Paddy Procurement Issues | Farmers Stage Road Blockade In Bargarh
ସମ୍ବଲପୁର: ଆଗକୁ ଆସୁଛି ବର୍ଷା ଋତୁ। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସରିପାରୁନି ଡ୍ରେନ୍ କାମ। ଫଳରେ ରାସ୍ତାରେ ଭାସୁଛି ଅଳିଆ ଆବର୍ଜନା ଯୁକ୍ତ ଡ୍ରେନ୍ ପାଣି। ଆଉ କିଛି ସପ୍ତାହ ପରେ ଆସିଯିବ ମୌସୁମୀ। ତେଣୁ ବର୍ଷା ଦିନ କଥା ଭାବି ଛାନିଆ ସମ୍ବଲପୁର ସହରବାସୀ। ସମ୍ବଲପୁର ମୁଦିପଡ଼ାରେ ବିନା ବର୍ଷାରେ ରାସ୍ତାରେ ଚାଲୁଛି ଡ୍ରେନ୍ ପାଣି। ଆଉ ଏହି ଅପରିଷ୍କାର ଡ୍ରେନ୍ ପାଣିରେ ଯାତାୟତ କରୁଛନ୍ତି ଲୋକେ। ବର୍ଷା ହେଲେ ରାସ୍ତାରେ କିଭଳି […]
ସମ୍ବଲପୁର: ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସର୍ବଦଳୀୟ ସର୍ବଧର୍ମ ସଭା ହେଉଛି। ଝାରସୁଗୁଡ଼ା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ। ମହାନଦୀ ଉପର […]
ବାଲେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବୁଧବାର ଅର୍ଥ ପ୍ରଦାନ କରାଯାଉଛି। କେବଳ ବାଲେଶ୍ୱର ଜିଲ୍ଲାରେ ୧ ହଜାର ୯୬ ଜମାକାରୀଙ୍କୁ ଟଙ୍କା ଦିଆଯାଉଛି। ପ୍ରଥମ ଦିନରେ ୩୫୦ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦୦ ଜମାକାରୀଙ୍କୁ ପ୍ରାୟ ୧୨ ଲକ୍ଷ ୪୮ ହଜାର ପ୍ରଦାନ କରାଯାଇ ସାରିଲାଣି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିପୋଜିଟରଙ୍କ ବ୍ୟାଙ୍କ ଆକାଉଣ୍ଟରେ […]
ନବରଙ୍ଗପୁର: କୂଅରୁ ଉଦ୍ଧାର ହେଲେ ୪ ଭାଲୁ । ନବରଙ୍ଗପୁର ପଡ଼ାଲଗୁଡ଼ା ଗାଁ ନିକଟ ଏକ ବିଲରେ ଥିବା କୂଅରେ ପଡ଼ିଯାଇଥିଲେ ମାଆ ସହ ୩ ଛୁଆ ଭାଲୁ । ଖବରପାଇ ୪ ଭାଲୁଙ୍କୁ ଉଦ୍ଧାର କରିଛନ୍ତି ବନବିଭାଗ କର୍ମଚାରୀ । ପ୍ରଥମେ ଭାଲୁ ପଡ଼ିଥିବା ଜାଣିବା ପରେ ବାଡ଼ି ସାହାଯ୍ୟରେ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ ଜାରି ରଖିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରୁ ଭାଲୁକୁ ଉଦ୍ଧାର କରିଛନ୍ତି ।
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା। ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହୁଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି। କାଳବୈଶାଖୀକୁ ନେଇ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ମିନିଟ ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ, ଘଡ଼ଘଡ଼ି ଓ କୂଆପଥର ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଢେଙ୍କାନାଳ, ଅନୁଗୁଳ, ମୟୂରଭଂଜ, […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓ ସମର୍ଥକ ଆହତ। ଆହତ ୨ଜଣ ଖୋଲି ଭିତର ଗାଁର ବିଦ୍ୟା ଚିନ୍ଦା ଓ ଛତର ଚିନ୍ଦା ବୋଲି ଜଣା ପଡ଼ିଛି। ଏଥିସହ ସେଠାରେ ଏକ ମାଓ କ୍ୟାମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଆଜି ସୁନାବେଡା ଅଭୟାରଣ୍ୟର ଖୋଲି ଭିତର ଗାଁ ନିକଟରେ ଏସଓଜି ଟିମ୍ କମ୍ବିଂ ଅପରେସନ କରୁଥିଲେ। ହେଲେ ହଠାତ ମାଓବାଦୀମାନେ […]
ସମ୍ବଲପୁର : ବିଜେଡି ପକ୍ଷରୁ ଗତ କିଛି ଦିନ ଧରି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ। ଅପରାହ୍ନରେ ସମ୍ବଲପୁର ନେଲସନ ମଣ୍ଡେଲା ଛକଠାରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସର୍ବଧର୍ମର ପଣ୍ଡିତଙ୍କୁ ନେଇ ଏକ ସଭା ଆୟୋଜନ ହେବ। ଝାରସୁଗୁଡା ବିଧାୟକ ନବ ଦାସ ଏହାର ମଙ୍ଗ ଧରିଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାନଦୀ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହେବ। ମହାନଦୀ ଉପର […]
ଭୁବନେଶ୍ୱର : MOU ନୁହେଁ, MOU ସ୍ୱାକ୍ଷର ସ୍ଥାନକୁ ନେଇ ଟଣାଓଟରା। ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଏ ଦୁଇ ଚିଠି ତାର ପ୍ରମାଣ। ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପୀୟୁଷ ଗୋୟେଲ୍। ଭୁବନେଶ୍ୱର ରେଳ ଷ୍ଟେସନ୍ ଆଧୁନିକୀକରଣ ଏମ୍ଓୟୁକୁ ନେଇ ଉପୁଜିଛି ଏହି ବିବାଦ। ଗତ ଏପ୍ରିଲ୍ ୨୭ରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏହି ଚିଠିରେ ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ […]
କଟକ : କେମିତି ହେଲା କଟକ ନିଆଳି ଅଞ୍ଚଳର କଲେଜ ପଢୁଆ ଝିଅର ମୃତ୍ୟୁ? ସନ୍ଦେହଜନକ ଏହି ମୃତ୍ୟୁକୁ ନେଇ ଉଠିଛି ନାନାଦି ପ୍ରଶ୍ନ। ଘର ଲୋକେ ହୃଦଘାତରୁ ମୃତ୍ୟୁ ହୋଇଥିବା କହୁଥିଲେ ବି ପାରିପାର୍ଶ୍ୱିକ ସ୍ଥିତି କିନ୍ତୁ ଅନ୍ୟ ଏକ ଭୟଙ୍କର ଦିଗକୁ ସୂଚାଉଛି। ଅଭିଯୋଗ ଅନୁଯାୟୀ, ଗତ ଶନିବାର ଦିନ ମେଡିକାଲ୍ ନେବା ବାହାନାରେ ନାବାଳିକାଙ୍କ ମୃତଦେହକୁ ବାଇକ୍ରେ ବୋହି ନେଇ ମଶାଣିରେ ପୋଡ଼ି ଦେଇଥିଲେ ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ। ନା […]
ଭୁବନେଶ୍ୱର : ଜୁଏଲ୍ଙ୍କ ନିଶାନାରେ ଦୁଇ ପଟ୍ଟନାୟକ। ନବୀନ ଓ ନିରଞ୍ଜନ। ନବୀନ, ନିରଞ୍ଜନଙ୍କ ଭାଇ ସୌମ୍ୟଙ୍କୁ ଦଳକୁ ଆଣି କଂଗ୍ରେସ ସହ ଭିତରି ବୁଝାମଣା ଦ୍ୱାର ଖୋଲା ରଖିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜୁଏଲ୍। ଅତୀତର କିଛି ଘଟଣା କ୍ରମକୁ ଉଦ୍ଧାର କରି ସେ କଂଗ୍ରେସ ଓ ବିଜେଡିର ଗୋପନ ବୁଝାମଣାର ଅବତାରଣା କରିଛନ୍ତି। ୨୦୦୯ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ଉଠାଇ ସେତେବେଳେ କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜୁଏଲ୍। […]
ଭୁବନେଶ୍ୱର : ମଣିଷ ଯେମିତି ମରଣ ବି ସେମିତି। ଜୀବନ ବ୍ୟାପୀ ମାଟିକୁ, ମାଟିର ମଣିଷଙ୍କୁ ଭଲ ପାଉଥିବା ଲୋକଟିର ମରଣକୁ ବି ଦେଖନ୍ତୁ ଶେଷ ସମୟରେ ନିଜ ଗାଁମାଟି ବାରଙ୍ଗ ମଧୁବନ ଗଲେ, ଇଷ୍ଟଦେବଙ୍କୁ ମୁଣ୍ଡିଆ ମାରି ପାଦୁକ ନେଲେ। ଘରକୁ ଫେରିବାର କେଇ ମୁହୂର୍ତ୍ତରେ ଚାଲିଗଲେ ପରଲୋକ। ମୃତ୍ୟୁର ଶେଜରେ ଓଡ଼ିଶାରେ ଶିଳ୍ପ ବିକାଶର ଭଗୀରଥ ବଂଶୀଧର ପଣ୍ଡା। ଓଡ଼ିଶା ଶିଳ୍ପଜଗତର ଭୀଷ୍ମ ପିତାମହ ଯେ ଆଉ ନାହାନ୍ତି ଏହି ଖବର ପ୍ରଚାରିତ ହେବା […]
ଭୁବନେଶ୍ୱର : ଭାରତ ଛାଡିବେ ୮ ଥାଇଲାଣ୍ଡ ଯୁବତୀ । ଭିସା ଉଲଂଘନ ଅଭିଯୋଗରେ ସେମାନଙ୍କୁ କୁଇଟ୍ ଇଣ୍ଡିଆ ନୋଟିସ କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ଟୁରିଷ୍ଟ ଭିସା ନାଁରେ ବିଦେଶିନୀ ମାନେ ଏଠାରେ ସେକ୍ସ କାରବାର ଭଳି କର୍ମରେ ନିୟୋଜିତ ରହିଥିବାରୁ ଭିସାର ଗାଇଡଲାଇନକୁ ସେମାନେ ଉଲଂଘନ କରୁଛନ୍ତି ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଇମିଗ୍ରେସନ ବିଭାଗ ତରଫରୁ ପୋଲିସ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛି । […]
ଭୁବନେଶ୍ୱର : ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଲିଛି ଭିତିରି ବୁଝାମଣା। ବିଜେପି ରାଜ୍ୟରେ କିଭଳି କ୍ଷମତାକୁ ନ ଆସିବ ସେ ନେଇ ଦୁଇ ଦଳ ମଧ୍ୟରେ ଭିତ୍ତିରି ବୁଝାମଣା ହୋଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍। ଜୁଏଲ କହିଛନ୍ତି ନିକଟରେ ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ବିଜେଡିକୁ ସମର୍ଥନ କରିବାରୁ ବିଜେଡିର ବିଜୟ ହୋଇଥିଲା। ସେହିଭଳି ଆଗାମୀ ଦିନରେ ବି ଏହି ଦୁଇ ଦଳ ବିଜେପି ବିରୋଧରେ ମିଳିମିଶି ଅଭିଯାନ ଚଳାଇବାକୁ ଉଦ୍ୟମ […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍ ଓ ଦୁର୍ବଳ ମୋବାଇଲ ନେଟଓ୍ୱର୍କ ସେବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଲୋକେ। ସିନାପାଲିର ବିଭିନ୍ନ ଯୁବକ ସଂଘ ପକ୍ଷରୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନାପାଲି ବନ୍ଦ ପାଳନ କରାଯାଉଛି। ଫଳରେ ସହରରେ ସମସ୍ତ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିଭଳି ସ୍ଥାନୀୟ ଲୋକେ ସିନାପାଲି ଛକରେ ରାସ୍ତା ଅବରୋଧ କରିଥିବାରୁ ସହରକୁ ସମସ୍ତ ଅଞ୍ଚଳରୁ ଗାଡ଼ି ଚଳାଚଳ ବନ୍ଦ […]
ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ୧୯୩୧ ମସିହାରେ ଜନ୍ମିତ ସ୍ୱର୍ଗତ ପଣ୍ଡା ଖାଲି ଓଡ଼ିଶା ନୁହେଁ ଭାରତୀୟ ଶିଳ୍ପ ଜଗତରେ ଜଣେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ। ତାଙ୍କ ଉଦ୍ୟମରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବା ଇମ୍ଫାର ସେ ଥିଲେ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ। ରାଜ୍ୟର ସର୍ବ ବୃହତ ଫେରୋ ଅାଲଏଜ୍ କାରଖାନା-ଇମ୍ଫା ଅାଜି ସାରା ବିଶ୍ୱରେ […]
ମାଲକାନଗିରି: ଖରାଦିନିଆ ସ୍କୁଲ। ସାଧାରଣତଃ ଖରାଛୁଟିରେ ପିଲା ଅଧିକ ସମୟ ଖେଳକୁଦରେ ମନ ଦିଅନ୍ତି, ପାଠ ପଢନ୍ତିନି। ଫଳରେ ପିଲାଙ୍କ ପାଠପଢ଼ାରେ ଆଉ ମନ ଲାଗେନି। ତେବେ ପିଲାଙ୍କ ମନ ପାଠପଢ଼ାରେ ଲଗାଇବା ପାଇଁ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତର କିଛି ଯୁବକ ଏକାଠି ହୋଇ ଆରମ୍ଭ କରିଛନ୍ତି ଖରାଦିନିଆ ସ୍କୁଲ। ମାଗଣାରେ ପିଲାଙ୍କୁ ଦୁଇ ଓଳି ସମସ୍ତ ବିଷୟରେ ଶିକ୍ଷାଦାନ କରୁଛନ୍ତି ଏହି ଯୁବକ। ଖରା ଛୁଟିରେ ଖେଳ କୁଦରେ ମନ ନ ଦେଇ ପାଠ […]
ନୂଆଦିଲ୍ଲୀ: ଆଇପିଏଲ ମହାସମର। ଆଜି ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ମୁହାଁମୁହିଁ ହେବେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍। ସନ୍ଧ୍ୟା ୭ଟାରେ ୱାଙ୍ଖଡେ ଷ୍ଟାଡିୟମ୍ରେ ଏହି ମ୍ୟାଚ ଖେଳାଯିବ ଓ ବିଜୟୀ ଟିମ୍ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ। ସନ୍ରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ୍। ଉଭୟ ଟିମ୍ ଲିଗ୍ରେ ସମାନ ୯ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ହାଇଦ୍ରାବାଦ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛି। ଦଳରେ ଅଛନ୍ତି କେନ୍ ୱିଲିମ୍ସନ୍, ଶିଖର […]
କଟକ : କାମଳ କବଜାରେ କଟକ ସହର। କିଛି ଦିନ ତଳେ କଟକର ଯୋବ୍ରା ଓ ନୂଆପଡା ଅଞ୍ଚଳରେ ଜଣ୍ଡିସ୍ ଦେଖାଦେଇଥିବା ବେଳେ ଏବେ କନିକା ଛକ, ସିଦ୍ଧେଶ୍ୱର ସାହି, ମାନସିଂ ପାଟଣା, ରାମଗଡ଼ ଆଦି ଅଞ୍ଚଳରେ ଜଣ୍ଡିସ୍ ଆତଙ୍କ। ସିଦ୍ଧେଶ୍ୱର ସାହିର ଲକ୍ଷ୍ମୀପ୍ରିୟା ମହାରଣାଙ୍କ ୧୨ ବର୍ଷର ଝିଅ ଜଣ୍ଡିସରେ ଆକ୍ରାନ୍ତ। ତାଙ୍କ ଭଳି ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ପରିଡାଙ୍କ ୧୦ ବର୍ଷର ପୁଅକୁ ବି ଜଣ୍ଡିସ୍। ଏହି ରୋଗ ବ୍ୟାପିବା ନେଇ ଲୋକେ ସିଧାସଳଖ […]
ଭୁବନେଶ୍ୱର : ତୈଳ ଦର ବୃଦ୍ଧି ଉପରେ ନାହିଁ ବ୍ରେକ୍। ଲଗାତର ଅଷ୍ଟମ ଦିନ ପାଇଁ ବଢ଼ି ଅଲ୍ ଟାଇମ୍ ହାଇରେ ପହଞ୍ଚିଛି ପେଟ୍ରୋଲ ଦର। ପଛକୁ ଗୋଡ଼େଇ ବଢି ଚାଲିଛି ଡିଜେଲ୍। ସବୁ ରେକର୍ଡକୁ କାଟି ଆଜି ପୁଣି ଲିଟର ପିଛା ୩୩ ପଇସା ବୃଦ୍ଧି ସହ ଦିଲ୍ଲୀରେ ପେଟ୍ରୋଲ ପହଞ୍ଚିଛି ୭୬ ଟଙ୍କା ୬ ପଇସାରେ। ଡିଜେଲ ୨୫ ପଇସା ବଢି ପହଞ୍ଚିଛି ୬୭ ଟଙ୍କା ୮୨ ପଇସାରେ। ଯାହାକି ୨୦୧୩ ସେମ୍ବେର ପରେ […]
କଟକ : କଟକ ଚାଉଳିଆଗଞ୍ଜରୁ ନାବାଳକ ଉଦ୍ଧାର। ଚାଉଳିଆଗଞ୍ଜ ନିଳାଦ୍ରୀବିହାର ଅଞ୍ଚଳର ଏକ ଘରୁ ୧୦ବର୍ଷର ନାବାଳକକୁ ଉଦ୍ଧାର କରିଛି କଟକ ଚାଇଲ୍ଡ ଲାଇନ। ପିଲାଟିକୁ ତାର ଜେଜେମା ଦୀର୍ଘ ଦିନ ଧରି ଶିକୁଳିରେ ବାନ୍ଧି ରଖିଥିଲେ। ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଚାଉଳିଆଗଞ୍ଜ ପୋଲିସ ସହାୟତାରେ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛନ୍ତି। ନାବାଳକଟିର ବାପା ମାଆ କେହି ନଥିବା ଜଣାପଡିଛି। ସେ ଦୀର୍ଘ ଦିନ ହେବ ଜେଜେ ମାଙ୍କ ପାଖରେ ରହୁଥିଲା।