• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧିୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଘି କୁଆଁରୀରେ ଆମିନୋଏସିଡ୍‌, ଆଇରନ୍, ପଟାସିୟମ୍‌, କ୍ୟାଲ୍‌ସିୟମ୍‌ ରହିଛି। ଏଥିରେ ଭିଟାମିନ୍‌ B, C, E ଓ ଫଲିକ୍‌ ଏସିଡ୍‌ ମଧ୍ୟ ରହିଛି। ଏହାର ଆନାଲ୍‌ଜେସିକ୍‌ ଓ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ମଧ୍ୟ ରହିଛି। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହା ଉପରେ ଏବେ ମଧ୍ୟ ଗବେଷଣା ଜାରି ରହିଛି।

ତେବେ ପଢ଼ନ୍ତୁ ଏହାକୁ କିପରି ବ୍ୟବହାର କରି ଏହାର ଲାଭ ଉଠାଇ ପାରିବେ

ବ୍ରଣ ଦୂର କରିଥାଏ- ଅନେକଙ୍କର ବ୍ରଣ ସମସ୍ୟା ରହିଥାଏ। ତେଣୁ ଆଲୋବେରା ଜୁସ୍‌ ପିଇବା ଦ୍ୱାରା ବ୍ରଣ ଭଲ ହେବା ସହ ତ୍ୱଚାର ଔଜଲ୍ୟ ବୃଦ୍ଧି ପାଇଥାଏ। ମୁହଁରେ ଅଲୋବେରା ଜେଲି ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଦିଶିଥାଏ।

ଖଣ୍ଡିଆ ବା ଘା’ ଭଲକରେ- ଯଦି ଆପଣଙ୍କର କେଉଁଠି ଖଣ୍ଡିଆ ହେଇଯାଇଛି ବା କୌଣସି ବିଷାକ୍ତ ପୋକ କାମୁଡ଼ି ଦେଇଛି ତାହାଲେ ଜଳା ପୋଡ଼ାରୁ ରକ୍ଷା ପାଇବା ପାଇଁ ଆଲୋବେରା ଖାଆନ୍ତୁ। ଏକ ପତ୍ରକୁ କାଟି ଏହାର ରସ କ୍ଷତ ସ୍ଥାନରେ ମଧ୍ୟ ଲଗାନ୍ତୁ। ଏହା ଦ୍ୱାରା କ୍ଷତ ସ୍ଥାନ ଶୀଘ୍ର ଶୁଖିଯିବ।

ଚୁଟି ଝଡ଼ିବା ଦୂର କରେ- ପ୍ରାୟ ସମସ୍ତଙ୍କର କମ୍‌ ବୟସରୁ ଚୁଟି ଝଡ଼ିବା ସମସ୍ୟା ଦେଖାଦେଇଥାଏ। ଅନେକ ଏଥିପାଇଁ ଉପଚାର କରି ବଫଳ ମଧ୍ୟ ହୋଇଥାନ୍ତି। ଆଲୋବେରା ଆମ ଚୁଟି ପାଇଁ ଅନେକ ଉପକାରୀ ହୋଇଥାଏ। ଏହାକୁ ଆପଣ ଚୁଟିର ମୁଳରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଧୀରେ ଧୀରେ ଚୁଟି ଝଡ଼ିବା ବନ୍ଦ ହେବା ସହ ଉଜ୍ୱଳ ମଧ୍ୟ ଦେଖାଯିବ। ମୁଣ୍ଡରେ ରୁପି ହୋଇଥିଲେ ମଧ୍ୟ ଏହି ଉପାୟରେ ଉପକାର ମିଳିବ।

ଆଣ୍ଠୁଗଣ୍ଠି ପୀଡ଼ା ବନ୍ଦ କରେ- ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ଦରଜ ହେଉଛି ବା ପୀଡ଼ା ହେଉଛି ତାହଲେ ସେହି ସ୍ଥାନରେ ଆଲୋବେରା ଲଗାନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।

ମୋଟାପଣ କମାଏ- ଆପଣ ମୋଟାପଣ କମାଇବାକୁ ଅନେକ କସରତ ବା ଡାଏଟିଂ କରି ଥକି ଯାଇଛନ୍ତି କି? ତାହାଲେ ଆପଣ ଆଲୋବେରା ଖଆନ୍ତୁ। ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାକୁ ସାହାଯ୍ୟ କରିବ।

ଦାନ୍ତ ସମସ୍ୟା ଦୂର କରେ- ଦାନ୍ତରେ ହେଉଥିବା ବିଭିନ୍ନ ସମସ୍ୟା ଯେମିତିକି ଦାନ୍ତ ମୂଳ ଦରଜ, ଦାନ୍ତ ବିନ୍ଧିବା, ପୋକ ଖାଇବା ଇତ୍ୟାଦି ସମସ୍ୟା ଦୂର କରିଥାଏ। ଏହା ସହ ଆଲୋବେରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ- ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ପାଚନ ସମସ୍ୟା ସମାଧାନ କରିଥାଏ। ଶରୀରର ପିଏଚ୍‌ ସ୍ତର ଉପରେ ଆମର ସୁସ୍ଥତା ନିର୍ଭର କରିଥାଏ। ଏହି ଜୁସ୍‌ର ଆଲ୍‌କାଲାଇନ୍‌ ଗୁଣ ରହିଥିବାରୁ ଶରୀରର ପିଏଚ୍‌ ସ୍ତରକୁ ଠିକ୍‌ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ- ଆଲୋବେରା ଡାଇବେଟିସ ରୋଗୀଙ୍କ ପାଇଁ ବରଦାନ ସଦୃଶ କାମ କରିଥାଏ। ଏହାର ଜୁସ୍‌ ପିଇଲେ ରକ୍ତରେ ଶର୍କରାସ୍ତର ନିୟନ୍ତ୍ରିତ ରହିଥାଏ। ଏହା କିଡ୍‌ନୀ ଓ ଲିଭର ସହ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା କୋଲେଷ୍ଟ୍ରୋଲ ମଧ୍ୟ କମ୍‌ କରିଥାଏ।

ତେବେ ଏହାର ଜୁସ୍‌ ପିଇବା ଆଗରୁ ଆପଣ ଆୟୁର୍ବେଦିକ୍‌ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍‌। ଏହାର ଜୁସ୍‌ ବଜାରରେ ଔଷଧ ଆକାରରେ ମଧ୍ୟ ଉପଲବ୍ଧ ହେଲାଣି। ବଡ଼ ବଡ଼ ଆୟୁର୍ବେଦିକ୍‌ ଔଷଧ ନିର୍ମାତା ଏହାର ଜୁସ୍‌ ପ୍ରସ୍ତୁତ କରି ବଜାରକୁ ଛାଡ଼ିଛନ୍ତି।