ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଯୋଦେଇଥିବାରୁ ଏବେ ତାଙ୍କ ଓ ସଂସଦରେ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। କନିକା ବ୍ରିଟେନରୁ ଫେରି ଯେଉଁ ପାର୍ଟିର ଆୟୋଜନ କରିଥିଲେ, ସେଥିରେ ବିଜେପି ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂହ ଯୋଗଦେଇଥିଲେ। ଏହି ପାର୍ଟିରେ ଯେଉଁମାନେ ଯୋଗଦେଇଥିଲେ, ସେମାନଙ୍କୁ କନିକାଙ୍କ ଠାରୁ କରୋନା ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ତେବେ […]
ମୁମ୍ୱାଇ : ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଆଜି ସକାଳ ୫ଟା ବାଜି ୩୦ରେ ଚାରି ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍ରେ ଫାଶୀ ଦିଆଯାଇଛି। ୪ ଦୋଷୀଙ୍କୁ ଫାଶୀ ପରେ ଦେଶର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିରୁ ବାଦ୍ ଯାଇ ନାହାନ୍ତି ବଲିଉଡ୍ ଷ୍ଟାର୍। ତେବେ ନ୍ୟାୟ ମିଳିବା ପରେ ବି ଆଇନ୍ ଦୁର୍ବଳତାକୁ କଟାକ୍ଷ କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। କେଉଁ ଷ୍ଟାର୍ […]
ଭୁବନେଶ୍ୱର: କ୍ଷୀରରେ ହଳଦୀ ମିଶାଇ ପିଇବା ଏକ ପୁରଣା ପ୍ରକ୍ରିୟା। ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ଘରର ବୟସ୍କ ବ୍ୟକ୍ତିମାନେ ଏହାକୁ ପିଇବା ସହିତ ଅନ୍ୟ ସଦସ୍ୟଙ୍କ ମଧ୍ୟ ହଳଦି ମିଶା କ୍ଷୀର ପିଇବାକୁ କୁହନ୍ତି। ହଳଦି ମିଶା କ୍ଷୀର ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏହା କେମିତି ଆସନ୍ତୁ ଜାଣିବା। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଓ ହଳଦୀରେ ଥିବା ଔଷଧୀୟ ଗୁଣର ମିଶ୍ରିଣ ହେଲେ ଏହା ଔଷଧ ଭଳି କାମ […]
ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଭାରତୀୟ ରେଳ ବାଇ ବଡ଼ ପଦକ୍ଷେପ ନେଇ ପ୍ରାୟ ୨୦୦ଟି ଟ୍ରେନ୍କୁ ବାତିଲ କରିଛି। ତେବେ ଏତେ ସଂଖ୍ୟକ ଟ୍ରେନ୍ ଚଳାଚଳ ବାତିଲ ହେବା ଯୋଗୁ ମାର୍ଚ୍ଚ ମାସରେ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂଖ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି। ନର୍ଦନ ରେଲୱେରେ ୧ରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ୫ମ ମୁଣ୍ଡ ନେଇଛି। ଆଜି ଜଣେ ଇଟାଲୀୟ ନାଗରିକ କରୋନାରେ ଆକ୍ରାନ୍ତ ହୋଇ ରାଜସ୍ଥାନର ଜୟପୁରରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୬୯ ବର୍ଷ। ସେ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏଥିପାଇଁ ତାଙ୍କୁ ସୱାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରୁ ଧୀରେ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ସଚେତନତାର ଅଭାବ ଯୋଗୁ ଲୋକେ ଅଯଥା ଚିନ୍ତିତ ହେଉଛନ୍ତି। ଯଦି ସଜାଗ ରହିବା ଓ କରୋନା ସଂକ୍ରମଣକୁ ରୋକିବା ଦିଗରେ ପ୍ରସ୍ତୁତି ଚଳାଇବା ତେବେ ଏହି ରୋଗ ନିଶ୍ଚିତ ଭାବେ ପରାଜିତ ହେବ। କରୋନା ପାଇଁ ସ୍ଥିତି ଏମିତି ହୋଇଛି ଯେ ଯଦି କେହି ସର୍ବସାଧାରଣ ସ୍ଥାନରେ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି, ଲୋକେ […]
ମୁମ୍ୱାଇ: ସୋସିଆଲ୍ ମିଡିଆରେ କରୋନା ଭାଇରସ୍ ସମ୍ପର୍କିତ ସଚେତନତା ବାର୍ତ୍ତା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ସେଫ୍ ହ୍ୟାଣ୍ଡସ୍’ର ଚ୍ୟାଲେଞ୍ଜ ରଖାଯାଇଛି। ଏଥିପାଇଁ ଦୀପିକା ପାଦୁକୋନ୍, ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ଅନେକ ଭାରତୀୟ ଅଭିନେତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ହାତ ମିଳାଇ ଲଗାତାର ଭାବରେ ଫ୍ୟାନ୍ସଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏହି ଅଭିଯାନରେ ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜାହାନ୍ ମଧ୍ୟ ସାମିଲ ହୋଇଛନ୍ତି। କରୋନା ଭାଇରସ୍ରୁ […]
ଭୁବନେଶ୍ୱର: ମାଢ଼ିରୁ ରକ୍ତସ୍ରାବ ହେବା ଏକ ସାଧାରଣ ସମସ୍ୟା। ସାଧାରଣ ଚିକିତ୍ସା କଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ। ତେବେ ଆସନ୍ତୁ ଜାଣିବା ଏହାର ଘରୋଇ କିଛି ଉପଚାର। ଆପଣଙ୍କ ରୋଷେଇ ଘରେ ଏମିତି ଅନେକ ଜିନିଷ ଅଛି, ଯାହା ଏହି ସମସ୍ୟାକୁ ସହଜରେ ଦୂର କରିପାରିବ। ମାଢ଼ିରୁ ରକ୍ତସ୍ରାବର ଲକ୍ଷଣ ଓ କାରଣ: ଭିଟାମିନ୍ ‘ସି’ର ଅଭାବ, ଯକୃତ ସମ୍ବନ୍ଧୀୟ ରୋଗ, କର୍କଟ, ଭିଟାମିନ୍ ‘କେ’ ଅଭାବ, ମହିଳାମାନଙ୍କର ହରମୋନ୍ରେ ପରିବର୍ତ୍ତନ ଓ ପାଟିର […]
ଅମୃତସର: ପଞ୍ଜାବର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିଲା କି ନାହିଁ, ତା’ର ପରୀକ୍ଷା କରାଯାଇଥିଲା ପରୀକ୍ଷା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚର ନିର୍ଦ୍ଦେଶକ ଜଗତା ରାମ କହିଛନ୍ତି, “ବୁଧବାର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ […]
ଗୋରଖପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭାକ୍ସିନ ବା ଔଷଧ ତ ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେବେ ଭାରତରେ କରୋନା ମୁକାବିଲା ପାଇଁ ଏକ ଅଭିନବ ଉପାୟ ବାହାର କରାଯାଇଛି। ଆଜି ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଛି। ଗୋରଖନାଥ ମନ୍ଦିରରେ ଯଜ୍ଞ ସହ ମନ୍ତ୍ର ପାଠ କରାଯାଇଛି। ମନ୍ଦିରର ଯଜ୍ଞଶାଳାରେ ବୈଦିକ ରୀତିନୀତିରେ ଏହି ଯଜ୍ଞକାମ ସମ୍ପନ୍ନ ହୋଇଛି। ଏହି ଶାନ୍ତି ଯଜ୍ଞରେ ୫୧ […]
ନୂଆଦିଲ୍ଲୀ: ପୁଣିଥରେ ଭାରତରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁରୁଗ୍ରାମରେ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେଆ ୧୫୯ରେ ପହଞ୍ଚିଛି। ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ୪ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ତେବେ ସେମାନଙ୍କ ରକ୍ତ ନମୁନାକୁ ଅଧିକ ପରୀକ୍ଷା ପାଇଁ ସୱାଇ ମାନସିଂ ହସ୍ପିଟାଲକୁ ପଠାଯାଇଛି। ସେହିପରି ମହାରାଷ୍ଟ୍ରର ପିମପିର ଛିଞ୍ଚୱାଡରେ ଜଣେ ୨୧ ବର୍ଷୀୟ ଯୁବକଙ୍କ […]