<p>ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ପୁରା ତଦନ୍ତ ପୋଲିସ କରୁଛି। କ୍ରାଇମବ୍ରାଞ୍ଚ କେବଳ ସାଇବର୍ ସମ୍ବନ୍ଧୀୟ ସହଯୋଗ କରୁଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି ରହିଛି।</p> <p>ଏହି ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ରୀମାରାଣୀ ସାହୁ ଗତକାଲି ଏକ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ନ୍ୟାୟ ପାଇଁ ନିବେଦନ କରିଥିଲେ। ଘଟଣାର ପ୍ରାୟ ମାସେ ହୋଇଯାଇଥିଲେ ହେଁ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ କିଛି ସୁରାକ୍ ପାଇନାହିଁ।</p> <p>ପାର୍ସଲ ଆସିଥିବା ରାୟପୁର ଏବଂ ଅନ୍ୟ ସ୍ଥାନକୁ ତଦନ୍ତ କରିଥିଲେ ମଧ୍ୟ ପୋଲିସକୁ ଏ ପର୍ଯ୍ୟନ୍ତ ସଫଳ ମିଳିନାହିଁ। ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରୀମାଙ୍କ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ।</p>
କୋରାପୁଟ : ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ। ଏଭଳି ଅଭିଯୋଗ ଆସିଛି କୋରାପୁଟ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ। ସୂଚନା ଅନୁସାରେ ଗତକାଲି ରାତିରେ ଅଷ୍ଟମ ଶ୍ରେଣୀର ୪ଜଣ ଛାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହକୁ ଉଠାଇନେଇଥିଲେ। ପରେ ଛାତ୍ରଙ୍କୁ କମ୍ବଳରେ ଘୋଡାଇ ଲୁହା ଛଡରେ ମାଡ ମାରିଥିଲେ। ଏନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ କହିବା ପରେ ତାଙ୍କ ହାତ ଏବଂ ମୁହଁରେ ଆଘାତ ଲାଗିଥିବା ଜଣାପଡିଥିଲା। ଘଟଣା ନେଇ […]
ବୌଦ୍ଧ : ନୀରିହ ଦମ୍ପତ୍ତିଙ୍କୁ ବୌଦ୍ଧ ଥାନା ଅଧିକାରୀ ନିର୍ଧୁମ ମାଡ଼ ମାରିଥିବା ନେଇ ଅଭିଯୋଗ। ବୌଦ୍ଧ ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡ଼ନାୟକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସରସରା ଗାଁର ଦମ୍ପତ୍ତି ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ପୋଲିସ ମାଡ଼ରେ ଗୁରୁତର ହୋଇ ପଦ୍ମିନୀ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କୌଣସି ଏକ ମାମଲା ନେଇ ଉଭୟ ପଦ୍ମିନୀ ଏବଂ ତାଙ୍କ ସ୍ୱାମୀ ରବୀନ୍ଦ୍ରଙ୍କୁ ପୋଲିସ […]
ଭୁବନେଶ୍ୱର : ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ପାଖରେ ପୋଲିସ ରିପୋର୍ଟ ଦାଖଲ କରିଛି। କୋଲକତା ଫରେନ୍ସିକ ଲାବ୍ରୋଟରିକୁ ଯାଞ୍ଚ ପାଇଁ ପଠାଯାଇଥିବା ରିଷିର ମୋବାଇଲରୁ କୌଣସି ସୁରାଗ ମିଳିନଥିବା ପୋଲିସ ରିପୋର୍ଟରେ ଦର୍ଶାଇଛି। ତେବେ ରିଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ ସେବନ ଯୋଗୁଁ ହୋଇଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବରୁ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ରିଷି ମୃତ୍ୟୁ ନେଇ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ରାଜ୍ୟ […]
ପୁରୀ : ବ୍ରହ୍ମଗିରି ସିପକୁଦା-ବାଘମୁଣ୍ଡା ମଧ୍ୟରେ ବୋମାମାଡ ଓ ଗୁଳିମାଡ଼ ଘଟଣା।ଏହାର ସମାଧାନ ଦାବିରେ ଆଜି ୩୫ଟି ମୌଜାର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ପୁରୀ- ସାତପଡା ଖଣ୍ଡୁଆଳ ଛକରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ କେବଳ ପର୍ଯ୍ୟଟନ ଗାଡିକୁ ଅଟକାଉଛନ୍ତି। ସେପଟେ ରାସ୍ତା ଅବରୋଧ ଯୋଗୁଁ ଚିଲିକାକୁ ପର୍ଯ୍ୟଟକ ଯାଇନପାରି ଫେରିଯାଉଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି। ଦେଖନ୍ତୁ ଏହି ଭିଡ଼ିଓ-
ଭୁବନେଶ୍ୱର : ମୟୂରଭଂଜ-ଝାଡ଼ଖଣ୍ଡ ସୀମାନ୍ତ ବାହାରାଗୋଡ଼ାରେ ଖସି ପଡିଥିବା ବାୟୁସେନାର ହକ୍ ବିମାନର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବାସୁସେନାର ସାଇଣ୍ଟିଫିକ୍ ଟିମ୍। ସେନାର କର୍ମଚାରୀମାନେ ମଧ୍ୟ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିମାନର ବ୍ଲାକ ବକ୍ସକୁ ଉଦ୍ଧାର କରାଯାଇଛି। ବାଲି ଭିତରେ ପୋତି ହୋଇ ପଡିଥିବା ବିମାନର ଇଂଜିନକୁ ବାହାର କରିବେ ତଦନ୍ତକାରୀ ଟିମ୍। ଏହାସହ ଦୁର୍ଘଟଣାସ୍ଥଳରେ ବିମାନର ପଡିଥିବା ସମସ୍ତ ଖଣ୍ଡବିଖଣ୍ଡିତ ଅଂଶକୁ ସଂଗ୍ରହ କରିବେ। ଦୁର୍ଘଟଣାସ୍ଥଳରେ ଝାଡ଼ଖଣ୍ଡ ବହରାଗୋଡା […]
ଖୋର୍ଦ୍ଧା : ମୋବାଇଲ ପାଇଁ ଝଗଡ଼ା। ସେହି ଝଗଡ଼ାରୁ ଯାଇଛି ଦୁଇଟି ଜୀବନ। ଏହି ଅଭବାନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖାସମଲ କଲୋନିରେ। ଦୁଇ ମୃତକ ହେଲେ ଆଶିଷ କୁମାର ସ୍ୱାଇଁ ଓ ମିତା ବାରିକ। ପରିବାର ଲୋକେ କହିଛନ୍ତି, କିଛି ଦିନେ ତଳ ଏମାନେ ମନ୍ଦିରରେ ବାହା ହୋଇଥିଲେ। ହେଲେ ଗତକାଲି ସଂଧ୍ୟାରେ ଘରୁ ଝୁଲନ୍ତା ଅବସ୍ଥାରେ ସେମାନଙ୍କର ମୃତଦେହ ମିଳିଛି। ପ୍ରଥମେ ଆଶିଷଙ୍କ ଭଉଣୀ ମୃତଦେହ ଦେଖି ପଡ଼ୋଶୀଙ୍କୁ ଡାକିଥିଲେ। ସେମାନଙ୍କ […]
ଭୁବନେଶ୍ୱର : ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୂର୍ତ୍ତିକଳା ପାଇଁ ପ୍ରଭାକାର ଓ ବୟନ କଳା ପାଇଁ ଗୋବର୍ଦ୍ଧନଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ଏଥିସହ ସଂଗୀତକାର ଇଲାୟା ରାଜା, ଉସ୍ତାଦ ଗୁଲାମ ମୁସ୍ତାଫା ଖାଁ ଓ ପି. ପରମେଶ୍ୱରନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିବା ବେଳେ ଟେନିସ୍ ତାରକା ସୋମଦେବ […]
ଭୁବନେଶ୍ୱର : କଂଗ୍ରେସରେ ବଢ଼ିଲା କନ୍ଦଳ। AICC ସଦସ୍ୟତା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଆଜି ନ ହେଲେ କାଲି ବିସ୍ଫୋରଣ ହେବ। ଯିଏ PCC ସଭାପତିଙ୍କ ଘରେ ଓ ଅଫିସ୍ରେ କାମ କରୁଥିଲେ, ସେମାନଙ୍କୁ AICC ସଦସ୍ୟ କରାଯାଇଛି। ବିଧାୟକ ଦଳ ଦିନେ ଦୁଇ ଦିନ ଭିତରେ ବସି ଏ ସଂପର୍କରେ ନିଷ୍ପତ୍ତି ନେବ। AICC ସଦସ୍ୟ ବାଛିବା ଲାଗି ରାହୁଲ ଗାନ୍ଧିଙ୍କୁ ସଂପୂର୍ଣ୍ଣ ଅଧିକାର ଦିଆଯାଇଥିଲା। […]
ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ଗୃହରେ ତାତି। ଆଜି ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲା କଂଗ୍ରେସ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ସରକାର ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ କରି ବାଚସ୍ପତିଙ୍କ ପୋଡିଅମ ପାଖରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକମାନେ। ଚାଷୀଙ୍କ ଅନଶନ ପ୍ରସଙ୍ଗ ଉଠାଇ ସ୍ଲୋଗାନ ଦେଇଥିଲେ। ଏହା ପରେ ବାଚସ୍ପତି ଗୃହକୁ […]
ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଥିବା HAL ଫାଟକରେ ତାଲା । ୧୪ ଦଫା ଦାବି ନେଇ ଯୁବ ବିକାଶ ମଞ୍ଚ ଏବଂ ହାଲ୍ ପୋଷ୍ୟ ଗ୍ରାମ୍ୟ ଓ ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କରାଯାଇଛି ଆନ୍ଦୋଳନ। ଏଥିପାଇଁ କାରଖାନାର କାମ୍ ଠପ୍ ହୋଇ ଯାଇଛି। ଶହ ଶହ କର୍ମଚାରୀ ହାଲ୍ ଫାଟକ ଆଗରେ ବସି ରହିଛନ୍ତି। କୁଶଳୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଅଣକୁଶଳୀ ବେକାରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ […]
ବଲାଙ୍ଗିର : ଧୂମଧାମ୍ରେ ସରିଲା ବାହାଘର। ଭୋଜିଭାତରେ ମସଗୁଲ୍ ସମ୍ପର୍କୀୟ ବି ଯେ ଯାହା ବାଟରେ ଯିଏ ଗଲେ। ନୂଆ ବାହା ହୋଇଥିବା ସ୍ୱାମୀ ଫୁଲ ଶେଯରେ ଆଉଜି ପଡି ଛାଇ ନିଦରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥାନ୍ତି। ଏଣେ ନବବିବାହିତା ଧୋକାବାଜ୍ ସ୍ତ୍ରୀ ରଚିଥାଏ ଷଡ଼ଯନ୍ତ୍ର। ଆଉ ଏହି ଷଡ଼ଯନ୍ତ୍ର ପାଇଁ ସେଇ ଚଉଠି ରାତିରେ ଧୂଳିସାତ୍ ହୋଇଯାଏ ସବୁ ସ୍ୱପ୍ନ । ଧୋକାବାଜ ସ୍ତ୍ରୀର ପ୍ରେମିକ ସହ ଖସିଯିବାକୁ କରିଥିବା ଯୋଜନାରେ ସଫଳ ହୁଅନ୍ତି […]
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ତେବେ ଏହାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ। ତାସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ସଦସ୍ୟ ମାନେ ଧାରଣା ଦେଇଛନ୍ତି। ମୂଲ୍ୟାୟନ ପାଇଁ ଆସୁଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡ଼ାଯାଉନି। ଫଳରେ ଏକପ୍ରକାର ଅଡୁଆ ପରିସ୍ଥିତି ଦେଖାଦେଇଛି। ଭୁବନେଶ୍ୱର ସମେତ କଟକ, ଜଗତସିଂପୁର, […]
ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା। ତାଲା ପକାଇ ଧାରଣାରେ ବସିଲେ ଶତାଧତ୍କ ଛାତ୍ରୀ। ରମାଦେବୀ କଲେଜର ଅଟୋନୋମସ ବଜାୟ ଦାବିରେ ଛାତ୍ରୀମାନେ ଏହି ଆନ୍ଦୋଳନ କରୁଛନ୍ତି। ବିଶ୍ୱବିଦ୍ୟାଳୟ ପରେ କଲେଜର ଅଟୋନୋମସ ମାନ୍ୟତାକୁ ପ୍ରତ୍ୟାହାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀ। ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରୀମାନେ ଧାରଣାରେ ବସିଛନ୍ତି। ଦେଖନ୍ତୁ ଏହି ଭିଡ଼ିଓ-
ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ ‘ବାଜରା ମିଶନ୍’। ରାଜ୍ୟରେ ‘ଓଡ଼ିଶା ମିଲେଟ୍ ମିଶନ’ ଆରମ୍ଭ ହେବା ନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ୍ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି ପ୍ୟାକେଜ୍ରେ ପ୍ରୋତ୍ସାହନ ରହିବ। ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା। ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଚାଷୀ ଆଦିବାସୀଙ୍କ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ପାଖରେ ଆଜି ଏକ କାର୍ରେ ନିଆଁ ଲାଗିଯାଇଛି। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା। ତେବେ କାର୍ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଦେଖନ୍ତୁ ଏହି ଭିଡ଼ିଓ-
ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍ ପୋଲିସ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଇନର କର୍ଡନ, ଆଉଟର କର୍ଡନ ଏବଂ ଲାର୍ଜ ଆଉଟର କର୍ଡନ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ। ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯିବା ସହ କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯିବ। ଧାରଣାକାରୀଙ୍କ ଲାଗି ନିର୍ଦ୍ଦିଷ୍ଟ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳରୁ ଏକ ଉଡନ୍ତା ସାପ ଧରାଯାଇଛି। ଜଣେ ବ୍ୟକ୍ତି ଜଙ୍ଗଲରୁ ଜାଳେଣି କାଠ ଆଣୁଥିବା ବେଳେ ସାପଟି କାଠ ସହ ଚାଲି ଆସିଥିଲା। ଏହାକୁ ଦେଖି ଶିମିଳିପାଳ ଉଦ୍ଧାରକାରୀ ଟିମ୍ ସାପଟିକୁ ଉଦ୍ଧାର କରିଥିଲେ। ଏହି ସାପକୁ ଉଡନ୍ତା ସାପ ବୋଲି କୁହାଯାଏ। ଶିମିଳିପାଳ ଜୈବ ମଣ୍ଡଳରେ ଏଭଳି ସାପ ସାଧାରଣତଃ ସନ୍ତସନ୍ତିଆ ଜାଗା, ବୁଦା ଓ ଘାସ ମୂଳରେ ରୁହନ୍ତି। ସାପର ପିଠିରେ ସବୁଜ, ହଳଦିଆ ଓ ଗାଢ […]
ଭୁବନେଶ୍ୱର: ଜିଲ୍ଲାପାଳ ଥିବା ବେଳେ ଲାଞ୍ଚ ମାଗୁଥିଲେ ବର୍ତ୍ତମାନ ରାଜ୍ୟ ଶାସନର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାଁରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଆସ୍କାରେ ଡିଆଇ ଥିବା ବେଳେ ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ପାଣ୍ଡିଆନ୍ କିଭଳି ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ନଦେବାରୁ ପରବର୍ତ୍ତୀ ଅବସ୍ଥାରେ ସେ ସସ୍ପେଣ୍ଡ […]
କଟକ : ମୟୁରଭଞ୍ଜ ଜିଲ୍ଲା ଜାମଡ଼ା ଗାଁର ଗୃହିଣୀ ହେମାବତୀ ବାଗେ। ଝାଲ୍ମୁଢ଼ି ବିକ୍ରି କଲେ ଚାଲେ ତେଲ ଲୁଣର ସଂସାର। ପେଟକୁ ଦି’ମୁଠା ଦାନା ମିଳେ। ସେ ଏକ ଅଜଣା, ଅଚିହ୍ନା ଚେହେରାଟିଏ। ହେଲେ ଏହି ମାମୁଲି ଚେହେରା ଆଜି ଚର୍ଚ୍ଚାରେ। ଦେଶର ପ୍ରଥମ ନାଗରିକଙ୍କ ମୁହଁରେ ଆଜି ଶୁଣିବାକୁ ମିଳିଛି ତାଙ୍କରି ନାଁ, ତାଙ୍କରି ପ୍ରଶଂସା। ଫେବୃୟାରୀ ୧୩, ୨୦୧୮। ଗ୍ରାମୀଣ ମହିଳାଙ୍କ କାଠ ଚୁଲିର ଧୂଆଁ ଆଉ ଯନ୍ତ୍ରଣାର କାହାଣୀ ସେଦିନ ଦୋହଲାଇ […]
ପୁରୀ : ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ଗୋଟିଏ ଟ୍ରକରେ ୨୬ ଖଣ୍ଡ ଅସନ ଓ ୪ ଖଣ୍ଡ ଧଉରା କାଠ ଆସିଛି। ଏସବୁ କାଠର ଲମ୍ବ ୧୨ ଫୁଟ୍ ଓ ଗୋଲେଇ ୩ ଫୁଟ୍ ରହିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଏସବୁ କାଠ ରଖାଯାଇଛି। ପୂର୍ବରୁ ରଥ ନିର୍ମାଣ ପାଇଁ କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସୁଥିଲା। କିନ୍ତୁ କାଠ […]
ରାଉରକେଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥର କୁଆରମୁଣ୍ଡା ହରିହରପୁର ପୋଲ ତଳୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ଅର୍ଜୁନ ଗୋପ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡରେ ପିଏଲ୍ଏଫ୍ଆଇର ହାତ ଥିବା ସନ୍ଦେହ କରାଯାଉଛି। ଗତ ୧୩ ତାରିଖରୁ ନିଖୋଜ ଥିଲେ ଅର୍ଜୁନ। ଖୁକୁଣ୍ଡବହଲରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଆଉ ଫେରି ନଥିଲେ ଅର୍ଜୁନ। ଗତକାଲି ସଂଧ୍ୟାରେ […]
ଗଞ୍ଜାମ : ଯୁବ ଠିକାଦାରଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏସ୍ ନୂଆଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଗାଁର ଯୁବ ଠିକାଦାର ପୀତବାସ ମଳିକ ଘରକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୀତବାସଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ଏକ ବୈଠକକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି । ଏହି ଦାବିରେ ଆଜି ରାସ୍ତାରୋକ କରିଥିଲେ ରମାଦେବୀ ଛାତ୍ରୀ। ତାସହ ରମାଦେବୀରେ ପୁଣି ଥରେ ଅଟୋନୋମସ୍ ଲାଗୁ ପାଇଁ ଦାବି କରିଛନ୍ତି ଛାତ୍ରୀ। ରମାଦେବୀ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଏହି ଶିକ୍ଷାନୁଷ୍ଠାନର ଅଟୋନୋମସ୍ ମାନ୍ୟତା ହଟିଛି। ତାସହ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଭୁବନେଶ୍ୱର : ଦୁନିଆରେ ସବୁ ଲୋକ ସମାନ ନଥାନ୍ତି। ଅନେକଙ୍କର ଇଚ୍ଛା ଥାଏ କିଛି ଭିନ୍ନ କରି ଦେଖେଇବା। ନିଜର ନିତିଦିନିଆ ସବୁ କାମ ସତ୍ତ୍ୱେ ବି ସେମାନେ ନିଜର ନିଶାରେ ହଜି ଯାଆନ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି। ଏହିଭଳି ଜଣେ ଯୁବକ ହେଲେ ସଂପୂର୍ଣ୍ଣ ରଥ। ଭୁବନେଶ୍ୱରରେ ରହୁଥିବା ସଂପୂର୍ଣ୍ଣ ଜଣେ ଖେଳ ପ୍ରେମୀ ଯୁବକ ଭାବେ ଖୁବ୍ ଜଣାଶୁଣା। ଅନେକ ଲୋକପ୍ରିୟ ଖେଳାଳିଙ୍କ ଜର୍ସି ସଂଗ୍ରହ କରିବାରେ ସେ ନିଆରା […]