• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ
ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର : ଆଜିଠୁ ଦେଶବ୍ୟାପୀ ୨ ଦିନିଆ ବ୍ୟାଙ୍କ ଧର୍ମଘଟ। ମାତ୍ର ୨ ପ୍ରତିଶତ ପ୍ରସ୍ତାବିତ ଦରମା ବୃଦ୍ଧି ନିଷ୍ପତ୍ତିକୁ ବିରୋଧ ସାଙ୍ଗକୁ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀ। ଦାବି ପୂରଣ ନେଇ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ-ଆଇବିଏ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବା ପରେ ପୂର୍ବ ଘୋଷଣା ମୁତାବକ ଆଜି ଓ ଆସନ୍ତାକାଲି ଆନ୍ଦୋଳନ କରିବେ କର୍ମଚାରୀ। ଏହି ଧର୍ମଘଟ ଯୋଗୁଁ ଉଭୟ ସରକାରୀ […]

  • Friday, 02 July 2021
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଫେରାଦ ହେଲେ IAS ସଂଘ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଫେରାଦ ହେଲେ IAS ସଂଘ

ଭୁବନେଶ୍ୱର : ମନ୍ତ୍ରୀ-ଅମଲା ମୁହାଁମୁହିଁ। ଭୁବନେଶ୍ୱରରେ ନ୍ୟାଶନାଲ୍ ଡାଟା ସେଣ୍ଟରର ଉଦ୍‌ଘାଟନୀ ଅବସରରେ ଆଇଟି ସଚିବ ଅଶୋକ ମୀନାଙ୍କ ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ଆଇଏସ୍ ଏବଂ ଓଏଏସ୍ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟେ ସେଥିପାଇଁ ଉପଯୁକ୍ତ ସ୍ତରରେ ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ଦାବି କରାଯାଇଛି। କେନ୍ଦ୍ର ଯୋଜନାରୁ […]

  • Friday, 02 July 2021
ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ
ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷଠାରୁ ରାଜ୍ୟର ବିଭିନ୍ନ ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ୟୁପି ସ୍କୁଲ ଶିକ୍ଷୟିତ୍ରୀ ଏଭଳି ଶାଢ଼ୀ ପିନ୍ଧିବେ। ୨ୟ ପର୍ଯ୍ୟାୟରେ କଲେଜ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ମଧ୍ୟ ବୟନିକା କପଡ଼ାରେ ହେବ। ପରେ ଶିକ୍ଷକଙ୍କ ପାଇଁ ୟୁନିଫର୍ମ ନେଇ ଚିନ୍ତା କରାଯିବ। ଆଜି ସଚିବାଳୟରେ ଆୟୋଜିତ ବୈଠକ ପରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏନେଇ ସୂଚନା ଦେଇଛନ୍ତି। ପିଲାଙ୍କ ୟୁନିଫର୍ମ ରଙ୍ଗ […]

  • Friday, 02 July 2021
ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟର ଉଦ୍‌ଘାଟିତ
ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଉଦଘାଟନ ହେଲା ନାସନାଲ୍ ଡାଟା ସେଣ୍ଟର କେନ୍ଦ୍ର। ଇଲେକଟ୍ରୋନିକ୍ସ ଓ ସୂଚନା ବୈଷୟିକୀ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥଲେ। ନାସନାଲ୍ ଡାଟା ସେଣ୍ଟର ଦ୍ୱାରା ନାଗରିକଙ୍କୁ ଇ-ହସ୍ପିଟାଲ ସୁବିଧା ମିଳିପାରିବ। ଡିଜିଟାଲ ପ୍ଲାଟଫର୍ମ ଜରିଅାରେ ରୋଗୀ, ହସ୍ପିଟାଲ ଓ ଡାକ୍ତରଙ୍କୁ ସଂଯୋଗ ଓ ପେନ୍‌ସନଧାରୀଙ୍କ ପାଇଁ ବ୍ୟାଙ୍କ ସହିତ ଡିଜିଟାଲ ସଂଯୋଗ ହୋଇପାରିବ।

  • Friday, 02 July 2021
ବିବାହ ପାଇଁ ରାଜି ନହେବାରୁ ନାବାଳିକାଙ୍କୁ ମାଡ଼
ବିବାହ ପାଇଁ ରାଜି ନହେବାରୁ ନାବାଳିକାଙ୍କୁ ମାଡ଼

କଟକ  : ବିବାହ ପାଇଁ ମନା କରିବାରୁ ନାବାଳିକାକୁ ନିସ୍ତୁକ ମାଡ଼। ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା। ଏହା ପରେ ନାବାଳିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଫୋଗଳ ପଂଚାୟତର କୁଦ ଗାଁରୁ। ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। […]

  • Friday, 02 July 2021
ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର
ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର

ରାଉରକେଲା  : ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର। ଅଳ୍ପକେ ବର୍ତ୍ତିଲେ ରୋଗୀ ଓ କର୍ମଚାରୀ। ଏହି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ। ନବ ନିର୍ମିତ ପାଥୋଲାବ୍‌ର ଛାତରୁ ପ୍ଲାଷ୍ଟର ଖସି ପଡ଼ିଛି। ଏଠାରେ ରିପୋର୍ଟ ନେବାକୁ ରୋଗୀ ଆସିଥିଲେ। କର୍ମଚାରୀ ମଧ୍ୟ ବସିଥିଲେ। ସଂଯୋଗବଶତଃ ପ୍ଲାଷ୍ଟର ଖସିବାର ଠିକ୍ ପୂର୍ବରୁ ଉଠି ପଳାଇଥିବାରୁ ସେମାନେ ଅଳ୍ପକେ ବର୍ତ୍ତିଛନ୍ତି। କମ୍ପ୍ୟୁଟର ଓ ଅନ୍ୟ ଯନ୍ତ୍ରପାତି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏ ସଂପର୍କରେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

  • Friday, 02 July 2021
ମହାନଦୀ ବଞ୍ଚାଅ ଅଭିଯାନର ନୀରବ ‘ଜଳ ସତ୍ୟାଗ୍ରହ’
ମହାନଦୀ ବଞ୍ଚାଅ ଅଭିଯାନର ନୀରବ ‘ଜଳ ସତ୍ୟାଗ୍ରହ’

କଟକ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଏପଟେ ମହାନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ କରାଯାଇଛି ନୀରବ ଜଳ ସତ୍ୟାଗ୍ରହ। କଟକ ଯୋବ୍ରା ଘାଟ ନିକଟରେ ଅଭିଯାନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ସଂଗଠନ ସଦସ୍ୟମାନେ ଦୁଇ ଘଣ୍ଟା ପାଣି ଭିତରେ ଛିଡ଼ା ହୋଇ ନୀରବ ଆନ୍ଦୋଳନ କରିଥିଲେ। ଏହି ଅବସରରେ ସେମାନେ ମହାନଦୀର ସୁରକ୍ଷା ଓ ଓଡ଼ିଶାର ସ୍ୱାର୍ଥ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଛତିଶଗଡ଼ ସରକାର ମହାନଦୀର ପାଣିକୁ ପ୍ରତିରୋଧ ନକରିବା ଲାଗି […]

  • Friday, 02 July 2021
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ମୋଦି
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ମୋଦି

କଟକ : କଟକ କିଲ୍ଲାପଡିଅାରେ ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି, ମହାନଦୀ ତାର ବଡ ଉଦାହରଣ ବୋଲି ସେ କହିଛନ୍ତି।  ଅଧାରୁ ଅଧିକ ପାଣି ସମୁଦ୍ରକୁ ବୋହି ଯାଉଥିବା ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଥିଲେ। କେନ୍ଦ୍ର ବିବାଦର ସମାଧାନ ଚାହୁଁଛି। ତେବେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମହାନଦୀକୁ ଛାଡି ଅନ୍ୟ ୫ଟି […]

  • Friday, 02 July 2021
୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ କକା
୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ କକା

କଟକ : କଟକ  ଜିଲ୍ଲା ବାଙ୍କୀରେ ଲଜ୍ଜା। ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଛି ସମ୍ପର୍କୀୟ କକା। ବାଙ୍କୀ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନାବାଳିକାଟି ଘରେ ଏକୁଟିଆ ଥିବା ସୁଯୋଗ ପାଇ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଛି। ନାବାଳିକା ଜଣକ ଏ ସମ୍ପର୍କରେ କହିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ବାଙ୍କୀ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

  • Friday, 02 July 2021
ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ମୋଦି : କପିଲ ସିବଲ୍
ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ମୋଦି : କପିଲ ସିବଲ୍

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତିକୁ ବିରୋଧ କରି ଆଜି କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’। ଏହି ଅବସରରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍। ଗତ ଚାରି ବର୍ଷ ମଧ୍ୟରେ ମୋଦି ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବୋଲି କହିଛନ୍ତି ସିବଲ୍। ଅଚ୍ଚେ ଦିନ ନୁହଁ ବରମ୍ ସାଧାରଣ ଲୋକ ମୋଦିଙ୍କ ପାଇଁ ସମସ୍ୟା […]

  • Friday, 02 July 2021
ଅର୍ଡ଼ର ଦେଲେ ଉଡ଼ି ଉଡ଼ି ଆସିବ ଚା’
ଅର୍ଡ଼ର ଦେଲେ ଉଡ଼ି ଉଡ଼ି ଆସିବ ଚା’

ଲକ୍ଷ୍ନୌ: ଅର୍ଡର ଦେଲେ ଉଡି ଉଡି ଆସି ପହଞ୍ଚିବ ଚା’ । ତାହା ବି ପୁଣି ଖୁବ୍‌ ଅଳ୍ପ ସମୟ ମଧ୍ୟରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାହିଁକି ନା ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଅସମ୍ଭବ ବି ସମ୍ଭବ ହୋଇପାରୁଛି। ଲକ୍ଷ୍ନୌର ଆଇଆଇଟି ଛାତ୍ର ମାନେ ନିର୍ମାଣ କରିଛନ୍ତି ଏଭଳି ଏକ ଡ୍ରୋନ୍‌ ଯାହା ଚା’ ଡେଲିଭରୀ କରୁଛି। ଛାତ୍ରମାନେ ନିଜର ଏକ ଚା’ ଡେଲିଭରୀ ସଂସ୍ଥା ଖୋଲିଛନ୍ତି ଯାହାର ନାଁ ରଖିଛନ୍ତି ଟେକ୍ […]

  • Friday, 02 July 2021
ଦେଶରେ କୋଇଲାର ଅଭାବ ନାହିଁ : କୋଲ୍ ଇଣ୍ଡିଆ ମୁଖ୍ୟ
ଦେଶରେ କୋଇଲାର ଅଭାବ ନାହିଁ : କୋଲ୍ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର : ଦେଶରେ କୋଇଲାର ଅଭାବ ନାହିଁ। କୋଇଲା ଅଭାବରୁ କୌଣସି ପ୍ଲାଣ୍ଟ ବନ୍ଦ ହେବ ନାହିଁ। ଦେଶରେ ଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକୁ କୋଇଲା ଅଭାବ ପ୍ରସଙ୍ଗରେ ଏହି ପ୍ରତିକ୍ରିୟା ରଖି କୋଲ ଇଣ୍ଡିଆ ଅଧ୍ୟକ୍ଷ ଅନୀଲ କୁମାର ଝା କହିଛନ୍ତି। ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ବିଦ୍ୟୁତ ପ୍ଲାଣ୍ଟ ପାଇଁ ୧୦ ଦିନର କୋଇଲା ଗଛିତ ରହୁଛି। ଏହି ବ୍ୟବସ୍ଥାକୁ ୨୨ ଦିନକୁ ବଢାଯିବାକୁ ଲକ୍ଷ୍ୟ ରଖାଯାଇଛି।

  • Friday, 02 July 2021
ବାପ ଘର ଛାଡ଼ି ଶାଶୁ ଘରକୁ ଅାସିଲେ ରୀମାରାଣୀ
ବାପ ଘର ଛାଡ଼ି ଶାଶୁ ଘରକୁ ଅାସିଲେ ରୀମାରାଣୀ

ପାଟଣାଗଡ଼  : ବାପ ଘରେ ନୁହେଁ ନିଜ ଶାଶୁ ଘରେ ରହିବେ ପାଟଣାଗଡ଼ ପାର୍ସଲବୋମା ପୀଡିତା ରୀମା ରାଣୀ। ଅଘଟଣରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ନାନା ଚର୍ଚ୍ଚା। ରୀମା ରାଣୀଙ୍କୁ ନେଇ ବି ଉଠିଥିଲା ପ୍ରଶ୍ନ। ତେବେ ପୁଞ୍ଜିଲାଲ୍‌ର କ୍ରୁର ଚକ୍ରାନ୍ତ ଧରା ପଡିବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ଆଉ ଏବେ ସୁସ୍ଥ ହେବା ପରେ ରୀମା ନିଜ ଶାଶୁ ଘରକୁ ଫେରି ଆସିଛନ୍ତି। ପାର୍ସଲ ବୋମା ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖର […]

  • Friday, 02 July 2021
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ଲାଗି ଚାଲିଛି ସୁରକ୍ଷା ସମୀକ୍ଷା। ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ। ବୈଠକରେ ବିମାନ ବନ୍ଦର ନିର୍ଦ୍ଦେଶକ, ଏସପିଜି ଅଧିକାରୀ ଏବଂ ରାଜ୍ୟ ପୋଲିସ ଡିଜି ଆଲୋଚନା କରିଛନ୍ତି। ଏଥିରେ ସିଆଇଏସ୍ଏଫ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଆସନ୍ତା ୨୬ ତାରିଖରେ କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକ ବାଲିଯାତ୍ରା ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ସେପଟେ […]

  • Friday, 02 July 2021
ମୋଦିଙ୍କୁ ନବୀନଙ୍କ ଚିଠି
ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୨୦୧୧ ଜନଗଣନା ଅନୁସାରେ ହିତାଧିକାରୀ ଚୟନ କରାଯାଇଛି। ଏହା ମଧ୍ୟରେ ରାଜ୍ୟର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୧ ଠାରୁ ବର୍ତ୍ତମାନ ରାଜ୍ୟର ଜନସଂଖ୍ୟା ୧୦.୨୨% ବଢ଼ିଛି। ତେଣୁ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଉ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟରେ ଏବେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ରାସନ […]

  • Friday, 02 July 2021
ସଡ଼କ ଦୁର୍ଘଟଣାରେ ୩ ମୃତ, ୮ ଗୁରୁତର
ସଡ଼କ ଦୁର୍ଘଟଣାରେ ୩ ମୃତ, ୮ ଗୁରୁତର

ବାଲେଶ୍ୱର : ପିକ୍ଅପ୍ ଓଲଟି ୨ ମୃତ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଚାନ୍ଦିପୁର ଗୁଡୁପାହି ନିକଟ ନୂଆନଦୀରେ ପିକଅପ୍ ଭ୍ୟାନ୍  ଖସିପଡି ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଗୁଡୁପାହିର ରବୀନ୍ଦ୍ର ହାଁସଦା ଓ ବାସୁଆ ହାଁସଦା। ଉଭୟ ଶ୍ରମିକ ଶ୍ରେଣୀର। ଗୁରୁତର ଆହତ ୫ ଶ୍ରମିକଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଆଠଗଡ଼ ଥାନା ଅନ୍ତର୍ଗତ ଆଙ୍କୁଲା ପେଟ୍ରେଲ ପମ୍ପ ନିକଟରେ ଏକ ବିଦ୍ୟୁତଖୁଣ୍ଟ ସହ ଧକ୍କା ହୋଇ […]

  • Friday, 02 July 2021
ଜାମିନ ସମୟରେ ସାକ୍ଷୀଙ୍କୁ ଧମକ ଦେଲେ ଗିରଫ ହେବେ ଅଭିଯୁକ୍ତ
ଜାମିନ ସମୟରେ ସାକ୍ଷୀଙ୍କୁ ଧମକ ଦେଲେ ଗିରଫ ହେବେ ଅଭିଯୁକ୍ତ

ଭୁବନେଶ୍ୱର: ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ଅପରାଧୀଙ୍କ ଉପରେ ରୋକ୍‌ ଲଗାଇବାକୁ କ୍ରାଇମବ୍ରାଞ୍ଚର ଚିଠି। ରାଜ୍ୟର ସବୁ ଜିଲ୍ଲାର ଏସ୍‌ପି, ଡିଆଇଜି ଓ କମିଶନରେଟ ପୋଲିସକୁ ୧୫ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷୀଙ୍କୁ ସୁରକ୍ଷା ଦେବାକୁ ଚିଠିରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁଦିନ ସାକ୍ଷୀ କୋର୍ଟରେ ହାଜର ହେବାକୁ ଥିବେ ସେମାନଙ୍କୁ ସୁରକ୍ଷିତ ଭାବେ ସାଙ୍ଗରେ ନେଇ କୋର୍ଟରେ ପହଞ୍ଚାଇବା ପୋଲିସର ଦାୟିତ୍ୱ।  ଯେକୌଣସି ପରିସ୍ଥିତିରେ ସାକ୍ଷୀ ଏବଂ ଅଭିଯୁକ୍ତମାନେ ଯେମିତି ମୁହାଁମୁହିଁ […]

  • Friday, 02 July 2021
ଜମିହୀନ ଚାଷୀଙ୍କୁ ସରକାର ଦେବେ ଋଣ
ଜମିହୀନ ଚାଷୀଙ୍କୁ ସରକାର ଦେବେ ଋଣ

ଭୁବନେଶ୍ୱର: ଜମି ନଥିବା ଚାଷୀଙ୍କୁ ଋଣ ଦେବା ଲାଗି ଥିବା ବ୍ୟବସ୍ଥାକୁ କଡ଼ାକଡି ଲାଗୁ କରିବେ ସରକାର। ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ମାଧ୍ୟମରେ ଏହି ଋଣ ଦିଆଯିବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଗ୍ରୁପରେ ୫ ଜଣ ଚାଷୀ ରହିବେ। ଗ୍ରୁପ୍ ପିଛା ୫୦ ହଜାର ଟଙ୍କାର ଋଣ ଦିଆଯିବ। ପ୍ରତ୍ୟେକ ସମବାୟ ସମିତି ୧୦ଟି ଗ୍ରୁପକୁ ଋଣ ଦେବାକୁ ବାଧ୍ୟ। ଐହାସହ ସେ ଆହୁରି କହିଛନ୍ତି, […]

  • Friday, 02 July 2021
ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ୍‌ ଏକ୍ସିଲେନ୍ସି ଆୱାର୍ଡ
ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ୍‌ ଏକ୍ସିଲେନ୍ସି ଆୱାର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ  ‘ପୋଲିସ୍‌ ଏକ୍ସିଲେନ୍ସ ଆୱାର୍ଡ’ ମିଳିଛି।  ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୋଲିସ ଏକ୍ସପୋରେ ତାଙ୍କୁ ଏହି ସମ୍ମାନ ମିଳିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ତାଙ୍କୁ ସମ୍ମାନିତ କରିଥିଲେ। ଓଡିଶା କ୍ୟାଡରର ପ୍ରଥମ IPS  ଅଫିସର ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସଫଳତା ପାଇଛନ୍ତି।  ଲୋକଙ୍କୁ ସେବା ଓ ଧନ ସମ୍ପତ୍ତି ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।

  • Friday, 02 July 2021
ଜଙ୍ଗଲ ଜମି ହଡ଼ପ ପାଇଁ କିସ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର
ଜଙ୍ଗଲ ଜମି ହଡ଼ପ ପାଇଁ କିସ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର

ଭୁବନେଶ୍ୱର : ବିରୋଧର ସ୍ୱରକୁ ଚାପି ଦେବାର ପ୍ରୟାସ। ଗ୍ରାମସଭାରେ ତ ଅସନ୍ତୋଷ ଜଣାଇ ପାରିଲେନି, ଗଣମାଧ୍ୟମ ସାମ୍ନାରେ ବି ନିଜ ମତ ରଖିବାକୁ ଯାଉଥିବା ଏ ବ୍ୟକ୍ତିଙ୍କୁ ଧକ୍କା ଦେଇ ଭଗାଇ ଦିଆଯାଉଛି। କହିବାର ବି ସୁଯୋଗ ମିଳୁନି। କିସ୍ ପାଇଁ ଜଙ୍ଗଲ ଜମି କିସମ ପରିବର୍ତ୍ତନ ଲାଗି ଆଜି ଭୁବନେଶ୍ୱର କିଟ୍ ନିକଟ ପଥରଗାଡ଼ିଆ ଗ୍ରାମସଭାର ଦୃଶ୍ୟ ଥିଲା ଏମିତି। ଅଭିଯୋଗ ଅନୁଯାୟୀ, ଏ ଗ୍ରାମସଭାରେ ପଥରଗାଡ଼ିଆ ବାସିନ୍ଦା କମ୍, ବେଶି ବସିଥିଲେ କିଟ୍ […]

  • Friday, 02 July 2021
ଯୌନାଙ୍ଗ କାଟିଦେଲେ ସୁପାରୀ କିଲର
ଯୌନାଙ୍ଗ କାଟିଦେଲେ ସୁପାରୀ କିଲର

ବରଗଡ଼ : ବଡ଼ ଭାଇଠାରୁ ସୁପାରୀ ନେଇ ସାନ ଭାଇର ଯୌନାଙ୍ଗ କାଟିଦେଲେ ସୁପାରି କିଲର। ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାନ ଭାଇ। ବରଗଡ଼ ଜିଲ୍ଲା ନୀଳେଶ୍ୱର ଗାଁରୁ ଅସିଛି ଏହି ଅଭିଯୋଗ। ବରଗଡ଼ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନୀଳେଶ୍ୱର ଗାଁର ଅଶୋକ ବାରିକଙ୍କୁ ସେହି ଗାଁର ସୁଦାମ ନାମକ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଅଶୋକଙ୍କୁ ଆକ୍ରମଣ କରିଥିଲା। ତେବେ ବେକକୁ କାଟିବା ଲାଗି ଉଦ୍ୟମ କରି […]

  • Friday, 02 July 2021
ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ : ମନ୍ତ୍ରୀ
ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ : ମନ୍ତ୍ରୀ

ଭୁବନେଶ୍ୱର : ଆସିଲା ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ତଦନ୍ତ କମିଟି ରିପୋର୍ଟ। ରିପୋର୍ଟ ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ। ସଂପୃକ୍ତ ଠିକା ସଂସ୍ଥା ସୁରକ୍ଷା ନେଇ ବିଶେଷ ଯତ୍ନବାନ ନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହେବା କଥା, ହୋଇନଥିଲା। କାମରେ ନିୟୋଜିତ ଶ୍ରମିକମାନେ ବି କୁଶଳୀ ଶ୍ରମିକ ନଥିଲେ ବୋଲି […]

  • Friday, 02 July 2021
ଥମୁନି ଅଜଣା ପୋକ ଆତଙ୍କ
ଥମୁନି ଅଜଣା ପୋକ ଆତଙ୍କ

ଭୁବନେଶ୍ୱର : ଥମୁନି ଅଜଣା ପୋକ ଆତଙ୍କ। ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଏବେବି ବୁଲୁଛନ୍ତି ମାଳ ମାଳ ପୋକ। ପ୍ରଶାସନ ବି ନାଚାର। ଏହାରି ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୁନା ସଂଗ୍ରହ କରିଛି। ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ ବାଉଁଶ ଧାନ ହୋଇଥିବାରୁ ଏହାକୁ ଖାଇବା ପାଇଁ ପୋକ ଆସୁଛନ୍ତି ଏବଂ ବଂଶବିସ୍ତାର କରୁଥିବା ଓୟୁଏଟି ଅଧିକାରୀ କହିଛନ୍ତି । ପ୍ରତି ୩୦ରୁ ୪୦ ବର୍ଷରେ ବାଉଁଶ […]

  • Friday, 02 July 2021
ହାଇକୋର୍ଟଙ୍କ ରସଗୋଲା ନୋଟିସ୍
ହାଇକୋର୍ଟଙ୍କ ରସଗୋଲା ନୋଟିସ୍

କଟକ : ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍। ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍‌ଚ୍ୟୁଆଲ୍‌ ପ୍ରପର୍ଟି ଅଫିସ ଏବଂ ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦକୁ ପକ୍ଷ ରଖିବାକୁ ନୋଟିସ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଆ ପର୍ବ ଓ ପୁଣ୍ୟ ଉତ୍କଳ ପକ୍ଷରୁ ଆଗତ ଏ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ […]

  • Friday, 02 July 2021
ଦାମଙ୍କୁ କୋଣଠେସା ପ୍ରସଙ୍ଗ : ପୁଅ ସମ୍ବିତ କହିଲେ ‘ଉପର ଲେବଲ କଥା’
ଦାମଙ୍କୁ କୋଣଠେସା ପ୍ରସଙ୍ଗ : ପୁଅ ସମ୍ବିତ କହିଲେ ‘ଉପର ଲେବଲ କଥା’

ଭୁବନେଶ୍ୱର :  ବିଜେଡିରେ ଡାକ୍ତର ଦାମୋଦର ରାଉତ ଏବେ ସଂପୂର୍ଣ୍ଣ କୋଣଠେସା। ଏକଥାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ନୂଆ କରି ସଂପାଦକ ପଦ ପାଇଥିବା ପୁଅ ସମ୍ବିତ ରାୟତରାୟ। ନବୀନ ନିବାସରେ ଦୁଇଦିନ ଧରି ଦଳର ବୈଠକ ବିଷୟରେ ବି ସମ୍ବିତ ମୁହଁ ଖୋଲିଛନ୍ତି। ବାପାଙ୍କୁ କାହିଁକି ଏ ବୈଠକକୁ ଡକାଗଲା ନାହିଁ, ସେ ପ୍ରଶ୍ନରେ ଏହା ଦଳର ଆଭନ୍ତରୀଣ ମାମଲା ଓ ଉପର ଲେବଲ କଥା କହି ନିଜ ଅସହାୟତା ପ୍ରକାଶ କରିଛନ୍ତି ସମ୍ବିତ୍। […]

  • Friday, 02 July 2021