• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ratna
ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ନେଇ ନୂଆ ବିବାଦ

ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ରୁଲ୍‌ସ ୧୯୬୦ର ଧାରା-୭। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଦୈନନ୍ଦିନ ଭକ୍ତଙ୍କଠାରୁ ଦାନ ସୂତ୍ରରେ ଆସୁଥିବା ସୁନା, ରୁପା ଓ ଅନ୍ୟ ଅଳଙ୍କାର ସବୁକୁ ଏକ ରେଜିଷ୍ଟରରେ ଏଣ୍ଟ୍ରି କରାଯାଇ ତାଲିକା କରାଯିବ। ଏସବୁକୁ ରତ୍ନଭଣ୍ଡାରରେ ଅଲଗା କରି ରଖାଯିବ। ପ୍ରତି ମାସରେ ରାଜ୍ୟ ସରକାରଙ୍କୁ ଏହାର ହିସାବ ଦିଆଯିବ। ହେଲେ ଶୃଙ୍ଖଳାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଛାଟ ପରେ ଏବେ ଏ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର […]

  • Saturday, 17 July 2021
bjd
କୋଟେରୀ ଦ୍ୱାରା ନିୟନ୍ତ୍ରିତ ବିଜେଡି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ ଟିଭି ଚ୍ୟାନେଲ୍‌ରେ ବୈଜୟନ୍ତଙ୍କ ବିସ୍ଫୋରକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ।  ଟିଭି ଇଣ୍ଟରଭ୍ୟୁରେ ବୈଜୟନ୍ତ, ବିଜେଡିର ଗୁମର ଉପରୁ ପରଦା ହଟାଇଛନ୍ତି।  ଦଳ ଓ ମୁଖ୍ୟମନ୍ତ୍ରୀ କୋଟେରୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ୩ରୁ ୪ ବର୍ଷ ହେଲା ଦଳ ଓ ନେତା ସଂପୂର୍ଣ୍ଣ ଭାବେ ଏହି କୋଟେରୀ ନିୟନ୍ତ୍ରଣରେ ଥିବା ସେ କହିଛନ୍ତି। ପରୋକ୍ଷରେ ଜୟଳଳିତା ଓ ଶଶିକଳାଙ୍କ ଉଦାହରଣ ଦେଇ ବୈଜୟନ୍ତ କହିଛନ୍ତି ଯେ, ଜଣେ […]

  • Saturday, 17 July 2021
damodar rout
ଦାମଙ୍କ ଭାଷାରେ ପାଣ୍ଡିଆନ ଜଣେ କିରାଣି ! ତାଙ୍କ ପାଖରେ ମୋର କି କାମ?

ଭୁବନେଶ୍ୱର: ପୁଣି ହଟଚମଟ କଲେ ଦାମ । ସାମ୍ବାଦିକଙ୍କ ପ୍ରଶ୍ନର ବେପରୁଆ ଉତ୍ତର ଦେଇଛନ୍ତି ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ । ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ସେ କିଏ (?)…. ‘ମୁଁ ଜଣେ ରାଜନେତା, କିରାଣିଙ୍କ ସହ ମୋର କି କାମ (?) ବୋଲି କହିଛନ୍ତି ଦାମ। ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ରହି ଅଗଣତାନ୍ତ୍ରିକ ଭାବେ କ୍ଷମତାର ଅପବ୍ୟବହାର କରୁଥିବା ପ୍ରଶ୍ନ ଉପରେ ମନ୍ତବ୍ୟ ରଖି ଦାମ କହିଲେ […]

  • Saturday, 17 July 2021
dharmendra
ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼। ନଦୀର ଉପର ମୁଣ୍ଡରେ ପାଣି ରଖି ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇ ଦେଉଛନ୍ତି ଛତିଶଗଡ଼ ସରକାର। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଏମିତି ଢଙ୍ଗରେ ପଡ଼ୋଶୀ ରାଜ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ, ମହାନଦୀ ଉପର ମୁଣ୍ଡରୁ ଯେତିକି ପାଣି ଆସିବା କଥା ଆସୁନାହିଁ। ଛତିଶଗଡ଼ ବଳପୂର୍ବକ ପାଣିକୁ ଅଟକାଇ ରଖୁଛି। ଫଳରେ ଅଣ ମୌସୁମୀ ଋତୁରେ ମହାନଦୀ ତଳ […]

  • Saturday, 17 July 2021
War Of Words
ରୋଚକ ରାଜନୀତି,ଯୋଜନା ବୈଠକରେ ବାପ-ଝିଅ କଥା କଟାକଟି

ମାଲକାନଗିରିରେ ରୋଚକ ରାଜନୀତି । ଜିଲ୍ଲା ଯୋଜନା ବୈଠକରେ ବାପା-ଝିଅ କଟାକଟି । ମାଲକାନଗିରି ଯୋଜନା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ଝିଅ ଶାନ୍ତିଲତା ମାଝୀ ।

salepur
ମାଟି ତଳୁ ବାହାରିଲା ମନ୍ଦିର ଭଗ୍ନାବଶେଷ ଓ ମୂର୍ତ୍ତି, ଦେଖନ୍ତୁ ଭିଡ଼ିଓ

ସାଲେପୁର: ପୋଖରୀ ଖନନ ବେଳେ ମାଟି ତଳୁ ବାହାରିଲା ମୂର୍ତ୍ତି ଓ ମନ୍ଦିର ଭଗ୍ନାବଶେଷ। କଟକ ଜିଲ୍ଲା ସାଲେପୁର ଲୁଣାହାର ବଡ଼ ପୋଖରୀ ଖୋଳିବା ବେଳେ ମାଟି ତଳୁ ଅନେକ ଦୁର୍ଲଭ ମୂର୍ତ୍ତି ଏବଂ ମନ୍ଦିରର ଭଗ୍ନାବଶେଷ ମିଳିଛି। ଏହା ପରେ ପୋଖରୀ ଖୋଳାକୁ ଅଧାରୁ ବନ୍ଦ କରାଯାଇଛି। ଏହି ଭଗ୍ନାବଶେଷ ବହୁ ପୁରାତନ ବୋଲି ଐତିହାସିକମାନେ କହିଛନ୍ତି। ମୂର୍ତ୍ତି ଅଷ୍ଟମ, ନବମ ଶତାବ୍ଦୀର ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ପୋଖରୀ ଖୋଳିବା ବେଳେ ଜେସିବିର […]

  • Saturday, 17 July 2021
baragarh
ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ିଲା ବୋହୂ, ଦେଖନ୍ତୁ ଭିଡ଼ିଓ

ବରଗଡ଼: ଶାଶୁ ଉପରେ ବୋହୂର ଅମାନୁଷିକ ଅତ୍ୟାଚାର। ବିଚ୍‌ ରାସ୍ତାରେ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ଟାଣିବା ସହ ଲହୁଲୁହାଣ କଲା ବୋହୂ। ଏଭଳି ଅମାନବୀୟ ଘଟଣା ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ତାଲପାଲି ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ୭୫ ବର୍ଷୀୟ ବୃଦ୍ଧା ଶାଶୁଙ୍କୁ ବୋହୂ ରାସ୍ତାରେ ଘୋଷାଡି ଘୋଷାଡି ଟାଣିବା ଦୃଶ୍ୟ ସାମ୍‌ନାକୁ ଆସିଛି। ଭିଡ଼ିଓରେ ଦେଖିବାକୁମିଳିଛି ଯେ, ମହିଳା ଜଣକ ବୃଦ୍ଧାଙ୍କୁ ଘୋଷାଡ଼ିବାବେଳେ ତାଙ୍କୁ ଛାଡ଼ି ଦେବାପାଇଁ ବୃଦ୍ଧା ଜଣକ ବହୁତ କାକୁତି […]

  • Saturday, 17 July 2021
representational image
ୟୁକାଲିପଟାସ ଜଙ୍ଗଲକୁ ପଶି ଆସିଛନ୍ତି ହାତୀପଲ

କେନ୍ଦୁଝର: କେନ୍ଦୁଝରରରେ ହାତୀ ଆତଙ୍କ। ପାଟଣା ରେଞ୍ଜ୍ ଚେମଣା ଗାଁ ପାଖରେ ଥିବା ଜଙ୍ଗଲକୁ ପଶି ଆସିଛନ୍ତି ହାତୀ ପଲ। ସ୍ଥାନୀୟ ୟୁକାଲିପଟାସ୍‌ ଜଙ୍ଗଲକୁ ଏହି ହାତୀ ପଲ ପଶି ଆସିଛନ୍ତି। ଏହି ପଲରେ ପ୍ରାୟ ୨୦ରୁ ଅଧିକ ହାତୀ ଥିବା ଜଣାପଡ଼ିଛି। ମୟୂରଭଞ୍ଜରୁ ବୈତରଣୀ ନଦୀ ପାର୍‌ ହୋଇ ଗତକାଲି ରାତିରେ ଏହି ହାତୀପଲ ଆସିଥିବା ଜଣାପଡିଛି। ହାତୀ ବର୍ତ୍ତମାନ ଜଙ୍ଗଲରେ ରହିଛନ୍ତି।  ହାତୀପଲକୁ ଦେଖି ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ମଧ୍ୟ ଜମୁଛି। […]

  • Saturday, 17 July 2021
raja
ରଜୋ ନୁହେଁ ରଜ

ଭୁବନେଶ୍ୱର: ରଜ, ଓଡ଼ିଶାର ଏକ ଗଣପର୍ବ।  ରଜରେ ଭଲ ବ୍ୟବସାୟ ପାଇଁ ବ୍ୟବସାୟୀ ମାନେ ରାସ୍ତାଘାଟରେ ହୋର୍ଡିଂ ଜରିଆରେ ଏବଂ ଖବରକାଗଜରେ ବିଜ୍ଞାପନ ଦେଉଛନ୍ତି।  ହେଲେ ଏହି ବିଜ୍ଞାପନ ଗୁଡିକରେ ରଜ ବଦଳରେ ଲେଖାହୋଇଛି ରଜୋ।  ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି। ରଜୋ ନୁହେଁ ରଜ  ସୋସିଆଲ ମିଡିଆରେ ଏବେ ଛାଇ ଯାଇଛି ଏହି ସ୍ଲୋଗାନ।  ଏହି ସ୍ଲୋଗାନ ହେଉଛି ପ୍ରତିବାଦର ସ୍ୱର।  ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ  […]

  • Saturday, 17 July 2021
biju1
ସରକାରଙ୍କ ବିଜୁ ଯୁବ ବାହିନୀକୁ ଝଟ୍‌କା

ଭୁବନେଶ୍ୱର : ଆାଦିବାସୀ ଇଲାକାରେ ବିଜୁଯୁବ ବାହିନୀକୁ ଝଟ୍‌କା। ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ଯୋଜନା ଆଡକୁ ଢଳୁ ନାହାଁନ୍ତି ପାଠୁଆ ଯୁବକଯୁବତୀ।  ମାଟ୍ରିକ ପାସ ଯୁବକ ଯୁବତୀ ଯୁବ ବାହିନୀର ସଭାପତି, ସଂପାଦକ ଓ କୋଷାଧ୍ୟ୍ୟକ୍ଷ  ପଦରେ ରହି ପାରିବେ ବୋଲି ପୂର୍ବରୁ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ସରକାର। ତେବେ ବି଼ଡମ୍ବନା ହେଉଛି ଆଦିବାସୀ ବହୁଳ ବ୍ଲକର ଜଣେ ବି କେହି ମାଟ୍ରିକ ପାସ ପିଲା ଏଥିପାଇଁ ଆବେଦନ କଲେ ନାହିଁ। ଯାହା ସରକାରଙ୍କ ଅକଲ […]

  • Saturday, 17 July 2021
gajapati
ଗୁମର ଖୋଲିଲେ ଗଜପତି

ଭୁବନେଶ୍ୱର : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁହଁ ଖୋଲିଲେ ଗଜପତି ମହାରାଜ।  ଚାବି ହଜିବା ଘଟଣାରେ ତାଙ୍କର ସାମାନ୍ୟତମ ଭୂମିକା ନାହିଁ। ବିଦେଶରୁ ଥାଇ ଓଟିଭିକୁ ଦେଇଥିବା ଏକ୍ସକ୍ଲୁସିଭ୍ ଲିଖିତ ପ୍ରତିକ୍ରିୟାରେ ଏକଥା ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଭିତର ଭଣ୍ଡାର ଚାବି ରଖିବା କିମ୍ବା ଏହାର ଦାୟିତ୍ୱରେ ଗଜପତିଙ୍କ ଭୂମିକା ନାହିଁ। ଗଜପତି ଆହୁରି ଲେଖିଛନ୍ତି […]

  • Saturday, 17 July 2021
otv team
ଅସୁବିଧାରେ ପଡିଥିବା ମହିଳାଙ୍କୁ ମେଡିକାଲରେ ପହଞ୍ଚାଇଲେ ଓଟିଭି ଟିମ୍‌

ଭୁବନେଶ୍ୱର : ରାଜଧାନୀରେ ଅଟୋ ଓ ଟାକ୍ସି ଚାଳକଙ୍କ ଆନ୍ଦୋଳନବେଳେ ସାମନାକୁ ଆସିଲା ଓଟିଭି ଟିମ୍‌ର ଦାୟିତ୍ୱବୋଧର ଚିତ୍ର। ଏକ ଅସୁସ୍ଥ ଶିଶୁ ଓ ପରିବାର ଲୋକଙ୍କୁ ମେଡିକାଲ ପହଞ୍ଚାଇଲା ଓଟିଭି ଟିମ୍।  ସୂଚନା ଅନୁସାରେ ଭୁବନେଶ୍ୱର ବାଳକାଟିର ରଶ୍ମିତା ରଥ ନାମ୍ନୀ ମହିଳା ତାଙ୍କ ଅସୁସ୍ଥ ଶିଶୁକୁ ଧରି ଏକ ଅଟୋରେ କ୍ୟାପିଟାଲ ହସ୍ପିଟାଲ ଆସୁଥିଲେ। ହେଲେ କଳ୍ପନା ଛକରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ ଆନ୍ଦୋଳନରତ ଅଟୋ ଓ ଟାକ୍ସି ସଂଘର କର୍ମକର୍ତ୍ତା। ଶିଶୁର ସ୍ୱାସ୍ଥ୍ୟାବସ୍ଥା […]

  • Saturday, 17 July 2021
crocodile-1
କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ। ଗତକାଲି କୁମ୍ଭୀର ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଜି ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ବିଜୟ ପାତ୍ର। ସେ ଗତକାଲି ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକ ପ୍ରଶାସନକୁ ଜଣାଇବା ପରେ ଓଡ୍ରାଫ ଟିମ୍‌ ସହାୟତା ନିଆଯାଇଥିଲା। ଆଜି ବିଜୟଙ୍କ କ୍ଷତାକ୍ତ ମୃତ ଶରୀର ଉଦ୍ଧାର […]

  • Saturday, 17 July 2021
dharmendra
ଚାବି ହଜିବା ସତ ହୋଇଥିଲେ ସାଂଘାତିକ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାବି ହଜିବା ଯଦି ସତ ହୋଇଥାଏ ତେବେ ଭାବନାତ୍ମକ ଦୃଷ୍ଟିରୁ ଏହା ସାଂଘାତିକ। ଘଟଣାକୁ ୨ ମାସ ହେଲାଣି ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନାହାନ୍ତି। ଟିକେ ଟିକେ କଥାରେ ଆଇନ ତା ବାଟରେ ଯିବ କହନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ […]

  • Saturday, 17 July 2021