ନୂଆଦିଲ୍ଲୀ: ବାଲକୋନୀରୁ ଶୁଭିଲା ତାଳି, ଥାଳି ଏବଂ ଘଣ୍ଟିର ଶବ୍ଦ। କାହା କାହା ହାତରେ ଥିଲା ଥାଙ୍କ ୟୁ ଏବଂ ଧନ୍ୟବାଦ ଲେଖାଥିବା କିଛି କାଗଜ। ଏଭଳି ଭାବେ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ। ଏଥିପାଇଁ ଅଧିକାଂଶ ତାଳି ବଜାଉଥିବାବେଳେ ଥାଳି ଓ ଚାମଚର ଯୁଗଳବନ୍ଦୀ ମଧ୍ୟ ଦାଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, କରୋନା ବ୍ୟାପିବାରେ ଲାଗିଥିବାବେଳେ ହଜାର ହଜାର ଲୋକ ବିଭିନ୍ନ ଜରୁରୀକାଳୀନ ସେବା କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ଧନ୍ୟବାଦ ଜଣାଇବା […]
ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଅତ୍ୟାବଶକୀୟ ସେବାକୁ ଛାଡ଼ି ଦିଲ୍ଲୀର ସମସ୍ତ ସୀମା ସିଲ୍ ହେବ। ଜୁରୁରୀକାଳୀନ ସେବା ବ୍ୟତିତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ଆଜି ଘୋଷଣା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ କେଜ୍ରିୱାଲ୍। ପରେ ଯଦି ସରକାର କୌଣସି ସେବାକୁ ଜରୁରୀ ବୋଲି ଭାବନ୍ତି ତେବା ଏହା ପରେ ଚାଲୁ […]
ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଦେଶର ୭୫ଟି ଜିଲ୍ଲାରେ ଲକ୍ଡାଉନ୍ ଲାଗୁ ହେବ। ଏହି ସବୁ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବା ଚାଲୁ ରହିବ। କରୋନା ଆକ୍ରାନ୍ତଙ୍କୁ ଆଖି ଆଗରେ ରଖି ଏହି ସବୁ ଜିଲ୍ଲାଙ୍କୁ ଚିହ୍ନଟ କରାଯାଇଛି। ସାରା ଦେଶରେ ଏଭଳି ୭୫ଟି ଜିଲ୍ଲା ଚିହ୍ନଟ କରାଯାଇଛି। ଏହି କଟକଣା ଆସନ୍ତା ମାର୍ଚ୍ଚ ୩୧ ଯାଏ ରହିବ। କ୍ୟାବିନେଟ୍ ସଚିବ ରାଜୀବ ଗୌବା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସଚିବ ପିକେ ମିଶ୍ର ଏକ […]
ଆମେରିକା: ଘରେ ରହିବା, କରୋନା ଭାଇରସକୁ ମାତ୍ ଦେବା। ଏହି ନାରାରେ ଆଜି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ। ଭାରତରେ ଜନତା କର୍ଫ୍ୟୁ ଆମେରିକାକୁ ମଧ୍ୟ ବଡ ଶିକ୍ଷା ଦେଇଛି। ଏବେ ଆମେରିକା ମଧ୍ୟ ନିଜ ନାଗରିକମାନଙ୍କୁ ଅଧିକରୁ ଅଧିକ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି। ହ୍ୱାଇଟ ହାଉସ୍ ଟୁଇଟ୍ କରିଛନ୍ତି ଯେ ଘରେ ରୁହନ୍ତୁ ଏବଂ ନିଜ ସୁରକ୍ଷିତ ରୁହନ୍ତୁ। ବର୍ତ୍ତମାନର ସମୟ ହେଉଛି ରାଷ୍ଟ୍ର ପାଇଁ ତ୍ୟାଗର ସମୟ, ଏବଂ […]
ରାୟପୁର: ସାରା ଦେଶ ମହାମାରୀ କରୋନା ଭାଇରସ୍ ସହିତ ଲଢୁଥିବା ବେଳେ ଦେଶ ପାଇଁ ଏକ ଦୁଃଖଦ ଖବର ଆସିଛି। ଛତିଶଗଡ଼ ସୁକ୍ମାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏଥିରେ ୧୭ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନକ୍ସଲଙ୍କ ସହ ଯବାନଙ୍କର ଏପରି ମୁହାଁମୁହିଁ ହୋଇଥିଲା। ଏଥିରେ ଏହି ୧୭ ଯବାନଙ୍କ ପତ୍ତା ମିଳିନଥିଲା। ରବିବାର ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯବାନମାନେ ଶନିବାର ନକ୍ସଲଙ୍କ […]
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ଦେଲେ ବିରୁଷ୍କା। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତକାଲି ଏକ ଭିଡିଓ ମାଧ୍ୟମରେ କୋଭିଡ-୧୯ ମହାମାରୀ ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓରେ କୋହଲି ଏବଂ ଅନୁଷ୍କା ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଦୁହେଁ କହିଛନ୍ତି , ବର୍ତ୍ତମାନ ସମୟ ହେଉଛି ସରକାରଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ଏବଂ […]
ନୂଆଦିଲ୍ଲୀ: ଆସନ୍ତା ୩୧ ମଧ୍ୟରାତ୍ର ଯାଏ ଦେଶରେ ଗଡ଼ିବନି କୌଣସି ଟ୍ରେନ୍। କରୋନା ଭାଇରସ ସଂକ୍ରମଣ ମୁକାବିଲା ପାଇଁ ଭାରତୀୟ ରେଲୱେ ବୋର୍ଡ ଏଭଳି ବଡ଼ ନିଷ୍ପତ୍ତି ନେଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ବି ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ […]
ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ। ପାଟନା ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୩୮ ବର୍ଷିୟ ଯୁବକ। ଯୁବକଜଣକ ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପାଟନା ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ଦୁଇ ଦିନ ତଳେ ହିଁ ସେ କୋଲକାତାରୁ ଫେରିଥିଲେ। ଗତ ସପ୍ତାହରେ ସେ କତାର୍ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପୂର୍ବରୁ […]
ନୂଆଦିଲ୍ଲୀ: ପ୍ରାଇଭେଟ୍ ଲ୍ୟାବ୍କୁ କୋଭିଡ୍-୧୯ ଟେଷ୍ଟ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। ତେବେ ଏଥିପାଇଁ ଆଇସିଏମ୍ଆର୍(ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଜିକାଲ୍ ରିସର୍ଚ)ଏକ ଗାଇଡ୍ଲାଇନ୍ ଜାରି କରିଛି। ଏହି ଗାଇଡ୍ଲାଇନ୍ ଅନୁସାରେ, ପ୍ରାଇଭେଟ୍ ଲାବ୍ଗୁଡ଼ିକ କୋଭିଡ୍-୧୯ ଟେଷ୍ଟ ପାଇଁ ସର୍ବାଧିକ ଚାର୍ଜ ୪,୫୦୦ରୁ ଅଧିକା ଚାର୍ଜ ନେଇପାରିବେ ନାହିଁ। ଆର୍ଏନ୍ଏ ଭାଇରସ୍ ପାଇଁ ରିୟଲ୍ ଟାଇମ୍ ପିସିଆଓର୍ ଏସ୍ଏ ଟେଷ୍ଟ ବ୍ୟବସ୍ଥା ଥିବା ଏନ୍ଏବିଏଲ୍( ନ୍ୟାସ୍ନାଲ୍ ଏକ୍ରେଡିଏସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କେଲିବ୍ରେସନ୍ ଲାବୋରେଟୋରିସ୍ ) […]
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱରେ ସ୍ଥିତି ଜଟିଳ। ବିଶ୍ୱରେ ୧୮୬ ଦେଶକୁ ବ୍ୟାପିଲାଣି କରୋନା ଭାଇରସ୍। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬ ହଜାର ୬୭୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୩ ହଜାର ୧୭ରେ ପହଞ୍ଚିଛି। ଚୀନରେ ସର୍ବାଧିକ ୮୧ ହଜାର ୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ ହଜାର ୨୫୫ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୭୧ ହଜାର ୭୪୦ ସୁସ୍ଥ ହୋଇଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟାରେ ଇଟାଲୀ ଚୀନକୁ ଟପିଛି। ଇଟାଲୀରେ ୫୩ […]
ନୂଆଦିଲ୍ଲୀ: ଭାରତରେ ଥମିବାର ନା ନେଉନାହିଁ ମହାମାରୀ କରୋନା ଭାଇରସ। ଆଇସିଏମ୍ଆରର ସୂଚନା ଅନୁଯାୟୀ ଗତକାଲି ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୦ରେ ପହଞ୍ଚିଛି। ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ପୁଣେର ଜଣେ ମହିଳାଙ୍କଠାରେ କୋବିଡ-୧୯ ପଜିଟିଭ୍ ଆସିଛି। ତେବେ ଏହି ଦୁଇ ଆକ୍ରାନ୍ତ ବିଦେଶ ଭ୍ରମଣ କରିନଥିଲେ। ଏଣୁ ଏହା କରୋନା ସଂକ୍ରମଣର ଷ୍ଟେଜ ଥ୍ରୀକୁ ପହଞ୍ଚିବାର ଆଭାସ ଦେଉଛି। ପଶ୍ଚିମବଙ୍ଗ ଡମଦମର ୫୭ ବର୍ଷୀୟ ବ୍ୟକ୍ତିଙ୍କଠାରେ ଭୂତାଣୁ ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଛି। ତେବେ […]