ଭୁବନେଶ୍ୱର: ୨୪ ଘଣ୍ଟାରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ହେଲା ପର୍ଯ୍ୟଟନ ସହର ପୁରୀ। ବଡ଼ଦାଣ୍ଡରେ ଅଣ୍ଟାଏ, ସାହି ଗଳିରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଶ୍ରୀକ୍ଷେତ୍ର ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି। ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ ରୁମରେ ବି ପାଣି ପଶିଯାଇଛି। ସେପଟେ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରାୟ ଶହେ ଫୁଟ ଲମ୍ବର ପାଚେରୀ। ସେହିପରି ଗୋପୀନାଥ ମନ୍ଦିର ନିକଟରେ […]
ପଶ୍ଚିମବଙ୍ଗ : ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଲା କୋଠା। ପଶ୍ଚିମବଙ୍ଗ ବାଙ୍କୁରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇଥିଲା। ପାଣି ସୁଅର ପ୍ରଭାବରେ ଏକ ଦୁଇ ମହଲା କୋଠା ଭୁଶୁଡି ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ବନ୍ୟାର ସ୍ରୋତ ଏତେ ପ୍ରଖର ଥିଲା ଯେ ଚାହୁଁ ଚାହୁଁ କୋଠାଟି ଭୁଶୁଡ଼ି ପଡିଥିଲା। ପାଖରେ ଥିବା ଲୋକମାନେ ଜୀବନ ବିକଳରେ ଏଣେ ତେଣେ ଦୌଡ଼ି ପଳାଇଥିଲେ। କୋଠା ଭିତରେ ଲୋକମାନେ ଥିଲେ କି ନାହିଁ ସେ […]
ଚେନ୍ନାଇ: ତାମିଲ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ପରଲୋକରେ ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ୫ଥରର ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି। ଚେନ୍ନାଇର କାବେରୀ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ନିଧନ ହୋଇଛି। ସଂଧ୍ୟା ୬ଟା ୧୦ରେ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ କରୁଣାନିଧିଙ୍କୁ ୯୪ ବର୍ଷ ହୋଇଥିଲା। କରୁଣାନିଧିଙ୍କ ପରଲୋକ ସମ୍ପର୍କିତ ଖବର ପ୍ରଚାର ହେବା ମାତ୍ରେ କାବେରୀ ହସ୍ପିଟାଲ ଆଗରେ ପ୍ରଶଂସକ ଓ ସମର୍ଥକଙ୍କ ଭିଡ଼ ଜମିଯାଇଛି ଏବଂ […]
ଜଲନ୍ଦର: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି କରାଯାଇଥିଲା। ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ର ନିୟମକୁ କୋହଳ କରାଯାଇଛି। ଯଦି କୌଣସି ଶୁଭକାର୍ଯ୍ୟ କରୁଛନ୍ତି। ଯେମିତି ବାହାଘର ଭଳି ଶୁଭ କାର୍ଯ୍ୟରେ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ଏଥିସହ ସାମାଜିକ ଦୂରତାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ପଞ୍ଜାବର ଲୋକମାନେ ବାହାଘର ନିମନ୍ତେ କିଛି ନୂଆ ନିୟମ କରିବା ପାଇଁ ଜିଲ୍ଲା ପ୍ରଶାସନକୁ […]
ରାଞ୍ଚି : ଏକ୍ସପ୍ରେସ୍ ଧକ୍କାରେ ୩ ହାତୀ ମୃତ। ଗତ ରାତିରେ ଜାମସେଦପୁର-ହାଓ୍ୱଡା ଟ୍ରେନ୍ ଲାଇନରେ ଗିଧାନି ଷ୍ଟେସନ ନିକଟରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଅାସୁଥିବା ସମୟରେ ୩ ହାତୀ ଏହା ସମ୍ମୁଖକୁ ପଶିଅାସିଥିଲେ। ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏଥିଯୋଗୁ ଜାମସେଦପୁର୍-ହାଓ୍ୱଡା ଲାଇନ୍ରେ କିଛିସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଢେଙ୍କାନାଳ : ତଳି ବୁଢ଼ା ହେଲାଣି ବିଲରେ ନାହିଁ ପାଣି। ଏବେ କଣ କରିବେ, ସେ ନେଇ ଚିନ୍ତାରେ ଚାଷୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓଡ଼ିଶ ଅଞ୍ଚଳର ବାରୁଆଁ, ଗଡ଼ନୃସିଂହପ୍ରସାଦର ଶହ ଶହ ଏକର ଜମିରେ ପାଣି ଯୋଗାଇବାକୁ ଡମଶାଳା କେନାଲରେ ପାଣି ଛଡାଯାଉଥିଲା। ଏବେ କୋଟି କୋଟି ଟଙ୍କା ବ୍ୟୟରେ ଏହି କେନାଲକୁ ରେଙ୍ଗାଳୀ ପକ୍ଷରୁ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିରେ ଜମିକୁ ପାଣି ମାଡ଼ୁଥିବା କେନାଲର ବାଟବନ୍ଦ କରାଯିବା ସହ […]
ନେପାଳ: ପୁଣି ସୀମାନ୍ତରେ ନେପାଳ ଭାରତ ବିରୋଧୀ ମନୋଭାବ ଦେଖାଇଛି। ଭାରତ-ନେପାଳ ସୀମାନ୍ତ ସୀତାମଢ଼ୀରେ ନେପାଳ ପୋଲିସ ଗୁଳିବର୍ଷା କରୁଛି। ସୀତାମଢ଼ୀର ସୋନବରସା ବର୍ଡରରେ ଥିବା ଜାନକୀନଗର ଗାଁରେ ଏହି ଘଟଣା ଘଟିଛି। ନେପାଳ ପୋଲିସ ଗୁଳିରେ ୫ ଭାରତୀୟ ଗୁରୁତର ହୋଇଛି । ଘଟଣାସ୍ଥଳରେ ହଁ ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେଲା ଭାରତ ଓ ନେପାଳ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ନେପାଳ ତାର ଏକ ମ୍ୟାପରେ ଭାରତର […]
କୁର୍ଣ୍ଣୁଲ : ଅାନ୍ଧ୍ର କୁର୍ଣ୍ଣୁଲ ବିସ୍ପୋରଣରେ ଅାଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଚିକିତ୍ସାଧିନ ଅବସ୍ଥାରେ ରମ୍ଭା ଡିଆଁଡେଇଁ ଅଞ୍ଚଳର ଶ୍ରମିକ ରାଜେନ୍ଦ୍ର ନାହାକଙ୍କ ଅାଜି ମୃତ୍ୟୁ ଘଟିଛି। ରମେଶଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ସୋମବାର ତାଙ୍କ ଶରୀରର ପୋଡ଼ିଯାଇଥିବା ବେକ, ପିଠି, ଛାତ ଅାଦି ଜାଗାରେ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ତେବେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଅାଜି ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ କୁର୍ଣ୍ଣୁଲ ଘଟଣାରେ ମୃତ୍ୟୁସଂଖ୍ୟା […]
ନୂଆଦିଲ୍ଲୀ: କରୋନା ଭାଇରସ ପ୍ରତ୍ୟେକ ଦେଶ ପାଇଁ ସଙ୍କଟ ଡାକି ଆଣିଥିବାବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ଗରିବ ଲୋକଙ୍କୁ ସହାଯ୍ୟ କରିବା ପାଇଁ କହିଛନ୍ତି। ଇମ୍ରାନ୍ ଏହି ଇଚ୍ଛା ଟ୍ୱିଟରେ ସେୟାରେ କରିବା ପରେ ଖୁବ୍ ଟ୍ରୋଲ ହୋଇଛନ୍ତି। ବିଶେଷକରି ଭାରତୀୟ ଟ୍ୱିଟର ୟୁଜର୍ସମାନେ ତାଙ୍କୁ ଥଟ୍ଟାମଜା କରିବା ସହା ମଜାଦାର ମେମେସ୍ କରି ଶେୟାର କରିଛନ୍ତି। ଇମ୍ରାନ ଟ୍ୱିଟରରେ ଏକ ଖବର ସହ ଏକଥା ମଧ୍ୟ ଶେୟାର କରିଥିଲେ ଯେ ସେ ଭାରତର […]
କନୌଜ : କରୋନା ଭାଇରସର ପ୍ରକୋପ ଜାରି ରହିଥିଲେ ହେଁ ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି ଦେଶରେ ଲକ୍ଡାଉନ୍ର ନିୟମକୁ କିଛିଟା କୋହଳ କରାଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀମାନେ ଘରକୁ ଫେରୁଛନ୍ତି। ହେଲେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଲେ ଆଖିରେ ଲୁହ ରହିବନି। ଲକ୍ଡାଉନ୍ ସମୟରେ ଅର୍ଥାତ୍ ଗତ ମେ’ ମାସରେ ଏକ ପରିବାର ତାମିଲନାଡୁରୁ ଉତ୍ତରପ୍ରଦେଶର କନୌଜକୁ ଫେରିଥିଲେ। ୟୁପିରେ ପହଞ୍ଚିବା ପରେ ପରିବାର ଲୋକଙ୍କ ପାଖରେ କିଛି ଖାଇବାକୁ ନଥିଲା। ଖାଦ୍ୟ […]
ମୁମ୍ବାଇ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା ହୋଇଛନ୍ତି। ଜେଡ଼ିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଛନ୍ତି। ଏ ନେଇ ବିଜେଡ଼ି ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ। ଏନ୍ଡ଼ିଏ ପକ୍ଷରୁ ଆନୁଷ୍ଠାନିକ ଭାବେ ହରିବଂଶ ନାରାୟଣ ସିଂହଙ୍କ […]
ମୁମ୍ବାଇ: ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମୁମ୍ବାଇ- ପଲ୍ଘର ସମୂଦ୍ରକୂଳ ଅଂଚଳରୁ ଏକ ମାଛ ଧରାଯାଇଛି। ପଲ୍ଘର ଅଂଚଳର ଦୁଇ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୩୦କେଜି ଓଜନର ଏକ ମାଛ ଜାଲରେ ପଡିଥିଲା। ଏହା ପରେ ଦୁଇ ମତ୍ସଜୀବୀଙ୍କ ଖୁସି କହିଲେ ନସରେ। କାରଣ ଜାଲରେ ପଡିଥିବା ମାଛ ସୁସ୍ୱାଦୁ ହେବା ସହ ସେଥିରେ ଅନେକ ଔଷଧୀୟ ଗୁଣଥିଲା। ସ୍ଥାନୀୟ ଅଂଚଳରେ ସେ ମାଛକୁ […]
ସୋଲାପୁର: କରୋନା ଭାଇରସ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଥଣ୍ଡା ଜ୍ୱର ହେବାପରେ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ କରୋନା ହେବା ସେନ୍ଦହ କରି ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ସୋଲାପୁରର ନୂଆ ବୁଦ୍ଧ ପେଠ ଅଞ୍ଚଳରେ ରହୁଥିବା ସାରଦାବାଇ ଦୁଇ ଦିନ […]