• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ରାୟଗଡ଼ାରେ ଡେଙ୍ଗୁ ଆତଙ୍କ
ରାୟଗଡ଼ାରେ ଡେଙ୍ଗୁ ଆତଙ୍କ

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା ସଦର ବ୍ଲକରେ ଡେଙ୍ଗୁ ଆତଙ୍କ। ବୀରନାରାୟଣପୁରର ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଡେଙ୍ଗୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କୋରାପୁଟ ପବ୍ଲିକ ହେଲ୍‌ଥ ଲାବୋରୋଟୋରିକୁ ପଠାଯାଇଛି। ପ୍ରଥମେ ୪୨ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ନମୁନାରେ ଡେଙ୍ଗୁ ଭୁତାଣୁ ଥିବା ସନ୍ଦେହ କରାଯାଉଛି। ୫ ଦିନ ପରେ ଏହା ସ୍ପଷ୍ଟ ହେବ ବୋଲି […]

  • Friday, 02 July 2021
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ସତକଥା କଣ, ତାକୁ ଜଗନ୍ନାଥ ପ୍ରେମୀଙ୍କ ସାମ୍ନାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଚାବି ହଜିବା ନେଇ ରାଜ୍ୟପାଳ ଉଦବେଗ ପ୍ରକାଶ କରିବା ସହ ସୁପ୍ରିମକୋର୍ଟ ମଧ୍ୟ ତାଗିଦ କଲେଣି। ଏତେ ସବୁ ପରେ ବି ମୁଖ୍ୟମନ୍ତ୍ରୀ କାହିଁକି ପାଟି ଖୋଲୁ ନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

  • Friday, 02 July 2021
କାମ ନେଇଥିବା ଅଣଓଡ଼ିଆ ଠିକା ସଂସ୍ଥାର ରହିଛି ତୃତୀୟ ମହଲାରେ ହାତ : ଓଡ଼ିଶା ଠିକାଦାର ମହାସଂଘ
କାମ ନେଇଥିବା ଅଣଓଡ଼ିଆ ଠିକା ସଂସ୍ଥାର ରହିଛି ତୃତୀୟ ମହଲାରେ ହାତ : ଓଡ଼ିଶା ଠିକାଦାର ମହାସଂଘ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ବୋରିପୁଟ ପାହାଡ଼ ଧସିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଅଘଟଣରେ ସାଂଘାତିକ ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଏହି ଘଟଣା ପଛରେ ତୃତୀୟ ମହଲାର ଲିଙ୍କ୍ ଥିବା ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଠିକାଦାର ସଂଘ ସଭାପତି ପ୍ରଭାତ ଦାଶ କହିଛନ୍ତି ଯେ, ପାହାଡ଼ରୁ ପଥର ଖୋଳା ଦାୟିତ୍ୱରେ ଥିବା ଅଣଓଡ଼ିଆ ଠିକା ସଂସ୍ଥା ଡିଡି ବିଲ୍‌ଡର୍ସର ୩ୟ ମହଲାରେ […]

  • Friday, 02 July 2021
ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି
ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି

ରାଉରକେଲା  : ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଦେଇ ପଶିଥିବା ୫ ଜଣ ଯୁବକଙ୍କ ଉଦ୍ଧାର ଉଦ୍ୟମ ଜାରି। ଘଟଣାସ୍ଥଳରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ, ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନା ଅନୁସାରେ , ଗତ ୩ ତାରିଖରେ ବର୍ଜ୍ୟବସ୍ତୁ ନିଷ୍କାସନ ଟନେଲ ଦେଇ ଉଦିତନଗର ଶୀତଳପଡ଼ାର ୯  ଜଣ ଯୁବକ ପ୍ଲାଣ୍ଟ ଭିତରକୁ ଚୋରି କରିବାକୁ ପଶିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ […]

  • Friday, 02 July 2021
ଶ୍ରୀମନ୍ଦିରର ପରିଚାଳନା ତ୍ରୁଟି; ୩୦ ସୁଦ୍ଧା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ଶ୍ରୀମନ୍ଦିରର ପରିଚାଳନା ତ୍ରୁଟି; ୩୦ ସୁଦ୍ଧା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ପୁରୀ: ଶ୍ରୀମନ୍ଦିରର ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ  ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଆସନ୍ତା  ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କ […]

  • Friday, 02 July 2021
ଶିଳ୍ପପତି ବଂଶୀଧରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ : ପୁଅ ବୈଜୟନ୍ତଙ୍କୁ ଲେଖିଲେ ଚିଠି
ଶିଳ୍ପପତି ବଂଶୀଧରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ : ପୁଅ ବୈଜୟନ୍ତଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ : ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକପ୍ରକାଶ କରି ବୈଜୟନ୍ତଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱର୍ଗତ ବଂଶୀଧରଙ୍କୁ କର୍ମଯୋଗୀ କହିବା ସହ ତାଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ବଂଶୀଧର ବିଳାସମୟ ଜୀବନ ବିତାଇପାରିଥାନ୍ତେ। ତେବେ ସେ ଓଡ଼ିଶା ଫେରିବା ସହ ରାଜ୍ୟର ଗରୀବ ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥିଲେ। ସେଥିଲାଗି ସେ ରାଜ୍ୟର ଉପାନ୍ତ […]

  • Friday, 02 July 2021
ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ
ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ। ୮୬ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।  ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାରାୟଣ ପ୍ରସାଦ ସିଂହ ବହୁ କାଳଜୟୀ ଗୀତ ରଚନା କରିଛନ୍ତି। ଯାହା ମଧ୍ୟରେ ରହିଛି, ‘ଗୁଡ଼ି ଗୁଡ଼ି ଗୁଡ଼ି ଏ ମୋର ଗୁଡ଼ି’, ‘ରଥ ଯା ଗଡ଼ି ଯା…’,  ‘ସଂଜ ସକାଳେ ତୁମ ଛବି ଦେଖେ ‘ଭଳି ଲୋକପ୍ରୀୟ ଗୀତ। କେବଳ ଓଡ଼ିଆ ସିନେମା ନୁହେଁ, ରେଡିଓ ପାଇଁ […]

  • Friday, 02 July 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଲୋଡିଲେ NRI ନିରଜ ଚନ୍ଦନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଲୋଡିଲେ NRI ନିରଜ ଚନ୍ଦନ

ଭୁବନେଶ୍ୱର  : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଲୁଟର ଶିକାର ହୋଇଥିବା NRI ନିରଜ ଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି  ନିବେଦନ କରିଛନ୍ତି। ପ୍ରଥମ ଥର ପାଇଁ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବା ବେଳେ ଏୟାରପୋର୍ଟ ପ୍ରବେଶ ପଥ ନିକଟରୁ ତାଙ୍କର ପାସପୋର୍ଟ ଚୋରି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଜଣାଇଛନ୍ତି। ସେପଟେ ଲୁଟ୍‌ ଘଟଣାରେ ସେ  ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ […]

  • Friday, 02 July 2021
ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର
ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ନିଯୁକ୍ତ । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଜଷ୍ଟିସ ଦାସ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି। ଜାନୁଆରୀ ୨୦୧୩ରୁ ଫେବୃଆରୀ ୨୦୧୬ ପର୍ଯ୍ୟନ୍ତ ସେ  ଓଡ଼ିଶା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଲାଇଥିଲେ। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ  ଜଷ୍ଟିସ ଦାସ  କେଉଁ ଦିଗ ନେଇ ତଦନ୍ତ […]

  • Friday, 02 July 2021
ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ନାବାଳକ
ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ନାବାଳକ

ବଲାଙ୍ଗିର / ସୋନପୁର : ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ପିଲା। ବଲାଙ୍ଗିର ସହରର ବିକ୍ରମ ଛକ ନିକଟରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ।  ସୋନପୁରର ଏହି  ଦୁଇ ପିଲା ଆଜି ସକାଳୁ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମକୁ ବ୍ୟାୟାମ କରିବାକୁ ଯାଇଥିଲେ। ତେବେ ଷ୍ଟାଡିୟମର ପାଚେରୀ ନିକଟରେ ଜଣକ ନାକରେ କିଛି ଶୁଘାଂଇ ଦେଇଥିବା ବେଳେ, ଆଉ ଜଣକ ମୁହଁ ବନ୍ଦ କରି ନେଇଯାଇଥିଲେ ଅପହରଣକାରୀ। ପିଲା ଦୁଇ ଜଣଙ୍କ ଚେତା ଫେରିବା ବେଳକୁ, […]

  • Friday, 02 July 2021
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପାଠପଢାର ସୁଯୋଗ
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପାଠପଢାର ସୁଯୋଗ

ମାଲକାନଗିରି  : ଦିନେ ଏମାନେ ପୋଲିସକୁ ଟାର୍ଗେଟ  କରି ପ୍ରସ୍ତୁତ କରୁଥିଲେ ରଣନୀତି। କିନ୍ତୁ ଏବେ ସେହି ପୋଲିସ ସହାୟତାରେ ଚାଲିଛି ଭିନ୍ନ ଏକ ପ୍ରସ୍ତୁତି। ଏବେ ଟାର୍ଗେଟରେ ପୋଲିସ କିମ୍ବା ପ୍ରଶାସନ ନୁହେଁ, ବରଂ ପାଠ ପଢା ଓ କ୍ୟାରିୟର। ବନ୍ଧୁକ ଓ ଗୋଳାବାରୁଦର ସ୍ଥାନ ନେଇଛି ବହି, ଖାତା ଓ କଲମ। ଏମାନେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଆତ୍ମସମର୍ପଣକାରୀ ମାଓବାଦୀ। ସମାଜର ମୁଖ୍ୟସ୍ରୋତକୁ ଫେରିବା ପରେ ଏମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଆଗେଇ ଆସିଛି ପୋଲିସ […]

  • Friday, 02 July 2021
ରତ୍ନଭଣ୍ଡାର ଚାବି ନିଖୋଜ ରହସ୍ୟର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ରତ୍ନଭଣ୍ଡାର ଚାବି ନିଖୋଜ ରହସ୍ୟର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ : ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଥିବା ଭରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାବି ହଜିବା ନେଇ ଓଟିଭିରେ କ୍ରମାଗତ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ହେବ ବିଚାର ବିଭାଗୀୟ ଦତନ୍ତ।  ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଦ୍ୱାରା ୩ମାସ ମଧ୍ୟରେ ଏହି ତଦନ୍ତ ହେବ। ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

  • Friday, 02 July 2021
ସମ୍ବଲପୁର ଓ ଶାସନ ପୋଲିସକୁ ଡିଆଇଜିଙ୍କ ପ୍ରଶଂସା
ସମ୍ବଲପୁର ଓ ଶାସନ ପୋଲିସକୁ ଡିଆଇଜିଙ୍କ ପ୍ରଶଂସା

ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶକୁ ନେଇ ସମ୍ବଲପୁର ପୋଲିସକୁ ପ୍ରସଂସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ।  ମାମଲାରେ ଦୋଷୀମାନଙ୍କୁ ଦଣ୍ଡାଦେଶ ହୋଇଥିବାରୁ ସମ୍ବଲପୁର ଏବଂ ଶାସନ ଥାନା ପୋଲିସକୁ ଅନେକ ପ୍ରଶଂସା କରିଛନ୍ତି। ସମ୍ବଲପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୧୫ ଦିନ ମଧ୍ୟରେ ତଦନ୍ତ କରି ଅଦାଲତରେ ରାଜସିଟ ଦାଖଲ କରିଥିଲା। ପୋଲିସ ଚାର୍ଜସିଟ୍ ଦାଖଲ ହେବାର ୩୦ ଦିନ ମଧ୍ୟରେ ମାମଲାରେ ରାୟ […]

  • Friday, 02 July 2021
ଆମର ଲଢ଼େଇ ମାଟି ପାଇଁ, ପାର୍ଟି ପାଇଁ ନୁହେଁ : ବିଶ୍ୱଭୂଷଣ
ଆମର ଲଢ଼େଇ ମାଟି ପାଇଁ, ପାର୍ଟି ପାଇଁ ନୁହେଁ : ବିଶ୍ୱଭୂଷଣ

ଭୁବନେଶ୍ୱର : ବିଜେଡିର ମହାନଦୀ ଲଢ଼େଇ ନେଇ ପ୍ରଶ୍ନ ଉଠାଇଲା ବିଜେପି। ବିଜେଡିର ମହାନଦୀ ଲଢେଇ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଲଢ଼େଇର କ୍ଷେତ୍ର ଟ୍ରିବ୍ୟୁନାଲ୍ ନା ରାଜରାସ୍ତା ସ୍ପଷ୍ଟ କରୁ ବିଜେଡି। ସବୁ ଶକ୍ତି ଖଟାଇ ଟ୍ରିବ୍ୟୁନାଲରେ ଲଢ଼ନ୍ତୁ, ଆମେ ସାଥିରେ ଅଛୁ। ପ୍ରବଞ୍ଚନା କରି ଭୋଟ୍ ବ୍ୟାଙ୍କ ପାଇଁ ରାସ୍ତାରେ ଆନ୍ଦୋଳନ ନ କରନ୍ତୁ। ବିଜେପିର ମତ ଆଗରୁ ସ୍ପଷ୍ଟ ଥିଲା, ଏବେ ବି ସ୍ପଷ୍ଟ ଅଛି ବୋଲି ସେ କହିଛନ୍ତି। […]

  • Friday, 02 July 2021
ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦ
ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାସ୍ତାକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା। ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହି ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ଚାବି ଯଦି ହଜିଛି, ଏଯାଏ କାହିଁକି ଥାନାରେ ଏତଲା ବି ଦେଇନାହାନ୍ତି ସରକାର। ପୁରା ଘଟଣାକୁ ହାଲୁକା ଭାବେ ନିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ଜଗନ୍ନାଥ ସେନା। ଏହା […]

  • Friday, 02 July 2021
ଭାଇରାଲ ଭିଡ଼ିଓର କମାଲ୍‌: ଡ୍ୟାନ୍ସିଂ ଅଙ୍କଲ୍‌ରୁ ହେଲେ ବ୍ରାଣ୍ଡ୍‌ ଆମ୍ବାସଡର
ଭାଇରାଲ ଭିଡ଼ିଓର କମାଲ୍‌: ଡ୍ୟାନ୍ସିଂ ଅଙ୍କଲ୍‌ରୁ ହେଲେ ବ୍ରାଣ୍ଡ୍‌ ଆମ୍ବାସଡର

ନୂଆଦିଲ୍ଲୀ: ରାତାରାତି ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଥିବା ଡ୍ୟାନ୍ସିଂ ଅଙ୍କଲ ବର୍ତ୍ତମାନ ବ୍ରାଣ୍ଡ୍‌ ଆମ୍ବାସଡର। ନିଜର ଡ୍ୟାନ୍ସ ମୁଭ୍‌ ପାଇଁ ସାରା ଦେଶରେ ସେନ୍‌ସେସନ୍‌ ପାଲଟିଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତ କରିଛି ମଧ୍ୟପ୍ରଦେଶର ବିଦିଶା ନଗର ନିଗମ। ଏନେଇ ନଗର ନିଗମ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ସଞ୍ଜୀବଙ୍କ ଡ୍ୟାନ୍ସକୁ ନେଇ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏପରିକି ଖୋଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତାଙ୍କୁ ପ୍ରଂଶସା […]

  • Friday, 02 July 2021
କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଠି
କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଠି

ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା କାମକୁ ତୁରନ୍ତ ବନ୍ଦ କରିବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଓଡ଼ିଶାର ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାରୁ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି।

  • Friday, 02 July 2021
କାର ଭିତରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର
କାର ଭିତରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : କାର ଭିତରୁ ଉଦ୍ଧାର ହେଲା ଯନ୍ତ୍ରୀଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ଅଞ୍ଚଳରୁ ଏକ କାର ଭିତରୁ ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଗତକାଲି ରାତିରେ ପଟିଆରେ ଥିବା ନିଜ ଘରୁ ନୟାପଲ୍ଲୀ ଆସିଥିଲେ ସମ୍ପୃକ୍ତ ଯନ୍ତ୍ରୀ ମନୋଜ ମିଶ୍ର।  ଯାଁଳାରୁ ମୃତଦେହ […]

  • Friday, 02 July 2021
ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍ କଲେ ନିରଞ୍ଜନ
ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍ କଲେ ନିରଞ୍ଜନ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି କିଛି ଆଶ୍ୱାସନା ଦେଲେନି। ନିଜ ସରକାର ଥିବାରୁ ଛତିଶଗଡ଼କୁ ମୋଦି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି। ମହାନଦୀ ଅବସ୍ଥା ପାଇଁ ରାଜ୍ୟ ସରକାର ମଧ୍ୟ ଯଥେଷ୍ଟ ଦାୟୀ। ୨୯ […]

  • Friday, 02 July 2021
ଅନୁଗୁଳ ସମଲ ବ୍ୟାରେଜ୍‌ରେ ବୁଡିଗଲା ଡଙ୍ଗା, ୨ନିଖୋଜ
ଅନୁଗୁଳ ସମଲ ବ୍ୟାରେଜ୍‌ରେ ବୁଡିଗଲା ଡଙ୍ଗା, ୨ନିଖୋଜ

ଅନୁଗୁଳ : ଅନୁଗୁଳ ସମଲ ବ୍ୟାରେଜ୍ ତଳମୁଣ୍ଡରେ ଅଘଟଣ। ଏକ ଠିକା ସଂସ୍ଥା ପକ୍ଷରୁ ସର୍ଭେ କାମ ଚାଲିଥିବା ବେଳେ ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ହୋଇଯାଇଛନ୍ତି। ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ବ୍ୟାରେଜରୁ ହଠାତ୍ ପ୍ରବଳ ବେଗରେ ପାଣି ଆସିଯିବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ମୋଟ ୫ଜଣ ସର୍ଭେ କାମ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ସଂସ୍ଥାର ଜଣେ ଅପରେଟର୍ ଓ […]

  • Friday, 02 July 2021
ଭାଲୁ ଆକ୍ରମଣରେ ୫ଜଣ ଗୁରୁତର
ଭାଲୁ ଆକ୍ରମଣରେ ୫ଜଣ ଗୁରୁତର

ଚମ୍ପୁଆ  : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଘଟିଛି ଅଭାବନୀୟ ଘଟଣା। ଭାଲୁ ଆକ୍ରମଣରେ ବାଲିବନ୍ଧ ବିଟ୍ ର ରଜାବସା, ସିରିଆବାହାଳ ଓ ହୁଣ୍ଡୁଳା ଗାଁର ୫ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ଝୁମ୍ପୁରା ଡାକ୍ତରଖାନା ଏବଂ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସକାଳେ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ଭାଲୁ ଏମାନଙ୍କୁ ଆକ୍ରମଣ କରିଥିଲା।

  • Friday, 02 July 2021
ପୁଅର ମୃତ୍ୟୁରେ ଭାଙ୍ଗିପଡି ୨ ଝିଅଙ୍କ ସହ ମାଆର ଆତ୍ମହତ୍ୟା ଉଦ୍ୟମ
ପୁଅର ମୃତ୍ୟୁରେ ଭାଙ୍ଗିପଡି ୨ ଝିଅଙ୍କ ସହ ମାଆର ଆତ୍ମହତ୍ୟା ଉଦ୍ୟମ

ଯାଜପୁର : ରୋଜଗାରିଆ ପୁଅର ମୃତ୍ୟୁରେ ଭାଙ୍ଗି ପଡିଲା ମାଆ। ଆଉ ଦିନକ ମଧ୍ୟରେ କଲେ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ। ଗତକାଲି ପୋଖରୀକୁ ଡେଇଁଥିଲା ଆଉ ଆଜି ୨ଝିଅଙ୍କ ସହ ମିଶି ବିଷ ପିଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଗୁରୁତର ଅସୁସ୍ଥ। ସମସ୍ତ ୩ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁ‌ରର ପଦାସାହିରେ। ସୂଚନା ଅନୁସାରେ ପଦାସାହିର କେତକୀ ଜେନାଙ୍କ ପୁଅ ମଣ୍ଟୁ କେରଳରେ ଏକ […]

  • Friday, 02 July 2021
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଜୟପୁର  : ଭିଜିଲାନ୍ସ ଜାଲରେ ନିର୍ବାହୀଯନ୍ତ୍ରୀ। କୋରାପୁଟ ଜିଲ୍ଲା ଜୟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିବ ଭୋଳଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍। କଟକ ଭିଜିଲାନ୍ସ ଡିଏସପି ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଏହି ଚଢାଉ କରୁଛନ୍ତି।

  • Friday, 02 July 2021
ପିଲା ଚୋରି ସନ୍ଦେହ : ଲୋକଙ୍କ ଆକ୍ରୋଶର ଶିକାର ହେଲେ ବୃଦ୍ଧ
ପିଲା ଚୋରି ସନ୍ଦେହ : ଲୋକଙ୍କ ଆକ୍ରୋଶର ଶିକାର ହେଲେ ବୃଦ୍ଧ

ଭୁବନେଶ୍ୱର : ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ପିଲା ଚୋରି ସନ୍ଦେହରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। କଳାହାଣ୍ଡି ଧର୍ମଗଡ ଥାନା ଅନ୍ତର୍ଗତ କନ୍ତେର ଗାଁ ଅଞ୍ଚଳରେ ଜଣେ ବୃଦ୍ଧ ବୁଲୁଥିଲେ। ଏହି ସମୟରେ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ଘେରି ଯାଇଥିଲେ।  ସେ ଧରିଥିବା ଏକ ସିମେଣ୍ଟ ବସ୍ତାକୁ ତଳେ ଅଜାଡି ଦେବା ସହ ଠେଲାପେଲା କରିଥିଲେ। ଖବରପାଇ ଧର୍ମଗଡ ପୋଲିସ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର […]

  • Friday, 02 July 2021
ପୋଖରୀରୁ ଉଦ୍ଧାର ହେଲା କନଷ୍ଟେବଲଙ୍କ ମୃତଦେହ
ପୋଖରୀରୁ ଉଦ୍ଧାର ହେଲା କନଷ୍ଟେବଲଙ୍କ ମୃତଦେହ

କଟକ  : କଟକ ଓଏମ୍‌ପି ଷଷ୍ଠ ବାଟାଲିୟନ ପରିସରରେ ଥିବା ପୋଖରୀରୁ ଜଣେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କନଷ୍ଟେବଲଙ୍କ ନାଁ ଏମ୍ କ୍ରିଷ୍ଣାରାଓ। ଘର ପାରଳାଖେମୁଣ୍ଡି ଅଂଚଳରେ।  ସେ ଷଷ୍ଠ ବାଟାଲିୟନର ବ୍ୟାଣ୍ଡ କନଷ୍ଟେବଲ ଭାବରେ କାର୍ଯ୍ୟରତ ଥିଲେ। ଗତକାଲି ଅପରାହ୍ନରୁ ସେ ନିଖୋଜ ଥିଲେ। ପରିବାର ଲୋକେ ବହୁ ସମୟ ଧରି ଖୋଜାଖୋଜି କରି ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ କିଛି ବ୍ୟକ୍ତି ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ପୋଖରୀରେ […]

  • Friday, 02 July 2021