ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ୨୦୧୯ ପାଇଁ ଆଜି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ମିରଟରେ ଏକ ସାଧାରଣ ସଭାକୁ ସେ ଉଦବୋଧନ ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣାର ୧୮ ଦିନ ପରେ ମୋଦି ପ୍ରଥମ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ବିରୋଧୀଙ୍କୁ ମୋଦି କଡ଼ା ଭର୍ତ୍ସନା କରିଛନ୍ତି। ଏହାସହ ସର୍ଜିକାଲ ଷ୍ଟ୍ରାଇକ୍, ଆତଙ୍କବାଦୀ ପ୍ରସଙ୍ଗ ସେ ଉଠାଇଛନ୍ତି। ଏନ୍ଡିଏର ଜନ ଧନ ଆକାଉଣ୍ଟକୁ ମୋଦି ପ୍ରଶଂସା କରିବା ସହିତ […]
ପାଟନା : ପୁଣି ଜେଲ ଯିବେ ଅାରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ଅାବେଦନକୁ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ଅଗଷ୍ଟ ୩୦ସୁଦ୍ଧା ରାଞ୍ଚିର ଜେଲ ଅଧିକାରୀଙ୍କ ନିକଟରେ ଅାତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଲାଲୁଙ୍କ ଜାମିନ ଅବଧିକୁ ଦୁଇଥର ବୃଦ୍ଧି କରାଯାଇଥିଲା। ଲାଲୁ ଯାଦବ ନିୟମିତ ଜାମିନ ସହ ଅାଉ ତିନିମାସ ଅତିରିକ୍ତ ସମୟ ଜାମିନ ପାଇଁ କୋର୍ଟରେ ଅାବେଦନ କରିଥିଲେ। ଲାଲୁ […]
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍ ଏ ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ବ୍ଲାକ୍ ଲିଷ୍ଟେଡ୍ କରିବାକୁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ବ୍ରିଟେନ ଓ ଫ୍ରାନ୍ସ ସହାୟତାରେ ଆମେରିକା ଏହି ଚେଷ୍ଟା କରୁଛି। ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ମସୁଦ ବିରୋଧରେ ଭ୍ରମଣ କଟକଣା ଓ ଆର୍ଥିକ କଟକଣା ଲଗାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି। ତା’ ସଂପତ୍ତି ବ୍ୟାଜ୍ୟାପ୍ତି କରିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ, […]
ନୂଆଦିଲ୍ଲୀ: ସାମସଙ୍ଗ୍ କମ୍ପାନି galaxy j2 ମଡେଲ୍କୁ ବଜାରକୁ ଛାଡ଼ିଛି। ଏହି ସ୍ମାର୍ଟଫୋନ୍ android go ପ୍ଲାଟ୍ଫର୍ମରେ ଚାଲୁଥିବା କମ୍ପାନିର ପ୍ରଥମ ସ୍ମାର୍ଟଫୋନ୍। ଏହି ଫୋନ୍କୁ ଭାରତ ସମେତ ମାଲେସିଆରେ ଲଞ୍ଚ କରାଯାଇଛି। ଏହି ଫୋନ୍ରେ android 8.1 oreo (go edition) ଫିଚର ରହିଛି। ଏହାର ଦର ୭ ହଜାର ଟଙ୍କାରୁ ମଧ୍ୟ କମ୍ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସାମ୍ସଙ୍ଗ ଗ୍ୟାଲେକ୍ସି j2 coreର ବିଶେଷତ୍ୱ ୫ଇଞ୍ଚର ଡିସ୍ପ୍ଲେ ସ୍କ୍ରିନ୍ କ୍ୱାଡ୍କୋର exynos […]
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କ ବିଜୟକୁ ନାକଚ କରିବା ପାଇଁ ଅାଗତ ଅାବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସକ ତୃଣମୂଳ କଂଗ୍ରେସର ବୋଲି ଅଭିଯୋଗ ହୋଇଥିଲା। ନିର୍ବାଚନ ବେଳେ ଅନ୍ୟମାନଙ୍କୁ ନାମାଙ୍କନ ଦାଖଲ କରିବା ପାଇଁ ସୁଯୋଗ ଦିଅାଯାଇ ନଥିଲା। ଏନେଇ ବିଜେପି ଓ ସିପିଏମ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ତିନିଜଣିଅା […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପିଆନ ଏବଂ ହନ୍ଦଓ୍ୱାଡାରେ ସେନାର ଅପରେସନ ଅଲଆଉଟ୍ ଜାରି ରହିଛି। ସେନା, ସିଆରପିଏଫ୍ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋପିଆନର କେଲେରରେ ମିଳିତ ଅପରେସନ କରାଯାଇଥିଲା। ଏବେ ବି ସେହି ଅଞ୍ଚଳରେ ୪ରୁ ୬ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ତଲାସୀ ଜାରି ରହିଛି। ହଣ୍ଡଓ୍ୱାରାରେ ମଧ୍ୟ ଦୁଇ ଆତଙ୍କବାଦୀଙ୍କୁ […]
ମୁମ୍ବାଇ: ବଲିଉଡ୍ରେ ହେବାକୁ ଯାଉଛି ଏକ ଗ୍ରାଣ୍ଡ ମ୍ୟାରେଜ୍ ସେରମନି। ସେ ପୁଣି କୌଣସି ମାମୁଲି କଳାକାରଙ୍କର ନୁହେଁ। ବଲିଉଡ୍ ତଥା ହଲିଉଡ୍ ଜଗତର ଚର୍ଚ୍ଚିତ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ଘରେ ବାଜିବ ସାହାନାଇ। ନିକ୍ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରାଙ୍କର ନିର୍ବନ୍ଧ ସରିବା ପରେ ଆରମ୍ଭ ହୋଇଯାଇଛି ତାଙ୍କ ବାହାଘରକୁ ନେଇ ଗସିପ୍। ଫ୍ୟାନ୍ମାନେ ବି ଚାତକ ପରି ଚାହିଁରହିଛନ୍ତି କେବେ ପକାହେବ ଦୁହିଁଙ୍କ ବାହାଘର ଡେଟ୍। ଚର୍ଚ୍ଚା ହେଉଛି ଯେ ବାହାଘରକୁ ନେଇ ଉଭୟ […]
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା। ବିଜେପି ପକ୍ଷରୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଅାୟୋଜିତ ହେଉଛି ଏହି ପ୍ରାର୍ଥନା ସଭା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଭାରେ ଯୋଗ ଦେଇଛନ୍ତି। ଏଥିରେ ବିଜେପି ବ୍ୟତୀତ ବିଜେଡି, କଂଗ୍ରେସ ସହ ଅନ୍ୟ ଦଳର ପ୍ରମୁଖ ନେତା ଓ ବିଧାୟକ ମାନେ ଯୋଗ ଦେଇଛନ୍ତି। ଗତକାଲି ବିଜେପି ପକ୍ଷରୁ ପୁରୀ ମହୋଦଧିରେ ବାଜପେୟୀଙ୍କ ଚିତାଭସ୍ମ […]
ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଆବଶ୍ୟକ। ହର୍ମୋନ୍ଠୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ପ୍ରୋଟିନ୍ର ଆବଶ୍ୟକତା ରହିଛି। ଯଦି ଶରୀରରେ ପ୍ରୋଟିନ୍ର ମାତ୍ରା କମିଯାଏ ତେବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ। ଯାହାର ପ୍ରଭାବ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଉପରେ ପଡ଼ିଥାଏ। ଯଦି ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା ଠିକ୍ ଭାବରେ ନ ହୁଏ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ଶରୀରରେ ପ୍ରୋଟିନ୍ ମାତ୍ରା କମିବା ଫଳରେ କ’ଣ କ’ଣ ସମସ୍ୟା […]
– ଓମ୍ପ୍ରକାଶ ସାହୁ ଆମେ ଈଶ୍ୱରଙ୍କୁ କେବେ ଦେଖିନୁ। କିନ୍ତୁ ‘ସାକ୍ଷାତ ଈଶ୍ୱର’ ଙ୍କ ସେବା ଯତ୍ନରେ ବଡ଼ ହୋଇଛୁ। ଆପଣ ଯେତେବେଳେ ଦୁଃଖରେ ପଡ଼ନ୍ତି ସେତେବେଳେ କେବଳ ବାପା ମା’ ହିଁ ଭାଙ୍ଗି ପଡ଼ନ୍ତି ଆଉ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି। ଆପଣକୁ ଯେଉଁମାନେ ଜନ୍ମ ଦେଇଛନ୍ତି ତାଙ୍କୁ ଅଣଦେଖା କରିବାର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ଏପରି ନ ହେଲେ ,ଏ ଦୁନିଆରୁ ନ୍ୟାୟ କୁଆଡ଼େ ହଜିଯିବ। ବାପା ମା’ଙ୍କ ମନରେ କଷ୍ଟ ଦେଲେ […]
ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମିବାରେ ଲାଗିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ ସ୍ୱଚ୍ଛ ବାୟୁ ଦ୍ୱାରା ମଣିଷ ସୁସ୍ଥ ରହେ। କିନ୍ତୁ ଆଜିକାଲି ବାୟୁ ପ୍ରଦୂଷଣ ବଢ଼ିବାରୁ ଭାରତୀୟମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଭାରତୀୟମାନଙ୍କର ଆୟୁଷ ୧.୫୩ ବର୍ଷ ପର୍ଯ୍ୟନ୍ତ କମ୍ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଓ ଦୁନିଆରେ ଜୀବନର ଅବଧି ଉପରେ ଆମେରିକାର ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ। ବାୟୁମଣ୍ଡଳରେ ଥିବା […]