ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟଠାରେ ଚାଲୁ ରହିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସ୍ଥଗିତ ରଖାଯାଇଛି। ଜାମିଆ କୋଅର୍ଡିନେସନ୍ କମିଟି ଏବଂ ପୂର୍ବତନ ଛାତ୍ର ସଂଗଠନ ଏପରି ନିଷ୍ପତ୍ତି ନେଇଛି। ଉଭୟ ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କୁ ନେଇ ଗଠିତ ଜାମିଆ କୋଅର୍ଡିନେସନ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ଘୋଷଣା କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି, “ଅନେକ କୋହ ଏବଂ ଆଶା ନେଇ ଆମେ ସାମୟିକ ଭାବେ ଗେଟ୍ […]
ନୂଆଦିଲ୍ଲୀ: ଶନିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରୁ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି। ରାଜ୍ୟାମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୬୩ ଜଣ ଆକ୍ରାନ୍ତ ଅଛନ୍ତି। ଏହା ପଛକୁ କେରଳରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଜି ପର୍ଯ୍ୟନ୍ତ ୭ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କଣ୍ଟାକ୍ଟ ଟ୍ରାସିଂ(ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା) କରାଯାଇଛି। […]
ଭୁବନେଶ୍ୱର: ଭାରତରେ କରୋନା ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ଛୁଇଁଲାଣି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଷ୍ଟେଜ୍-୨ରେ ଅଛି। ଯଦି ଏହା ଷ୍ଟେଜ୍-୩ ଓ ଷ୍ଟେଜ୍-୪କୁ ଆଡ଼େ ଗତି କରିବ ତେବେ ସ୍ଥିତି ଆହୁରି ଜଟିଳ ହେବ। ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତ ପାଇଁ କରୋନାକୁ ମୁକାବିଲା କରିବା କଷ୍ଟକର ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ଆମକୁ ସତର୍କ ରହିବାକୁ ହେବ। ସୋସିଆଲ୍ ଡିଷ୍ଟାନ୍ସ(ସାମାଜିକ ଦୂରତ୍ୱ) ରଖିବାକୁ […]
ନୂଆଦିଲ୍ଲୀ: କୋରନା ଭାଇରସର ମୁକାବିଲା ଲାଗି ସାମାଜିକ ଦୁରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆସନ୍ତାକାଲି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ଯାଏଁ ୧୪ ଘଣ୍ଟା ଧରି ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ପୂରା ଦେଶ। ଏହି ସମୟ ମଧ୍ୟରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ ସ୍ୱାସ୍ଥ୍ୟ, […]
ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ପରେ ଆଉ କ୍ରିକେଟ ମୈଦାନରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥାଆନ୍ତା। ହେଲେ କରୋନା ଭାଇରସ ଯୋଗୁ ଆଇପିଏଲ ମଧ୍ୟ ଏପ୍ରିଲ ୧୫ ଯାଏ ସ୍ଥଗିତ ହୋଇଯାଇଛି। ତେଣୁ କ’ଣ ଆଇପିଏଲ ପରେ ଧୋନି କ୍ରିକେଟରୁ ଅବସର ନେବେ ନା ଅକ୍ଟୋବରରେ ହେବାକୁ ଥିବା ଟି-୨୦ […]
ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତ ସରକାର କ୍ୱାରେଣ୍ଟାଇନ୍ ପାଇଁ ଜାରି କରିଥିବା ନିୟମକୁ ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରିକମ ଉଲ୍ଲଙ୍ଘନ କରିଛନ୍ତି। ମ୍ୟାରିକମ ନିକଟରେ ଜୋର୍ଡାନର ଅମ୍ମାନରେ ଏସିଆନ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଯାଇଥିଲେ। ଏଥିରେ ଅନ୍ୟ ସାଂସଦମାନଙ୍କ ସହ ମ୍ୟାରିକମ ମଧ୍ୟ ଯୋଗ ଦେଇଥିଲେ। ବ୍ରେକଫାଷ୍ଟ ପାର୍ଟିର ୪ଟି ଫଟୋ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରାଯାଇଥିଲା। ଏହି ୪ଟି ଫଟୋ ମଧ୍ୟରୁ ଗୋଟିଏରେ ମ୍ୟାରିକମ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମାଲୋଚନା କରିଛନ୍ତି। ଏଥିସହ ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ତୁରନ୍ତ କିଛି ପଦକ୍ଷେପ ନେବା ଦରକାର। ସରକାର କରୋନା ଭଳି ସ୍ଥିତିରେ ବଡ଼ ଆର୍ଥିକ ପ୍ୟାକେଜ୍ ମଧ୍ୟ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ସେ କରୋନା କାରଣରୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବାର ଅଛି। ସେହିଭଳି କରୋନାର ମୁକାବିଲା ପାଇଁ କାର୍ଯ୍ୟରତ […]
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍ଓ) ରାଷ୍ଟ୍ରମାନଙ୍କୁ ‘ଟେଷ୍ଟ, ଟେଷ୍ଟ ଏବଂ ଟେଷ୍ଟ’ର ପରାମର୍ଶ ଦେଇଛି। ଏହାପରେ ବିଭିନ୍ନ ଗବେଷକମାନେ ପ୍ରତିଷେଧକ ବ୍ୟବସ୍ଥା, ଚିକିତ୍ସା ଏବଂ ଉନ୍ନତ ପରୀକ୍ଷା ପ୍ରକ୍ରିୟା ଆଦି ବାବଦରେ ଗବେଷଣା ଚଳାଇଛନ୍ତି। ଏବେ ଆମେରିକାର କିଛି ବୈଜ୍ଞାନିକ ଏକ ଆଣ୍ଟିବଡି ପରୀକ୍ଷା ବିକଶିତ କରିଛନ୍ତି ଯାହାକି କୋଭିଡ୍-୧୯ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଆକଳନ କରିପାରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କିଛି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ନୂଆ ଏବଂ ନିର୍ଭୁଲ ପରୀକ୍ଷା ପାଇଁ […]
ମୁମ୍ବାଇ: ବର୍ତ୍ତମାନ ସାର ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ରୂପ ନେଲାଣି। ଚାରିଆଡ଼େ ସରକାରୀ ଗାଇଡ୍ ଲାଇନ୍ ଜାରି ହେଉଛି। ଗାଡ଼ି ମଟର୍ ବନ୍ଦ। ବ୍ୟବସାୟ ବି ଠପ୍। ସରକାର କହୁଛନ୍ତି ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ। ଏଭଳି ସ୍ଥିତିରେ ଯିଏ ବି ଘରୁ ବାହାରୁଛନ୍ତି ସାବଧାନତାର ସହ ବାହାରୁଛନ୍ତି। କିଛି ଏଭଳି ସାବଧାନତା ଆପଣାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍। ଟ୍ରେନ୍ରେ ବସିବା ପୂର୍ବରୁ ସେ ପ୍ରଥମେ ସିଟ୍କୁ ପୋଛି ପରିସ୍କାର କରୁଛନ୍ତି। ଆଉ […]
ଭୁବନେଶ୍ୱର: ଗରମ କିମ୍ବା ଟାଣ ଖରାରରେ କରୋନା ଭାଇରସ୍ ମରିଯାଏ ବୋଲି ଚାରିଆଡ଼େ ଶୁଣିବାକୁ ମିଳୁଛି। କିଏ ଗରମ ପାଣି ପିଇବାକୁ କହୁଛନ୍ତି ତ ଆଉ କିଏ ଗରମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି। ଏମିତିକି ଖରାରେ ଛିଡ଼ା ହେଲେ ଶରୀରରୁ କରୋନା ଭୂତାଣୁ ମରିଯିବ ବୋଲି ମଧ୍ୟ ଗୁଜବ ପ୍ରଚାର ହେଉଛି। ଏମିତିକି ଆଇସ୍କ୍ରିମ୍ ନ ଖାଇବାକୁ ମଧ୍ୟ ଗୁଜବ ପ୍ରଚାର ହେଉଛି। ୟୁନିସେଫ୍(ୟୁନାଇଟେଡ୍ ନେସନ୍ ଇଣ୍ଟର୍ନ୍ୟାସନାଲ ଚିଲ୍ଡ୍ରେନ୍ସ ଇମର୍ଜେନ୍ସି ଫଣ୍ଡ) ନାଁରେ ଏହିସବୁ ଗୁଜବ […]
ବୋଷ୍ଟନ: ଜଣେ କରୋନା ଭାଇରସ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ ୪୧ ହଜାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟା ସତ। ଆମେରିକା ବୋଷ୍ଟନ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପରେ ଏତିକି ଟଙ୍କାର ବିଲ୍ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆମେରିକାରେ କରୋନା ଚିକିତ୍ସା ମାଗଣାରେ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ଏତେ ଟଙ୍କାର ବିଲ୍ ଦେଖି ଏବେ ମହିଳାଙ୍କ ଆଖିରୁ ନିଦ ହଜିଯାଇଛି। ଡାନି ଇସ୍କିନି ନାମକ ଏଇ ମହିଳା […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତରୀ ପରୀକ୍ଷା କରାଇବେ। ନିର୍ଦ୍ଧାରିତ ଗାଇଡ୍ଲାଇନ୍ ଅନୁଯାୟୀ ଏହି ଡାକ୍ତରୀ ପରୀକ୍ଷା କରାଯିବ। ରାଷ୍ଟ୍ରପତି ଭବନ ସୂତ୍ରରୁ କୁହାଯାଇଛି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଷ୍ପତ୍ତି ନେଇଛନ୍ତି ପୂର୍ବରୁ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବୈଠକ ଆଦି ସ୍ଥଗିତ ରଖାଯିବ। ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ଆକ୍ରାନ୍ତ କଣ୍ଠଶିଳ୍ପୀ କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ଦୂଷ୍ୟନ୍ତ ସିଂହ ରାଷ୍ଟ୍ରପତି ଭବନ ଯାଇଥିଲେ। କନିକା କରୋନା ଆକ୍ରାନ୍ତ ହୋଇଥିବା ବାବଦରେ ଜଣାପଡ଼ିବା ପରେ […]
ବେଜିଂ: ମହାମାରୀ କରୋନା ଭାଇରସ ଏବେ ଚାଇନା ବାହାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶ୍ୱର ସବୁ ରାଷ୍ଟ୍ର ଅଦୃଶ୍ୟ ଶତ୍ରୁ କରୋନା ଭାଇରସ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ ହେଁ ଏଯାଏ ସେତେଟା ସଫଳତା ମିଳିନାହିଁ। ପ୍ରତିଦିନ କରୋନା ଭାଇରସ ଶହଶହ ମୁଣ୍ଡ ନେଇ ଚାଲିଛି। କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରେ ମୃତ୍ୟୁସଂଖ୍ୟା କମିଥିଲେ ହେଁ ଅନ୍ୟ ଦେଶ ଗୁଡ଼ିକରେ ଲୋକମାନେ ଜୀବନ ହରାଇବାରେ ଲାଗିଛନ୍ତି। ବିଶେଷ କରି ଇରାନ, ଇଟାଲୀ ଓ […]