ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସମେତ ଅନେକ ନେତା ରବିବାର ଏନଡିଏ ବୈଠକରେ ଯୋଗ ଦେଇଥିଲେ। ସଂସଦ ଭବନରେ ଡକାଯାଇଥିବା ଏନ୍ଡିଏ ସାଂସଦଙ୍କ ଏହି ବୈଠକରେ ଅନ୍ୟ ନେତାମାନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଜଦୟୁର ରାମନାଥ ଠାକୁର୍ ଓ ନିଜ ଦଳର ନେତା ଅନୁପ୍ରିୟା ପଟେଲ ମଧ୍ୟ ସାମିଲ ଥିଲେ।
ସାଧାରଣ ଭାବରେ ଏହି ପର୍ବ ଦିନ ଛେଳିର ଦାମ୍ ଉଚ୍ଚା ରହେ। କିନ୍ତୁ ସ୍ଥିତି ଏମିତି ହେଲା ଯେ, ଏହି ଛେଳିର ଦାମ୍ ୧୧ ଲକ୍ଷରେ ପହଞ୍ଚିଗଲା। ଗୁଜରାଟ୍ ସୁରତରେ ଏହି ଛେଳିକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ୧୧ ଲକ୍ଷ ଟଙ୍କା ତାହାର ଦାମ୍ ରହିଛି। ଏମିତିକି ତାକୁ ଦେଖିବା ପାଇଁ ଅନେକ ଲୋକ ଆସୁଥିବା ମଧ୍ୟ ଦେଖାଯାଉଛି।
ଡବୁ ଅଙ୍କଲ ତାଙ୍କ ଡ୍ୟାନ୍ସର ଯାଦୁରେ ରାତାରାତି ତାରକା ହୋଇଯାଇଥିଲେ। ସେ 'ଖୁଦଗର୍ଜ' ଚଳଚ୍ଚିତ୍ରର 'ଆପ୍ କେ ଆ ଜାନେ ସେ' ଗୀତରେ ଯେଉଁ ଠୁମ୍କା ଲଗେଇଥିଲେ ତାହା ଗୋବିନ୍ଦାଙ୍କ ଠୁମ୍କାକୁ ମନେପକେଇ ଦେଇଥିଲା। ଏବେ ପୁଣି ଥରେ ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ଓରଫ୍ ଡବୁ ଅଙ୍କଲଙ୍କ ଏକ ନୂଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଉପଭୋକ୍ତାମାନେ ନିଜକୁ ନାଚିବାରେ ରୋକି ପାରୁ ନାହାନ୍ତି।
ଛାଡପତ୍ର ପରେ ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ପୁଣି ଥରେ ପ୍ରେମରେ ପଡିଛନ୍ତି। ସମ୍ପ୍ରତି, ଏହି ଖବର ଲୋକ ଲୋଚନକୁ ଆସିବା ପରେ ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକର ନାମ ଏବଂ ଚେହେରା ପ୍ରକାଶ କରି ତାଙ୍କ ସମ୍ପର୍କକୁ ମୋହର ଦେଇଛନ୍ତି।
୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଘୋଷଣା କରାଯାଇଥିଲା। କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ 'ଟାଇଟନ' ଫିଲ୍ମର ଧୁମ୍ ଦେଖିବାକୁ ମିଳିଥିଲା । ସେକ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ଲାଭ କରିଥିଲା ।
ତେବେ ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଗତକାଲିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଥିଲେ
ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ ୪ ଲକ୍ଷ ୨୨ ହଜାର ୬୬୦ ଥିବା ବେଳେ ସୁସ୍ଥ ହେଲେଣି ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ ଜଣ। ତେବେ ଦେଶରେ ମୋଟ ମୃତ୍ୟସଂଖ୍ୟା ୪ ଲକ୍ଷ ୧୩ ହଜାର ୬୦୯କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୧୫ ଡୋଜ୍ ଟିକାକରଣ ସରିଲାଣି ବୋଲି ସୂଚନା ମିଳିଛି।
ମହାମାରୀ ସହ ମଙ୍କିପକ୍ସ ପାଇଁ ଚିନ୍ତାରେ ସରକାର । ସଂକ୍ରମିତ ବ୍ୟକ୍ତି ଜଣକ ନିକଟରେ ଆଫ୍ରିକାର ନାଇଜେରିଆ ଯାତ୍ରା କରିଥିବା ଜଣାପଡ଼ିଛି ।
ପଜିଟିଭ୍ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍ କନ୍ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍ରୁ ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଦେଶର ସୁରକ୍ଷା ପାଇଁ ଖୁବଶୀଘ୍ର ମୁତୟନ ହେବ ସ୍ୱଦେଶୀ ଆଣ୍ଟିଡ୍ରୋନ୍ ଟେକ୍ନୋଲଜି । ବିଏସ୍ଏଫ୍ ଅଳଙ୍କରଣ ସମାରୋହରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହା ଏପରି ବଡ଼ ବୟାନ୍ ଦେଇଛନ୍ତି
ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଶିଖର ଧାଓ୍ୱନଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ଅପରାହ୍ଣ ୨ଟା ୩୦ରେ ଟସ୍ ପଡ଼ିବ ଓ ୩ଟାରେ ମ୍ୟାଚ୍ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି
କରୋନା କାଳରେ ଅଧିବେଶନ ବସୁଥିବାରୁ ସମସ୍ତ ସଦସ୍ୟ କୋଭିଡ୍ ପ୍ରୋଟୋକଲ ମାନିବାକୁ ହେବ ବୋଲି କୁହାଯାଇଛି। ଏଥିପାଇଁ ଗୃହରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଗୃହର ଫ୍ଲୋର ଲିଡର ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏଥିରେ ଉପସ୍ଥିତ ଥିଲେ।
ପ୍ରବଳ ବର୍ଷା ହେବା ପରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଭରିଯାଇଛି । ପୂରା ମୟାନାଗରୀ ଏବେ ଜଳମୟ । ଫଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁ ନାହାନ୍ତି ଲୋକେ ।
ରାଜସ୍ଥାନ ପ୍ରାଶାସନିକ ସେବା ପରୀକ୍ଷା ପାସ୍ କରିଛନ୍ତି ତିନି ଭଉଣୀ । ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଭୌରୁସାରୀ ଗାଁ ସହ ଏଭଳି ସଫଳତାର ଗାଥା ଯୋଡି ହୋଇଛି । ଗାଁର ତିନି ଝିଅ ରିତୁ, ଅଂଶୁ ଓ ସୁମନ ଏକାବେଳେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି
ଆମେ ପୂର୍ବରୁ ବି ଦେଶର ପ୍ରତ୍ୟେକ ଚାଷୀ ଭାଇଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କାମ କରୁଛୁ ଓ ଆଗାମୀ ଦିନରେ ବି ସେହି ଅନୁସାରେ କାମ କରିବୁ। କେବଳ ଏତିକି ନୁହେଁ ବରଂ ତୈଳଦର ଓ ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିବୁ ବୋଲି ଆପ୍ ସାସଂଦ କହିଛନ୍ତି।
ବୈଜ୍ଞାନିକମାନେ ଦୁଇଟି ତାରାର ବାଇନାରୀ ସିଷ୍ଟମ ଆବିଷ୍କାର କରିଛନ୍ତି ଯାହା ସୁପରନୋଭା ତିଆରି କରିବାକୁ ଯାଉଛି। ଉଭୟ ତାରା ପରସ୍ପରଠାରୁ ୧୫୦୦ ଆଲୋକ ବର୍ଷ ଦୂରରେ ରହି ପରସ୍ପରକୁ ଘୂରି ବୁଲୁଛନ୍ତି।
ସୂଚନା ଅନୁସାରେ, କର୍ଣ୍ଣାଟକରେ କ୍ୟାବିନେଟ୍ ପୁନଃନିର୍ମାଣ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଦଳରେ ବଢୁଥିବା ଅସନ୍ତୋଷ ପାଇଁ ୟେଦିୟୁରପ୍ପା ଇସ୍ତଫା ଦେଇପାରନ୍ତି
ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। ସେପଟେ, ସିଦ୍ଧୁ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଆଜି ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି। ଏହାସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି। କୁହାଯାଉଛି ସିଦ୍ଧୁ ହିଁ କଂଗ୍ରେସର ସଭାପତି ଆସନ ଅଳଙ୍କୃତ କରିବେ। ଅନ୍ୟପକ୍ଷରେ ଅମରିନ୍ଦରଙ୍କ ସହ ହରିଶ ରାୱତଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ମଧ୍ୟ ହୋଇଛି।
ଦକ୍ଷିଣ ଆଫ୍ରିକାର କେତେକ ପ୍ରଦେଶରେ ଆଜିକାଲି ଭାରତୀୟ ଏବଂ ଅଶ୍ୱେତ ଆଫ୍ରିକୀୟ ସମୁଦାୟ ମଧ୍ୟରେ ଜାତିଗତ ତିକ୍ତତା ଚାଲିଛି। ତେଣୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶୁକ୍ରବାର କହିଛନ୍ତି ଯେ ସେ ପୋଲିସ ମନ୍ତ୍ରୀ ଓ କ୍ୱାଜୁଲୁ ନାଟାଲ ପ୍ରଦେଶର ମୁଖ୍ୟଙ୍କୁ ଡର୍ବାନ ସହରକୁ ପଠାଇଛନ୍ତି।
ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।
ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ ଜୁଲାଇ ୨୦ରେ ତାଙ୍କ କର୍ମଚାରୀଙ୍କ ସହ ଏକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ହେଲେ ଗୌରବର କଥା ଏହା ଯେ ବେଜୋସଙ୍କ ଏହି ଗସ୍ତ ପାଇଁ ନିର୍ମିତ ରକେଟ୍ ତିଆରି କରିଥିବା ଦଳରେ ଭାରତର ଝିଅ ସଞ୍ଜଲ ଗାଭାଣ୍ଡେ ମଧ୍ୟ ସାମିଲ ହୋଇଛନ୍ତି।
ଷ୍ଟାଫ୍ ସିଲେକ୍ସନ କମିଶନ୍ (ଏସ୍ଏସ୍ସି) ଶନିବାର ସୀମା ସୁରକ୍ଷା ବଳ (ବିଏସ୍ଏଫ୍), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍), ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସେକ୍ରେଟାରିଏଟ୍ ସିକ୍ୟୁରିଟି ଫୋର୍ସ (ଏସ୍ଏସ୍ଏଫ୍) ଓ ଆସାମ ରାଇଫଲ୍ସ (ଆର୍)ରେ ରାଇଫଲମ୍ୟାନ୍ (ଜେନେରାଲ୍ ଡ୍ୟୁଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ନୂଆ ରୂପରେ ଗୁଜରାଟର ଗାନ୍ଧିନଗର ଷ୍ଟେସନ । ପଞ୍ଚତାରକା ହୋଟେଲ ଢାଞ୍ଚାରେ ପୁରା ଷ୍ଟେସନ । ବିମାନବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସୁବିଧା । ୭୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗାନ୍ଧିନଗର ଷ୍ଟେସନର ନବୀକରଣ କରାଯାଇଛି ।
ପୂରା ଷ୍ଟେସନକୁ ବୁଲି ଦେଖିଲି, ଅତ୍ୟନ୍ତ ପରିଷ୍କାର ରହିଛି। ଭାରତୀୟ ରେଳ ବିଶ୍ୱର ସବୁଠୁ ବଡ଼ ରେଳ ନେଟ୍ୱାର୍କ। ତେଣୁ ଏହାର ବ୍ୟବହାର ଲୋକମାନେ କେମିତି ସୁରୁଖୁରୁରେ କରିବେ ସେନେଇ ଆମେ କରିବା ଦରକାର ବୋଲି ଅଶ୍ୱିନୀ କହିଛନ୍ତି। କେବଳ ଏତିକି ନୁହେଁ ବରଂ ନିଜେ ରେଳ ଇଞ୍ଜିନ୍ରେ ବସି ସେ ଯାତ୍ରା ମଧ୍ୟ କରିଥିଲେ। ଆଉ ଏହ୍ଲାଇବା ସମୟରେ ରେଳ ଷ୍ଟେସନ୍ରେ ତାଙ୍କୁ ଜୋରଦାର ସ୍ୱାଗତ ମଧ୍ୟ କରାଯାଇଥିଲା।
ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାମିଲନାଡୁର ଲୋକପ୍ରିୟ ହିଲ ଷ୍ଟେଶନ କୋଡଇକାନାଲ ମାଗଣାରେ ବୁଲିବାର ସୁଯୋଗ ରହିଛି।