ବଲାଙ୍ଗିର : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ଓ SITକୁ ମିଳିଲା ଅଧିକ ପ୍ରମାଣ। କଣ୍ଟାବାଞ୍ଜି ରେଳ ଷ୍ଟେସନ ପାର୍କିଂରେ ଗାଡି ରଖିବା ବେଳେ ପୁଂଜିଲାଲଙ୍କୁ ଲୋକେ ଦେଖିଥିବା ସ୍ପଷ୍ଟ କଲେ। ପାର୍କିଂ ଷ୍ଚାଣ୍ଡରେ ସିସିଟିଭି ଫୁଟେଜରେ ବି ରହିଛି ପୁଂଜିଲାଲଙ୍କ ଚିତ୍ର। ସଂପୃକ୍ତ ଲୋକ ନିଜଆଡୁ ପୋଲିସ ପାଖରେ ପହଞ୍ଚିବା ସହ ସେମାନଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ ହୋଇଛି। ସେହିପରି ଷ୍ଟେଟ ଫୋରେନସିକ୍ ଲାବ୍ ପୁଞ୍ଜିଲାଲ ଘର ବାହାରେ ଥିବା ଡଷ୍ଟବିନ ଯାଞ୍ଚରୁ ବାରୁଦ […]
ଭୁବନେଶ୍ୱର : ବଜ୍ରାଘାତରେ ୫ ମୃତ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲାରୁ ୩ ଜଣ ପ୍ରାଣ ହରାଇଛନ୍ତି। ପାଟଣାଗଡ଼ ବେଲପଡ଼ା ଉଡ଼ିଙ୍ଗାରେ ଆମ୍ବ ତୋଟାକୁ ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ ପିଲାଙ୍କ ମୃତ୍ୟୁ ହୋଇଥିଲା। ଉଭୟ ମୃତକ ହେଲେ ୧୦ ବର୍ଷର ପୁରୁଣାନନ୍ଦ ଭୋଇ ଓ ୧୩ ବର୍ଷର ଇଶ୍ୱର ବଏ। ସେପଟେ ଟିଟିଲାଗଡ଼ ବାଙ୍କେଲ ଗାଁରେ ମଧ୍ୟ ବଜ୍ରପାତରେ […]
ଭୁବନେଶ୍ୱର : ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷର ହିସାବ ନିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମନ୍ତ୍ରୀ ପରିଷଦ ବୈଠକ ପରେ ଥ୍ରୀ D ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦଳୀୟ ନେତାଙ୍କୁ ଡିଟର୍ମିନେସନ, ଡିଭୋସନ ଓ ଡେଡିକେସନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ। ଏହି ୩ଟି ମୁଖ୍ୟ ସୂତ୍ରକୁ ଆପଣାଇ ବିକାଶ ଉପରେ ଗୁରୁତ୍ୱ ଦେବାକୁ ନିଜ ଦଳର ସଦସ୍ୟଙ୍କୁ ପରାମର୍ଶ ଦେବାସହ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ଏହାସହ ନିଜ ସରକାରଙ୍କ ସଫଳତା […]
ଗ୍ୱାଲିୟର: ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନ୍। ଆନ୍ଧ୍ରପ୍ରଦେଶ ଏସି ସୁପର୍ ଫାଷ୍ଟ ଏକ୍ସପ୍ରେସ୍ରେ ନିଆଁ ଲାଗି ଯାଇଥିବାର ସୂଚନା ମିଳିଛି। ମଧ୍ୟପ୍ରଦେଶ ଗ୍ୱାଲିୟରରେ ଆଜି ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଟ୍ରେନ୍ରେ ନିଆଁ ଲାଗିଯିବା ଫଳରେ ପରିବେଶଟି ପୂରା ଧୂଆଁମୟ ହୋଇଯାଇଥିଲା। ଅନ୍ୟପକ୍ଷରେ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏପଟେ ନିଆଁରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ସୂଚନା […]
ବାଲେଶ୍ୱର: ବିଶ୍ୱସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ କ୍ରିସିତା ମହାପାତ୍ରଙ୍କ କମାଲ। କେରଳରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ସ ଆର୍ଟ ଟ୍ୟାଲେଣ୍ଟ ଆଣ୍ଡ ଫ୍ୟାଶନ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛନ୍ତି କ୍ରିସିତା। ଆଗକୁ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ। କମ୍ ବୟସରୁ କ୍ରିସିତାଙ୍କ ଏଭଳି ସଫଳତାକୁ ନେଇ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି। ମାତ୍ର ୧୨ ବର୍ଷ ବୟସରୁ ରୋଲ୍ ମଡେଲ୍। ଫ୍ୟାଶନ ଦୁନିଆରେ ଅନ୍ୟୂନ ସଫଳତା। କେରଳର କାଲିକଟଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ-୨୦୧୮ […]
ଭୁବନେଶ୍ୱର: ୨୦୧୮ ସୁଦ୍ଧା ଜଟଣୀରେ ନିର୍ମାଣ ହେବ ଦକ୍ଷତା ବିକାଶ ଅନୁଷ୍ଠାନର ନୂଆ ବିଲଡ଼ିଂ। ଏଥିରେ ୩ ହଜାର ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦିଆଯିବ। ଭୁବନେଶ୍ୱର ଦକ୍ଷତା ବିକାଶ ଅନୁଷ୍ଠାନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଷ୍ଠାନର ସଫଳତା ବି ବଖାଣିଥିଲେ ଧର୍ମେନ୍ଦ୍ର। ୨ ବର୍ଷ ଭିତରେ ଅନୁଷ୍ଠାନରେ ୫୩୬ ଜଣ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ଟ୍ରେନିଂ ଦିଆଯାଇଥିବା […]
ଭୁବନେଶ୍ୱର : ରାଜଧାନୀରେ ହାଇପ୍ରୋଫାଇଲ୍ ବିଦେଶିନୀ ସେକ୍ସ ରାକେଟ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ୮ ଥାଇ ଯୁବତୀଙ୍କୁ ଗିରଫ ପରେ ସେମାନଙ୍କ ଭିସାକୁ ଜବତ କରାଯାଇଛି। ଏହାସହ ସେମାନଙ୍କ ସମସ୍ତ ତଥ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ପଠାଇବା ପାଇଁ କମିଶନରେଟ ପୋଲିସ ଯୋଜନା କରୁଛି। କେଉଁ ଭିସାରେ ଏହି ଥାଇ ଯୁବତୀ ଭାରତ ଆସିଥିଲେ ? ଏତେ ବଡ ରାକେଟ ପଛରେ କିଏ ରହିଛି କିଙ୍ଗପିନ୍ ? ବାରମ୍ବାର ବିଦେଶିନୀ ଭୁବନେଶ୍ୱର ଆସି ଏଭଳି କାର୍ଯ୍ୟରେ […]
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟର ପାର୍କିଂ ଚେକ୍ଗେଟ୍କୁ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ବେଗ ପରେ ସାରା ଦେଶର ବିମାନବନ୍ଦରରେ ସ୍ଥିତି ଯାଞ୍ଚ ପାଇଁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନିର୍ଦ୍ଦେଶ। ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଂ କରୁନଥିବା ଗାଡ଼ିକୁ ମଧ୍ୟ ଚେକ୍ ଗେଟ୍ ଦେଇ ଯିବାକୁ ପଡୁଛି। ଡ୍ରପ୍ ଓ ପିକ୍ଅପ୍ ପାଇଁ ଯାଉଥିବା ଗାଡିଗୁଡିକ ଚେକ୍ ଗେଟ୍ ଦେଇ ଯିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଅଯଥା ବିଳମ୍ବ ଓ […]
ଭୁବନେଶ୍ୱର : ରାଜ୍ୟର ସର୍ବପୂରାତନ ଆଇନ ଶିକ୍ଷାନୁଷ୍ଠାନ ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ। ବିଜେଡିର ଆଇନଜୀବୀ ସାମୁଖ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେବା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଇନଜୀବୀଙ୍କ ବିକାଶ ନେଇ ଆଉ କିଛି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ବର୍ଷରୁ ଆଇନଜୀବୀ ୱେଲଫେୟାର ଫଣ୍ଡ ୫ କୋଟି ହେବ। ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଡେଭଲପମେଣ୍ଟ ଏକାଡେମୀ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ୍ସ ରିଲେସନ୍ସ ( ICCR)ର ଆଂଚଳିକ ଅଫିସକୁ ଏଠାରୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି, ICCR ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ। ICCR ର ଭୁବନେଶ୍ୱର ଅଫିସ୍କୁ ବନ୍ଦ କରି ତାକୁ କୋଲକାତାକୁ ସ୍ଥାନାନ୍ତର କରାଯାଉଥିବା କିଛି ଦିନ ତଳେ ଜଣାପଡ଼ିଥିଲା। ଏହା ପରେ ସଂସ୍ଥାର କର୍ମଚାରୀଙ୍କ ସହିତ ରାଜ୍ୟବାସୀ କେନ୍ଦ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାର ପୁନର୍ବିଚାର କରିବାକୁ ସଂସ୍ଥାର ଅଧ୍ୟକ୍ଷଙ୍କୁ ଚିଠି […]
କୋରାପୁଟ : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ଚାଲିଛି ସାକ୍ଷ୍ୟ ଗ୍ରହଣ। ଏହି ମାମଲାରେ ଆଜି ସାକ୍ଷ୍ୟ ପ୍ରଦାନ ପାଇଁ ଦୁଇ ଜଣ ସାକ୍ଷୀ ଜିଲ୍ଲା ଓ ଦୌରାଜଜ୍ଙ୍କ ନିକଟରେ ହାଜର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ ଓ ଜୟପୁର ଥାନାର ତତ୍କାଳୀନ IIC ତପନ ନାରାୟଣ ରଥ। ଏହି ମାମଲାରେ ତଦନ୍ତ କମିଶନ ଗତ ୧୩ ତାରିଖରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ କରିଛନ୍ତି। ୧୩ […]
ଭୁବନେଶ୍ୱର: ମହାନଦୀକୁ ନେଇ ହେବ ଗବେଷଣା। ମହାନଦୀକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ବାଦ ବିବାଦ ପରେ ଏବେ ଏଭଳି ପଦକ୍ଷେପ ନେଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ପ୍ରାୟ ୧୦ରୁ ଅଧିକ ଉତ୍ସ ଉପରେ ହେବାକୁ ଥିବା ଏହି ଗବେଷଣା ବର୍ଷେ ଧରି ଚାଲିବ। ଯେଉଁଥିରେ ସାମିଲ ହେବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୦ଜଣ ପ୍ରଫେସରଙ୍କ ସହ ୪ ଜଣ ଆଡ଼୍ଭାଇଜର। ଡାଟା ବେସ୍ ଉପରେ ହେବାକୁ ଥିବା ଏହି ଗବେଷଣାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୧୮ଜଣ ପ୍ରଫେସର […]
ନୂଆଦିଲ୍ଲୀ: ଅଫିସର୍ ବାବୁଙ୍କ କଳ୍କୀ ଥିଓରି। ମନୁଷ୍ୟ ନୁହେଁ ବରଂ ସେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ବୋଲି କହୁଛନ୍ତି। ତେଣୁ ଗତ ୬ ମାସ ଧରି ବାବୁ ଜଣଙ୍କ ଅଫିସ ଯାଉନାହାନ୍ତି। ଘରେ ରହି ବିଶ୍ୱର ହିତ ପାଇଁ ସାଧନା କରୁଛନ୍ତି। ପଢ଼ନ୍ତୁ ଏପରି ଜଣେ ଅଜବ ଇଞ୍ଜିନିୟରଙ୍କ କାହାଣୀ… ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ତଥା କଳ୍କୀ ଅବତାର। ପୃଥିବୀବାସୀଙ୍କୁ ଉଦ୍ଧାର କରିବା ପାଇଁ ମୋର ଜନ୍ମ। ତେଣୁ ମୁଁ ଅଫିସ୍ ଯିବି ନାହିଁ। […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବେଳେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଚୁକ୍ତି କରି ଭିନ୍ନ ଭିନ୍ନ ସଂସ୍ଥା କର୍ମଚାରୀ ଯୋଗାଇ ଦେଉଥିବା ବେଳେ ଚାକିରି ନାଁରେ କିଛି ଯୁବକଙ୍କୁ ଠକେଇ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ନାଁରେ ଏକ ସଂସ୍ଥା ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଟେଣ୍ଡର ହାତେଇ ଥିବା କଥା ବି ସାମ୍ନାକୁ […]
ଭଦ୍ରକ: ଚିଙ୍ଗୁଡି ଘେରି ପାଇଁ ବେଆଇନ ବୋରିଂ ଖୋଳା। ଗୋଟିଏ କି ଦୁଇଟି ନୁହେଁ ଶତାଧିକ ଜାଗାରେ ଖୋଳା ଯାଉଛି ଶତାଧିକ ବୋରିଂ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ବରଦିଆ ପଞ୍ଚାୟତରେ ଏଭଳି ଅଭିଯୋଗ ଆସିଥିବା ବେଳେ ବେଆଇନ ବୋରିଂ ଯୋଗୁଁ ନଳକୂପରୁ ପାନୀୟ ଜଳ ବାହାରୁ ନ ଥିବା ଅଭିଯୋଗ ହୋଇଛି। ସେପଟେ ଏନେଇ ଖବର ନ ଥିବା କହିଛି ଜଳ ସମ୍ପଦ ବିଭାଗ। ପାନୀୟ ଜଳ ଟୋପେ ପାଇଁ ରହିଛି ନଳକୂପ। କିଛି ସ୍ଥାନରେ […]
ଭୁବନେଶ୍ୱର : ସୁଦୃଶ୍ୟ କୋଠା। ରାସ୍ତା କଡ଼ରେ ଛିଡ଼ା ହେଉଛି ଆଖିଦୃଶିଆ ୯ ମହଲା ଅଟ୍ଟାଳିକା। ହେଲେ ଅଭିଯୋଗ ହେଉଛି, ଏହି କୋଠା ନିଜ ଜମିରେ ନୁହେଁ। ବରଂ ପଟିଆ ନୂଆଁବନ୍ତ ଗାଁର ଚନ୍ଦ୍ରଧ୍ୱଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ମୁଣ୍ଡ ଟେକୁଛି କିଟ୍ର ଏହି କୋଠା। ସାଂସଦ ତଥା କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗ ଆଣି ଚନ୍ଦ୍ରଧ୍ୱଜ କହିଛନ୍ତି ତାଙ୍କ ଜମିକୁ ବଳପୂର୍ବକ କବ୍ଜା କରି କିଟ୍ କର୍ତ୍ତୃପକ୍ଷ ଏହି କୋଠା […]
ବିବାହ କଲେ ପ୍ରିନ୍ସ ହ୍ୟାରୀ। ବ୍ରିଟେନ ରାଜକୁମାର ହ୍ୟାରୀ ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ ଆଜି ବିବାହ କରିଛନ୍ତି। ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ରାଜକୀୟ ଠାଣିରେ ଘୋଡ଼ା ସବରୀରେ ବସି ରାଜମହଲ ଅତିକ୍ରମ କରିଥିଲେ। ଏହି ସମୟରେ ରାଜମହଲରେ ୧୦ ହଜାରରୁ ଅଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା। ପ୍ରିନ୍ସ ଓ ମର୍କେଲଙ୍କ […]
ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଭାରତୀୟ ପରୀକ୍ଷା ଜେଇଇ ଆଡଭାନ୍ସ। ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଅନ୍ଲାଇନ୍ ଯୋଗେ ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିମଧ୍ୟରୁ ଓଡିଶାରୁ ୬ହଜାର ୩୦୪ଜଣ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପେପର ସକାଳ ୯ ଟାରୁ […]
ଭୁବନେଶ୍ୱର : ପାଖାପାଖି ଗୋଟିଏ ବର୍ଷ ଗୋଟିଏ ମାସ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ବର୍ଷ ଏପ୍ରିଲ ୧୫ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱରରେ ରୋଡ ଶୋ କରିଥିଲେ ମୋଦି। ଏଥର କିନ୍ତୁ ବିକାଶର ଗାଥା ବଖାଣିବାକୁ ଆସିବେ ମୋଦି। ଏଥିପାଇଁ ଦଳ କଟକ କିଲ୍ଲା ପଡ଼ିଆକୁ ବାଛିଛି। ଏଇଠି ନିଜ ଶାସନର ଚତୁର୍ଥ ବର୍ଷରେ ଦେଶ ପାଇଁ ମୋଦି କଣ କଣ କରିଛନ୍ତି ତାର ହିସାବ ରଖିବେ। ଆଜି ଦଳର ରାଜ୍ୟ […]
ଭୁବନେଶ୍ୱର: ରାଜଧାନୀରେ ପୁଣି ବିଦେଶିନୀ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ। ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏହି ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଧରିଛି କମିଶନରେଟ୍ ପୋଲିସ। ରାକେଟ୍ରେ ସଂପୃକ୍ତ ଥିବା ୮ଜଣ ଥାଇଲାଣ୍ଡ ଯୁବତୀ ଧରାପଡ଼ିଛନ୍ତି। ଥାଇଲାଣ୍ଡ ଯୁବତୀଙ୍କ ସହ ୭ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ବାପୁଜୀନଗରର ଏକ ସ୍ପାରେ ଏହି ସେକ୍ସ ରାକେଟ ଚାଲିଥିଲା। ଗତ ସପ୍ତାହେ ମଧ୍ୟରେ ରାଜଧାନୀରେ ତିନି ତିନିଟି ସେକ୍ସ ରାକେଟକୁ […]
ସୁନ୍ଦରଗଡ଼ : ଦୁଷ୍କର୍ମ ବ୍ୟାଧି କେତେ ଭୟଙ୍କର ତା’ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଖେଳବୁଲ ବୟସରେ ଗର୍ଭବତୀ ହୋଇ ଗୋଟିଏ ନୁହେଁ ଦୁଇ ଦୁଇଟି ସନ୍ତାନର ଜନନୀ ହୋଇଛି ଜଣେ ନାବାଳିକା। ସଂପର୍କୀୟ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ପରେ ନାବାଳିକାର ଅବସ୍ଥା ଗୁରୁତର ହୋଇଛି। ଏହା ପରେ ତାଙ୍କୁ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ଭକ୍ତ ନିଜର ମାନସିକ ପୂରଣ ନହେବାରୁ ନିଜର ଜିଭ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଭକ୍ତଙ୍କ ନାଁ ଦାଶରଥି ଜେନା। ସେ ମୟୂରଭଂଜ ଠାକୁରମୁଣ୍ଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଆହତ ହୋଇ ଚିକିତ୍ସିତ ହେଉଥିବା ଦାଶରଥି […]
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ରରେ ବିଜେପି ସରକାରର ୪ ବର୍ଷର ପୂର୍ତ୍ତ ଅବସରରେ ଓଡ଼ିଶାରେ ହେବାକୁ ଥିବା ଏକ ବିଶାଳ ଜନସଭାରେ ମୋଦି ଯୋଗଦେଇ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେବେ। ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ଓଡ଼ିଶା ଗସ୍ତ ଅବସରରେ ମୋଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳକୁ ନେଇ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷ ୯୫,୦୯୬ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବାବେଳେ ୭୩,୨୧୧ଜଣ ପାସ୍ ହୋଇଛନ୍ତି। ଚଳିତ ବର୍ଷ ପାସ୍ ହାର ୭୬.୯୮ ପ୍ରତିଶତ। ତେବେ ପ୍ରଥମ ଶ୍ରେଣୀରେ ୧୯, ୫୬୧ […]
ମୁମ୍ବାଇ: ରିଲିଜ୍ ହୋଇସାରିଛି ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରେସ-୩ର ଟ୍ରେଲର। ଆଗୁଆ ଟ୍ରେଲର ରିଲିଜ୍ କରି ଦର୍ଶକଙ୍କୁ ଇଦ୍ ଭେଟି ଦେଇଛନ୍ତି ସୁପରଖାନ ସଲମାନ। ଦବଙ୍ଗ ଖାନଙ୍କ ଏହି ବିଗ୍ ବଜେଟ୍ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା କ୍ରେଜ୍ ଦେଖିବାକୁ ମିଳିଛି। ପ୍ରଥମେ ସଲମାନ-ଜ୍ୟାକଲିନଙ୍କ ସିଜଲିଂ କେମେଷ୍ଟ୍ରିକୁ ନେଇ ଟିଜର୍ ଆଉ ଏବେ ଜବରଦସ୍ତ ଆକ୍ସନ ସହିତ ଧମାକେଦାର ଟ୍ରେଲର। ବକ୍ସ ଅଫିସରେ ଚହଳ ପକାଇବା ଭଳି ଏହି ଫିଲ୍ମକୁ ନେଇ […]