• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

wine-1
ମଦ ଦୋକାନ ଉଚ୍ଛେଦ ଦାବିରେ ତାତିଲେ ମହିଳା

କେନ୍ଦ୍ରାପଡା : ମଦ ଦୋକାନ ଉଚ୍ଛେଦ ଦାବିରେ ତାତିଲେ ମହିଳା। କେନ୍ଦ୍ରାପଡା ମାର୍ଶାଘାଇ ବ୍ଳକର ଅଙ୍ଗୁଳାଇ ଛକରେ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ମହିଳା। ଦୀର୍ଘ ଦିନ ହେବ ଏଠାରେ ଦୁଇଟି ଦେଶୀ ଓ ଓ ବିଦେଶୀ ମଦ ଦୋକାନ ଖୋଲା ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ କିଛି ଫଳ ମିଳୁନଥିବାରୁ ମହିଳାମାନେ ମଦ୍ୟପଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆମରଣ ଅନଶନକୁ ଓହ୍ଲାଇଥିବା କହିଛନ୍ତି। ଧାରଣାସ୍ଥଳରେ ମହାତ୍ମା ଗାନ୍ଧୀଙ୍କ […]

  • Saturday, 17 July 2021
accident
ଗଛରେ ପିଟି ହୋଇ ଘାଟି ତଳକୁ ଓଲଟିଲା ଟ୍ରକ

ଗଞ୍ଜାମ : ଗଛରେ ପିଟି ହୋଇ ଘାଟି ତଳକୁ ଓଲଟିଲା ଟ୍ରକ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ମୃଗବିହାର ନିକଟରେ ଏକ କାଜୁ ବୋଝେଇ ଟ୍ରକ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଟ୍ରକ ଭିତରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଡ୍ରାଇଭର ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ବଡପୋଖରିଆ ପଞ୍ଚାୟତ ଓଳସିଂ […]

  • Saturday, 17 July 2021
atm2
ପୁଣି ଲୁଟେରାଙ୍କ ଟାର୍ଗେଟରେ ଏଟିଏମ

ବାଲେଶ୍ୱର : ବାଲେଶ୍ୱରରେ ପୁଣି ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍। ଗତକାଲି ରାତିରେ ସହରରେ ରାଣୀପାଟଣା ଛକରେ ଏଟିଏମ୍ ତା଼ଡ଼ି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ତେବେ ପୋଲିସ ପହଞ୍ଚିଯିବାରୁ ଟଙ୍କା ନେଇନପାରି ଘଟଣାସ୍ଥଳରୁ ଫେରାର ମାରିଛନ୍ତି। ଫଳରେ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। କିଛି ଦିନ ପୂର୍ବରୁ ବାଲେଶ୍ୱର ସହରରୁ ସୁନହଟ ଓ ଆଇଟିଆଇ ଛକରୁ ଦୁଇଟି ଏଟିଏମ୍ ତାଡି କଳାକନା ବୁଲାଇଥିଲେ ଲୁଟେରା।

  • Saturday, 17 July 2021
pcc---
ଜିଲ୍ଲା ମୁଖି‌ଆଙ୍କୁ ଗୁରୁମନ୍ତ୍ର ଦେବେ ପିସିସି ସଭାପତି

ଭୁବନେଶ୍ୱର : ଆଜି ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ବୈଠକ ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ହେବ। ଗତ ୯ ତାରିଖରେ ଏଆଇସିସି ପକ୍ଷରୁ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ଏହା ହେଉଛି ପ୍ରଥମ ବୈଠକ। ବୈଠକରେ ଜିଲ୍ଲା କମିଟିର ଅନ୍ୟ କର୍ମକର୍ତ୍ତା ଚୟନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ। ଏଥିସହ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ସହ କିଭଳି ଜିଲ୍ଲା ସଂଗଠନକୁ […]

  • Saturday, 17 July 2021
pradeep
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ କାହିଁକି ବିଦା ହେଲେ ପ୍ରଦୀପ ଜେନା ?

ଭୁବନେଶ୍ୱର : ବଢୁଛି ବିବାଦ, ଉଠୁଛି ପଡୁଛି ସାରା ରାଜ୍ୟ। ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଅକଳରେ ରାଜ୍ୟ ସରକାର। ଏଭଳି ବିବାଦୀୟ ସ୍ଥିତିରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଯିବା ପଛରେ କଣ ରହିଛି କାରଣ ତାକୁ ନେଇ ଜୋରଦାର ଚର୍ଚ୍ଚା। ଡ୍ୟାମେଜ୍ କଣ୍ଟ୍ରୋଲ ନା ପ୍ରଶାସନିକ ଅବହେଳାରୁ କାର୍ଯ୍ୟାନୁଷ୍ଠାନ, ତାକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା। ତେବେ ଚାବି ହଜିବା ଘଟଣା ପ୍ରଦୀପଙ୍କୁ ପରିବର୍ତ୍ତନ ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି। […]

  • Saturday, 17 July 2021
bijaya
ଓଲଟା ବାଣ ମାରି ବିଜେପିକୁ ଘାଇଲା କଲେ ବିଜୟ

ଭୁବନେଶ୍ୱର : ବିଜୟଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେପି। ଭାଗୁଆଳି ଶାସନରେ ଆଇନ ବିଭାଗର ଦାୟିତ୍ୱ ନେଇ ବିଜେପି ଶ୍ରୀମନ୍ଦିର ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ୬ ମାସରେ ରତ୍ନଭଣ୍ଡାର ଖୋଲିବା ନିୟମ ଥିଲେ ବି ୯ ବର୍ଷରେ କେତେଥର ଖୋଲାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ଅନ୍ୟକୁ କହିବା ପୂର୍ବରୁ ଭାବିଚିନ୍ତି କହିବା କଥା ବୋଲି ନିଜ ଦଳର ନେତାଙ୍କୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର। ତେବେ ବିଜୟଙ୍କ ଏ ବାଣ […]

  • Saturday, 17 July 2021
cctv
+୨ ବି ଜଗିବ ସିସିଟିଭି

ଭୁବନେଶ୍ୱର: ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡିକରେ ବି ଲାଗିବ ସିସିଟିଭି।  ଆସନ୍ତା ବର୍ଷ ଠୁ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ସିସିଟିଭି ଲଗାଯିବ ବୋଲି ଯୋଜନା ଥିବା ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ଛାତ୍ରଛାତ୍ରୀ ପାଠପଢା ଉପରେ ମନନିବେଶ କରନ୍ତୁ, ଯଦି ରେଜଲ୍ଟ ଖରାପ ହେଲା ସେଥିପାଇଁ ଆଗକୁ ଛାତ୍ରଛାତ୍ରୀ ଦାୟୀ ରହିବେ। ଏଥିସହ […]

  • Saturday, 17 July 2021
rourkela..
ଏବେବି RSP ବର୍ଜ୍ୟବସ୍ତୁ ନାଳ ଭିତରେ ଫସି ରହିଛନ୍ତି ୪ଜଣ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଏବେବି ୪ଜଣ ପାଇପ୍ ଭିତରେ ଫସି ରହିଛନ୍ତି। ସେମାନଙ୍କ ସନ୍ଧାନ ପାଇଁ ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, CISF ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଟେକ୍‌ନିକାଲ ଟିମ୍  ଉଦ୍ୟମ ଜାରି ରଖିଛି। ଆଉ ୪ଟି ଶବ ବାହାର କରିବା ପାଇଁ ଆଜି ମଧ୍ୟ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ତାଙ୍କର ଟେକ୍‌ନିକାଲ ଷ୍ଟାଫ୍ ମାନଙ୍କ ସହିତ କାମ ଜାରି ରଖିଛନ୍ତି। ଡ୍ରେନକୁ ବ୍ଳାଷ୍ଟିଙ୍ଗ କିମ୍ବା ଅନ୍ୟ ଯନ୍ତ୍ର ଦ୍ୱାରା […]

  • Saturday, 17 July 2021
sakalara-khabara-head
ବର୍ତ୍ତମାନର ମୁଖ୍ୟ ଖବର

https://youtu.be/m5yZg93CDE0

  • Saturday, 17 July 2021
Lightning
ରାଜ୍ୟ ପାଇଁ ମହାବିପତ୍ତି ସାଜିଛି ବଜ୍ରାଘାତ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ବଜ୍ରାଘାତ ବିପତ୍ତି। ଗତ ୩ ଦିନରେ ୧୮ ଜଣଙ୍କ ଜୀବନ ନେଇଛି ଘାତକ ବଜ୍ରାଘାତ। ସେହିପରି ୨୨ ମେ’ରୁ ଅର୍ଥାତ୍ ଗତ ୨୨ ଦିନରେ ଯାଇଛି ୪୦ ଜୀବନ। ବଜ୍ରାଘାତ ନେଇ ଏମିତି କିଛି ଘଟଣା ଏବେ ରାଜ୍ୟରେ ଦୁଃଖଦ ମୁହୂର୍ତ୍ତ ପାଲଟିଛି। କୁନି ଝିଅକୁ କହିଯାଇଥିଲେ ଘରକୁ ଫେରିଲା ବେଳେ ପକୁଡି ଆଣିଦେବି। ହେଲେ ପକୁଡି ଆଣିବେ କଣ ନିଜେ ଫେରିଲେନି। ବାଟରେ ବଜ୍ରାଘାତ ନେଇଗଲା ସୁନ୍ଦରଗଡ଼ ଶଙ୍କରାବାହଲ ଗାଁର  […]

  • Saturday, 17 July 2021
puri
ରତ୍ନଭଣ୍ଡାର ଚାବି ନେଇ ଜୋରଧରିଲା ଦୋଷଠେଲା ରାଜନୀତି

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ହଲ୍ଲାବୋଲ। ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଗର୍ଜିଛନ୍ତି ବିଜେପି କର୍ମୀ ଓ ନେତା। ପୁରୀ ଭଦ୍ରକ ବାଲେଶ୍ୱର ସବୁଠି ବିକ୍ଷୋଭ ଓ ପ୍ରତିବାଦ ସଭା। କେନ୍ଦ୍ରାପଡା  ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର ଦୁହୁରିଆରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ କର୍ମୀ। ଦଳର ଅଭିଯୋଗ ରତ୍ନଭଣ୍ଡାର ଯାଞ୍ଚବେଳେ ଏପ୍ରିଲ ୪ରେ ସରକାର ଚାବି ହଜିବା ଘଟଣା ଜାଣିଥିଲେ ବି  ପ୍ରକାଶ […]

  • Saturday, 17 July 2021
cuttack.
କଟକରେ ଅଜଣା ଜନ୍ତୁ ଆତଙ୍କ: କାହାରିକୁ ମାରିନି, କୁକୁଡ଼ାଙ୍କୁ ମାରି ଖାଉଛି

କଟକ: କଟକ ସହରରେ ଅଜଣା ଜନ୍ତୁ ଆତଙ୍କ।  କଟକ ସୂତାହାଟ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଗତ ୩ ଦିନ ଧରି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ଯଦିଓ କାହାରିକୁ ଆକ୍ରମଣ କରିନାହିଁ, କିନ୍ତୁ କିଛି କୁକୁଡାଙ୍କୁ ମାରି ଖାଇଦେଉଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଦିନ ଜଣଙ୍କ ଘର ଭିତରକୁ ପଶି ଆସିଥିବା ଏହି ଜନ୍ତୁକୁ ଦେଖି ଲୋକେ ଡରିଯାଇଥିଲେ। ହେଲେ ସେଠାରୁ ସେହି ଜନ୍ତୁଟି ନିକଟ ଏକ ଜଙ୍ଗଲକୁ ଖସି ପଳାଇ ଯାଇଥିଲା। ଲମ୍ବା […]

  • Saturday, 17 July 2021
man beaten his mother
ଗାଁ ଦାଣ୍ଡରେ ମାଆକୁ ଘୋଷାଡ଼ି ବିଧା, ଗୋଇଠା ମାରିଲା ପୁଅ

ବାଲେଶ୍ୱର: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ଗାଁ ଦାଣ୍ଡରେ ତାକୁ ଘୋଷାଡ଼ି ଘୋଷାଡ଼ି ମାରିଲା । ବିଚାରୀ ମା କଲବଲ ହୋଇ ଚିତ୍କାର କରୁଥିବା ବେଳେ ହାତ ମାଡ଼ ଅଣ୍ଟିଲାନି ଯେ ଶେଷରେ କାଠ ଫାଳିଆ ଆଣି ମା ପେଟ ଉପରେ ପକାଇ ଚଢ଼ିଗଲା ପୁଅ । ବର୍ଷ ବର୍ଷ ଅଖିଆ ଅପିଆ ରହି ଯୋଉ ପୁଅକୁ ବଳ ବୟସ ଦେଇଥିଲା ମା, ସେହି ପୁଅ ଏମିତି ଗାଁ […]

  • Saturday, 17 July 2021