ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ। ଏହି ଗଛର ପତ୍ରରୁ ଗଜାବାହାରେ, ଏହାର ମୃତ୍ୟୁ ନାହିଁ। ସେଥିପାଇଁ ଏହାକୁ ଅମରେପାଇ ବୋଲି କୁହାଯାଏ। ଏହି ଗଛ ପ୍ରାୟ ସମସ୍ତଙ୍କ ବାଡ଼ିବଗିଚାରେ ରହିଛି। ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍। ପଢ଼ନ୍ତୁ ଏହି ବୃକ୍ଷର ଔଷଧିୟ ଗୁଣ ସମ୍ପର୍କରେ…. ୧.ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ ଅମରପୋଇ ପତ୍ରକୁ ଗରମ କରି ଏକ କପଡ଼ାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କୁ […]
ଫିଟ୍ ରହିବାକୁ କିଏ ବା ନ ଚାହେଁ। କିନ୍ତୁ କେବଳ ଜିମ୍ ଏବଂ ବ୍ୟାୟାମ କରିବା ଦ୍ୱାରା ଆମେ ଫିଟ୍ ରହିପାରିବା ବୋଲି ଭାବିଥାଉ। କିନ୍ତୁ ଆପଣ ଏହା ମଧ୍ୟ ଜାଣି ଥିବେ ସାଇକେଲ ଚଳାଇବା ମଧ୍ୟ ଏକ ପ୍ରକାର ବ୍ୟାୟାମ। ଆଜିକାଲି ଲୋକେ ସାଇକେଲ ଚଳାଇବାକୁ ଲାଜ କରୁଛନ୍ତି। କିନ୍ତୁ ଏହା କେବଳ ଏକ ମାନସିକତା ମାତ୍ର। ଆପଣମାନେ ଜାଣିଛନ୍ତି କି ବାହାର ଦେଶର ଲୋକମାନେ ବାଇକ୍ ଅପେକ୍ଷା ସାଇକେଲ ଚଳାଇବାକୁ ପସନ୍ଦ କରନ୍ତି। ଆହୁରି […]
How to Prepare Kadai Mutton Recipe ଆପଣ ରେଷ୍ଟୁରାଣ୍ଟ୍ରେ ଅନେକ ସମୟରେ କଡାଇ ମଟନ୍ ଖାଉଥିବେ। ଯାହାର ସ୍ୱାଦ ଭାରି ବଢ଼ିଆ। ଆପଣ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରି ଖାଇବାକୁ ଚାହୁଁଥିବେ। କିନ୍ତୁ ଏହା କେମିତି ପ୍ରସ୍ତୁତ ହେବ କିଛି ଲୋକ ଜାଣିଥିଲେ ବି କିଛି ଲୋକ ଜାଣି ନଥିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବଏଲ୍ ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା […]
ନୂଆଦିଲ୍ଲୀ : ଟିକେଟ ନେଇ କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ। ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ଆଜି ଦିଲ୍ଲୀରେ ଚାଲିଛି ବୈଠକ। ଏଆଇସିସି ସ୍କ୍ରିନିଂ କମିଟି ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏଥିରେ ମୋହର ମାରିବ। ସ୍କ୍ରିନିଂ କମିଟି ମୁଖ୍ୟ ଭିଡି ସାଥିସାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି। ୧୫ ଲୋକସଭା […]
ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ସହ ଆଲୋଚନା ଚାଲିଛି। ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଚୀନ ପକ୍ଷରୁ କିଛି ପ୍ରସ୍ତାବ ରଖାଯାଇଛି, ସେ ସମ୍ପର୍କରେ ଭାରତ ପକ୍ଷରୁ ବିଚାର କରାଯାଉଛି। ଖୁବଶୀଘ୍ର ଏ ସମ୍ପର୍କରେ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି। ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ସମ୍ପର୍କରେ ଚୀନ ନିକଟରେ ପର୍ଯ୍ୟାପ୍ତ ତଥ୍ୟ ରହିଛି। ଏଥିସହ ଚୀନ ପକ୍ଷରୁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ୍ […]
କୋଲକାତା: କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୧୦ଟି ଗାଡି ମୁତୟନ କରାଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ମେଡିକାଲରୁ ପ୍ରାୟ ୨୫୦ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସେମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲରେ ଥିବା ଏକ କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ମେଡିକାଲ କଲେଜ ବିଲ୍ଡିଂରୁ […]
ମୁମ୍ବାଇ: ବଲିଉଡ୍ ସିଙ୍ଘମ୍ ଅଜୟ ଦେବଗନ୍ ଓ କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପ୍ରଥମ କରି ପରଦାରେ ଏକାଠି ଦେଖିବାକୁ ମିଳିବ। ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ଫେମ୍ ନିର୍ଦ୍ଦେଶକ ଏସ ଏସ୍ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ନିଜେ ନିର୍ଦ୍ଦେଶକ ରାଜା ମୌଲି କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍ ଫିଲ୍ମ ‘ଆର୍ଆର୍ଆର୍’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ […]
ଭୁବନେଶ୍ୱର: ଖରାଦିନ ଆସି ଗଲାଣି। ତେଣୁ ଏବେ ସମସ୍ତେ ଥଣ୍ଡା ପାଣି, କୋଲ୍ ଡ୍ରିଙ୍କ୍ ସହ ଲେମ୍ବୁ ପାଣି ଅଧିକ ମାତ୍ରାରେ ପିଇବାକୁ ପସନ୍ଦ କରିବେ। ଏପରିକି କିଛି ଲୋକ ମୋଟାରୁ ପତଳା ହେବା ପାଇଁ ମଧ୍ୟ ଲେମ୍ୱୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି ଲେମ୍ୱୁ ପାଣିକୁ ନିୟମିତ ଭାବରେ ପିଉଛନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ଅତ୍ୟଧିକ ଲେମ୍ୱୁପାଣି ଶରୀର ପାଇଁ ଲାଭଦାୟକ ନୁହେଁ। ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ପିଇବା ଶରୀର […]
Chingudi Fried Rice ଆପଣ ଭିନ୍ନ ଭିନ୍ନ ପ୍ରକାରର ଫ୍ରାଏଡ୍ ରାଇସ୍ ଖାଇଥିବେ। ଯାହା ପାଟିକୁ ଖୁବ୍ ସୁଆଦିଆ ଲାଗେ। ଆଜି ଆମେ ଆପଣଙ୍କୁ ଚିଙ୍ଗୁଡ଼ି ଫ୍ରାଏଡ୍ ରାଇସ୍ ରେସିପି ବିଷୟରେ କହିବୁ। ଚାଲନ୍ତୁ ଜାଣିବା ଘରେ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, କଞ୍ଚା ମଟର, ତେଲ, ଘିଅ, ହଳଦୀଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ଦିଅନ୍ତୁ। […]