ଯାଜପୁର : ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ। ଏହାକୁ ସତ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଜଗାଡ଼ିହି ଗ୍ରାମର ସ୍ୱର୍ଣ୍ଣଲତା ଦଳେଇ। ଗରିବ ପରିବାରର ସଦସ୍ୟ ହୋଇଥିଲେ ସୁଦ୍ଧା ନିଷ୍ଠାର ସହ ଜଣେ ସଫଳ ପର୍ବୋତାରୋହୀ ଭାବେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ନିକଟରେ ମାଉଣ୍ଟଏଭେରେଷ୍ଟକୁ ଚଢି ସେ ଇତିହାସରେ ନିଜର ନାଁ ଲେଖାଇଛନ୍ତି। ଆଗକୁ ଜଣେ ସଫଳ ପର୍ବୋତାରୋହୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ। ପିଲାବେଳରୁ ଦୁଃସାହାସିକ କ୍ରୀଡ଼ା ପ୍ରତି ଥିଲା […]
କୋରାପୁଟ : ତାରାଙ୍କ ପରେ ଏବେ ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମିନାକ୍ଷୀ ବାହିନୀପତିଙ୍କୁ ପୁଣି ଥରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯିବାକୁ ସେ ନାପସନ୍ଦ କରିଛନ୍ତି। କୃଷ୍ଣଚନ୍ଦ୍ର କହିଛନ୍ତି, ମିନାକ୍ଷୀଙ୍କୁ ସଭାପତି କରାଯିବା ବୃଥା। ସେ ନିର୍ବାଚନ ବେଳେ ଦଳକୁ ସହଯୋଗ କରିନଥିଲେ। ସେହିଭଳି ତାରାଙ୍କ ଉପରେ ପୁଣି ବର୍ଷିଛନ୍ତି କୃଷ୍ଣ। ଅଭିଯୋଗ କରିଛନ୍ତି ଯେ, ତାରାଙ୍କୁ ଟିକେଟ ନମିଳିବାରୁ ବିଜେପିକୁ ଯାଇଥିଲେ, ପୁଣି କଂଗ୍ରେସକୁ ଫେରିବା ପରେ ତାଙ୍କୁ […]
କଟକ : କଟକ ଅଡ଼ଶପୁରର ଉତ୍ତାରଣ କାନାରା ବ୍ୟାଙ୍କ ଶାଖାରୁ ଲୁଟ୍। କଟକ କାନାରା ବ୍ୟାଙ୍କ ଶାଖାରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ବ୍ୟାଙ୍କର ମୁଖ୍ୟ ଫାଟକ ସହ ଲକର୍ ଭଙ୍ଗାଯାଇଛି। ଲୁଟ୍ ନେଇ ବ୍ୟାଙ୍କ ପକ୍ଷରୁ ଡିମିରି ଫାଣ୍ଡିରେ ଏତଲା ହୋଇଛି। ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଏବଂ କଣ ଲୁଟ୍ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
ଭୁବନେଶ୍ୱର : ଆପଣ ଯଦି କୌଣସି ବିୟୁଟି ପାର୍ଲରରେ ଚୁଟି କାଟୁଛନ୍ତି ତାହେଲେ ସାବଧାନ। କାରଣ ଚୁଟି କାଟିବା ବାହାନାରେ ଆପଣଙ୍କ ଠାରୁ ବି ହୋଇପାରେ ଲୁଟ୍। ରାଜଧାନୀ ଭୁବନେଶ୍ୱରରେ ଆଜି ଏମିତି ଏକ ପାର୍ଲର ମାଲିକାଣୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ। ଗିରଫ ମାଲିକାଣୀ ଜଣେ ସିରିଏଲ୍ ଅଭିନେତ୍ରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜଣେ ମହିଳା ବାଣୀବିହାର ଅଂଚଳରେ ଥିବା ଏକ ବିୟୁଟି ପାର୍ଲରକୁ ଚୁଟି କାଟିବାକୁ ଯାଇଥିଲେ। […]
ଭୁବନେଶ୍ୱର : ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି ତାରା ଓ କୃଷ୍ଣ ବିବାଦ। କୋରାପୁଟ ଜିଲ୍ଲାର ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୃଷ୍ଣ ଚନ୍ଦ୍ର ଶଗରିଆଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଉଛି। ତାରାଙ୍କ ବିରୋଧରେ ସାନି ଅଭିଯୋଗ ଆଣି ବିଧାୟକ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି କୃଷ୍ଣ ସଗରିଆ। ସେ କହିଛନ୍ତି ତାଙ୍କ ବିରୋଧରେ ତାରାଙ୍କ ଆକ୍ଷେପ ଅସହ୍ୟ ହେଉଛି। ତାରା ଦେଉଥିବା ମନ୍ତବ୍ୟ ଅସହ୍ୟ ହେଉଥିବାରୁ ସେ […]
ଭୁବନେଶ୍ୱର : କଳାପାହାଡ଼ ଉପାଖ୍ୟାନକୁ ଆଣି ଆଜି ତୃତୀୟ ମହଲାକୁ ଏଭଳି ଢଙ୍ଗରେ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦିଙ୍କ ଶାସନରେ ଓଡ଼ିଶାକୁ ଅବଦାନର ଚିତ୍ରକୁ ବିଜେଡି ମିଛ ବୋଲି କହିବା ପରେ ଧର୍ମେନ୍ଦ୍ର ଆଜି ପୁଣି ହିସାବ ରଖିଛନ୍ତି। ଜାତୀୟ ରାଜପଥ ଅଧିନରେ ୫ ହଜାର ୫୦୦ କିଲୋମିଟର ଭିତରୁ କୋଷ୍ଟାଲ୍ ହାଇୱେ ପାଇଁ ୨୫୦୦ କି.ମି ରାସ୍ତାର ନିର୍ମାଣ ପାଇଁ କେନ୍ଦ୍ର ପଠାଇଥିବା ଅନ୍ତିମ ଅନୁମୋଦନର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିରହିଛି ବୋଲି […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସଦର ବ୍ଲକରେ ଡେଙ୍ଗୁ ଆତଙ୍କ। ବୀରନାରାୟଣପୁରର ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଡେଙ୍ଗୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କୋରାପୁଟ ପବ୍ଲିକ ହେଲ୍ଥ ଲାବୋରୋଟୋରିକୁ ପଠାଯାଇଛି। ପ୍ରଥମେ ୪୨ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ନମୁନାରେ ଡେଙ୍ଗୁ ଭୁତାଣୁ ଥିବା ସନ୍ଦେହ କରାଯାଉଛି। ୫ ଦିନ ପରେ ଏହା ସ୍ପଷ୍ଟ ହେବ ବୋଲି […]
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ସତକଥା କଣ, ତାକୁ ଜଗନ୍ନାଥ ପ୍ରେମୀଙ୍କ ସାମ୍ନାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଚାବି ହଜିବା ନେଇ ରାଜ୍ୟପାଳ ଉଦବେଗ ପ୍ରକାଶ କରିବା ସହ ସୁପ୍ରିମକୋର୍ଟ ମଧ୍ୟ ତାଗିଦ କଲେଣି। ଏତେ ସବୁ ପରେ ବି ମୁଖ୍ୟମନ୍ତ୍ରୀ କାହିଁକି ପାଟି ଖୋଲୁ ନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଭୁବନେଶ୍ୱର : କୋରାପୁଟ ଜିଲ୍ଲା ବୋରିପୁଟ ପାହାଡ଼ ଧସିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଅଘଟଣରେ ସାଂଘାତିକ ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଏହି ଘଟଣା ପଛରେ ତୃତୀୟ ମହଲାର ଲିଙ୍କ୍ ଥିବା ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଠିକାଦାର ସଂଘ ସଭାପତି ପ୍ରଭାତ ଦାଶ କହିଛନ୍ତି ଯେ, ପାହାଡ଼ରୁ ପଥର ଖୋଳା ଦାୟିତ୍ୱରେ ଥିବା ଅଣଓଡ଼ିଆ ଠିକା ସଂସ୍ଥା ଡିଡି ବିଲ୍ଡର୍ସର ୩ୟ ମହଲାରେ […]
ରାଉରକେଲା : ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଦେଇ ପଶିଥିବା ୫ ଜଣ ଯୁବକଙ୍କ ଉଦ୍ଧାର ଉଦ୍ୟମ ଜାରି। ଘଟଣାସ୍ଥଳରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ, ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନା ଅନୁସାରେ , ଗତ ୩ ତାରିଖରେ ବର୍ଜ୍ୟବସ୍ତୁ ନିଷ୍କାସନ ଟନେଲ ଦେଇ ଉଦିତନଗର ଶୀତଳପଡ଼ାର ୯ ଜଣ ଯୁବକ ପ୍ଲାଣ୍ଟ ଭିତରକୁ ଚୋରି କରିବାକୁ ପଶିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ […]
ପୁରୀ: ଶ୍ରୀମନ୍ଦିରର ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କ […]
ନୂଆଦିଲ୍ଲୀ : ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକପ୍ରକାଶ କରି ବୈଜୟନ୍ତଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱର୍ଗତ ବଂଶୀଧରଙ୍କୁ କର୍ମଯୋଗୀ କହିବା ସହ ତାଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ବଂଶୀଧର ବିଳାସମୟ ଜୀବନ ବିତାଇପାରିଥାନ୍ତେ। ତେବେ ସେ ଓଡ଼ିଶା ଫେରିବା ସହ ରାଜ୍ୟର ଗରୀବ ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥିଲେ। ସେଥିଲାଗି ସେ ରାଜ୍ୟର ଉପାନ୍ତ […]
ଭୁବନେଶ୍ୱର : ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ। ୮୬ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାରାୟଣ ପ୍ରସାଦ ସିଂହ ବହୁ କାଳଜୟୀ ଗୀତ ରଚନା କରିଛନ୍ତି। ଯାହା ମଧ୍ୟରେ ରହିଛି, ‘ଗୁଡ଼ି ଗୁଡ଼ି ଗୁଡ଼ି ଏ ମୋର ଗୁଡ଼ି’, ‘ରଥ ଯା ଗଡ଼ି ଯା…’, ‘ସଂଜ ସକାଳେ ତୁମ ଛବି ଦେଖେ ‘ଭଳି ଲୋକପ୍ରୀୟ ଗୀତ। କେବଳ ଓଡ଼ିଆ ସିନେମା ନୁହେଁ, ରେଡିଓ ପାଇଁ […]
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଲୁଟର ଶିକାର ହୋଇଥିବା NRI ନିରଜ ଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ନିବେଦନ କରିଛନ୍ତି। ପ୍ରଥମ ଥର ପାଇଁ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବା ବେଳେ ଏୟାରପୋର୍ଟ ପ୍ରବେଶ ପଥ ନିକଟରୁ ତାଙ୍କର ପାସପୋର୍ଟ ଚୋରି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଜଣାଇଛନ୍ତି। ସେପଟେ ଲୁଟ୍ ଘଟଣାରେ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ […]
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ନିଯୁକ୍ତ । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଜଷ୍ଟିସ ଦାସ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି। ଜାନୁଆରୀ ୨୦୧୩ରୁ ଫେବୃଆରୀ ୨୦୧୬ ପର୍ଯ୍ୟନ୍ତ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଲାଇଥିଲେ। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ଜଷ୍ଟିସ ଦାସ କେଉଁ ଦିଗ ନେଇ ତଦନ୍ତ […]
ବଲାଙ୍ଗିର / ସୋନପୁର : ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ପିଲା। ବଲାଙ୍ଗିର ସହରର ବିକ୍ରମ ଛକ ନିକଟରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ। ସୋନପୁରର ଏହି ଦୁଇ ପିଲା ଆଜି ସକାଳୁ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମକୁ ବ୍ୟାୟାମ କରିବାକୁ ଯାଇଥିଲେ। ତେବେ ଷ୍ଟାଡିୟମର ପାଚେରୀ ନିକଟରେ ଜଣକ ନାକରେ କିଛି ଶୁଘାଂଇ ଦେଇଥିବା ବେଳେ, ଆଉ ଜଣକ ମୁହଁ ବନ୍ଦ କରି ନେଇଯାଇଥିଲେ ଅପହରଣକାରୀ। ପିଲା ଦୁଇ ଜଣଙ୍କ ଚେତା ଫେରିବା ବେଳକୁ, […]
ମାଲକାନଗିରି : ଦିନେ ଏମାନେ ପୋଲିସକୁ ଟାର୍ଗେଟ କରି ପ୍ରସ୍ତୁତ କରୁଥିଲେ ରଣନୀତି। କିନ୍ତୁ ଏବେ ସେହି ପୋଲିସ ସହାୟତାରେ ଚାଲିଛି ଭିନ୍ନ ଏକ ପ୍ରସ୍ତୁତି। ଏବେ ଟାର୍ଗେଟରେ ପୋଲିସ କିମ୍ବା ପ୍ରଶାସନ ନୁହେଁ, ବରଂ ପାଠ ପଢା ଓ କ୍ୟାରିୟର। ବନ୍ଧୁକ ଓ ଗୋଳାବାରୁଦର ସ୍ଥାନ ନେଇଛି ବହି, ଖାତା ଓ କଲମ। ଏମାନେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଆତ୍ମସମର୍ପଣକାରୀ ମାଓବାଦୀ। ସମାଜର ମୁଖ୍ୟସ୍ରୋତକୁ ଫେରିବା ପରେ ଏମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଆଗେଇ ଆସିଛି ପୋଲିସ […]
ପୁରୀ : ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଥିବା ଭରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାବି ହଜିବା ନେଇ ଓଟିଭିରେ କ୍ରମାଗତ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ହେବ ବିଚାର ବିଭାଗୀୟ ଦତନ୍ତ। ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଦ୍ୱାରା ୩ମାସ ମଧ୍ୟରେ ଏହି ତଦନ୍ତ ହେବ। ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]
ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶକୁ ନେଇ ସମ୍ବଲପୁର ପୋଲିସକୁ ପ୍ରସଂସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ମାମଲାରେ ଦୋଷୀମାନଙ୍କୁ ଦଣ୍ଡାଦେଶ ହୋଇଥିବାରୁ ସମ୍ବଲପୁର ଏବଂ ଶାସନ ଥାନା ପୋଲିସକୁ ଅନେକ ପ୍ରଶଂସା କରିଛନ୍ତି। ସମ୍ବଲପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୧୫ ଦିନ ମଧ୍ୟରେ ତଦନ୍ତ କରି ଅଦାଲତରେ ରାଜସିଟ ଦାଖଲ କରିଥିଲା। ପୋଲିସ ଚାର୍ଜସିଟ୍ ଦାଖଲ ହେବାର ୩୦ ଦିନ ମଧ୍ୟରେ ମାମଲାରେ ରାୟ […]
ଭୁବନେଶ୍ୱର : ବିଜେଡିର ମହାନଦୀ ଲଢ଼େଇ ନେଇ ପ୍ରଶ୍ନ ଉଠାଇଲା ବିଜେପି। ବିଜେଡିର ମହାନଦୀ ଲଢେଇ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଲଢ଼େଇର କ୍ଷେତ୍ର ଟ୍ରିବ୍ୟୁନାଲ୍ ନା ରାଜରାସ୍ତା ସ୍ପଷ୍ଟ କରୁ ବିଜେଡି। ସବୁ ଶକ୍ତି ଖଟାଇ ଟ୍ରିବ୍ୟୁନାଲରେ ଲଢ଼ନ୍ତୁ, ଆମେ ସାଥିରେ ଅଛୁ। ପ୍ରବଞ୍ଚନା କରି ଭୋଟ୍ ବ୍ୟାଙ୍କ ପାଇଁ ରାସ୍ତାରେ ଆନ୍ଦୋଳନ ନ କରନ୍ତୁ। ବିଜେପିର ମତ ଆଗରୁ ସ୍ପଷ୍ଟ ଥିଲା, ଏବେ ବି ସ୍ପଷ୍ଟ ଅଛି ବୋଲି ସେ କହିଛନ୍ତି। […]
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାସ୍ତାକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା। ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହି ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ଚାବି ଯଦି ହଜିଛି, ଏଯାଏ କାହିଁକି ଥାନାରେ ଏତଲା ବି ଦେଇନାହାନ୍ତି ସରକାର। ପୁରା ଘଟଣାକୁ ହାଲୁକା ଭାବେ ନିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ଜଗନ୍ନାଥ ସେନା। ଏହା […]
ନୂଆଦିଲ୍ଲୀ: ରାତାରାତି ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଥିବା ଡ୍ୟାନ୍ସିଂ ଅଙ୍କଲ ବର୍ତ୍ତମାନ ବ୍ରାଣ୍ଡ୍ ଆମ୍ବାସଡର। ନିଜର ଡ୍ୟାନ୍ସ ମୁଭ୍ ପାଇଁ ସାରା ଦେଶରେ ସେନ୍ସେସନ୍ ପାଲଟିଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରିଛି ମଧ୍ୟପ୍ରଦେଶର ବିଦିଶା ନଗର ନିଗମ। ଏନେଇ ନଗର ନିଗମ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ସଞ୍ଜୀବଙ୍କ ଡ୍ୟାନ୍ସକୁ ନେଇ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏପରିକି ଖୋଦ୍ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତାଙ୍କୁ ପ୍ରଂଶସା […]
ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା କାମକୁ ତୁରନ୍ତ ବନ୍ଦ କରିବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଓଡ଼ିଶାର ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାରୁ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି।
ଭୁବନେଶ୍ୱର : କାର ଭିତରୁ ଉଦ୍ଧାର ହେଲା ଯନ୍ତ୍ରୀଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ଅଞ୍ଚଳରୁ ଏକ କାର ଭିତରୁ ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଗତକାଲି ରାତିରେ ପଟିଆରେ ଥିବା ନିଜ ଘରୁ ନୟାପଲ୍ଲୀ ଆସିଥିଲେ ସମ୍ପୃକ୍ତ ଯନ୍ତ୍ରୀ ମନୋଜ ମିଶ୍ର। ଯାଁଳାରୁ ମୃତଦେହ […]
ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି କିଛି ଆଶ୍ୱାସନା ଦେଲେନି। ନିଜ ସରକାର ଥିବାରୁ ଛତିଶଗଡ଼କୁ ମୋଦି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି। ମହାନଦୀ ଅବସ୍ଥା ପାଇଁ ରାଜ୍ୟ ସରକାର ମଧ୍ୟ ଯଥେଷ୍ଟ ଦାୟୀ। ୨୯ […]