ମୁମ୍ବାଇ: ଅଭିନେତ୍ରୀ ହୀନା ଖାନ୍ ଏମିତି ଗୋଟେ ବିବାଦୀୟ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସେ ସୋଶାଲ ମିଡିଆରେ ସାଂଘାତିକ ଭାବେ ଟ୍ରୋଲ୍ ହୋଇଛନ୍ତି। ପୋଷ୍ଟ୍ ହୋଇଥିବା ଫଟୋରେ ଦେଖାଯାଉଛି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଆଗରେ ହୀନା ଓ ତାଙ୍କ ପୁରୁଷବନ୍ଧୁ ରକି ଜୋତା ପିନ୍ଧି ପୋଜ୍ ଦେଇଛନ୍ତି। କେବଳ ସେତିକି ନୁହେଁ ହୀନା ଯେଉଁ ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ତାଙ୍କ ଅନ୍ତଃବସ୍ତ୍ର ଦେଖାଯାଉଛି। ଅଭିନେତ୍ରୀ ହୀନା ଖାନ୍ ତାଙ୍କ ଧାରାବାହିକ ‘ୟେ ରିସ୍ତା କ୍ୟା […]
ରାୟଗଡ଼ା : ଭାଙ୍ଗିଯାଇଛି ୪୦ ଫୁଟ୍ର କେନାଲ । ତିଅାରି ହୋଇଛି ୨୦ ଫୁଟ୍ର ଖାଇ। ଅାଡିବନ୍ଧ ପାଣିର ବଦଳିଯାଇଛି ଗତିପଥ । ଫଳରେ ପ୍ରାୟ ୪ ଏକର ଜମିରେ ମାଡିଯାଇଛି ବାଲି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ହାତିମୁଣ୍ଡା ଅାଡିବନ୍ଧରେ ଗତ ୫ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ କେନାଲ ଭାଙ୍ଗିଯାଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଧାର କରଜ କରି ଜମିରେ ଧାନ ଫଳାଇବାକୁ ଉଦ୍ୟମ କରୁଥିବାବେଳେ ଏଭଳି ସମସ୍ୟା ଯେମିତି ବଢାଇ ଦେଇଛନ୍ତି ଚାଷୀଙ୍କ […]
ମାଲକାନଗିରି: ଥମୁନି ଲଜ୍ଜା। ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ମାଲକାନଗିରି ଜିଲ୍ଲାରେ ମାମୁଁ ଘରକୁ ଯାଇଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ଘରୁ ଡାକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସଂପୃକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଲକାନଗିରି ପୁଲିସ ଘଟଣାର ଖୋଳତାଡ଼ କରୁଛି।
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ପ୍ରଶଂସକ , ପରିବାର ଓ ବନ୍ଧୁମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁଶାନ୍ତଙ୍କ ବିୟୋଗରେ ତାଙ୍କ ସହ ଜଡ଼ିତ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ସୁଶାନ୍ତ ସାଇନ୍ କରିଥିବା ପ୍ରୋଜେକ୍ଟଗୁଡିକ ଅଧୁରା ରହିଛି। ସେହି ପ୍ରୋଜେକ୍ଟ ମଧ୍ୟରୁ ‘ବନ୍ଦେ ଭାରତମ’ ହେଉଛି ଅନ୍ୟତମ। ସେହି ଫିଲ୍ମରେ ସୁଶାନ୍ତ ଲିଡ୍ ରୋଲରେ ଅଭିନୟ କରିଥାନ୍ତେ। ଏହି ଫିଲ୍ମଟିକୁ ସୁଶାନ୍ତଙ୍କର ଖାସ୍ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଖାଲି ଯେ ଭାରତ ତାହା ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ବ୍ରିଟେନ୍ର ୧୦୦ ବର୍ଷ ବୟସ୍କ ସାର୍ ଥୋମାସ୍ ମୋର୍ ୟୁକେର ନ୍ୟାସନାଲ୍ ହେଲଥ୍ ସର୍ଭିସ୍ (ଜାତୀୟ ସ୍ୱାସ୍ଥ୍ୟ ସେବା) ପାଇଁ ୩୦ ନିୟୁତ ଟଙ୍କା ସଂଗ୍ରହ କରିଥିଲେ। ଥୋମାସ୍ଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ବ୍ରିଟେନ୍ରେ ରହୁଥିବା ୫ବର୍ଷର ତେଲୁଗୁ ବାଳକ କରୋନା ମୁକାବିଲା ନିମନ୍ତେ ଭାରତ […]
ପୁଦିନା ପତ୍ର ର ଉପକାରିତା ବିଷୟରେ ଆପଣ ଜାଣିଥିବେ। ଏଥିରେ ଅନେକ ଔଷଧିୟ ଗୁଣ ରହିଛି। ପୁଦିନା ଖାଇବା ଦ୍ୱାରା ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ। ପୁଦିନାକୁ ଆମେ ଚଟଣୀ ଭାବେ ବ୍ୟବହାର କରିଥାଉ। କିନ୍ତୁ ପୁଦିନା ଚା’ କେବେ ପିଇଛନ୍ତି କି? ତେବେ ଜାଣନ୍ତୁ ପୁଦିନା ଚା’ ତିଆରି କରିବାର ପ୍ରଣାଳୀ ଓ ଉପକାରିତା। ପୁଦିନା ଚା’ର ଉପକାରିତା -ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଛଥାଏ -ପାଚନ କ୍ରିୟା ନିୟନ୍ତ୍ରଣ କରେ […]
ନୂଆଦିଲ୍ଲୀ : ପୁଣି ଥରେ ଖୋଲିବ ଅାରୁଷ-ହେମରାଜ ମର୍ଡର ମାମଲା। ହାଇପ୍ରୋଫାଇଲ୍ ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇବାକୁ ହେବ ତଦନ୍ତ। ସିବିଅାଇକୁ ଏନେଇ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଦୋଷରେ ଖଲାସ୍ ହୋଇଥିବା ତଲୱାର୍ ଦମ୍ପତିଙ୍କ ବିରୋଧରେ ମାମଲା ଚାଲିବ। ଗତବର୍ଷ ଅକ୍ଟୋବରରେ ତଲୱାର ଦମ୍ପତିଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିଥିଲେ ଅାଲାହାବାଦ୍ ହାଇକୋର୍ଟ। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ସିବିଅାଇ। ହାଇକୋର୍ଟ ବିଭିନ୍ନ ସାକ୍ଷୀଙ୍କୁ ଅଣଦେଖା କରିଥିଲେ। ଏହାସହ ମାମଲାରେ ତଥ୍ୟକୁ ବିଶ୍ୱାସକୁ ନେଇ […]
ଥିରୁବନନ୍ତପୁରମ: କେରଳରେ ବିଭୀଷିକା ରଚିଛି ବନ୍ୟା । ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଛି ଜନଜୀବନ, ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା। ସେପଟେ ପେରିୟାର ନଦୀରେ ବନ୍ୟା ଆସି ସ୍ଥିତି ଆହୁରି ସଂଗୀନ ହୋଇଛି। ଅନ୍ୟପଟେ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବିଭିନ୍ନ ସ୍ଥାନରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଦୁକି ଜିଲ୍ଲାରେ ସର୍ବାଧିକ ୧୧, ମଲ୍ଲାପୁରମରେ ୬, ଏର୍ଣ୍ଣାକୁଲମରେ ୩, କୋଝିକୋଡେରେ ୨ ଏବଂ ବାୟାନାଡରେ ଜଣେ ଲୋକ ପ୍ରାଣ ହରାଇଛନ୍ତି। ୪ ଜଣ ନଦୀରେ […]
ନୂଆଦିଲ୍ଲୀ: ପୁଣି ରାଜ୍ୟସଭାରେ ଅଟକିଲା ଟ୍ରିପଲ୍ ତଲାକ୍ ବିଲ୍। ମୌସୁମୀ ଅଧିବେଶନର ଅାଜି ଶେଷ ଦିନ ଥିବାବେଳେ ପୁଣି ଅଟକିଛି ଟ୍ରିପଲ୍ ତଲାକ୍ ବିଲ୍। ବିରୋଧିଙ୍କ ସହ ସରକାରଙ୍କ ସହମତି ହୋଇ ନପାରିବାରୁ ଏହି ବିଲ୍ ଅାଗତ ହୋଇପାରିନାହିଁ। ବିଧେୟକ ଉପରେ ସବୁ ଦଳର ସହମତି ନଥିବାରୁ ଏହାକୁ ଅାଜି ଉପସ୍ଥାପନ କରାଯିବ ନାହିଁ ବୋଲି କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ। ଗତକାଲି ଟ୍ରିପଲ୍ ତଲାକ୍ର ସଂଶୋଧିତ ବିଧେୟକକୁ ମଂଜୁରୀ ଦେଇଥିଲା କେନ୍ଦ୍ର କ୍ୟାବିନେଟ୍। ତେବେ […]
ନୂଆଦିଲ୍ଲୀ : ପୁଣି ଥରେ ଲଜ୍ଜା । ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ। ତାହା ପୁଣି ସ୍କୁଲରେ । ଏପରି କିଛି ଘଟଣା ଏବେ ଦୋହଲେଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଅାସିଛି। ସ୍କୁଲର ଇଲେକ୍ଟ୍ରିସିଅାନ୍ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଛାତ୍ରୀଙ୍କ ମୁହଁକୁ ବାନ୍ଧି ସ୍କୁଲର ପଛପଟକୁ ନେଇ ଯାଇଥିଲେ ଅଭିଯୁକ୍ତ । ଏହାପରେ ତାଙ୍କ […]
କେନ୍ଦୁଝର : କ୍ୟାନସରରେ ମୃତ୍ୟୁ ହୋଇଥିଲା ବୋଲି ମିଳିଲାନି ଚାରି କାନ୍ଧ। ଶେଷରେ ଭାରରେ ବୁହାହେଲା ମୃତଦେହ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ବରଦାପାଳ ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଃଶାସନ ବେହେରା କର୍କଟ ରୋଗରେ ଅାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ୟାନସରରେ ମୃତ୍ୟୁ ହୋଇଥିବାରୁ ତାଙ୍କ କୁଟୁମ୍ବ କିମ୍ବା ଗାଁ ଲୋକେ କେହି ବି କାନ୍ଧ ଦେବାକୁ ଅସିନଥିଲେ। ଶେଷରେ ତାଙ୍କ ପୁଅ ଓ ପୁଅଙ୍କ ସାଙ୍ଗ […]