• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକ
ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକ

ଯାଜପୁର : ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଜଘନ୍ୟକାଣ୍ଡ। ନିଜେ ଖୋଦ ବୟାନ କରୁଛି ଘଟାଇଥିବା ହତ୍ୟାକାଣ୍ଡର ଗୋଟି ଗୋଟି ମୁହୂର୍ତ୍ତ। ଏକ ତରଫା ପ୍ରେମ କରୁଥିବା ନାବାଳିକା ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିବା ପରେ ପୋଖରୀ ଭିତରେ ନେଇ ଫିଙ୍ଗି ଦେଇଥିଲା ସମ୍ପୃକ୍ତ ନାବାଳକ। ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ପରେ, ନାବାଳକକୁ ଗିରଫ କରି ପଚରାଉଚରା ପରେ ଏହି ସମସ୍ତ ତଥ୍ୟର ପର୍ଦ୍ଦାଫାଶ ହୋଇଛି। ଘଟଣା ଘଟିଛି ଯାଜପୁର କୋରେଇ ଥାନା […]

  • Friday, 02 July 2021
ବାପ ପୁଅଙ୍କ ମୃତଦେହ ଉଦ୍ଧାର
ବାପ ପୁଅଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଆସ୍କାରେ ପାରିବାରିକ କଳହର କରୁଣ ପରିଣତି। ବାପ ପୁଅଙ୍କ ମୃତଦେହ ଉଦ୍ଧାର । ଆସିକା ଧରାକୋଟ ଥାନା କୁଶପଡ଼ା ଗାଁରେ ଏହି ଘଟଣା ଘଟିଛି। କୁଶପଡାର ରାଜେନ୍ଦ୍ର ପଣ୍ଡା ପୁଅ କଳ୍ପବଟଙ୍କୁ ପାଠ ପଢାକୁ ନେଇ ଗାଳିଗୁଲଜ କରିଥିଲେ। ଏହାପରେ କଳ୍ପବଟ ସ୍ଥାନୀୟ କଣିତୋଟାସ୍ଥିତ ଏକ ପଣସ ଗଛରେ ଆତ୍ମହତ୍ୟା କରିଥିଲା। ପୁଅର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ବାପା ରାଜେନ୍ଦ୍ର ମଧ୍ୟ ଆତ୍ମହତ୍ୟା କରିଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ […]

  • Friday, 02 July 2021
୧୦୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର
୧୦୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର

ଭଦ୍ରକ  : ଭଦ୍ରକ ଧାମନଗରରେ ୧୦୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର।  ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରେ ଥିବା ଉଇ ହୁଙ୍କାରୁ ଏହି ନାଗ ସାପ ଛୁଆଗୁଡିକୁ ଉଦ୍ଧାର କରାଯାଇଛି।  ସ୍ନେକ୍ ହେଲପ୍ ଲାଇନ ପକ୍ଷରୁ ଏହି ସାପ ଛୁଆଗୁଡିକୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି। ସେପଟେ କଟକ ବାଙ୍କି ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ମଧ୍ୟ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି। […]

  • Friday, 02 July 2021
ସଲମାନଙ୍କୁ ହସାଇ ହସାଇ ଗଡ଼ାଇଦେଲେ ଓଡ଼ିଆ ଯୁବକ
ସଲମାନଙ୍କୁ ହସାଇ ହସାଇ ଗଡ଼ାଇଦେଲେ ଓଡ଼ିଆ ଯୁବକ

ଭୁବନେଶ୍ୱର/ମୁମ୍ବାଇ: ରେସ୍‌-୩ ଟ୍ରେଲରର ଏକ ଡୁପ୍ଲିକେଟ୍ ଭର୍ସନ୍‌ ବ୍ୟଙ୍ଗ ଭିଡିଓକୁ ନେଇ ଚର୍ଚ୍ଚାରେ ଓଡ଼ିଆ ଯୁବକ। ବଲିଉଡ଼ ଭାଇଜାନ ସଲମାନ୍‌ ଖାନ୍‌ ମଧ୍ୟ ଏହି ଓଡ଼ିଆ ଯୁବକଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଯେତେବେଳେ ରେସ୍‌-୩ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସଲମାନ୍‌ ଖାନ୍‌ ଏହି ଭିଡ଼ିଓକୁ ଦେଖିଲେ, ସେତେବେଳେ ସେ ତାଙ୍କ ହସକୁ ଆଉ ଅଟକାଇ ପାରି ନ ଥିଲେ।   ‘ଦଶ୍‌ କା ଦମ୍‌ ୩’ ସେଟ୍‌ରେ ସଲମାନ୍‌ ଏହି ଭିଡ଼ିଓଟିକୁ ଦର୍ଶକଙ୍କୁ ଦେଖାଇଛନ୍ତି। […]

  • Friday, 02 July 2021
ଶୋଇଥିବା ବେଳେ ମଶାରି ଭିତରେ ପଶିଗଲା ବିଷାକ୍ତ ସାପ

କଟକ: ମଶାରି ଭିତରେ ସାପ। କଟକ ବାଙ୍କି ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି। ଉଜ୍ୱଳା ମଶାରି ଟାଣି ଶୋଇଥିବା ବେଳେ ପାଖାପାଖି ଭୋର ୩ଟାରେ ସାପଟି ମଶାରି ଭିତରେ ପଶିଯାଇଥିଲା। ଏହାପରେ ସେ ନିଜ ପରିବାର ଓ ସାହି ପଡିଶାଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ଟିମ୍ ପହଞ୍ଚିବା ପରେ ବିଷାକ୍ତ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲା। […]

  • Friday, 02 July 2021
ମୁକୁଳା ପଡିଛି ନଈବନ୍ଧ: ବନ୍ୟା ବିପଦ ନେଇ ନଈକୂଳିଆ ଲୋକେ ଆତଙ୍କିତ
ମୁକୁଳା ପଡିଛି ନଈବନ୍ଧ: ବନ୍ୟା ବିପଦ ନେଇ ନଈକୂଳିଆ ଲୋକେ ଆତଙ୍କିତ

ଭଦ୍ରକ/ ବାଲେଶ୍ୱର: ଅାସିଲାଣି ବର୍ଷା ଋତୁ I କିନ୍ତୁ ମୁକୁଳା ପଡିଛି ନଦୀବନ୍ଧ I ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଈକୂଳରେ ବସବାସ କରୁଥିବା ଗ୍ରାମବାସୀ ଅାତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି I କେଉଁଠି କୂଳ ଖାଇବାକୁ ବସିଛି ନଦୀ, ତ ଅାଉ କେଉଁଠି ଦୁର୍ବଳ ନଦୀବନ୍ଧ I ଧିରେ ଧିରେ ଦୁର୍ବଳ ହେଉଛି ବୈତରଣୀର ବାମପାର୍ଶ୍ୱ ନଦୀବନ୍ଧ I ଭଦ୍ରକ ଜିଲ୍ଲା ଅାଖୁଅାପଦା ନିକଟରେ ଅାନିକଟ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି I ବ୍ରିଟିଶ ଅମଳର ଏହି […]

  • Friday, 02 July 2021
ସୁରଟରେ ୮ବର୍ଷର ଓଡିଆ ନାବାଳିକାକୁ ଦୁଷ୍କର୍ମ
ସୁରଟରେ ୮ବର୍ଷର ଓଡିଆ ନାବାଳିକାକୁ ଦୁଷ୍କର୍ମ

ସୁରଟ: ଗୁଜରାଟ ସୁରଟରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଖଟୋଦରା ଥାନା ଅଞ୍ଚଳରେ ରହୁଥିବା ଏକ ଓଡିଆ ପରିବାରର ନାବାଳିକାକୁ ପାଖ ପଡୋଶୀ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତର ଘର ମଧ୍ୟ ଓଡିଶା ବୋଲି ପୋଲିସ ସୂଚନା ଦେଇଛି।  ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅଞ୍ଚଳର ଅଶୋକ ବେହେରା।  ପୋଲିସ ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଅଭିଯୁକ୍ତ ଓ ନାବାଳିକାଙ୍କ […]

  • Friday, 02 July 2021
ରୋଗୀଙ୍କୁ ନେଇ ଆସୁଥିବା କାର୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର: ଚଳନ୍ତା କାର୍‌ରେ ଲାଗିଲା ନିଆଁ। ରୋଗୀଙ୍କୁ ନେଇ ଆସୁଥିବା ଏକ କାର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଭୁବନେଶ୍ୱର ସମ୍‌ ହସ୍ପିଟାଲ ଛକରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଏକ କାର୍‌ରେ ଜଣେ ରୋଗୀଙ୍କ ସମେତ ୨ଜଣ ସମ୍ପର୍କୀୟ ଚିକିତ୍ସା ପାଇଁ ହସ୍ପିଟାଲ ଆସୁଥିବାବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ଗାଡିରୁ ସୌଭାଗ୍ୟ ବଶତଃ ସମସ୍ତେ ବାହାରି ଯାଇଥିଲେ। ପରେ ଗାଡିଟି ସମ୍ପୂର୍ଣ୍ଣ […]

  • Friday, 02 July 2021
ନନ୍ଦନକାନନକୁ ଆସିଲେ ୩ ପ୍ରଜାତିର ନୂଆ ଜୀବ
ନନ୍ଦନକାନନକୁ ଆସିଲେ ୩ ପ୍ରଜାତିର ନୂଆ ଜୀବ

ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ୩ ପ୍ରଜାତିର ନୂଆ ଜୀବ। ସେମାନେ ହେଲେ ୨ ଆସାମୀୟ ମାକାଉ, ୨ ବଣୁଆ କୁକୁର ଓ ଗୋଟିଏ ମାଈ ହିମାଳୟନ ବ୍ଲାକ୍ ବିୟର। ମିଜୋରାମ ଆଇଜଲ୍ ଚିଡ଼ିଆଖାନାରୁ ଏହି ନୂଆ ଜୀବଙ୍କୁ ଅଣାଯାଇଛି।  ଏହି ନୂଆ ଜୀବ ଆସିବା ପରେ ବର୍ତ୍ତମାନ ନନ୍ଦନକାନନରେ ପଶୁପକ୍ଷୀଙ୍କ ପ୍ରଜାତି ସଂଖ୍ୟା ୧୫୭କୁ ବୃଦ୍ଧି ହୋଇଛି।

  • Friday, 02 July 2021
ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ

ଖୋର୍ଦ୍ଧା: ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ। ଆଉ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୫୦ ଜଣ ଯାତ୍ରୀ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ପାରାଦୀପରୁ ବାଲିପଡ଼ା ଯାଉ ଥିଲାବେଳେ ୧୧ କେଭିର ବିଦ୍ୟୁତ୍‌ ଖୁଣ୍ଟ ବସ୍‌ ଉପରେ ପଡ଼ି ଯାଇଥିଲା। ତେବେ ଖୁଣ୍ଟ ଭାଙ୍ଗି ପଡ଼ିଥିଲେ ବି ତାର ନ ଲାଗିବାରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତିଯାଇଥିଲେ । ଆଜି […]

  • Friday, 02 July 2021
ଗୋଟିଏ ଦିନରେ ବଜ୍ରପାତ ନେଲା ୩ ଜୀବନ
ଗୋଟିଏ ଦିନରେ ବଜ୍ରପାତ ନେଲା ୩ ଜୀବନ

ନବରଙ୍ଗପୁର: ବଜ୍ରପାତରେ ଗୋଟିଏ ଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଉକିଆପାଲି ଗାଁର ୨ଜଣ ଏବଂ ଉମରକୋଟ ଅଞ୍ଚଳର ଜଣଙ୍କର ମୃତ୍ୟୁ ହୋଇଛି। ଉକିଆପାଲିର ପଦ୍ମନ ପୂଜାରୀ ଏବଂ ରାମ ଭତ୍ରା ଏକ ଛପର ଘରେ ଶୋଇ ଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ନିଆଁ ଲାଗି ଘରଟି ଜଳିଯିବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଉମରକୋଟ ବ୍ଲକର କାରାଗାଁ ଅଞ୍ଚଳର ରବି ଭତ୍ରା ଗଛତଳେ ଶୋଇ ଥିବାବେଳେ ବଜ୍ରପାତ […]

  • Friday, 02 July 2021
ଗଡ଼ିଲା MEMU ଟ୍ରେନ୍‌

ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ (Mainline Engine Multiple Unit) ଟ୍ରେନ୍‌ ଚଳାଚଳ। ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ। ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା ୩୦ରେ କଟକରେ ଏହି ଟ୍ରେନ୍‌ ପହଞ୍ଚିବ।  ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ମେମୁ ଟ୍ରେନ୍‌। ଶନିବାର […]

  • Friday, 02 July 2021
ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା।  ଏ ବର୍ଷ ମୋଟ ୨୬ ହଜାର ୬ ଶହ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।  ସେମାନଙ୍କ ପାଇଁ ୧୦୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ଶେଷ ହୋଇଥିଲା। ଛାତ୍ରଛାତ୍ରୀ ସକାଳ ସାଢ଼େ ୮ଟାରେ ପରୀକ୍ଷା ହଲ୍‌କୁ ପ୍ରବେଶ କରିଥିଲେ। ଗଣିତ ବିଷୟରେ ଅଧିକ ୧୫ […]

  • Friday, 02 July 2021
ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା
ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା

ଭୁବନେଶ୍ୱର: ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱରରୁ ରାୟପୁରକୁ ସିଡ଼୍ୟୁଲ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି।  ୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍‌ କ୍ରୁ ରହିବେ। ଆସନ୍ତା ଦିନରେ ଏହି ବିମାନ ଉଡାଣ ଯୋଜନାରେ ସାମିଲ […]

  • Friday, 02 July 2021
ସାତକୋଶିଆରେ ପହଞ୍ଚିଲା ମଧ୍ୟପ୍ରଦେଶର ମହାବଳ ବାଘ
ସାତକୋଶିଆରେ ପହଞ୍ଚିଲା ମଧ୍ୟପ୍ରଦେଶର ମହାବଳ ବାଘ

ଭୁବନେଶ୍ୱର : ପ୍ରତୀକ୍ଷାର ହେଲା ଅନ୍ତ । ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘ। ୩ ବର୍ଷର ଏହି ମହାବଳକୁ ଆଜି ଅତି ସତର୍କତାର ସହ ଜଙ୍ଗଲରେ ଛଡ଼ାଯାଇଛି। ଗତକାଲି ଏହି ମହାବଳକୁ କାବୁ କରିଥିଲେ ବନବିଭାଗ କର୍ମଚାରୀ। ହାତୀ ପିଠିରେ ବସି ବାଘକୁ ଟ୍ରାଙ୍କୁଲାଇଜ୍ କରିଥିଲେ ବିଶେଷଜ୍ଞ। ନିଶ୍ଚେତକ ଦିଆଯିବା ପରେ ଅତି ସାବଧାନତାର ସହ ବାଘକୁ ସ୍ୱତନ୍ତ୍ର ଷ୍ଟ୍ରେଚରରେ ଆଣି ଯନ୍ତାରେ ରଖାଯାଇଥିଲା। ତାପରେ ଯନ୍ତାକୁ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶା ଅଣାଯାଇଛି। ୱାଇଲ୍ଡ […]

  • Friday, 02 July 2021
ସୁନ୍ଦରଗଡ଼ରେ ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ
ସୁନ୍ଦରଗଡ଼ରେ ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସମାନ୍ତରାଳ ଶାସନର ଆହ୍ୱାନ। ସରକାର କି ପ୍ରଶାସନ ନୁହେଁ, ନିଜ ହାତରେ ରହିବ ଶାସନର ଡୋରୀ। ପଥରପୋତି ଲେଖିଦିଆଯାଉଛି ନିଜର ସମ୍ବିଧାନ। ଗାଁକୁ ଗାଁ, ବ୍ଲକକୁ ବ୍ଲକ ବ୍ୟାପିଚାଲିଛି ପଥରଗାଡ଼ି ଆନ୍ଦୋଳନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଏହି ଆନ୍ଦୋଳନ ବ୍ୟାପିଥିବାବେଳେ ଉଗ୍ର ରୂପ ଧାରଣ କରିଛି ପଥରଗାଡ଼ି। ମଙ୍ଗଳବାର କୁତ୍ରା ଥାନା ତେଲିଘନା ଗାଁରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପଥରଗାଡ଼ି ବିରୋଧୀ ଡମ୍ବରୁଧର ସେଠଙ୍କ ମୃତ୍ୟୁ ହୋଇଥିବାବେଳେ ତୀବ୍ର […]

  • Friday, 02 July 2021
ଅପରେସନ୍ କରୁଥିବା ବେଳେ ଡାକ୍ତର ଅଚେତ
ଅପରେସନ୍ କରୁଥିବା ବେଳେ ଡାକ୍ତର ଅଚେତ

ବାଲେଶ୍ୱର : ଓଟିରେ ଡାକ୍ତର ଅଚେତ। ବାଲେଶ୍ୱରରେ ଅପରେସନ୍ କରୁଥିବା ବେଳେ ଅଚେତ ହୋଇପଡିଲେ ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଗିରିଜା ଦାସ ଅଚେତ ହୋଇ ପଡିଛନ୍ତି। ଅଚେତ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରକ୍ତଚାପ ବଢ଼ି ଯାଇଥିବାରୁ ସେ ଅଚେତ ହୋଇ ପଡିଥିବା ସୂଚନା ମିଳିଛି। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।

  • Friday, 02 July 2021
୪ ବର୍ଷର ପୁଅକୁ ହତ୍ୟା କଲା ବାପା
୪ ବର୍ଷର ପୁଅକୁ ହତ୍ୟା କଲା ବାପା

ଝାରସୁଗୁଡ଼ା : ୪ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଭୁର୍ସିମାଲ ଗାଁରେ । ଗାଁର ଦିନେଶ ନାୟକଙ୍କ ୪ ବର୍ଷର ପୁଅ ଶୁଭମ ଗତ ୯ ମାସ ହେବ ଜେଜେ ବାପାଙ୍କ ପାଖରେ ରହୁଥିଲେ। ଗତକାଲି ଦିନେଶ ପୁଅକୁ ଆଣିବା ଲାଗି ଯାଇଥିଲେ। ତେବେ କୌଣସି କାରଣରୁ ଦିନେଶ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ସେ ନିଜ ପୁଅ […]

  • Friday, 02 July 2021
ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ
ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ। ଆଜି ଜଣେ ଯାତ୍ରୀଙ୍କ ଠାରୁ ୨୯୫ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀ ନିଜ ଅଭିନବ ଉପାୟରେ ଏହି ସୁନା ଆଣୁଥିବା ବେଳେ କଷ୍ଟମ୍  ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଛି। ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ଏମିତି ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ବିଦେଶୀ […]

  • Friday, 02 July 2021
ମୁଣ୍ଡ ନେଲେ ମାଓବାଦୀ

ମାଲକାନଗିରି: ମାଲକାନାଗିରି କାଲିମେଳାରେ ମାଓ ବର୍ବରତା। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ କାଲିମେଳା ଥାନା ସୁଧାକୋଣ୍ଡା ଗାଁର ଗଙ୍ଗା ମାଡ଼କାମୀ। ସୂଚନା ଅନୁସାରେ, ଗତକାଲି ରାତିରେ ମାଓବାଦୀମାନେ ଗଙ୍ଗା ମାଡ଼କାମୀଙ୍କୁ ଘରୁ ଡାକି ନେବା ପରେ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

  • Friday, 02 July 2021
ଆସୁଛି ମହାବଳ ବାଘ

ଭୁବନେଶ୍ୱର: ଓଡ଼ିଶା ଅଭିମୁଖେ ମଧ୍ୟପ୍ରଦେଶର ମହାବଳ।  ଗୋଟିଏ ମହାବଳ ବାଘକୁ ନେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଯାତ୍ରା ଆରମ୍ଭ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଅନୁଗୁଳ ସାତକୋଶିଆରେ ଏହି ଗାଡ଼ି ପହଞ୍ଚିବ। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ବାଘର ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ […]

  • Friday, 02 July 2021
ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ
ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ

କଟକ  : ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ। କଟକ କଲ୍ୟାଣୀନଗର ପୋଷ୍ଟାଲ କଲୋନୀ ଅଞ୍ଚଳରେ ଏକ ଘର ଭିତରୁ ଜଣେ ଠିକାଦାରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ,ମୃତ ଠିକାଦାର ହେଉଛନ୍ତି  କଲ୍ୟାଣୀନଗର ଅଞ୍ଚଳର ବିଶ୍ୱଭୂଷଣ ସିଂହ। ବିଶ୍ୱଭୁଷଣଙ୍କ ମୁଣ୍ଡରେ ଗୁଳି ବାଜିଛି। ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ବିଶ୍ୱଭୁଷଣଙ୍କୁ କଟକ ବଡ଼ ମେଡିକାଲକୁ ଆଣିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

  • Friday, 02 July 2021
ଆହୁରି ୫ ଦିନ ବର୍ଷିବ ନିଆଁ : ପାଣିପାଗ ବିଭାଗ
ଆହୁରି ୫ ଦିନ ବର୍ଷିବ ନିଆଁ : ପାଣିପାଗ ବିଭାଗ

ଭୁବନେଶ୍ୱର : ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା। ଅସ୍ତବ୍ୟସ୍ତ ଜନଜୀବନ। ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟରେ ଆହୁରି ୫ ଦିନ ଯାଏ ଲାଗି ରହିବ ସମାନ ସ୍ଥିତି। ଗତକାଲି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ ଗୋଡ଼ କାଢ଼ିବା ବି […]

  • Friday, 02 July 2021
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସର୍ବକ୍ଷମା ଯୋଜନା
ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସର୍ବକ୍ଷମା ଯୋଜନା

ଭୁବନେଶ୍ୱର : ବେଆଇନ ନିର୍ମାଣକୁ ମାଫ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’। ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇନଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା। ଏଥିରେ ବିନା ଅନୁମୋଦନରେ ହୋଇଥିବା ଗୃହକାର୍ଯ୍ୟକୁ ଅନୁମୋଦନ କରିବାରେ ସାହାଯ୍ୟ କରିବ। ଏହି ନୋଟିସ ଜାରି ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ଏହି ଯୋଜନାରେ ସାମିଲ ହେବ। ଏହି ଯୋଜନା ପାଇଁ […]

  • Friday, 02 July 2021
ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ବାଲୁକାକଳା
ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ବାଲୁକାକଳା

ପୁରୀ : ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ। ଭାରତୀୟ ସଂସ୍କୃତି, ପରମ୍ପରା କିପରି ଭାବେ ଯୋଗ ସହ ଜଡିତ ଏଭଳି ଏକ ବିଷୟକୁ ନେଇ ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ବାଲୁକା କଳାଟି ୨୫ ଫୁଟ ଓସାରର ହୋଇଥିବାବେଳେ ଏହାକୁ ନିର୍ମାଣ କରିବାକୁ ୨୦ ଟନ୍‌ ବାଲି ବ୍ୟବହାର ହୋଇଛି। ବାଲୁକା କଳା ପ୍ରସ୍ତୁତ କରିବାକୁ […]

  • Friday, 02 July 2021