• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sleep222
ରାତିରେ ନିଦ ହେଉନି? ଆପଣାନ୍ତୁ ଏପରି ଉପାୟ…

ଠିକ୍ ସମୟରେ ନିଦ ହେଲେ ମଣିଷ ଶରୀର ସୁସ୍ଥ ରହେ। କିନ୍ତୁ ମାନସିକ ଚିନ୍ତା ଥିଲେ ରାତିରେ ଭଲ ନିଦ ହୁଏନାହିଁ। କିଛି ଖାଦ୍ୟ ଅଛି ଯାହାକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ବିଷୟରେ ବାଦାମ: ବାଦାମ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ବାଦାମକୁ ଖାଇବେ ତେବେ ଭଲ ନିଦ ହୋଇଥାଏ। କାରଣ ବାଦାମରେ ହରମୋନ‌୍ ମେଲାଟୋନିନର ଗୁଣ ରହିଥାଏ। […]

korona
କରୋନାରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସରକାର ଯୋଗାଇ ଦେବେ ସହାୟତା ରାଶି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ […]

babyy
ଛୋଟ ଛୁଆଙ୍କୁ କରୋନା ଆଶଙ୍କା କମ୍

ସିଡନୀ: ଅଷ୍ଟ୍ରେଲିଆର The Pediatric Infectious Disease Journalରେ ପ୍ରକାଶିତ ଖବର ଅନୁସାରେ  କିଲର କରୋନା ଭାଇରସ ଛୋଟ ଛୁଆଙ୍କ ପାଖରେ କ୍ୱଚିତ ଦେଖାଯାଏ। ଏମିତିକି ଛୋଟ ଛୁଆ ଏବଂ କମ ବୟସ୍କଙ୍କୁ କରୋନା ଆକ୍ରାନ୍ତ କରିବାର ସମ୍ଭାବନା ମଧ୍ୟ କମ୍ ରହିଛି ବୋଲି ଏହି ବିଦେଶୀ ପତ୍ରିକା ଲେଖିଛି। ସ୍ୱିଜରଲ୍ୟାଣ୍ଡର ଫ୍ରିବୋଉର୍ଗ ବିଶ୍ୱବିଦ୍ୟାଳୟର ଗବେଷକଙ୍କ କହିବା ଅନୁଯାୟୀ,  ପିଲାମାନେ ବୟସ୍କଙ୍କ ଭଳି କରୋନାରେ ସଂକ୍ରମିତ ହୋଇପାରନ୍ତି, କିନ୍ତୁ ଅସୁସ୍ଥ କିମ୍ବା ଗୁରୁତର ହେବାର ସମ୍ଭାବନା କମ୍। […]

karona
କରୋନା ଭୟ; ଗୁଜବକୁ ବିଶ୍ୱାସ କରନ୍ତୁନି, ଏମିତି ସଚେତନ ରୁହନ୍ତୁ

ଭୁବନେଶ୍ୱର: ଚୀନର ଉହାନ ସହରରୁ ଆସି ସାରା ବିଶ୍ୱରେ ଆତଙ୍କ ରଚିଛି କରୋନା ଭାଇରସ। ଦିନକୁ ଦିନ କରୋନା ଭାଇରସରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାମାନ୍ୟ ଥଣ୍ଡା ବା କାଶ ହେଲେ ବି ଲୋକେ ଡରି ଯାଉଛନ୍ତି। ତେବେ କ’ଣ ଏଇ କରୋନା ଭୂତାଣୁ ଏବଂ କିପରି ଏହା କବଳରୁ ବର୍ତ୍ତିବେ, ଆସନ୍ତୁ ଜାଣିବା। କରୋନା ହେଉଛି ଭୂତାଣୁମାନଙ୍କର ଏକ ସମୂହ। ଏହାର ପ୍ରଥମ ଲକ୍ଷଣ ହେଉଛି ଥଣ୍ଡା-ଜ୍ୱର।  ଏହି ରୋଗ […]

sindhia
ସିନ୍ଧିଆଙ୍କ ପ୍ରାର୍ଥିପତ୍ର ଦାଖଲ

ଭୋପାଳ: ମଧ୍ୟପ୍ରଦେଶରେ ଦୁଇଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଫେସର ସୁମେର ସିଂହ ସୋଲାଙ୍କୀ। ବିଧାନସଭାକୁ ଯାଇ ଏହି ଦୁଇ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ବିରୋଧୀ ଦଳର ନେତା ନରୋତ୍ତମ ମିଶ୍ର ଓ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତ ରହିଥିଲେ। ରାଜ୍ୟରେ ତିନୋଟି ଆସନ ପାଇଁ ନିର୍ବାଚନ ହେବ। ମାର୍ଚ୍ଚ […]

ipl
ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

ମୁମ୍ବାଇ: ମହାମାରୀ କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ପଡ଼ିଛି। କରୋନା କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏଲର ୧୩ଶ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରତି ଟିମର ମାଲିକଙ୍କ ପ୍ରସ୍ତାବକ୍ରମେ ଏହି ଟି-୨୦ ଲିଗକୁ କିଛି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ୱାର୍ଲ୍ଡ ହେଲଥ […]

google
କରୋନାରେ ଆକ୍ରାନ୍ତ ହେଲେ ଗୁଗଲ କର୍ମଚାରୀ

ବେଙ୍ଗାଲୁରୁ: ଭାରତରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ। ଆଜି ବେଙ୍ଗାଲୁରୁରେ ଥିବା ଗୁଗଲ ଇଣ୍ଡିଆ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କ ଶରୀରରେ କରୋନା ଭାଇରସ ଠାବ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଉକ୍ତ କର୍ମଚାରୀଙ୍କ ଶରୀରରେ ଫ୍ଲୁ ଜନିତ ସମସ୍ୟା ଦେଖା ଦେବାର କିଛି ଘଣ୍ଟା ପୂର୍ବରୁ ସେ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ସହ ମିଶି କାମ […]

kanada
କରୋନାରେ ଆକ୍ରାନ୍ତ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଲଣ୍ଡନ: ମହାମାରୀ କରୋନା ଭାଇରସ କେବଳ ସାଧାରଣ ଲୋକଙ୍କୁ ଯେ ଆକ୍ରାନ୍ତ କରୁଛି ତାହା ନୁହେଁ, ବହୁ ବିଶିଷ୍ଟ ଓ ପ୍ରଭାବଶାଳୀ ଲୋକମାନେ ମଧ୍ୟ କରୋନା ପଞ୍ଝାରେ ଫସିଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଗୁରୁବାର ଦିନ ଟ୍ରୁଡୋଙ୍କ ପତ୍ନୀ ଶୋଫିଆଙ୍କ ରକ୍ତ ନମୁନାର ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ପତ୍ନୀଙ୍କୁ କରୋନା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ମଧ୍ୟ ଏହି ଭାଇରସ କବଳିତ କରିବାର ଆଶଙ୍କା ରହିଛି। […]

neha
ପାଞ୍ଚ ଜଣ ବୟଫ୍ରେଣ୍ଡ ରଖିବା ଝିଅର ଇଚ୍ଛା ଉପରେ ନିର୍ଭର କରେ-ନେହା ଧୂପିଆ

ମୁମ୍ୱାଇ : ନେହା ଧୂପିଆ ହେଉଛନ୍ତି ବଲିଉଡର ଜଣେ ହଟ୍ ଅଭିନେତ୍ରୀ।  ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ  ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ୟୁଜର୍ସ ନେହାଙ୍କ ମିମ୍ସ ଶେଆର୍‌ କରି ଟ୍ରୋଲ କରୁଛନ୍ତି। ନେହା ବର୍ତ୍ତମାନ ଏମ୍‌ଟିଭିର ରିଆଲିଟି ଶୋ ରୋଡିଜ୍‌ର ମେଣ୍ଟର ରହିଛନ୍ତି। ଏହି ଶୋର ଗୋଟିଏ ଏପିସୋଡ୍‌ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ପ୍ରତିଯୋଗୀ କହିଛନ୍ତି, ‘ମୋ ଗାର୍ଲଫ୍ରେଣ୍ଡ ୫ଟି ପୁଅକୁ ଡେଟ୍‌ […]

nita
କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ୧୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ୱାନି

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅଛନ୍ତି ନୀତା ଅମ୍ବାନୀ। ଏହି ତାଲିକାରେ ଟେନିସ‌୍‍ ତାରକା ସେରେନା ୱିଲିୟମସ‌୍‍ ଓ ଜିମ୍ନାଷ୍ଟିକ‌୍‍ କ୍ରୀଡ଼ାବିତ ସିମୋନ ବାଇଲ‌୍‍ସଙ୍କ ନାମ ମଧ୍ୟ ରହିଛି। କ୍ରୀଡ଼ା ବ୍ୟବସାୟ ନେଟୱର୍କ  ଆଇସ୍ପୋର୍ଟସକନେକ୍ଟ ପକ୍ଷରୁ ୨୦୨୦ କ୍ରୀଡ଼ା କ୍ଷେତ୍ରରେ ପ୍ରଭାବଶାଳୀ ମହିଳାଙ୍କର ତାଲିକା ପ୍ରକାଶ କରାଯାଇଛି। କୁହାଯାଇଛି ଯେ, ୨୫ ଜଣଙ୍କୁ ନେଇ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା । ବିଶେଷଜ୍ଞ କମିଟିର ମତାମତ ମିଳିବା ପରେ […]

kamal natha
ମାର୍ଚ୍ଚ ୧୬ ରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବିଜେପି

ଭୋପାଲ: ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ବିଜେପି ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସର ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ଦଳ ବିଦ୍ରୋହୀ ବିଧାୟକଙ୍କ ଯୋଗାଯୋଗରେ ରହିଛି। ଅନ୍ୟପକ୍ଷରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି। ମଙ୍ଗଳବାର ଜ୍ୟୋତିରାଦିତ୍ୟ […]

baby333
ଶିଶୁର ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି? ଆପଣାନ୍ତୁ ଘରୋଇ ଉପଚାର…

ଜନ୍ମ ସମୟରେ ଶିଶୁଟି ବହୁତ ସୁନ୍ଦର ଦେଖାଯାଏ। ଶିଶୁର ରଙ୍ଗ ଗୋରା ହେଉ ଅବା କଳା ସୁନ୍ଦରତା ଉପରେ କିଛି ବି ଫରକ୍ ପଡ଼େନି। ଆମେ ଚାହିଁଲେ ଶିଶୁଙ୍କ ତ୍ୱଚାକୁ ଆହୁରି ସୁନ୍ଦର କରିପାରିବା। ଘରୋଇ ଉପଚାର ଦ୍ୱାରା ଶିଶୁର ତ୍ୱଚାରେ ଅଧିକ ସୁନ୍ଦରତା ଆଣିପାରିବା। ଆପଣମାନେ ବଜାରରେ ମିଳୁଥିବା କେମିକାଲଯୁକ୍ତ କ୍ରିମ୍ ଓ ଲୋଶନକୁ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବ୍ୟବହାର କଲେ ଶିଶୁର କୋମଳ ତ୍ୱଚା ନଷ୍ଟ ହୋଇଯିବ। ଯଦି ଆପଣମାନେ ନିଜ ଶିଶୁର […]

kala jeera55
ଏହିସବୁ ରୋଗ ପାଇଁ ଲାଭଦାୟକ କଳାଜିରା

ଭୁବନେଶ୍ୱର: କଳାଜିରାର ଅନେକ ଔଷଧୀୟ ଗୁଣ ରହିଛି ।  ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ,  କଳାଜିରା କେବଳ ଏକ ମସାଲା ନୁହେଁ, ଏହା ଶରୀରରେ ଥିବା ଅନେକ ରୋଗକୁ ଭଲ କରିଥାଏ। ତେବେ ଆସନ୍ତୁ ଜାଣିବା କଳାଜିରାରୁ କେଉଁ କେଉଁ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ। -ରକ୍ତଚାପ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ କଳାଜିରା। ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍‌ସନରୁ ମୁକ୍ତି ମିଳିବା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। […]

MILK
ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି? ଏମିତି ଉପାୟ ଆପଣାନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଶରୀରର ଓଜନ ବଢ଼ିବା ସହ ପେଟ ବଢ଼ିବା ହେଉଛି ବଡ଼ ସମସ୍ୟା। ଏହି ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ନିଜକୁ ଫିଟ୍ ରଖିବା ପାଇଁ ସମସ୍ତଙ୍କର ଇଛା। କିନ୍ତୁ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ଯଦି ଆପଣଙ୍କ ପେଟରେ ଚର୍ବି ବଢ଼ୁଛି ତେବେ ଆପଣମାନେ କୌଣସି ଚିନ୍ତା କରନ୍ତୁ ନାହିଁ। ଅଶ୍ୱଗନ୍ଧା ଗୁଣ୍ଡ ଏ ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ପ୍ରତ୍ୟେକ ଦିନ ଆପଣ କ୍ଷୀର ସହ ମିଶାଇ […]

rana kapoor
ବିଦେଶକୁ ପଳାଇ ଯିବାକୁ ଯୋଜନା କରୁଥିଲେ କି ରାଣା କପୁର?

ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଭଳି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଭାରତରେ ନିଜ ସମ୍ପତ୍ତି ବିକ୍ରି କରି ବିଦେଶ ପଳାଇବାକୁ ଇଚ୍ଛା ରଖିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏ ବାବଦରେ ଜାଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରାଣା କପୁରଙ୍କ ତିନିଟୋ ବଡ଼ ବଡ଼ ସମ୍ପତ୍ତି ରହିଛି। ଏହାର ମୂଲ୍ୟ ୧୦୦୦ କୋଟିରୁ ଅଧିକ ରହିଛି। ଏହାକୁ ବିକ୍ରି କରିବା ପାଇଁ ରାଣା କପୁର ଚେଷ୍ଟା […]

corona
କିଲର କରୋନା ଇଟାଲୀରେ ନେଲାଣି ୬୩୧ ଜୀବନ

ରୋମ୍: ଚୀନ ପରେ ଇଟାଲୀରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି କିଲର ଭାଇରସ ଏଯାବତ ୬୩୧ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୧୦, ୦୦୦ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥିତି ବେକାବୁ ହେଉଥିବା ଦେଖି ଇଟାଲୀ ସରକାର କଟକଣା ଲଗାଇଛନ୍ତି। ଇଟାଲୀ ସରକାର ଏକ ବିବୃତ୍ତି ଜାରି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ୧୦୦୪ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ମେଟ୍ରୋ ୟୁକେର ରିପୋର୍ଟ ଅନୁଯାୟୀ, ଇଟାଲୀରେ ୮୭୭ […]

subas ghai
ଜାଣନ୍ତି, ବଲିଉଡ ନିର୍ଦ୍ଦେଶକଙ୍କ ପାଇଁ କାହିଁକି ହାତକାଟି ଦେଇଥିଲେ ଏହି ଅଭିନେତ୍ରୀ ?

ମୁମ୍ବାଇ:ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା ହେଉଛନ୍ତି ସୁଭାଷ ଘାଇ। ବହୁ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ କରିଛନ୍ତି ସୁଭାଷ । ସେ ନିର୍ମାଣ କରିଥିବା ଫିଲ୍ମଗୁଡ଼ିକ ହେଉଛି, ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ଐତରାଜ୍ । ଶାନ୍ତ ଓ ନମ୍ର ସ୍ୱଭାବ ଯୋଗୁ ଇଣ୍ଡଷ୍ଟ୍ରୀରେ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି, ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ। […]

Untitled-1 copy
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ କିଲର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବାବେଳେ ଅବଶିଷ୍ଟ ଭାରତୀୟ। ମଙ୍ଗଳବାର କେରଳରୁ ୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୮ ଜଣଙ୍କ ମଧ୍ୟରୁ ତିନି ଜଣ ଇଟାଲୀରୁ ଫେରିବା ପରେ ଏହି ଘାତକ ଭାଇରସର ଶିକାର ହୋଇଛନ୍ତି। ଏହି ତିନି ଜଣ ହେଉଛନ୍ତି ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କ ଛୋଟ ଛୁଆ। ସେହିପରି ଇରାନରୁ ଫେରିଥିବା ୫୪ […]

rahul
ସିନ୍ଧିଆଙ୍କ ଯିବା ପରେ କେଉଁ କଂଗ୍ରେସ୍‌ ନେତା କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଦୋହଲି ଯାଇଛି ଦଳ। ଅନେକ ନେତା ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ  ସିନ୍ଧିଆ ଏପରି ଛାଡ଼ି ଚାଲିଯିବା କଂଗ୍ରେସ୍‌ ପାଇଁ ରାଜନୈତିକ ବିପଦ ବୋଲି କହିଛନ୍ତି ଦଳର  ବହୁ ବରିଷ୍ଠ ନେତା। ତେବେ ଦଳକୁ କେଉଁଠି ନା କେଉଁଠି ଆତ୍ମସମୀକ୍ଷା କରିବା ଆବଶ୍ୟକ ଅଛିବୋଲି ମତ ଦେଇଛନ୍ତି ଅନେକ ଅନେକ କଂଗ୍ରେସ ନେତା। ଏପରିକି ମଧ୍ୟପ୍ରେଦଶ କଂଗ୍ରେସ ପକ୍ଷରୁ ଇମୋଶନାଲ ଟ୍ୱିଟ କରାଯାଇ ଦଳକୁ ଘରକୁ ଫେରି […]