କେନ୍ଦ୍ରାପଡ଼ା : ବିଲ ଗହୀର ମଝିରେ କୁଡିଅା ଘର। କିଛି ଅସଜଡା ନଡା ଅାଉ ଛିଣ୍ଡା ପଲିଥିନ୍କୁ ନେଇ ତିଅାରି ହୋଇଛି ଅସ୍ଥାୟୀ ଅାଶ୍ରୟସ୍ଥଳୀ। ଅାଉ ଏହାରି ଭିତରେ ରହୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଅସହାୟ ସହଦେବ ସେଠୀ। ଦିନ ରାତି, ୨୪ ଘଣ୍ଟା ଏହାରି ଭିତରେ ଅତି ଦୁଃସ୍ଥ ଦୟନୀୟ ଅବସ୍ଥାରେ ବିତୁଛି ତାଙ୍କର ଜୀବନ। ସହଦେବଙ୍କ ଏ ଅସହାୟତା ପାଇଁ ଦାୟୀ କୁଷ୍ଠ ରୋଗ। ସେ କୁଷ୍ଠ ରୋଗରେ ପୀଡ଼ିତ […]
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ କ୍ରିକେଟ୍ ଓ ତା’ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି। ଏପରିକି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍ ଜଗତର ତାରକାମାନେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଆର କାମ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ […]
ଗୁରୁଗ୍ରାମ: କରୋନା ଭାଇରସ ଯୋଗୁ ସବୁଠି ସପିଂ ମଲ୍ ଗୁଡିକ ବନ୍ଦ ରହିଛି। କିନ୍ତୁ ଅନଲକ୍ ପରଠାରୁ ଲକ୍ଡାଉନ୍ର ନିୟମ ଗୁଡିକୁ କିଛିଟା କୋହଳ କରାଯାଇଛି। ଏନେଇ ଆସନ୍ତା ସପ୍ତାହରୁ ହରିୟାଣାର ଗୁରୁଗ୍ରାମରେ ଥିବା ସପିଂ ମଲ୍ଗୁଡିକ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମଲ୍ଗୁଡିକ SOP(Standard Operating Procedures)ର ନିୟମଗୁଡିକୁ ଅନୁସରଣ କରି ସପିଂ ମଲ୍ଗୁଡିକ ଖୋଲିବେ। କିନ୍ତୁ ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ। ଏହା ସହିତ ଏନ୍ସିଆର ଅଞ୍ଚଳ ଗୁରୁଗ୍ରାମର କଣ୍ଟେନମେଣ୍ଟ ଜୋନ୍ ପାଇଁ […]
ଭୁବନେଶ୍ୱର : ଝଡ଼ତୋଫାନ, ବଜ୍ରପାତ ଓ ବର୍ଷାର ସତର୍କ ସୂଚନା ଜାରି। ରାତି ୧୨ଟା ଯାଏ ୧୦ଟି ଜିଲ୍ଲାକୁ ସାବଧାନ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର ,ଢେଙ୍କାନାଳ, ଅନୁଗୁଳ , ବାଲେଶ୍ୱର, ମଯୂରଭଞ୍ଜ,ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଯାଜପୁର ଓ ନୂଆପଡ଼ାକୁ ସତର୍କ ସୂଚନା ଦିଆଯାଇଛି। ବର୍ଷା ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସୂଚନା ରହିଛି।
କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ ଗତ ୪ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଅାଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅାଇନ ଶିକ୍ଷା ପରେ ଗୁଜରାଟ ହାଇକୋର୍ଟରୁ ଅାଇନଜୀବୀ ଭାବେ […]
ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଥିବାରୁ ଏହାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ପ୍ରସଙ୍ଗରେ ବହୁ ଦିନ ଧରି ଚୁପ୍ ରହିବା ପରେ ସେ ମୁହଁ ଖୋଲିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଯେକୌଣସି କାରଣରୁ ହେଉନା କାହିଁକି, କାହାକୁ ପିଟି ପିଟି ମାରିଦେବା, ବେଅାଇନ ଅଟେ। ଅାଇନ ଶୃଙ୍ଖଳା ବଜାୟ ରଖି ଦେଶର ପ୍ରତ୍ୟେକ […]
ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିରେ ଏବେ ନେପୋଟିଜିମ୍କୁ ନେଇ ବିବାଦ ଜାରି ରହିଛି। ଏନେଇ ସୋନୁ ନିଗମ ମ୍ୟୁଜିକ୍ କମ୍ପାନୀଗୁଡିକ ଦ୍ୱାରା କରାଯାଉଥିବା ମନଇଛା ରାଜନୀତିକୁ ଖୁଲାସା କରିଛନ୍ତି। ସୋନୁ ଇଣ୍ଡଷ୍ଟ୍ରିର ବଡ଼ ମ୍ୟୁଜିକ୍ କମ୍ପାନୀଗୁଡ଼ିକ ନାଁରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସେମାନେ ପ୍ରତ୍ୟେକ ଥର ସେମାନଙ୍କର ପ୍ରିୟ କଳାକାରମାନଙ୍କୁ ସୁଯୋଗ ଦେଉଛନ୍ତି। ସୋନୁଙ୍କ ଏଭଳି ବୟାନକୁ କେତେକ ସମର୍ଥନ କରୁଥିବାବେଳେ ଅନ୍ୟକେତେକ ବିରୋଧ ମଧ୍ୟ କରିଥିଲେ। କିନ୍ତୁ ଏବେ ସୋନୁ ନିଗମଙ୍କୁ ସମର୍ଥନ କରିଛନ୍ତି ଜଣାଶୁଣା […]
କେରଳ : କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଅାଜି ପୁଣି ବର୍ଷା ହେବାରୁ ଉଦ୍ଧାର ଓ ରିଲିଫ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ୧୪ ହଜାରରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୭ଟି ଜିଲ୍ଲାରେ ଅାଲର୍ଟ ଜାରି ହୋଇଥିବା ବେଳେ ଏର୍ନାକୁଲମ ଓ ତ୍ରିଶୁର ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି ହୋଇଛି। […]
ନାଗପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏନେଇ ସୁଶାନ୍ତଙ୍କର ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁଯାୟୀ, ଆତ୍ମହତ୍ୟା କରିଥିବା ୧୪ବର୍ଷର ବାଳକ ନାଗପୁର ସ୍ଥିତ ଜରିପଟକା ଅଞ୍ଚଳର ବାସିନ୍ଦା। ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲା। ଆମେମାନେ ସର୍ବଦା ତା’ର ମନରୁ ସୁଶାନ୍ତଙ୍କ କଥାକୁ ଦୂରେଇବା ପାଇଁ ଚେଷ୍ଟା କରୁଥିଲୁ। ପୋଲିସର […]
ମୁମ୍ବାଇ: ବଲିଉଡ୍ ସିନେମାରୁ ଆରମ୍ଭ କରି ନିଜର ବଡିକୁ ନେଇ ଚର୍ଚ୍ଚାରେ ରହୁଥିବା ସୁପରଷ୍ଟାର ସଲମାନ୍ ଖାନ୍ ଦେଶରେ ଚାଲୁଥିବା ଫିଟ୍ନେଶ୍ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ନିକଟରେ ସଲମାନ୍ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର୍ଙ୍କ ଫିଟନେଶ ଚ୍ୟାଲେଞ୍ଜ “ହମ ଫିଟ୍ ତୋ ଇଣ୍ଡିଆ ଫିଟ୍” କୁ ଗ୍ରହଣ କରି ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସଲମାନ୍ ଖାନ୍ ବିନା ଶାର୍ଟରେ ଏକ୍ସରସାଇଜ କରୁଥିବାର ଦେଖାଯାଉଛି। ସଲମାନ୍ଙ୍କ ପୂର୍ବରୁ ଦୀପିକା ପାଦୂକୋନ୍, ଅନୁଷ୍କା ଶର୍ମା ଓ […]
ମୁମ୍ୱାଇ: ମହାରାଷ୍ଟ୍ର ସରକାର କରୋନା ଭାଇରସ୍ ସମୟରେ ଡ୍ୟୁଟି କରିବାବେଳେ ପ୍ରାଣ ହରାଇଥିବା ପୋଲିସ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ପରିବାରକୁ ୬୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଅବସର ସମୟ ପର୍ଯ୍ୟନ୍ତ ସେମାନେ ସରକାରୀ କ୍ୱାର୍ଟର୍ରସରେ ରହିପାରବେ। ଏନେଇ ରାଜ୍ୟର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି। ସେ ଏକ ଭିଡିଓରେ କହିଛନ୍ତି ଯେ କରୋନା ଯୋଗୁ ପ୍ରାଣ ହରାଇଥିବା ପୋଲିସର ପରିବାରକୁ ସରକାର ସମ୍ପୂର୍ଣ୍ଣ ସାହାଯ୍ୟ କରିବେ। […]
ପ୍ରଦୀପ ଭାରତୀ ନୂଆଦିଲ୍ଲୀ/ଭୁବନେଶ୍ୱର: ନିଜ ପେଟ ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। କେବଳ ସେତିକି ନୁହେଁ ଶାସ୍ତ୍ରୀ ସୋଶାଲ ମିଡିଆରେ ମଧ୍ୟ ଟ୍ରୋଲ୍ର ଶିକାର ହୋଇଛନ୍ତି। ଯେହେତୁ ସେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଓ ଏବେକାର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ସେ ସଦା ସର୍ବଦା ଫିଟ୍ ରହିବା କଥା। କିନ୍ତୁ ତାଙ୍କ ପେଟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାଙ୍କର ପେଟୁଆ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ସମାଲୋଚକମାନେ ତାଙ୍କୁ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ବିୟୋଗକୁ ପ୍ରଶଂସକମାନ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପୁଣି ଏବେ ଆଉ ଏକ ଆତ୍ମହତ୍ୟାର ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆର ଟିକ୍ଟକ୍ କୁଇନ୍ ସିୟା କକ୍କର(୧୬) ଆତ୍ମହତ୍ୟା କରିଛନ୍ତି। ସିୟା ଟିକ୍ଟକ୍ର ଜଣେ ଲୋକପ୍ରିୟ ସେଲିବ୍ରିଟି ଥିଲେ। ଏ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। View this […]
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ପରଠାରୁ ତାଙ୍କର ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ ଥିଲେ। ପୂର୍ବରୁ ଖବର ଥିଲା ଯେ ଏହି ଫିଲ୍ମଟି ଓଟିଟି(OTT) ଫ୍ଲାଟଫର୍ମରେ ମୁକ୍ତିଲାଭ କରାଯିବ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମଟି ଆସନ୍ତା ଜୁଲାଇ ୨୪ରେ ରିଲିଜ୍ କରାଯିବ। ସୁଶାନ୍ତଙ୍କ ଶେଷ ଫିଲ୍ମ‘ଦିଲ୍ ବେଚାରା’କୁ ଡିଜନି ପ୍ଲସ୍ ହଟଷ୍ଟାର୍ରେ ରିଲିଜ୍ କରାଯିବ। ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଡିଜନି […]
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡିଛି। ରାଜଧାନୀରେ ପ୍ରବଳ ବର୍ଷା ହେବା ପରେ ଇସ୍କନ ସହ ନୂଅାପଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଛି। ଗଣ୍ଡମୁଣ୍ଡା ଅଞ୍ଚଳରେ ମଧ୍ୟ ବର୍ଷା ପାଣି ଜମି ରହିଥିଲା। ଅନେକ ସ୍ଥାନରେ ଅାଣ୍ଠୁଏ ଉଚ୍ଚର ପାଣି ଚାଲିଛି। ସେହିପରି ଜୟଦେବ ବିହାର, ଓଲଡ୍ ଟାଉନ୍, କଳ୍ପନା, ଶାସ୍ତ୍ରୀ ନଗର ଅଞ୍ଚଳର ଅଧିକାଂଶ ସ୍ଥାନ ପାଣି ଘେରରେ ରହିଛି। ଅାଜିଠାରୁ ରାଜ୍ୟରେ ବଢିପାରେ ବର୍ଷାର […]
ଫ୍ଲୋରିଡା : ଅାରମ୍ଭ ହୋଇଛି ବିଶ୍ୱର ପ୍ରଥମ ସୌର ଅଭିଯାନ। ଭାରତୀୟ ସମୟ ଦିନ ଗୋଟାଏ ବେଳେ ଉତ୍କ୍ଷେପଣ ହୋଇଛି ମହାକାଶ ଯାନ ‘ପାର୍କର୍ ସୋଲାର୍ ପ୍ରୋବ୍’। ଅାମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ୍ ବାୟୁସେନା ଘାଟିରୁ ନାସା ଏହାକୁ ଉତକ୍ଷେପଣ କରିଛି। ଡେଲ୍ଟା ଫୋର୍ ହେଭି ରକେଟ୍ ସାହାଯ୍ୟରେ ଏହାର ଉତ୍କ୍ଷେପଣ ହୋଇଛି। ଏହି ଅନ୍ତରୀକ୍ଷ ଯାନ ସୂର୍ଯ୍ୟର ଚାରିପାଖରେ ଥିବା କୋରୋନାର ତାପମାତ୍ରାର ଅାକଳନ କରିବ। କୋରୋନାରେ ତାପମାତ୍ରା ସୂର୍ଯ୍ୟପୃଷ୍ଠର ତାପମାତ୍ରା ଠାରୁ ପ୍ରାୟ […]
କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ୮୯ ବର୍ଷୀୟ ସୋମନାଥ ଚାଟାର୍ଜୀଙ୍କୁ ଶନିବାର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିବା ସୋମନାଥ ଚାଟାର୍ଜୀ ବର୍ତ୍ତମାନ କୌଣସି ଦଳରେ ନାହାନ୍ତି। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୬୮ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କ ବିୟୋଗରେ ତାଙ୍କ ପରିବାର ସଦସ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ସହଜରେ ସୁଶାନ୍ତଙ୍କ ବିୟୋଗକୁ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ନିଷ୍ଠାପର କାର୍ଯ୍ୟ ଓ ନିଆରା ଷ୍ଟାଇଲ୍ ଯୋଗୁ ଲୋକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସୁଶାନ୍ତଙ୍କ ପ୍ରଶଂସକମାନେ ସର୍ବଦା ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ପ୍ରାର୍ଥନା ସଭା ସହ ଜଡ଼ିତ ଏକ ଫଟୋ ଯାହା ସୋସିଆଲ ମିଡିଆରେ ଖୁବ୍ […]
ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ନୋବେଲ ବିଜେତା ସାହିତ୍ୟକ ଭି.ଏସ୍. ନାଇପଲ୍ଙ୍କ ପରଲୋକ। ଗତକାଲି ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ନାଇପଲ୍ଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଏକ ବିବୃତିରେ ନାଇପଲଙ୍କ ପରଲୋକ ସଂପର୍କରେ ପରିବାର ଲୋକେ ଘୋଷଣା କରିଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। A House of Mr Biswas, A Bend in the River, In a Free State, An Area of Darkness, […]
ରାୟପୁର: ଯେମିତି ସ୍ୱୟମ୍ବରରେ ଦେବୀ ସୀତା ପ୍ରଭୁ ରାମଚନ୍ଦ୍ରଙ୍କୁ ବାଛିଥିଲେ, ଠିକ୍ ସେମିତି ସ୍ୱୟମ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କିଏ ହେବ ବଛାଯିବ। କଥାଟା ଶୁଣିକି ଟିକେ ଖଟ୍କା ଲାଗୁଥିଲେ ମଧ୍ୟ ଏହା ସତ। ଏକଥା ଆମେ କହୁନୁ ଏହା କହିଛନ୍ତି ଛତିଶଗଡ଼ର ବିରୋଧୀ ଦଳ ନେତା ଟି.ଏସ୍. ସିଂ ଦେଓ। ସେ କହିଛନ୍ତି ଦେବୀ ସୀତା ଯେପରି ସ୍ୱୟମ୍ବରରେ ଭଗବାନ ରାମଙ୍କୁ ବାଛିଥିଲେ, ଠିକ୍ ସେହିଭଳି ବିଧାନସଭା ନିର୍ବାଚନ ପରେ ‘ସ୍ୱୟମ୍ବର’ ମାଧ୍ୟମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ […]