ଉପରେ ଗୋଡ଼ ଲମ୍ବାଇ ବସ। ଦୁଇ ପାଦକୁ ସାମାନ୍ୟ ଛଡାରେ ରଖ, ଦୁଇ ହାତ ଦେହ କଡ଼ରେ ନିତମ୍ବର ଟିକେ ପଛରେ ରହିବ ହାତ […]
ବ୍ରିଟେନ୍ ମେଡିକାଲ୍ ରେଗୁଲେଟର୍ ମୁତାବକ ଆଷ୍ଟ୍ରାଜେନିକାର କୋଭିଡ୍ ଟିକାରେ ୧୬୮ ମୁଖ୍ୟ ବ୍ଲଡ୍ କ୍ଲଟ୍ସ ସମସ୍ୟା ଦେଖାଯାଉଛି। ବର୍ତ୍ତମାନ ୧୦ ଲକ୍ଷ ଡୋଜରେ ୭.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଛି। ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହ ବ୍ଲଡ୍ କ୍ଲଟ୍ ମାମଲା କ୍ଷିପ୍ର ଗତିରେ ବଢି ଚାଲିଛି। ପୂର୍ବ ସପ୍ତାହରେ ଏନେଇ ୧୦୦ କେସ୍ ଆସିଥିଲା, ଯେଉଁଠିକି ୧୦ ଲକ୍ଷ ଡୋଜ୍ ଉପରେ ୪.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଥିଲା। ତେବେ କିଛି ସପ୍ତାହ […]
ନୂଆ ନୂଆ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆମାନଙ୍କର ଏକ ରୁଚି। ଘରର ପ୍ରତ୍ୟେକ ମହିଳା ଫୁର୍ସତ୍ ସମୟରେ କିଛି ନା କିଛି ନୂଆ ଖାଦ୍ୟ ତିଆରି ପାଇଁ ପ୍ରୟାଶ କରିଥାନ୍ତି। ରବିବାର ଛୁଟିଦିନ ଥିବାରୁ ପ୍ରାୟ ମହିଳା ଏହିଦିନ ସମୟ ପାଆନ୍ତି ନୂଆ କିଛି କରି ପରିବାର ଲୋକଙ୍କୁ ଖୁଆଇବା ପାଇଁ। ଏହିଦିନ ମଧ୍ୟ ସମସ୍ତେ ଘରେ ଥାଆନ୍ତି ଓ ଖାଇବାର ମଜା ନିଅନ୍ତି। ଆପଣମାନେ ଦୈନିକ ପ୍ରାୟ ଜଳଖିଆରେ ପୁରି, ହାଲୁଆ, ପରଟା, […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ଦ୍ୱିତୀୟ ଲହର ଏତେ ଭୟାନକ ହୋଇଯାଇଛି ଯେ ମାସ୍କ, ସାମାଜିକ ଦୂରତା ଏବଂ ହାଇଜିନକୁ ବଜାୟ ରଖିବା ଜରୁରୀ ହୋଇପଡିଛି। କରୋନାର ଏହି ସଂକଟ କାଳରେ ଯଦି ବି ଆପଣ ଟିକେ ବି ନିଜକୁ ଅସ୍ୱାସ୍ଥ୍ୟକର ଅନୁଭବ କରୁଛନ୍ତି ତେବେ ଘରେ ରହି ନିଜର ଯତ୍ନ ନିଅନ୍ତୁ। ଏମିତିରେ ତ ସାମାନ୍ୟ କାଶରୁ କରୋନା ଚିହ୍ନଟ କରିବା କଷ୍ଟକର। କିନ୍ତୁ ଯଦି ଆପଣ କିଛି ବିଶେଷ ତଥ୍ୟ ଉପରେ ନଜର ଦେବେ ତେବେ […]
ମୁମ୍ବାଇ: କୌଣସି ସେଲିବ୍ରିଟି ହୁଅନ୍ତୁ ବା ଗ୍ଲାମର ଦୁନିଆର୍ କେଉଁ କଳାକାର ସୋସିଆଲ୍ ମିଡିଆରେ ଏବେ ବେଶ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ବଲିଉଡ୍ ସୁପର୍ ଷ୍ଟାର୍ ଅମିର୍ ଖାନ୍ଙ୍କ ଲଳନା ଆୟରା ଖାନ କୌଣସି ଗ୍ଲାମର ଦୁନିଆରେ ନ ଥିଲେ ବି ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଷ୍ଟାର୍ଙ୍କ ଠାରୁ ବି କମ୍ ନୁହେଁ। ଆଜିକାଲି ସେ କୌଣସି ନା କୌଣସି କାରଣକୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି, ତାଙ୍କ ପ୍ରେମକୁ ନେଇ ହଉ ବା କୌଣସି […]