ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ବିଜେପି ଏଥର ଶାସକ ଏଆଇଏଡିଏମକେ ସହ ମେଣ୍ଟ କରିଛି। ସେପଟେ ଡିଏମ୍କେ-କଂଗ୍ରେସ ମଧ୍ୟରେ ମଧ୍ୟ ନିର୍ବାଚନୀ ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ତାମିଲନାଡ଼ୁ ରହିଥିବା ବେଳେ ଆଜି ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ ପ୍ରଚାର କରିଛନ୍ତି। ତାମିଲନାଡ଼ୁର ଥେନିରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ […]
କଶ୍ମୀର: ଜମ୍ମୁ ଓ କଶ୍ମୀରର ସୋପିଆନ୍ ଜିଲ୍ଲାରେ ହୋଇଥିବା ଏନ୍କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆହୁରି କେତେକ ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ତଲାସୀ କରୁଥିବାବେଳେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଯେଉଁଥିଲେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ବି ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଚାରିଆଡ଼ୁ ଘେରି ରଖିଛନ୍ତି ସୁରକ୍ଷାକର୍ମୀ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ […]