ଭୁବନେଶ୍ୱର : ପାରମ୍ପରିକ ଓଡ଼ିଆ ପୋଷାକରେ କୌଣସି ଏକ ଫିଲ୍ମର ଚରିତ୍ର ପରି ଦିଶୁଥିବା ଜଣେ ଯୁବକଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ଜଣେ ଅଭିନେତା କିମ୍ବା ମଡେଲ ନୁହନ୍ତି। ଏହି ଯୁବକ ଜଣକ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ଭାବେ ସେବା କରିଆସୁଥିବା ‘ପ୍ରତିହାରୀ’ ସେବାୟତ ପରିବାରର। ଅନୀଲ ଗୋଛିକାର ନାମକ ଏହି ଯୁବକ ଚଳିତ ବର୍ଷର ରଥଯାତ୍ରା ପରଠାରୁ ଏହି ଫଟୋ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। He’s not your […]
ମୁମ୍ବାଇ : ସେଣ୍ଟର ଫର ଟିଚର୍ସ ଆକ୍ରିଡିଟେସନ୍ (ସେଣ୍ଟା) ପକ୍ଷରୁ ଆୟୋଜିତ ଟିଚିଙ୍ଗ୍ ପ୍ରଫେସନାଲ୍ ଅଲମ୍ପିଆଡ୍ (ଟିପିଓ)୨୦୧୮ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏକ ହଜାର ଶିକ୍ଷକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ‘ରିଲାଏନ୍ସ ଫାଉଣ୍ଡେସନ୍ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ୧୦୦୦ ଶିକ୍ଷକଙ୍କ ଭିତରୁ ଯେଉଁମାନେ ସେଣ୍ଟା ଟିପିଓ ୨୦୧୮ର ବିଜେତା ଘୋଷିତ ହୋଇଛନ୍ତି ସେମାନଙ୍କୁ ୟୁନେସ୍କୋ, ୟୁନିସେଫ, ସିବିଏସ୍ଇ ବୋର୍ଡ ପ୍ରତିନିଧିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ଜାତୀୟ ସ୍ତରରେ ସେଣ୍ଟା- […]
ଜଣେ ଯୁବତୀଙ୍କ ମୁହଁରେ କଳାକାର ଏମିତି କଳାକୃତି କରିଛନ୍ତି, ଯାହା ଦେଖିଲେ ଆପଣ କହିବେ ଯୁବତୀଙ୍କ ଆଖି, ନାକ, ଓଠ ଏସବୁ ଅସଲି ନା ନକଲି ? ଏହି କଳାକୃତି ଲୋକଙ୍କ ମନ ମଧ୍ୟରେ କନ୍ଫ୍ୟୁଜନ୍ ସୃଷ୍ଟି କରିଛି।
କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେଉଛି । ଅଧିବେଶନ ଆରମ୍ଭ ହେବା ସହିତ ସିଙ୍ଘୁ ସୀମାରୁ ସଂସଦକୁ ଯିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି
ଶହେ କି ଦୁଇ ଶହ ନୁହେଁ, ଜୀବନ ଜାକର ଜମାପୁଞ୍ଜି ନଷ୍ଟ କରିଦେଲେ ମୂଷା । ତୁଣ୍ଡ ଝାଳ ମୁଣ୍ଡରେ ମାରି ପେଟ ଅପରେସନ୍ ଲାଗି ଜମା କରିଥିବା ଦୁଇ ଲକ୍ଷ ଟଙ୍କା କାଟିଦେଲା
୨୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଓପନର ପୃଥ୍ବୀ ସ ଓ କ୍ୟାପଟେନ୍ ଶିଖର ଧାଓ୍ୱନ। ପୃଥ୍ବୀ ମାତ୍ର ୨୪ ବଲରେ ୪୩ ରନ କରି ଆଉଟ ହୋଇଥିଲେ।
କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।
ନଦୀ ଓ ସମୁଦ୍ରର ସ୍ଥିତି ରାତି ଅଧରେ ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଆକ୍ତାମାକ୍ତା ହୋଇପଡ଼ିଥିଲା ଜନଜୀବନ। ଏପଟେ ରାସ୍ତାଘାଟର ଦୃଶ୍ୟ ନକହିବା ଭଲ।
ମୁମ୍ବାଇରେ ରାତିସାରା ପ୍ରବଳ ବର୍ଷା କାରଣରୁ ଘର ଭୁଶୁଡ଼ି ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ଏବଂ ଟ୍ରାଫିକ୍ ସେବା ମଧ୍ୟ ପ୍ରଭାବିତ ହୋଇଛି।
ଭ୍ରଷ୍ଟାଚାର ବିରୋଧୀ ସଂସ୍ଥା ଲୋକପାଳ ସୃଷ୍ଟି ହେବାର ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଲୋକପାଳ ପଠାଇଥିବା ଭ୍ରଷ୍ଟାଚାରର ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ କେନ୍ଦ୍ର ଯାଞ୍ଚ ନିର୍ଦ୍ଦେଶକ ନିଯୁକ୍ତ କରି ନାହିଁ। ସୂଚନା ଅଧିକାର (RTI) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରୁ ଏହି ସୂଚନା ମିଳିଛି ।
ଆଫଗାନିସ୍ତାନରେ ନିହତ ହୋଇଥିବା ପୁଲିତଜର ପୁରସ୍କାର ପ୍ରାପ୍ତ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କର ମୃତଦେହ ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆର କବରସ୍ଥାନକୁ ହସ୍ତାନ୍ତର କରାଯିବ। ସିଦ୍ଦିକିଙ୍କ ମୃତଦେହ ରବିବାର ଅପରାହ୍ନ ୫.୪୦ରେ ଏୟାର ଇଣ୍ଡିଆ ବିମାନ ଯୋଗେ କାବୁଲରେ ପହଞ୍ଚିଥିବା ଜଣାଯାଏ। ଏକାଧିକ ଗୁଳିରେ ସିଦ୍ଦିକିଙ୍କ ମୃତ୍ୟୁ ଘଟିଛି।
ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇବା ସହିତ ଅନ୍ୟ ରାଜ୍ୟରୁ ଲୋକଙ୍କ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ୟୁପି ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି।