• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nirala
କରୋନା ପାଇଁ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ପାଇଁ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଖଟିଖିଆଙ୍କୁ ମିଳିବ ମାଗଣା ଚାଉଳ, ଡାଲି ଓ ଗହମ। ଗରିବ ଓ ଖଟିଖିଆଙ୍କ ପାଇଁ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ଲଢ଼େଏଇ ପାଇଁ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହି ପ୍ୟାକେଜ୍‌ରେ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ମିଳିବ। ମୋଟ ୮୦ କୋଟି […]

clinick
ଜଣେ ଡାକ୍ତର କୋଭିଡ୍-୧୯ ସଂକ୍ରମିତ ଜଣାପଡ଼ିବା ପରେ ୯୦୦ ଲୋକ କ୍ୱାରେଣ୍ଟାଇନ୍‌ରେ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମଉଜ୍‌ପୁରରେ ‘ମୋହଲ୍ଲା କ୍ଲିନିକ’ ନାମକ କମ୍ୟୁନିଟି ହେଲ୍‌ଥ ସେଣ୍ଟର ଜଣେ ଡାକ୍ତର କରୋନା ଆକ୍ରାନ୍ତ  ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କରି ରଖାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ୍‌ କହିଛନ୍ତି। ଏଥିସହିତ ଦିଲ୍ଲୀରେ ବର୍ତ୍ତମାନ ୩୬ ଜଣ କରୋନା ଆକ୍ରାନ୍ତ ଥିବା ସେ ସୂଚନା ଦେଇଛନ୍ତି। ବୁଧବାର ଡାକ୍ତରଙ୍କ ପତ୍ନୀ ଓ ତାଙ୍କ ନାବାଳିକା ଝିଅ କରୋନା […]

Untitled-1
କରୋନା ପାଇଁ କାଶ୍ମୀରରେ ପ୍ରଥମ ମୃତ୍ୟୁ

ଶ୍ରୀନଗର: କାଶ୍ମୀରରେ ପ୍ରଥମ ମୁଣ୍ଡ ନେଲା କରୋନା ଭାଇରସ୍‌। ହାଇଦରପୋରା ଗାଁର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ୩ ଦିନ ପୂର୍ବରୁ ଏହି ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଆଜି ସକାଳେ ଶ୍ରୀନଗର ସ୍ଥିତ ସିଡି ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଟ୍ୱିଟ୍‌ କରି  ସୂଚନା ଦେଇଛନ୍ତି ଶ୍ରୀନଗର ମେୟର ଜୁନେଦ୍ ଅଜିମ୍‌ ମଟ୍ଟୁ। ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସିଡି ହସ୍‌ପିଟାଲ୍‌ରେ ଡାକ୍ତରଙ୍କୁ ତାଙ୍କର ସାହସିକତା […]

ssi
କରୋନାରେ ପୁଣି ଜଣଙ୍କ ମୃତ୍ୟୁ: ମୃତ୍ୟୁ ସଂଖ୍ୟା-୧୦

ଅହମଦାବାଦ: ମହାମାରୀ କରୋନା ଭାରତରେ ଆଉ ଏକ ମୁଣ୍ଡ ନେଇଛି। ବୁଧବାର ବିଳମ୍ବିତ ରାତିରେ ଗୁଜରାଟର ଅହମଦାବାଦରେ ଜଣେ ୮୫ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧0 ଛୁଇଁଥିବା ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗର ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନିକଟରେ ବିଦେଶ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଲକ୍ଷଣ ଦେଖାଦେଇଥିଲା। […]

corona-vuieuys
ଭାରତରେ ପୁଣି ୨ ଜୀବନ ନେଲା କରୋନା: ଗୋଟିଏ ଦିନରେ ୯୦ରୁ ଅଧିକ ଆକ୍ରାନ୍ତ

ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍ କେବଳ ଆଜି ହିଁ ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟରେ ୧୨୮ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ର ନମ୍ବର ୱାନ୍‌ରେ ରହିଛି। ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି

kamal-natth
କମଲନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଲନାଥ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ଯୋଗଦେଇଥିବା ଜଣେ ସାମ୍ବାଦିକ ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ ସହ ମିଶି ଥିଲେ। ତେଣୁ ଏବେ ସେଠାରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା […]

spain-1
ଇଟାଲୀ ପରେ ଚାଇନାକୁ ଟପିଲା ସ୍ପେନ୍‌: ମୃତ୍ୟୁ ସଂଖ୍ୟା ୩୪୩୪ ଛୁଇଁଲା

ମାଡ୍ରିଡ୍: ଚାଇନା ପରେ ୟୁରୋପୀୟ ଦେଶରେ ଆତଙ୍କ ଖେଳାଇ ଦେଇଛି ମହାମାରୀ କରୋନା ଭାଇରସ। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୭ ହଜାରର ନିକଟବର୍ତ୍ତୀ ହୋଇଥିବା ବେଳେ ଏବେ ସ୍ପେନରୁ ସାଂଘାତିକ ଖବର ଆସିଛି। ସ୍ପେନର ସ୍ଥିତି ଏପରି ହୋଇଛି ଯେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଚାଇନାକୁ ଟପି ଯାଇଛି। ଚାଇନାରେ ହିଁ ପ୍ରଥମେ କରୋନା ଭାଇରସ ଉତ୍ପତ୍ତି ହୋଇଥିଲା। ଏହାପରେ ଧୀରେଧୀରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା। ଏବେ ଚାଇନା ସ୍ଥିତି ସୁଧୁରି ଥିବା […]

pthan
କରୋନା ମୁକାବିଲା ପାଇଁ ପଠାନ ବ୍ରଦର୍ଶ ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବଡ଼ ବଡ଼ ବ୍ୟବସାୟୀ ଓ ନାମିଦାମି ସେଲିବ୍ରେଟିମାନେ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଉଛି। କରୋନା ମୁକାବିଲା ପାଇଁ ସେହିଭଳି ଏକ ପଦକ୍ଷେପ ନେଇଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍‌ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନ। ତାଙ୍କ ସହିତ ତାଙ୍କ ଭାଇ ୟୁସୁଫ୍‌ ମଧ୍ୟ ଅଛନ୍ତି। ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଠାନ ବ୍ରଦର୍ଶ ବଡ଼ୌଦାରେ ୪ ହଜାର ମାସ୍କ ଦାନ କରିଛନ୍ତି। ଦୁଇ […]

messsi
କରୋନା ମୁକାବିଲା ପାଇଁ ଦାନ କଲେ ଫୁଟ୍‌ବାଲ୍ ଷ୍ଟାର୍

ନୂଆଦିଲ୍ଲୀ:ଆର୍ଜେଣ୍ଟିନାର ଷ୍ଟାର୍ ଫୁଟବଲର୍ ଲିଓନେଲ୍ ମେସି କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ବାର୍ସିଲୋନାରେ ଏକ ହସ୍ପିଟାଲକୁ ୧୦ଲକ୍ଷ ୟୁରୋ ଅର୍ଥାତ୍ ୮କୋଟି ଟଙ୍କା ଡୋନୋଶନ୍ ଆକାରରେ ପ୍ରଦାନ କରିଛନ୍ତି। ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ, ମେସି ଏହି ଅର୍ଥରାଶି ହସ୍ପିଟାଲ୍ କ୍ଲିନିକ୍ ଓ ସାଧାରଣ ହସ୍ପିଟାଲକୁ ପ୍ରଦାନ କରିଛନ୍ତି, ଯାହାକୁ ସୂଚନା ଦେଇଛି ଉକ୍ତ ହସ୍ପିଟାଲ୍। ମେସିଙ୍କର ପ୍ରଥମ ବାର୍ସିଲୋନା ମ୍ୟାନେଜର୍ ପେପ୍ ଗାର୍ଡିଓଲା ମଧ୍ୟ ବାର୍ସିଲୋନାସ୍ଥିତ ଏକ ଏନଜିଓକୁ ଜରୁରୀ ମେଡିକାଲ ସାମଗ୍ରୀ କିଣିବା ପାଇଁ […]

godei
ଲକ୍‌ଡାଉନ୍‌ ଉଲ୍ଲଙ୍ଘନକାରୀଙ୍କୁ ଉଠ୍‌ବସ୍‌ କରାଇବା ସହିତ ରାସ୍ତାରେ ଶୁଆଇ ପିଟିଲା ପୁଲିସ୍‌

ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ ହୋଇଥିବାରୁ ଆଜିଠାରୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକେ ଅନେକ ସ୍ଥାନରେ ଏହି ନିୟମକୁ ମାନୁ ନଥିବାରୁ ପୁଲିସ୍ ରାସ୍ତା ଉପରେ ଉଲ୍ଳଙ୍ଘାନକାରୀଙ୍କ ବିଚାର କରୁଛି। ପ୍ରଥମେ ହାତ ଯୋଡ଼ି ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଥିବା ପୁଲିସ୍‌ ଏବେ ଲାଠି ଚଳାଇ ଲକ୍‌ଡାଉନକୁ କାର୍ଯ୍ୟକାରୀ କରିଛି। Here we see people being forced […]

test
ଇଂଲଣ୍ଡ ରାଜକୁମାର ପ୍ରିନ୍ସ ଚାର୍ଲସଙ୍କୁ କରୋନା

ଲଣ୍ଡନ: ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରିନ୍ସ ଚାର୍ଲସଙ୍କୁ କରୋନା ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ଉଭୟ ସ୍କଟଲ୍ୟାଣ୍ଡରରେ ଥିବା ସେମାନଙ୍କ ବ୍ରିକହଲ ବାସଭନରେ ରହିଛନ୍ତି। ସେହିପରି ସେମାନଙ୍କ ସହ କାର୍ଯ୍ୟ କରୁଥିବା […]