Advertisment

Leopard Entered: ଚାଲିଥିଲା ବିବାହ: ଅତିଥି ହୋଇ ଆସିଲା କଲରାପତରିଆ ବାଘ

ବୁଧବାର ଲକ୍ଷ୍ମୌର ପାରା ଥାନା ଅଞ୍ଚଳରେ ଥିବା ଏମଏମ ଲେନରେ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ , ଗେଷ୍ଟମାନେ ଭୋଜି ଖାଉଥିଲେ। ବିବାହ ମଣ୍ଡପରେ ବରକନ୍ୟାଙ୍କ ବିବାହ ଚାଲିଥିଲା। ଏହି ସମୟରେ ବିବାହ ଉତ୍ସବକୁ ପଶିଆସିଲା କଲାପତରିଆ ବାଘ। ।

author-image
Tapaswini Nayak
ଅଦ୍ୟତନ ହୋଇଛି
Tiger

Tiger

ଚାଲିଥିଲା ବିବାହ ଭୋଜି....। ସମସ୍ତେ ଥିଲେ ଖୁସିରେ ମସଗୁଲ୍। ବରଯାତ୍ରୀ,ଗେଷ୍ଟମାନେ ଭୋଜି ଖାଉଥିଲେ। ବିବାହ ମଣ୍ଡପରେ ବରକନ୍ୟାଙ୍କ ବିବାହ ଚାଲିଥିଲା...। ଏହି ସମୟରେ ହଠାତ୍ ବିବାହ ଉତ୍ସବକୁ ପଶି ଆସିଲା କଲାପତରିଆ ବାଘ। ତା’ ଉପରେ ଚାଲିଥିଲା ଧାଆଁ ଦଉଡ। ବାଘ, ବାଘ କହି କିଏ କୁଆଡ଼େ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ଥିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରର ଲକ୍ଷ୍ମୌରେ।

Advertisment

ବୁଧବାର ଲକ୍ଷ୍ମୌର ପାରା ଥାନା ଅଞ୍ଚଳରେ ଥିବା ଏମଏମ ଲେନରେ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ , ଗେଷ୍ଟମାନେ ଭୋଜି ଖାଉଥିଲେ। ବିବାହ ମଣ୍ଡପରେ ବରକନ୍ୟାଙ୍କ ବିବାହ ଚାଲିଥିଲା। ଏହି ସମୟରେ ବିବାହ ଉତ୍ସବକୁ ପଶିଆସିଲା କଲାରାପତରିଆ ବାଘ। । ବାଘ, ବାଘ ବୋଲି ସମସ୍ତ ଚିତ୍କାର କରିଥିଲେ।

ବାଘକୁ ଦେଖି ବିବାହ ଉତ୍ସବରେ ଥିବା ଲୋକେ ଛିନଛତ୍ର ହୋଇଯାଇଥିଲେ। ଯିଏ ଜୁଆଡେ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିଲେ । ଓଜନଦାର ଲେହେଙ୍ଗା ପିନ୍ଧିଥିବା କନ୍ୟା ବିବାହ ମଣ୍ଡପ ଛାଡ଼ି ସାଙ୍ଗଙ୍କ ସହ ଦୌଡ଼ି ଥିଲେ। ଅନ୍ୟପକ୍ଷରେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଳାଇଥିଲେ। ଯେପରି କୃତ୍ରିମ ଭୂମିକମ୍ପ ସୃଷ୍ଟି ହୋଇଥିଲା। କ୍ଷଣଙ୍କ ମଧ୍ୟରେ ସବୁ ଓଲଟପାଲଟ ହୋଇଯାଇଥିଲା।

Advertisment

ବାଘକୁ କାବୁ କରିବା ପାଇଁ ବନ କର୍ମଚାରୀ ଟିମ୍ ଓ ପୁଲିସ ପହଞ୍ଚିଥିଲେ। ବାଘକୁ କାବୁ କରିବା ପାଇଁ ଚେଷ୍ଟା କରିବା ବେଳେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ। ରାତିସାରା ଚାଲିଥିଲା ବାଘକୁ କାବୁ କରିବା ପାଇଁ ଅପରେସନ। ଶେଷରେ ସକାଳୁ ସକାଳୁ ବାଘକୁ କାବୁ କରିବାରେ ସଫଳ ହୋଇଥିଲେ ବନ କର୍ମଚାରୀ। ଏହି ଘଟଣା ସହରରେ ହଇଚଇ ସୃଷ୍ଟି କରିଥିଲା।

ଅଧିକ ପଢନ୍ତୁ: ୨୨ବର୍ଷରୁ ଆରମ୍ଭ ପ୍ରେମ; ୬୦ବର୍ଷ ହେଲା ତା’ସହ କଟୁଛି ରାତି।

After Marriage Uttar Pradesh Leopard Poaching
Advertisment
Advertisment