ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ଗୃହରେ ତାତି। ଆଜି ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲା କଂଗ୍ରେସ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ସରକାର ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ କରି ବାଚସ୍ପତିଙ୍କ ପୋଡିଅମ ପାଖରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକମାନେ। ଚାଷୀଙ୍କ ଅନଶନ ପ୍ରସଙ୍ଗ ଉଠାଇ ସ୍ଲୋଗାନ ଦେଇଥିଲେ। ଏହା ପରେ ବାଚସ୍ପତି ଗୃହକୁ […]
ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଥିବା HAL ଫାଟକରେ ତାଲା । ୧୪ ଦଫା ଦାବି ନେଇ ଯୁବ ବିକାଶ ମଞ୍ଚ ଏବଂ ହାଲ୍ ପୋଷ୍ୟ ଗ୍ରାମ୍ୟ ଓ ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କରାଯାଇଛି ଆନ୍ଦୋଳନ। ଏଥିପାଇଁ କାରଖାନାର କାମ୍ ଠପ୍ ହୋଇ ଯାଇଛି। ଶହ ଶହ କର୍ମଚାରୀ ହାଲ୍ ଫାଟକ ଆଗରେ ବସି ରହିଛନ୍ତି। କୁଶଳୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଅଣକୁଶଳୀ ବେକାରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ […]
ବଲାଙ୍ଗିର : ଧୂମଧାମ୍ରେ ସରିଲା ବାହାଘର। ଭୋଜିଭାତରେ ମସଗୁଲ୍ ସମ୍ପର୍କୀୟ ବି ଯେ ଯାହା ବାଟରେ ଯିଏ ଗଲେ। ନୂଆ ବାହା ହୋଇଥିବା ସ୍ୱାମୀ ଫୁଲ ଶେଯରେ ଆଉଜି ପଡି ଛାଇ ନିଦରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥାନ୍ତି। ଏଣେ ନବବିବାହିତା ଧୋକାବାଜ୍ ସ୍ତ୍ରୀ ରଚିଥାଏ ଷଡ଼ଯନ୍ତ୍ର। ଆଉ ଏହି ଷଡ଼ଯନ୍ତ୍ର ପାଇଁ ସେଇ ଚଉଠି ରାତିରେ ଧୂଳିସାତ୍ ହୋଇଯାଏ ସବୁ ସ୍ୱପ୍ନ । ଧୋକାବାଜ ସ୍ତ୍ରୀର ପ୍ରେମିକ ସହ ଖସିଯିବାକୁ କରିଥିବା ଯୋଜନାରେ ସଫଳ ହୁଅନ୍ତି […]
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ତେବେ ଏହାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ। ତାସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ସଦସ୍ୟ ମାନେ ଧାରଣା ଦେଇଛନ୍ତି। ମୂଲ୍ୟାୟନ ପାଇଁ ଆସୁଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡ଼ାଯାଉନି। ଫଳରେ ଏକପ୍ରକାର ଅଡୁଆ ପରିସ୍ଥିତି ଦେଖାଦେଇଛି। ଭୁବନେଶ୍ୱର ସମେତ କଟକ, ଜଗତସିଂପୁର, […]
ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା। ତାଲା ପକାଇ ଧାରଣାରେ ବସିଲେ ଶତାଧତ୍କ ଛାତ୍ରୀ। ରମାଦେବୀ କଲେଜର ଅଟୋନୋମସ ବଜାୟ ଦାବିରେ ଛାତ୍ରୀମାନେ ଏହି ଆନ୍ଦୋଳନ କରୁଛନ୍ତି। ବିଶ୍ୱବିଦ୍ୟାଳୟ ପରେ କଲେଜର ଅଟୋନୋମସ ମାନ୍ୟତାକୁ ପ୍ରତ୍ୟାହାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀ। ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରୀମାନେ ଧାରଣାରେ ବସିଛନ୍ତି। ଦେଖନ୍ତୁ ଏହି ଭିଡ଼ିଓ-
ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ ‘ବାଜରା ମିଶନ୍’। ରାଜ୍ୟରେ ‘ଓଡ଼ିଶା ମିଲେଟ୍ ମିଶନ’ ଆରମ୍ଭ ହେବା ନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ୍ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି ପ୍ୟାକେଜ୍ରେ ପ୍ରୋତ୍ସାହନ ରହିବ। ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା। ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଚାଷୀ ଆଦିବାସୀଙ୍କ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ପାଖରେ ଆଜି ଏକ କାର୍ରେ ନିଆଁ ଲାଗିଯାଇଛି। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା। ତେବେ କାର୍ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଦେଖନ୍ତୁ ଏହି ଭିଡ଼ିଓ-
ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍ ପୋଲିସ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଇନର କର୍ଡନ, ଆଉଟର କର୍ଡନ ଏବଂ ଲାର୍ଜ ଆଉଟର କର୍ଡନ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ। ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯିବା ସହ କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯିବ। ଧାରଣାକାରୀଙ୍କ ଲାଗି ନିର୍ଦ୍ଦିଷ୍ଟ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳରୁ ଏକ ଉଡନ୍ତା ସାପ ଧରାଯାଇଛି। ଜଣେ ବ୍ୟକ୍ତି ଜଙ୍ଗଲରୁ ଜାଳେଣି କାଠ ଆଣୁଥିବା ବେଳେ ସାପଟି କାଠ ସହ ଚାଲି ଆସିଥିଲା। ଏହାକୁ ଦେଖି ଶିମିଳିପାଳ ଉଦ୍ଧାରକାରୀ ଟିମ୍ ସାପଟିକୁ ଉଦ୍ଧାର କରିଥିଲେ। ଏହି ସାପକୁ ଉଡନ୍ତା ସାପ ବୋଲି କୁହାଯାଏ। ଶିମିଳିପାଳ ଜୈବ ମଣ୍ଡଳରେ ଏଭଳି ସାପ ସାଧାରଣତଃ ସନ୍ତସନ୍ତିଆ ଜାଗା, ବୁଦା ଓ ଘାସ ମୂଳରେ ରୁହନ୍ତି। ସାପର ପିଠିରେ ସବୁଜ, ହଳଦିଆ ଓ ଗାଢ […]
ଭୁବନେଶ୍ୱର: ଜିଲ୍ଲାପାଳ ଥିବା ବେଳେ ଲାଞ୍ଚ ମାଗୁଥିଲେ ବର୍ତ୍ତମାନ ରାଜ୍ୟ ଶାସନର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାଁରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଆସ୍କାରେ ଡିଆଇ ଥିବା ବେଳେ ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ପାଣ୍ଡିଆନ୍ କିଭଳି ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ନଦେବାରୁ ପରବର୍ତ୍ତୀ ଅବସ୍ଥାରେ ସେ ସସ୍ପେଣ୍ଡ […]
କଟକ : ମୟୁରଭଞ୍ଜ ଜିଲ୍ଲା ଜାମଡ଼ା ଗାଁର ଗୃହିଣୀ ହେମାବତୀ ବାଗେ। ଝାଲ୍ମୁଢ଼ି ବିକ୍ରି କଲେ ଚାଲେ ତେଲ ଲୁଣର ସଂସାର। ପେଟକୁ ଦି’ମୁଠା ଦାନା ମିଳେ। ସେ ଏକ ଅଜଣା, ଅଚିହ୍ନା ଚେହେରାଟିଏ। ହେଲେ ଏହି ମାମୁଲି ଚେହେରା ଆଜି ଚର୍ଚ୍ଚାରେ। ଦେଶର ପ୍ରଥମ ନାଗରିକଙ୍କ ମୁହଁରେ ଆଜି ଶୁଣିବାକୁ ମିଳିଛି ତାଙ୍କରି ନାଁ, ତାଙ୍କରି ପ୍ରଶଂସା। ଫେବୃୟାରୀ ୧୩, ୨୦୧୮। ଗ୍ରାମୀଣ ମହିଳାଙ୍କ କାଠ ଚୁଲିର ଧୂଆଁ ଆଉ ଯନ୍ତ୍ରଣାର କାହାଣୀ ସେଦିନ ଦୋହଲାଇ […]
ପୁରୀ : ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ଗୋଟିଏ ଟ୍ରକରେ ୨୬ ଖଣ୍ଡ ଅସନ ଓ ୪ ଖଣ୍ଡ ଧଉରା କାଠ ଆସିଛି। ଏସବୁ କାଠର ଲମ୍ବ ୧୨ ଫୁଟ୍ ଓ ଗୋଲେଇ ୩ ଫୁଟ୍ ରହିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଏସବୁ କାଠ ରଖାଯାଇଛି। ପୂର୍ବରୁ ରଥ ନିର୍ମାଣ ପାଇଁ କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସୁଥିଲା। କିନ୍ତୁ କାଠ […]
ରାଉରକେଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥର କୁଆରମୁଣ୍ଡା ହରିହରପୁର ପୋଲ ତଳୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ଅର୍ଜୁନ ଗୋପ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡରେ ପିଏଲ୍ଏଫ୍ଆଇର ହାତ ଥିବା ସନ୍ଦେହ କରାଯାଉଛି। ଗତ ୧୩ ତାରିଖରୁ ନିଖୋଜ ଥିଲେ ଅର୍ଜୁନ। ଖୁକୁଣ୍ଡବହଲରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଆଉ ଫେରି ନଥିଲେ ଅର୍ଜୁନ। ଗତକାଲି ସଂଧ୍ୟାରେ […]
ଗଞ୍ଜାମ : ଯୁବ ଠିକାଦାରଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏସ୍ ନୂଆଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଗାଁର ଯୁବ ଠିକାଦାର ପୀତବାସ ମଳିକ ଘରକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୀତବାସଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ଏକ ବୈଠକକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି । ଏହି ଦାବିରେ ଆଜି ରାସ୍ତାରୋକ କରିଥିଲେ ରମାଦେବୀ ଛାତ୍ରୀ। ତାସହ ରମାଦେବୀରେ ପୁଣି ଥରେ ଅଟୋନୋମସ୍ ଲାଗୁ ପାଇଁ ଦାବି କରିଛନ୍ତି ଛାତ୍ରୀ। ରମାଦେବୀ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଏହି ଶିକ୍ଷାନୁଷ୍ଠାନର ଅଟୋନୋମସ୍ ମାନ୍ୟତା ହଟିଛି। ତାସହ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଭୁବନେଶ୍ୱର : ଦୁନିଆରେ ସବୁ ଲୋକ ସମାନ ନଥାନ୍ତି। ଅନେକଙ୍କର ଇଚ୍ଛା ଥାଏ କିଛି ଭିନ୍ନ କରି ଦେଖେଇବା। ନିଜର ନିତିଦିନିଆ ସବୁ କାମ ସତ୍ତ୍ୱେ ବି ସେମାନେ ନିଜର ନିଶାରେ ହଜି ଯାଆନ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି। ଏହିଭଳି ଜଣେ ଯୁବକ ହେଲେ ସଂପୂର୍ଣ୍ଣ ରଥ। ଭୁବନେଶ୍ୱରରେ ରହୁଥିବା ସଂପୂର୍ଣ୍ଣ ଜଣେ ଖେଳ ପ୍ରେମୀ ଯୁବକ ଭାବେ ଖୁବ୍ ଜଣାଶୁଣା। ଅନେକ ଲୋକପ୍ରିୟ ଖେଳାଳିଙ୍କ ଜର୍ସି ସଂଗ୍ରହ କରିବାରେ ସେ ନିଆରା […]
ଭୁବନେଶ୍ୱର : ବାଂଲା ରସଗୋଲାକୁ GI ବା ଭୌଗଳିକ ଉତ୍ପତ୍ତି ମାନ୍ୟତା ମିଳିବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍। ମାନ୍ୟତା କାହିଁକି ପ୍ରତ୍ୟାହାର କରାନଯିବ ସେନେଇ ପକ୍ଷ ରଖିବାକୁ ନୋଟିସ୍ ଜାରି କରାଯାଇଛି। GI ମାନ୍ୟତା ପଞ୍ଜିକରଣ ହେଉଥିବା ଚେନ୍ନାଇସ୍ଥିତ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡିଆ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କୁ ୨ ମାସ ମଧ୍ୟରେ ପକ୍ଷ ରଖିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ରସଗୋଲାର ଉତ୍ପତ୍ତି ସ୍ଥଳକୁ ନେଇ ଓଡିଶା ଓ […]
ସୁନ୍ଦରଗଡ଼ : ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସନକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାରଗିକ କମିଟିର ବିରୋଧ। ପ୍ରତିବାଦ ଜଣାଇବା ଲାଗି ନାଗରିକ କମିଟି ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି। କମିଟିର ଯୁକ୍ତି ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲ।। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ୍ ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ ପୁଣି […]
ପୁରୀ : ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜଣେ ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ ଅଭିଯୋଗ। ଏଭଳି ଘଟଣା ଘଟିଛି ପୁରୀ ଜିଲା ଚନ୍ଦନପୁର ଅଂଚଳରେ। ସୂଚନାଧିକାର କର୍ମୀ ବାବି ଜେନା ହନ୍ତୁକ ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ସୂଚନା ଆଇନ ମୁତାବକ ତଥ୍ୟ ମାଗିଥିଲେ। ତେବେ କାର୍ଯ୍ୟାଳୟରେ ତାଙ୍କୁ ତଥ୍ୟ ବଦଳରେ ମିଳିଥିଲା ମାଡ଼। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ପରେ ମାଡ ମାରିଥିବା ଯୁବକ ଅଭିମନ୍ୟୁ ସ୍ୱାଇଁଙ୍କୁ […]
ନବରଙ୍ଗପୁର : ବିଳମ୍ବରେ ପ୍ରଶ୍ନପତ୍ର ପହଞ୍ଚିବାରୁ ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଥିବା ସ୍କୁଲ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳ ୭ଟାରୁ ୮ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଏଥିପାଇଁ ପରୀକ୍ଷାର୍ଥୀ ସକାଳ ୬ଟାରୁ ଆସି ସ୍କୁଲରେ ଅପେକ୍ଷା କରିଥିଲେ। କିନ୍ତୁ ପ୍ରଶ୍ନପତ୍ର ଆସିବାରେ ପ୍ରାୟ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଫଳରେ ଅପେକ୍ଷା କରି କରି ଘରକୁ […]
ସମ୍ବଲପୁର: ବନାବିରା ଆକ୍ରମଣ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ। ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ସହ ଉତ୍ତରାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ରାଜନୈତିକ ଉଦ୍ଦେଶ୍ୟ ରଖି ଜୟନାରାୟଣଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିବା ସହ ଆକ୍ରମଣ ଘଟଣାର ସିବିଆଇ ତଦନ୍ତ ପାଇଁ ଦଳ ଦାବି କରିଛି। ଏହି ବିକ୍ଷୋଭରେ କୁଚିଣ୍ଡା ବିଧାୟକଙ୍କ ସମେତ ବହୁ ନେତା ଓ ଶହ ଶହ କର୍ମୀ ଯୋଗ […]
ବଲାଙ୍ଗିରି : ଖପ୍ରାଖୋଲ ବ୍ଲକ୍ର ବାଘଝରଣ ଗାଁରେ ଚିତାବାଘ ଆତଙ୍କ। କିଛିଦିନ ତଳେ ଗୁହାଳକୁ ପଶି ଗାଈ, ବାଛୁରୀ, ଛେଳି, ମେଣ୍ଢାକୁ ନେଇ ଯାଇଥିବା ବେଳେ ଆଜି ମଧ୍ୟ ଚିତାବାଘ ଆତଙ୍କ ଦେଖିବାକୁ ମିଳିଛି। ଚିତାବାଘକୁ ଘଉଡାଇବା ପାଇଁ ଲୋକମାନେ ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ଚିତାବାଘକୁ ଘଉଡାଇ ଦିଆଯାଇଥିଲା। ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି ବୋଲି ଖପ୍ରାଖୋଲ ଜଙ୍ଗଲ ଅଧିକାରୀ କହିଛନ୍ତି। ଦେଖନ୍ତୁ […]
ପୁରୀ : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ପକ୍ଷରୁ ୧୦ ଜଣିଆ ସଦସ୍ୟ ତାଲିକା ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସିଦ୍ଧେଶ୍ୱର ମହାପାତ୍ର, ମାଧବ ପୂଜାପଣ୍ଡା, ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ରାମଚନ୍ଦ୍ର ଦାସ ମହାପାତ୍ର, ସଚ୍ଚିଦାନନ୍ଦ ଦାସ ମହାରାଜ, ବିଜୟ ସାହୁ, ରଘୁନାଥ ମହାପାତ୍ର ଏବଂ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପରିଚାଳନା […]
କୋରାପୁଟ : କୋରାପୁଟ ବୋରିଗୁମ୍ମା ବ୍ଲକ ଖିଆଲଗୁଡ଼ାରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ। ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ନେଇ ସୂଚନା ଦେଇଛନ୍ତି ତହସିଲଦାର। ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବାବେଳେ ଆଦିବାସୀ ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଦାବି […]
ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନିଦିନିଆ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀରେ ଯୋଗ ଦେଇ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୋଲିସ ବ୍ୟବସ୍ଥା ସୁଦୃଢ଼ କରିବା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଏହାସହ ରାଜ୍ୟରେ ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି […]