• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଓଡ଼ିଶା ସ୍କିଲ୍‌ଡ ଦକ୍ଷତା ପ୍ରତିଯୋଗିତା ଉଦଘାଟିତ
ଓଡ଼ିଶା ସ୍କିଲ୍‌ଡ ଦକ୍ଷତା ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ସ୍କିଲ୍‌ଡ ଓଡ଼ିଶା ଦକ୍ଷତା ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୨ ଶହ ଛାତ୍ରଛାତ୍ରୀ ଭାଗ ନେବେ। ୨୫ଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସ୍କିଲ ଓଡ଼ିଶା କମ୍ପିଟିସନରୁ ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ପ୍ରତିଭା ଚୟନ କରାଯିବ। ଏହି ଅବସରରେ ୫ଟି ସଂସ୍ଥା ସହିତ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

  • Friday, 11 June 2021
ଆଖି ବୁଜିଲେ ସାଲେପୁର ପୀଡ଼ିତା
ଆଖି ବୁଜିଲେ ସାଲେପୁର ପୀଡ଼ିତା

କଟକ : ଶେଷରେ କଟକ ବଡ଼ ମେଡିକାଲ୍‌ରେ ଆଖି ବୁଜିଲେ ସାଲେପୁର ପୀଡ଼ିତା। ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ବଡ଼ ମେଡିକାଲର ଶିଶୁ ବିଭାଗ ଟ୍ରମା ICUରେ ସେ ଚିକିତ୍ସାଧୀନ ଥିଲେ। SCB ଅଧୀକ୍ଷକ ଶ୍ୟାମା କାନୁନଗୋ ଏହି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଭଉଣୀ ଏବଂ ତାଙ୍କ ବାପା ଅଭିଯୁକ୍ତକୁ ଫାଶି ଦଣ୍ଡ ଦିଅାଯାଉ ବୋଲି ଦାବି କରିଛନ୍ତି। ସାଲେପୁରର ଏହି ୬ ବର୍ଷର ନାବାଳିକାଙ୍କ ସହିତ […]

  • Friday, 11 June 2021
କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ
କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ

କୋରାପୁଟ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନଙ୍କ ତନାଘନା। ଆଜି ମୂଷାଗୁଡ଼ା ଯାଇ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି ତଦନ୍ତ କମିଶନ। କମିଶନଙ୍କ ପକ୍ଷରୁ ତିନି ଜଣିଆ ଟିମ୍ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ଘଟଣାସ୍ଥଳକୁ ଯାଇ ଯାଞ୍ଚ୍ କରିଛନ୍ତି। କିଛି ଦିନ ତଳେ କୁନ୍ଦୁଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହା ପରେ ଜିଲ୍ଲା ଦୌରାଜଜ ମାମଲାର ତଦନ୍ତ […]

  • Friday, 11 June 2021
୩ଟି ପ୍ରକଳ୍ପକୁ ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ
୩ଟି ପ୍ରକଳ୍ପକୁ ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର : ବାଲେଶ୍ୱରରେ ଉଦଘାଟିତ ହୋଇଛି IOCLର ପମ୍ପ୍ ଷ୍ଟେସନ ଓ PHBPLର ଅଶୋଧିତ ତୈଳ ପାଇପ ଲାଇନ୍ ସଂପ୍ରସାରଣ ପ୍ରକଳ୍ପ। ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ଦୁଇ ପ୍ରକଳ୍ପ ସହ ଏକ LPG ବଟ୍ଲିଂ ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର ରାସ୍ତାର ପାତ୍ରପଡ଼ା ନିକଟ ହିଡ଼ିଗାଁଠାରେ ଏହି ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ୩ଟି ପ୍ରକଳ୍ପ ଲାଗି ମୋଟ ୩୨୧ କୋଟି ଟଙ୍କା ବ୍ୟୟ […]

  • Friday, 11 June 2021
ବେଟିଂ ରାକେଟର ପର୍ଦ୍ଦାଫାଶ
ବେଟିଂ ରାକେଟର ପର୍ଦ୍ଦାଫାଶ

ସମ୍ବଲପୁର : ସମ୍ବଲପୁରରେ IPL ବେଟିଂ ଅଭିଯୋଗରେ ୬ ଗିରଫ। ଏଥିସହ ସେମାନଙ୍କ ନିକଟରୁ ୬୭ ହଜାର ଟଙ୍କା ସହ ୧୦ଟି ମୋବାଇଲ ଜବତ କରିଛି ପୋଲିସ। ଗରିଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୁଦର୍ଶନ ମିଶ୍ର,  ରାଜଦୀପ ଅଗୱାଲ, ସରୋଜ କୁମାର ହୋତା, ତପନ ଖେରୁଲାଲ ଏବଂ ଆକାଶ ଅଗ୍ରୱାଲ। ଗତକାଲି ସନ୍ଧ୍ୟାରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଖେଳ ବେଳେ ସିନ୍ଦୁରପଙ୍କ ପେଟ୍ରୋଲ ପମ୍ପ ନିକଟରେ IPL ବ୍ୟାଟିଂ ଚାଲିଥିଲା। କୌଣସି ସୂତ୍ରରୁ ଖବର […]

  • Friday, 11 June 2021
କୋରାପୁଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ
କୋରାପୁଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

କୋରାପୁଟ/ ମାଲକାନଗିରି : କୋରାପୁଟ ଜିଲ୍ଲା ଜୟପୁର କାଳିଆଝୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣରେ କୌଣସି କ୍ଷୟ କ୍ଷତି ହୋଇନାହିଁ। ହେଲେ ବିସ୍ଫୋରଣ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ମାଓବାଦୀଙ୍କ ବିରୋଧରେ ସାଧାରଣ ଆଦିବାସୀ ଜନତା ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ଜଣାପଡ଼ିଛି। ମାଓବାଦୀମାନେ ବିଶୃଙ୍ଖଳା କରନ୍ତୁ ନାହିଁ ବୋଲି ପୋଷ୍ଟରରେ ଲେଖା ହୋଇଛି। ଏପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଚେତାବନୀ ଦେଇଛି […]

  • Friday, 11 June 2021
ସବୁ ରେଲେଓ୍ୱ ଜୋନକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି
ସବୁ ରେଲେଓ୍ୱ ଜୋନକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି

ରାଉରକେଲା : ଝାରସୁଗୁଡ଼ାରେ ଏଲିପି-ଧାନବାଦ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ଜବତ ପରେ ଦେଶର ସମସ୍ତ ରେଳବାଇ ଜୋନକୁ ଆଲର୍ଟ ଜାରି କରିଛି ରେଳ ବିଭାଗ। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳବାଇ ଜୋନର ଜେନେରାଲ ମ୍ୟାନେଜର ଓ ରେଲେଓ୍ୱ ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟ୍ କମିଶନରଙ୍କ ନିକଟକୁ ସତର୍କତା ଜାରି କରାଯାଇଛି। ରେଳଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି ହୋଇଛି। ପୋଲିସ ଓ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗ ରଖି ଏଭଳି […]

  • Friday, 11 June 2021
ଭାଲୁ ଅାକ୍ରମଣରେ ଜଣକର ମୃତ୍ୟୁ
ଭାଲୁ ଅାକ୍ରମଣରେ ଜଣକର ମୃତ୍ୟୁ

ଯାଜପୁର : ଭାଲୁ ଅାକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅାଉ ଜଣେ ଗୁରୁତର ଅାହତ ହୋଇଛନ୍ତି। ଯାଜପୁର ଜିଲ୍ଲା କୋରେଇ ଥାନା ହୁଡ଼ି ସାହି କାଜୁ ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ଶ୍ୟାମ ହେସା। ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଅାହତ ହୋଇଛନ୍ତି ସୁକୁରା ମୁଣ୍ଡା। ସୁକୁରାଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶ୍ୟାମ ଓ ସୁକୁରା ଅାଜି ଭୋର ସମୟରେ ଶୌଚ […]

  • Friday, 11 June 2021
ଯାତ୍ରା ପେଣ୍ଡାଲରେ ସାପ ଖେଳ
ଯାତ୍ରା ପେଣ୍ଡାଲରେ ସାପ ଖେଳ

ବ୍ରହ୍ମପୁର  : ବନ୍ୟପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଂଘନ। ଲୋକଙ୍କ ମନୋରଂଜନ ପାଇଁ ସାପଙ୍କୁ ଧରି ଯାତ୍ରା ପେଣ୍ଡାଲରେ ଚାଲିଛି ପ୍ରଦର୍ଶନ। ବ୍ରହ୍ମପୁର ସାରୁଆ ସାହିରେ ଚାଲିଥିବା ଏକ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଲି ଦୃଶ୍ୟ। ବ୍ୟକ୍ତି ଜଣକ ସାପକୁ ପ୍ଲାଷ୍ଟିକ ଡବାରେ ରଖି ପ୍ରଦର୍ଶିତ କରିଥିଲେ। ଗୋଟିଏ ସାପ ନୁହେଁ, ଏକାଧିକ ସାପଙ୍କୁ ଧରି ଡବାରେ ବନ୍ଦ କରି ରଖିଥିଲେ ପ୍ରଦର୍ଶନ କରୁଥିବା ଏହି ବ୍ୟକ୍ତି ଜଣକ। ଘଟଣାକୁ ନେଇ ବ୍ରହ୍ମପୁର ଡିଏଫ୍ଓଙ୍କ ଦୃଷ୍ଟି ଆକର୍ଷଣ […]

  • Friday, 11 June 2021
ସୋନାଲିକାଙ୍କ ସଂଗୀନ ଅଭିଯୋଗ
ସୋନାଲିକାଙ୍କ ସଂଗୀନ ଅଭିଯୋଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘର ନିକଟରୁ ତାଙ୍କୁ ପୋଲିସ ଉଠାଇ ନେବା ଘଟଣାରେ ସଂଗୀନ ଅଭିଯୋଗ ଆଣିଛନ୍ତି  ସୋନାଲିକା ମହାନ୍ତି। ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଥିବା ଏହି ମହିଳା ଆଜି ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି ନିଜ ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ବାରମ୍ବାର ଚେଷ୍ଟା କରି ହତାଶ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ଙ୍କ ସହାୟତା ଚାହିଁଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ […]

  • Friday, 11 June 2021
ମୁଖ୍ୟ ଚିକିତ୍ସାଳୟରେ ନିଆଁ
ମୁଖ୍ୟ ଚିକିତ୍ସାଳୟରେ ନିଆଁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଆଁ। ଡାକ୍ତରଖାନାର ଶିଶୁ ବିଭାଗରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ଦେଖି ସେଠାରେ ଆତଙ୍କ ଖେଳିଯାଇଥିଲା। ସମସ୍ତେ ୱାର୍ଡ ଭିତରୁ ବାହାରକୁ ବାହାରି ପଳାଇଆସିଥିଲେ। ପରେ ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

  • Friday, 11 June 2021
ପୁଣି ନାବାଳିକାଙ୍କୁ ଅସଦାଚରଣ
ପୁଣି ନାବାଳିକାଙ୍କୁ ଅସଦାଚରଣ

ଜଗତସିଂହପୁର/ ବାଲେଶ୍ୱର : ଜଗତସିଂହପୁରରେ ପୁଣି ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ତିର୍ତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। କାଲି ଅପରାହ୍ଣରେ ନବମ ଶ୍ରେଣୀ ଛାତ୍ରୀଜଣକ ଟିଉସନ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଉଠାଇ ନେଇ ନିଛାଟିଆ ବାଉଁଶ ବଣରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତା ଜଣକ କୌଣସି ପ୍ରକାରେ ଖସି ଆସି ଘରେ ଏ ସମ୍ପର୍କରେ ଜଣାଇଥିଲେ  ଘଟଣା ସମ୍ପର୍କରେ […]

  • Friday, 11 June 2021
ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ :  ଭୃଗୁ ବକ୍ସିପାତ୍ର
ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ :  ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ଇମ୍ଫା ଥେରୁବାଲିରେ ଆନ୍ଦୋଳନ, ଭଂଗାରୁଜା ଘଟଣାରେ ସାଂଘାତିକ ଆରୋପ ଆଣିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର। ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଆନ୍ଦୋଳନକୁ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି କହିଛନ୍ତି। ଇମ୍ଫା ଆଗରେ କେଉଁ ଦାବିରେ ଆନ୍ଦୋଳନ ହେଉଛି ତାହା ଅସ୍ପଷ୍ଟ। ଏହାର ନେତୃତ୍ୱ କିଏ ନେଉଛି ଜାଣି ହେଉନି। ସବୁ ବାହାର ଅଞ୍ଚଳର ଲୋକ ଆନ୍ଦୋଳନ କରୁଛନ୍ତି ବୋଲି ଭୃଗୁ କହିଛନ୍ତି। ଏଥିସହ ସେଠାରେ ପୋଲିସ […]

  • Friday, 11 June 2021
ଶୁଖିଲା ପଡ଼ିଛି ମହାନଦୀ
ଶୁଖିଲା ପଡ଼ିଛି ମହାନଦୀ

ନୟାଗଡ : ଶୁଖିଲା ପଡିଛି ମହାନଦୀ। ଛତିଶଗଡ଼ର ବ୍ୟାରେଜ ନିର୍ମାଣର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ୧୦ଟି ପଞ୍ଚାୟତରେ। ଏଠାରେ ୫ ହଜାରରୁ ଅଧିକ ଧିବର ପରିବାର ଏବେ ଜୀବିକା ହରାଇ ଦାଦନ ମୁହାଁ। ସିଦ୍ଧାମୂଳା ଠାରୁ ଆରମ୍ଭ କରି କଣ୍ଟିଲୋ, କରବର, ମଣିପୁର ଆଦି ପଞ୍ଚାୟତ ଗୁଡିକର ଧୀବର ମାନେ ଏବେ ଜୀବିକା ଚିନ୍ତାରେ। ପ୍ରଶାସନ ପକ୍ଷରୁ ମାଛ ଧରିବାକୁ ସବୁ ସୁବିଧା ଯୋଗାଇ ଦିଆଯାଇଥିଲେ ବି ମହାନଦୀ ଶୁଖି […]

  • Friday, 11 June 2021
ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ
ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ

ଭୁବନେଶ୍ୱର : ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଓମ୍‌ଫେଡ୍ ପ୍ଲାଣ୍ଟରେ ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି ଆହତମାନେ ହେଲେ ମୀନା,ବିନି,ରଜନୀ ଓ ସନାତନ ସାହୁ। ଭୁବନେଶ୍ୱର କଳାରାହାଙ୍ଗର ସନାତନ ସାହୁଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ଗରମ ବୋତଲ ଗୁଡ଼ିକୁ […]

  • Friday, 11 June 2021
ବାଲୁକା କଳା ମାଧ୍ୟମରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ବାଲୁକା କଳା ମାଧ୍ୟମରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ୧୮୪୮ ମସିହା ଆଜିର ଦିନରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ମଧୁବାବୁ ଜନ୍ମଗ୍ରହଣ କରିଥିଲେ। ମଧୁବାବୁ ହେଉଛନ୍ତି ଓଡ଼ିଆ ସ୍ୱାଭିମାନର ପ୍ରତୀକ। ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ମଧୁବାବୁଙ୍କ ବାଲୁକା କଳା କରାଯାଇଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଥିଲା ବଡ଼ ଭୂମିକା। ବିଲାତ ଯାତ୍ରା କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ। ଏହାସହ […]

  • Friday, 11 June 2021
ରହସ୍ୟ ଘେରରେ କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣା
ରହସ୍ୟ ଘେରରେ କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣା

ଭୁବନେଶ୍ୱର : ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଶୁଖି ଗଲାଣି ମା ଆଖିର ଲୁହ। ହେଲେ ନା ଫେରୁଛି ପୁଅ, ନା ଫେରିବ ବୋଲି କିଏ ଆଶ୍ୱାସନା ବି ଦେଉଛି। ତିନି ବର୍ଷ ହେଲାଣି ଏମିତି ପୁଅର ଆସିବା ବାଟକୁ ଚାତକ ପରି ଚାହିଁ ରହିଛନ୍ତି ମାଲକାନିଗିରି ବଣ୍ଡାଘାଟି ଦାନ୍ତିପଡ଼ାର ଏହି ବଣ୍ଡା ମହିଳା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଃଖକଷ୍ଟରେ ବହୁ ସ୍ୱପ୍ନ ନେଇ ପୁଅ ରାମଚନ୍ଦ୍ରକୁ ପାଠ ପଢାଇବାକୁ ଭୁବନେଶ୍ୱର କିସ୍‌କୁ ପଠାଇଥିଲେ। ପଞ୍ଚମ […]

  • Friday, 11 June 2021
ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା
ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର : ଆଜି ବିଧାନସଭାରେ ଲୋକାୟୁକ୍ତ ଓ ଲୋକପାଳ ଗଠନ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ୨୦୧୫ ଜାନୁୟାରୀ ୧୬ ତାରିଖରେ ଲୋକାୟୁକ୍ତ ଆଇନ ନୋଟିଫିକେସନ୍ ନେଇ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି, ଯାହା ମିଛ ବୋଲି ନରସିଂହ କହିଛନ୍ତି। ସେହିପରି ଖଣି, ଚିଟ୍‌ଫଣ୍ଡ ଦୁର୍ନୀତି, ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା, ପିସି କାରବାର ଓ ଡାଲି ଦୁର୍ନୀତି ଏସବୁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ସମାଲୋଚନା କରିଛନ୍ତି ନରସିଂହ। […]

  • Friday, 11 June 2021
ଦନ୍ତାହାତୀ ଆକ୍ରମଣରେ ୩ ଜଣ ଗୁରୁତର
ଦନ୍ତାହାତୀ ଆକ୍ରମଣରେ ୩ ଜଣ ଗୁରୁତର

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ରେଞ୍ଜ ଲତାଦେଇପୁର ଗାଁରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି।  ଏମାନେ ହେଲେ ସଞ୍ଜିବ କର, ସବିତା ଶତପଥୀ ଓ ଭୂତ ମଲ୍ଲିକ। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ସକାଳୁ ଗାଧୋଇବା ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଏପଟେ ସକାଳୁ ଓ ସନ୍ଧ୍ୟା ପରେ ଘରୁ ନ ବାହାରିବା ପାଇଁ ବନବିଭାଗ […]

  • Friday, 11 June 2021
ତାଳଚେର ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳା ଅଟକ
ତାଳଚେର ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳା ଅଟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଘର ଆଗରେ ଧାରଣା ଦେବାକୁ ଆସୁଥିବାବେଳେ ମହିଳା ଅଟକ। ସୋନାଲିକା ମହାନ୍ତି ନାମ୍ନୀ ଉକ୍ତ ମହିଳା ଜଣକ ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ଭାବେ ଦାବି କରି ଆସୁଛନ୍ତି। ବିଧାୟକ ବ୍ରଜ ପ୍ରଧାନ ତାଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରି ସେ ନ୍ୟାୟ ପାଇଁ ଆସୁଥିବାବେଳେ ବାଟରୁ ତାଙ୍କୁ ପୋଲିସ ଧରି ନେଇଥିଲା। ପୂର୍ବରୁ ମଧ୍ୟ ମହିଳା ଜଣକ ଅନେକ ଥର ପ୍ରତିବାଦ କରିଥିଲେ। […]

  • Friday, 11 June 2021
ପୋଲିସ୍ ଉପସ୍ଥିତିରେ ଇମ୍ଫା କାରଖାନାରେ ଭଙ୍ଗାରୁଜା
ପୋଲିସ୍ ଉପସ୍ଥିତିରେ ଇମ୍ଫା କାରଖାନାରେ ଭଙ୍ଗାରୁଜା

ରାୟଗଡ଼ା: ରାୟଗଡ଼ାରେ ଥେରୁବାଲିର ଇମ୍ଫା କାରଖାନାରେ ଭଙ୍ଗାରୁଜା ହୋଇଛି। କାରଖାନା ଗେଟ୍ ବାହାରେ ଲାଗିଥିବା ସିସିଟିଭି, ଅନ୍ୟ କିଛି ଯନ୍ତ୍ରାଂଶ ଓ ଲାଇଟ୍ ଭାଙ୍ଗି ଦିଆଯାଇଛି। ପ୍ରାୟ ଶହେରୁ ଅଧିକ ଲୋକ ଏହି ଭଙ୍ଗାରୁଜାରେ ସାମିଲ ହୋଇଥିବା ସୂଚନା ମିଳିଛି। ଗତ ଦୁଇଦିନ ହେଲା ବିଭିନ୍ନ ଦାବିରେ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ଗତକାଲି ରାତିରେ ସେମାନେ ଥେରୁବାଲି ଫାଣ୍ଡିକୁ ଯାଇ ଏସ୍‌ଡିପିଓଙ୍କୁ ୯ ଦଫା ଦାବିପତ୍ର ଦେଇଥିଲେ। ଆଉ ବୁଧବାର ଅପରାହ୍ନରେ ପୋଲିସ୍ ଉପସ୍ଥିତିରେ […]

  • Friday, 11 June 2021
ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଗଞ୍ଜାମ /ଜଗତସିଂହପୁର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ବିଇଓ ଯୁଧିଷ୍ଠିର ଦଳେଇଙ୍କ ଘରେ ଓ ଅଫିସରେ ଆଜି ଭିଜିଲାନ୍ସ ରେଡ୍ କରିଛି। ଜନ୍ମସ୍ଥାନ ନନ୍ଦିଆଗଗଡା, ହିଞ୍ଜିଳି ବାସଭବନ, ଧରାକୋଟସ୍ଥିତ ଅଫିସ ଏବଂ ବ୍ରହ୍ମପୁରସ୍ଥିତ ସମ୍ପର୍କୀୟ ଘରେ ଏକ କାଳୀନ ରେଡ୍‌ କରିଛି ଭିଜିଲାନ୍ସ। ଚଢାଉରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସର ୩ଜଣିଆ ଟିମ୍। ତେବେ ଯୁଧିଷ୍ଠିରଙ୍କର ଅନେକ ସମ୍ପତ୍ତି ଠାବ ହୋଇଥିବା ନେଇ ଭିଜିଲାନ୍ସ […]

  • Friday, 11 June 2021
ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର : ଝାରପଡ଼ା ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍‌ରେ ଥିଲେ ରାଜା। ଗତ ୨୦ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ୫୦ହଜାର ଟଙ୍କା ଏବଂ ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା। ଏହାସହ ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ରାଜା ଆଚାର୍ଯ୍ୟଙ୍କ ହାଜିରା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଅନ୍ୟ କୌଣସି ଅପରାଧିକ ମାମଲାରେ […]

  • Friday, 11 June 2021
ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ
ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ

ବଲାଙ୍ଗିର : ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ। ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ। ଏନେଇ ସ୍ପଷ୍ଟ କଲେ ପୋଲିସ୍‌ ଡିଜି ଆର୍‌.ପି ଶର୍ମ।। ରାୟପୁରୁ ପୁଞ୍ଜିଲାଲାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିଛି। ଭଇଁସା କଲେଜ ଅଧ୍ୟକ୍ଷ ପଦବୀ ନେଇ ଷଡ଼ଯନ୍ତ୍ର ରଚିଥିଲେ। ଭଇଁଷା କଲେଜ ଅଧ୍ୟକ୍ଷା ଅଛନ୍ତି ମୃତ ସୌମ୍ୟଶେଖରଙ୍କ ମା।୮ଜଣଙ୍କୁ ମାରାଥନ ଜେରା ପରେ କ୍ରାଇମ୍‌ବ୍ରାଞ୍ଚକୁ ଏହି ବଡ ସଫଳତା ମିଳିଛି। ଫେବ୍ରୁଆରୀ ୨୩ରୁ ଆଜି ଯାଏଁ, ଦୀର୍ଘ ୬୦ […]

  • Friday, 11 June 2021
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍

ବଲାଙ୍ଗିର : ଷଡ଼ଯନ୍ତ୍ରର ମଞ୍ଜି ପୋତିଥିଲେ ପୁଞ୍ଜିଲାଲ୍। ପାଟଣାଗଡ଼ରେ ଲୋମଟାଙ୍କୁରା ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆଉ କେହି ନୁହନ୍ତି ବରଂ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର। କାହିଁକି ଓ କେମିତି ରଚିଥିଲେ ଏ ଭୟଙ୍କର ମର୍ଡର ପ୍ଲଟ, ତାର ଆପାତତଃ ଠୋସ୍ ପ୍ରମାଣ ବି ପାଇ ସାରିଛି କ୍ରାଇମବ୍ରାଞ୍ଚ। ଏବେ ଚାଲିଛି ତଥ୍ୟ ସଂଗ୍ରହ ସହଯୋଗୀ ଉମେଶ ମଟାରୀ, ଚନ୍ଦ୍ରମଣୀ ମେହେର, ସ୍କାଏ କିଙ୍ଗ୍‌ କୋରିଅର ମାଲିକ ଦିଲ୍ଲୀପ ଦାସ ଓ ଡେଲିଭରି […]

  • Friday, 11 June 2021