ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରୁ ଆଜି ଚମାଇ ଦେବା ଭଳି ଖବର ଆସିଛି। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକାଥରକେ ୧୦୦ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି ପୁଲିସ। ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୩ ଗିରଫ। ଜାମ୍ମୁ ଓ କାଶ୍ମୀର ହଣ୍ଡଓ୍ୱାରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ନଗଦ ୧ କୋଟି ୩୪ ଲକ୍ଷ […]
ନୂଆଦିଲ୍ଲୀ: ଭାରତରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନି। ଦେଶରେ କୋଭିଡ୍ ସଂକ୍ରମଣର ହାର ବଢ଼ିଚାଲିଥିଲେ ବି ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ICMR ଡିଜି ବଳରାମ ଭାର୍ଗବ ସ୍ପଷ୍ଟ କରିଛନ୍ତି। ସେହିଭଳି ଲକଡାଉନ୍ ପଦକ୍ଷେପ ଦ୍ୱାରା ଦେଶର କରୋନାର ଦ୍ରୁତ ସଂକ୍ରମଣକୁ ସଫଳତାର ସହ ରୋକାଯାଇ ପାରିଥିବା ସେ କହିଛନ୍ତି। ଗତ କିଛି ସପ୍ତାହ ଧରି ଦିଲ୍ଲୀ ଓ ମୁମ୍ବାଇରେ କରୋନା ମାମଲା ଅହେତୁକ ଭାବେ ବୃଦ୍ଧି ଘଟୁଥିବାରୁ ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଥିଲା। […]
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ବଡ଼ ଝଟକା। ଏହି ଦୁଇ ଜଣ ହଂକଂରୁ ଦୁବାଇ ଚାଲାଣ କରିଥିବା ୨୩ ଶହ କେଜିର ହୀରା, ମୋତି ଓ ଅନ୍ୟ ଅଳଙ୍କାର ଭାରତକୁ ଫେରାଇ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏସବୁ ଅଳଙ୍କାରର ମୂଲ୍ୟ ପ୍ରାୟ ୧୩ ଶହ ୫୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ୨୦୧୮ରୁ ସେମାନେ ଏସବୁ ସାମଗ୍ରୀକୁ ହଂକଂରୁ ଦୁବାଇ ଚାଲାଣ କରିଥିଲେ। ୧୦୮ଟି ପ୍ୟାକେଟ୍ରେ ଥିବା […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଗତ ୨୪ ଘଣ୍ଟାରେ ୯ ହଜାର ୯୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଛି। ତେବେ ଆଶ୍ୱସ୍ତୀର କଥା ହେଉଛି, ପ୍ରଥମ ଥର ଲାଗି ଆରୋଗ୍ୟଙ୍କ ସଂଖ୍ୟା ଆକ୍ଟିଭ୍ କେସ୍ଠାରୁ ଅଧିକ ହୋଇଛି। ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୧ ଲକ୍ଷ ୩୩ ହଜାର […]
ଭୁବନେଶ୍ୱର: ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲ୍ଥ ସ୍କିମ CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର। ଏହି ଯୋଜନାରେ ସାମିଲ ଥିବା ଉପଭୋକ୍ତା ଏଣିକି ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି। ରାଜ୍ୟରେ ଘୋଷିତ କୋଭିଡ ହସ୍ପିଟାଲ ସମସ୍ତ CGHS ଉପଭୋକ୍ତା ଚିକିତ୍ସା କରାଇପାରିବେ। CGHSରେ ଥିବା ସର୍ତ୍ତାବଳୀ ଅନୁସାରେ ଉପଭୋକ୍ତାଙ୍କୁ ଚିକିତ୍ସା ସୁବିଧା ମିଳିବ। କୋଭିଡ୍ ହସ୍ପିଟାଲ ହୋଇ ନଥିବା CGHS ହସ୍ପିଟାଲ ମଧ୍ୟ […]