• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା
ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା

ଭୁବନେଶ୍ୱର : ରାଜ୍ୟବ୍ୟାପୀ ମୌସୁମୀ ବର୍ଷାର ପ୍ରଭାବ। ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୨୯ତାରିଖଠାରୁ ଜୁଲାଇ ୫ ପର୍ଯ୍ୟନ୍ତ କମ୍ ବର୍ଷା ହେବ। ଦୁର୍ବଳ ମୌସୁମୀ ଯୋଗୁ କମ୍ ବର୍ଷା ହେବ ବୋଲି ସୂଚନା ମିଳିଛି। ଏପଟେ ବର୍ଷା ଯୋଗୁ ଗତକାଲି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରର ଉତ୍ତର ଦ୍ୱାର ପାର୍ଶ୍ୱରେ ପାଣି ଜମି […]

  • Friday, 02 July 2021
ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ଲାଗି ହେବ ସେନାପଟା
ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ଲାଗି ହେବ ସେନାପଟା

ପୁରୀ : ଦିନକ ପରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା।  ହାତୀବେଶରେ ବିଭୂଷିତ ହେବେ ମହାପ୍ରଭୁ। ଏହାପୂର୍ବରୁ ଆଜି ସକାଳୁ ଦଇତାପତି ସେବାୟତ ପହଣ୍ଡି ପାଇଁ ଶ୍ରୀଜୀଉଙ୍କୁ ସେନାପଟା ଲାଗି କରାଇବେ। ବଉଳ କାଠରେ ପ୍ରସ୍ତୃତ ସେନାପଟା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଯୋଗାଇଥାଏ । ଏହି ଗୁପ୍ତ ନୀତି ଦଇତାପତି ସେବାୟତଙ୍କ ଦ୍ୱାରା ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଲାଗି କରିବେ। ଏହି ସମୟରେ ଶ୍ରୀଜୀଉଙ୍କର ଦର୍ଶନ ବନ୍ଦ ରହିବ। ସେପଟେ ହାତୀବେଶ ଏବଂ ପହଣ୍ଡି ପାଇ ଟାହିଆ […]

  • Friday, 02 July 2021
ପିସିସି କମିଟି ଗଠନ ଓ ଆଗୁଆ ପ୍ରାର୍ଥୀ ଚୟନ ନେଇ କଂଗ୍ରେସର କସରତ
ପିସିସି କମିଟି ଗଠନ ଓ ଆଗୁଆ ପ୍ରାର୍ଥୀ ଚୟନ ନେଇ କଂଗ୍ରେସର କସରତ

ଭୁବନେଶ୍ୱର  : କଂଗ୍ରେସ ଭବନରେ ମିଶନ ୧୯ କସରତ । ରାଜ୍ୟରେ ଦଳର ସ୍ଥିତି ଏବେ କଣ, କଣ ହେବ ଭବିଷ୍ୟତର କାର୍ଯ୍ୟପନ୍ଥା, ଦଳ କେମିତି ଲଢିବ ନିର୍ବାଚନ । ଦଳୀୟ କର୍ମକର୍ତ୍ତାଙ୍କ ସହ ବିଚାରବିମର୍ଶ କରିଛନ୍ତି ପିସିସି ମୁଖିଆ। ଆଉ ନିର୍ବାଚନ ପାଗ ବନ୍ଧା ପର୍ବ ଅନ୍ତର୍ଗତ ଖୁବ୍ ଶୀଘ୍ର ନିଜ ଟିମ୍ ଗଢିବେ ନିରଞ୍ଜନ। ପୁରୁଣା ପିସିସି କମିଟିରେ ଥିବା ଅନେକ କର୍ମକର୍ତ୍ତାଙ୍କୁ  ନୂଆ କମିଟିରୁ ବାଦ୍ ଦିଆଯିବା ନେଇ ସୂଚନା ମିଳିଛି। ଜିଲ୍ଲା […]

  • Friday, 02 July 2021
ମନ୍ତ୍ରୀଙ୍କ ମୁହଁରେ ବିଭାଜନର ଭାଷା
ମନ୍ତ୍ରୀଙ୍କ ମୁହଁରେ ବିଭାଜନର ଭାଷା

ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ଼ । କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି କାଳଜୟୀ ଗୀତରେ ଉତ୍କଳ ଶଦ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ। କହିଛନ୍ତି ପଶ୍ଚିମ ଓଡିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଲୋକେ ଉତ୍କଳ ଶବ୍ଦକୁ ବିରୋଧ କରୁଛନ୍ତି। ବନ୍ଦେ ଉତ୍କଳ ଜନନୀ ବଦଳରେ ବନ୍ଦେ ଓଡ଼ିଶା ଜନନୀ କହିଲେ ସମସ୍ତଙ୍କ ପାଇଁ ଏହା ଗ୍ରହଣୀୟ ହେବ ବୋଲି ସ୍ୱର ଉଠୁଛି। ମନ୍ତ୍ରୀଙ୍କ […]

  • Friday, 02 July 2021
ବ୍ରହ୍ମପୁର ସହରରେ ମାତିଲେ ଏଟିଏମ୍ ଲୁଟେରା
ବ୍ରହ୍ମପୁର ସହରରେ ମାତିଲେ ଏଟିଏମ୍ ଲୁଟେରା

ବ୍ରହ୍ମପୁର : ମାତିଲେ ଏଟିଏମ୍ ଲୁଟେରା। ଟାର୍ଗେଟରେ ଷ୍ଟେଟ ବ୍ୟାଙ୍କ ଏଟିଏମ୍। ଗୋଟିଏ ରାତିରେ ବ୍ରହ୍ମପୁର ସହରରେ ୬ଟି ଏଟିଏମ୍‌ରୁ  ଲୁଟ୍ କରିଛନ୍ତି ଲୁଟେରା। ଏଟିଏମ୍‌କୁ ଗ୍ୟାସ କଟରରେ କାଟି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା। ହଳଦିଆପଦର,  ଆଙ୍କୁଲି, ଗୋଇଲୁଣ୍ଡି, ଖୋଡ଼ାସିଙ୍ଗି, ଗୋଷେଇଁ ନୂଆଗାଁ ମୁଖ୍ୟରାସ୍ତା ନିକଟ ଏଟିଏମ୍ ରୁ ଲୁଟ୍ ହୋଇଛି। ତେବେ ଗୋପାଳପୁର ଜଙ୍କସନ ନିକଟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ର ସିସିଟିଭି ଭାଙ୍ଗି ଦେଇଥିଲେ । କିନ୍ତୁ ସେହି ସମୟରେ ପୋଲିସ ପାଟ୍ରୋଲିଂ ଗାଡ଼ି […]

  • Friday, 02 July 2021
ନକଲି ତେଲ ଜବତ
ନକଲି ତେଲ ଜବତ

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି ତେଲ କାରଖାନା। କଟକ ଜଗତପୁର ଟ୍ରକ୍ ଟର୍ମିନାଲ୍ ନିକଟରେ ଥିବା ଏକ ନକଲି ତେଲ କାରଖାନାକୁ ପୋଲିସ ଆଜି ଠାବ କରିଛି। ୧୦୦ ଟିଣ ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ ହେବାସହ ପୋଲିସ କାରଖାନା ମାଲିକ ଅନାଦି ଚରଣ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ବି ଚଢ଼ାଉ ଜାରି ରହିଛି। ସୂଚନାଥାଉ କି, ଏହା ପୂର୍ବରୁ […]

  • Friday, 02 July 2021
ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନଜନକ ବ୍ୟବହାର ଅଭିଯୋଗ
ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନଜନକ ବ୍ୟବହାର ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଉଚିତ୍ ସମ୍ମାନ ଦିଆଯାଇ ନ ଥିବା ଅଭିଯୋଗ । ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ପତ୍ନୀଙ୍କ ସହିତ ଏପରି ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ ଏ ନେଇ ସୂଚନା ଦେଇଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି।  ପରିଚାଳନା କମିଟି ବୈଠକର ବିବରଣୀ ଅନୁସାରେ, ରାଷ୍ଟ୍ରପତି ରତ୍ନ […]

  • Friday, 02 July 2021
ଏକ୍ସପ୍ରେସ୍‌ ଟ୍ରେନ୍‌ ପାୱାର ଫେଲ୍

ଢ଼େଙ୍କାନାଳ: ପାୱାର ଫେଲ୍ ଯୋଗୁଁ ଅଟକିଲା ଟ୍ରେନ୍‌। ଫଳରେ ଯାତ୍ରୀମାନେ ହଟହଟା ହୋଇଛନ୍ତି। ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଆଜି ସକାଳ ୧୦ଟା ସମୟରେ ଏହି ଅଘଟଣ ଘଟିଛି। ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍‌ ଟ୍ରେନ ଚାଲୁଥିବା ବେଳେ ହଠାତ୍ ପାୱାର ଫେଲ୍ ହୋଇଯିବାରୁ ଅଟକି ଥିଲା। ପରେ ଅନ୍ୟ ଏକ ଇଞ୍ଜିନ୍‌ ଯୋଗେ ଟ୍ରେନ୍‌କୁ ନିଆଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

  • Friday, 02 July 2021
ଏସାର ଷ୍ଟିଲ ପ୍ଲାଣ୍ଟ ଆଗରେ ୧୪୪ ଧାରା ଜାରି
ଏସାର ଷ୍ଟିଲ ପ୍ଲାଣ୍ଟ ଆଗରେ ୧୪୪ ଧାରା ଜାରି

ପାରାଦୀପ: ପାରାଦୀପ ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ଆଗରେ ୧୪୪ ଧାରା ଜାରି ହୋଇଛି। ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ୧୪୪ ଧାରା ଜାରି କରାଯାଇଛି।  ତେବେ ପ୍ରବଳ ବର୍ଷା ଯୋଗୁ ଆନ୍ଦୋଳନ ବାଧାପ୍ରାପ୍ତ ହୋଇଛି। ସେପଟେ ଦିନ ୧୧ଟାରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଏବଂ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ଶ୍ରମିକ ସଂଗଠନକୁ କମ୍ପାନୀ ସ୍ୱୀକୃତି ପ୍ରଦାନ କରିଛି। କିନ୍ତୁ ଅନ୍ୟ ଏକ ଶ୍ରମିକ ସଂଗଠନର ଆନ୍ଦୋଳନ ଡାକରା […]

  • Friday, 02 July 2021
ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ଏୟାରପୋର୍ଟରୁ ସେ ସିଧାସଳଖ ସହିଦନଗରରେ ଥିବା ବୁଣାକାର ସେବା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ହୋଟେଲ ମାରିୟନରେ ଅନୁଷ୍ଠିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ଅପରାହ୍ନ ୧ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ସ୍ମୃତି ଇରାନୀ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଇରାନୀ ସନ୍ଧ୍ୟାରେ ଦିଲ୍ଲୀ […]

  • Friday, 02 July 2021
ଯୌତୁକରେ ମାଗିଲେ ୧୦୦୧ ଫଳ ଚାରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗାଁରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର। ଯୌତୁକ ବଦଳରେ କେବଳ କନ୍ୟା ଘରୁ ୧୦୦୧ ଫଳ ଚାରା ଆଣି ବାହା ହୋଇଛନ୍ତି ଏହି ଗାଁର ଜଣେ ଯୁବକ।  ପ୍ରାୟ ଅଢେଇ କିଲୋମିଟର ପାଦରେ ଚାଲି ଚାଲି ଯାଇଛନ୍ତି ବର। ବିନା ରୋଷଣୀରେ ବାହାଘର।  ନା ଅଛି ସୁସଜ୍ଜିତ ଗାଡି, ନା ନାଚଗୀତର ଆସର  ହାତରେ ଗୋଟିଏ ଗୋଟିଏ ଚାରା ଧରି ଖୁସି ମନରେ ବରଯାତ୍ରୀ ଆଗକୁ ବଢ଼ୁଛନ୍ତି।  […]

  • Friday, 02 July 2021
ସରିଲା ଛୁଟି ଖୋଲିଲା ସ୍କୁଲ
ସରିଲା ଛୁଟି ଖୋଲିଲା ସ୍କୁଲ

ଭୁବନେଶ୍ୱର: ଦୀର୍ଘ ୨ମାସ ପରେ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି।  ପୂର୍ବରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ ପରେ ଏହାକୁ ଜୁନ୍ ୨୧ ଯାଏଁ ବଢାଯାଇଥିଲା। କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପୁଣିଥରେ ଜୁନ୍ ୨୫ ଯାଏଁ ଖରାଛୁଟିକୁ ବଢ଼ାଇଥିଲେ ରାଜ୍ୟ ସରକାର। ତେବେ ସ୍କୁଲ ଖୋଲିବା ପରେ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସେଫ୍ଟି ଗାଇଡଲାଇନ୍ ପାଳନ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ […]

  • Friday, 02 July 2021
ଅର୍ଥ ଯୋଗାଡ ଲାଗି ଗଞ୍ଜେଇକୁ ଅସ୍ତ୍ର କରିଛନ୍ତି ମାଓବାଦୀ
ଅର୍ଥ ଯୋଗାଡ ଲାଗି ଗଞ୍ଜେଇକୁ ଅସ୍ତ୍ର କରିଛନ୍ତି ମାଓବାଦୀ

ଭୁବନେଶ୍ୱର : ଅର୍ଥ ଯୋଗାଡ ଲାଗି ଗଞ୍ଜେଇକୁ ଅସ୍ତ୍ର କରିଛନ୍ତି ମାଓବାଦୀ। ଚାଷଠୁ ନେଇ ଚାଲାଣ। ମାଓବାଦୀଙ୍କ ପ୍ରୋତ୍ସାହନରେ ଲାଲ୍ କରିଡ଼ରରେ ବଢ଼ିଚାଲିଛି ଗଞ୍ଜେଇ କାରବାର। ନୂଆ ନୂଆ ତରିକାରେ ପୋଲିସ୍ ଓ ଅବକାରୀ ବିଭାଗକୁ ଚକ୍‌ମା ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି ବିପୁଳ ଗଞ୍ଜେଇ। ଗତକାଲି ରାୟପୁରରେ ମାଲକାନଗିରିରୁ ପଞ୍ଜାବ ଚାଲାଣ ହେଉଥିବା ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ୍ ଘଟଣା ହେଉଛି ତାର ସଦ୍ୟ ଉଦାହରଣ। କେତେବେଳେ ଲୁଣ ବୋଝେଇ ଗାଡ଼ି, […]

  • Friday, 02 July 2021
ଅମିତ ଶାହଙ୍କୁ ବିରୋଧ କରିବ କଂଗ୍ରେସ
ଅମିତ ଶାହଙ୍କୁ ବିରୋଧ କରିବ କଂଗ୍ରେସ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହଙ୍କ ଓଡିଶା ଗସ୍ତକୁ ବିରୋଧ କରିବ ଯୁବ କଂଗ୍ରେସ। ଏହି ଗସ୍ତ ପ୍ରତିବାଦରେ କଂଗ୍ରେସ ଭବନ ଆଗରେ ଆଜି ଅମିତ ଶାହଙ୍କ ପୋଷ୍ଟର ପୋଡ଼ି କରିଛି ଯୁବ କଂଗ୍ରେସ। ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏହି ପୋଷ୍ଟର ପୋଡ଼ି ହୋଇଥିଲା। ଶାହ ରାଜ୍ୟରେ ଯୁଆଡ଼େ ଯିବେ ତାଙ୍କୁ ବିରୋଧ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ସୂଚନା ଦେଇଛନ୍ତି। ମହାନଦୀ, ବେକାରୀ ବୃଦ୍ଧି ଓ […]

  • Friday, 02 July 2021
ତେଜୁଛି ପଥରଗାଡ଼ି ଆନ୍ଦୋଳନ
ତେଜୁଛି ପଥରଗାଡ଼ି ଆନ୍ଦୋଳନ

ସୁନ୍ଦରଗଡ଼ : ପୁଣି ଥରେ ମାତିଲେ ପଥରଗାଡ଼ି ଆନ୍ଦୋଳନକାରୀ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଉଗ୍ର ରୂପ ନେଇଛି ଆନ୍ଦୋଳନ। ପଥରଗାଡ଼ି ରୂଢିବାଦୀ ମଞ୍ଚର ସଦସ୍ୟ ମାନେ ଆଜି ରାଜଗାଙ୍ଗପୁରର ସୂରଜ ସ୍ପଞ୍ଜ ଆଇରନ କମ୍ପାନୀରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କମ୍ପାନିର ଯନ୍ତ୍ରାଂଶ ସହ ଆସବାବ ପତ୍ରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ପାଚେରୀକୁ ଭାଙ୍ଗି ଜୋର ଜବରଦସ୍ତ କମ୍ପାନୀ ଭିତରେ ପଶିଥିଲେ ପଥରଗାଡ଼ି ରୂଢିବାଦୀ ମଞ୍ଚ ସଦସ୍ୟ। ଘଟଣାସ୍ଥଳରେ ପୋଲିସ ଏବଂ […]

  • Friday, 02 July 2021
ପୁଣି ଜୀବନ ନେଲା ଜାଇକା
ପୁଣି ଜୀବନ ନେଲା ଜାଇକା

କଟକ : କଟକରେ ପୁଣି ଜୀବନ ନେଲା ଜାଇକା। ପ୍ରକଳ୍ପ କାମ ବେଳେ ଗତକାଲି ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତେବେ ସବୁଠୁ ବଡ଼ କଥା ହେଲା ମୃତ୍ୟୁ ପରେ ଶ୍ରମିକଙ୍କ ମୃତଦେହକୁ ଠିକାଦାର ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଡିସିପି ସୂଚନା ଦେଇଛନ୍ତି। ଘଟଣା ପରେ ଠିକାଦାର ନିଜ ଗାଡିରେ ମୃତ ଦେହକୁ ଧରି ବୁଲୁଥିବାବେଳେ ରାତି ପ୍ରାୟ ୩ଟା ସମୟରେ କିଛି ଲୋକ ଦେଖିଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି […]

  • Friday, 02 July 2021
ନାଗ-ନାଗୁଣୀ ସହ ଆଜି ଧରା ହେଲେ ଆଉ ତିନି ସାପ ଛୁଆ
ନାଗ-ନାଗୁଣୀ ସହ ଆଜି ଧରା ହେଲେ ଆଉ ତିନି ସାପ ଛୁଆ

ଭଦ୍ରକ : ଫଁ ଫଁ ଫଣା ଟେକୁଛି ବିଷଧର ନାଗ। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ଧରାପଡ଼ିଛନ୍ତି ପାଞ୍ଚ ପାଞ୍ଚଟି ବିରାଟକାୟ ନାଗ ସାପ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଧାମନଗର ଏନଏସି ଅନ୍ତର୍ଗତ ପାଇକ ସାହିରେ। ଏଠାରେ ରହୁଥିବା ବିଜୟ ଭୂୟାଁଙ୍କ ଘର ଭିତରୁ ଗଲା ଦୁଇ ଦିନ ଭିତରେ ଉଦ୍ଧାର ହୋଇଥିଲେ ୧୨୬ ସାପ ଛୁଆ। ଶନିବାର ରାତିରେ ଅଗଣାରେ ପୁଣି ସାପ ବୁଲୁଥିବା ଦେଖି ଭୟଭୀତ ହୋଇପଡ଼ିଥିଲେ ବିଜୟ। ପରେ […]

  • Friday, 02 July 2021
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର  :  ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ। ଏୟାର ଇଣ୍ଟେଲିଜେନ୍ସ ୟୁନିଟର କଷ୍ଟମ ବିଭାଗ ଏହାକୁ ଜବତ କରିଛି । ଏକ ସୁନା ଚେନ ଏବଂ ସୁନା କଡା ଜବତ ହୋଇଛି। ଜବତ ହୋଇଥିବା ସୁନା ପ୍ରାୟ ଏକ କେଜି ହେବ ଏବଂ ଆନୁମାନିକ ମୂଲ୍ୟ ୩୧ ଲକ୍ଷ ୫୪ ହଜାର ୬୨୦ ଟଙ୍କା ହେବ। ଉଲ୍ଲେଖନୀୟ ଯେ, ଭୁବନେଶ୍ୱର ବିମାନ ବନ୍ଦରରୁ ଏମିତି ବାରମ୍ବାର ସୁନା ଜବତ ଘଟଣା ସାମନାକୁ ଆସୁଛି। ଗତ […]

  • Friday, 02 July 2021
ଦୈତାରୀ ନାୟକଙ୍କୁ ଭେଟିଲେ ପିସିସି ସଭାପତି
ଦୈତାରୀ ନାୟକଙ୍କୁ ଭେଟିଲେ ପିସିସି ସଭାପତି

ଭୁବନେଶ୍ୱର : ନିଜ ଉଦ୍ୟମରେ ୩ କିଲୋମିଟର କେନାଲ ଖୋଳି ଚର୍ଚ୍ଚାକୁ ଆସିଥିବା କେନ୍ଦୁଝରର ଦୈତାରୀ ନାୟକଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କେନ୍ଦୁଝର ଜିଲ୍ଲା ବାଂଶପାଲ ଅଞ୍ଚଳର ଦୈତାରି ନାୟକଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ପିସିସି ସଭାପତି। ଏନେଇ ନିଜ ଟ୍ୱିଟ୍‌ର ପେଜ୍‌ରେ ଉଲ୍ଲେଖ କରିଛନ୍ତି ନିରଞ୍ଜନ। ଟାଙ୍ଗରା ଭୁଇଁକୁ ଜଳସେଚନ ପାଇଁ ନିଜସସ୍ୱ ଉଦ୍ୟମରେ ଦୀର୍ଘ ୩ କିଲୋମିଟର ଲମ୍ବ କେନାଲ ଖୋଳିଥିଲେ ଦୈତାରୀ। ଦୈତାରୀ ଏବଂ ତାଙ୍କ ପତ୍ନୀଙ୍କ […]

  • Friday, 02 July 2021
ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ
ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡା : ପାରିବାରିକ କଳହରୁ କରୁଣ ପରିଣତି। ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ, ସ୍ତ୍ରୀ । ଗୁଣପୁର କୋରବାଙ୍କ କଲୋନୀରେ ଆଜି ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସ୍ତ୍ରୀଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ସ୍ୱାମୀଙ୍କ ଅବସ୍ଥା ବି ଗୁରୁତର ଥିବାରୁ ଗୁଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋରବାଙ୍କ କଲୋନୀରେ ରହୁଥିବା ନାଗେଶ ଶବର ଏବଂ ତାଙ୍କ ସ୍ତ୍ରୀ […]

  • Friday, 02 July 2021
ପୁଅକୁ ହାଣି ହତ୍ୟା ପରେ ବାପାର ଆତ୍ମହତ୍ୟା 
ପୁଅକୁ ହାଣି ହତ୍ୟା ପରେ ବାପାର ଆତ୍ମହତ୍ୟା 

ବରଗଡ଼ : ପୁଅକୁ ହାଣି ହତ୍ୟା ପରେ ବାପାର ଆତ୍ମହତ୍ୟା। ବରଗଡ଼ ଅତାବିରା ଥାନା ପାହାଡ଼ ସିରିଗିଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବାପ ପୁଅ ହେଲେ ପିକେ ବରିହା ଓ ସୁବାରାଓ ବରିହା। ଜମିବାଡ଼ି ବିବାଦକୁ ନେଇ ପୁଅ ସୁବାରାଓକୁ ବାପା ପିକେ ବରିହା ହାଣି ହତ୍ୟା କରିଛି। ଅତାବିରା ଆଇଆଇସି ଗୌରାଙ୍ଗ ସାହୁ, ବରଗଡ ଏସଡିପିଓ ସୁରେଶ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାରେ ବ୍ୟବହାର ଟାଙ୍ଗିଆକୁ […]

  • Friday, 02 July 2021
ମୁହଁ ଖୋଲିଲେ ପୀଡ଼ିତା, କହିଲେ ମାଡ଼ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ଆକ୍ରମଣକାରୀ
ମୁହଁ ଖୋଲିଲେ ପୀଡ଼ିତା, କହିଲେ ମାଡ଼ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ଆକ୍ରମଣକାରୀ

ରାଉରକେଲା : ପିଲା ଚୋରି ସନ୍ଦେହରେ ରାଉରକେଲାରେ ମହିଳାଙ୍କୁ ନିସ୍ତୁକ ମାଡ଼ ଘଟଣାରେ ୩ ଗିରଫ। ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଏହି ଘଟଣାରେ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେପଟେ ଆକ୍ରମଣର ଶିକାର ହୋଇଥିବା ଯୁବତୀ ଆଜି ଆକ୍ରମଣକାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ମାଡ଼ ମାରୁଥିବା ଲୋକେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ପୀଡ଼ିତା ଯୁବତୀ ଜଣକ ପ୍ଲାଣ୍ଟ ସାଇଟ୍  ଥାନାରେ ଅଭିଯୋଗ କରିଛନ୍ତି। ଗତ ୧୭ ତାରିଖ […]

  • Friday, 02 July 2021
ଧରାପଡ଼ିଲା ସରକାରଙ୍କ ଡାହା ମିଛ
ଧରାପଡ଼ିଲା ସରକାରଙ୍କ ଡାହା ମିଛ

ଭୁବନେଶ୍ୱର :ସାମ୍ନାକୁ ଆସିଲା ମଝି ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ପଛର ସାଂଘାତିକ ସତ। ମରଣ ମୁହଁରୁ ବର୍ତ୍ତିଯାଇଥିବା ଯାତ୍ରୀଙ୍କ ବୟାନ ରାଜ୍ୟ ସରକାରଙ୍କ ମିଛକୁ ପଦାରେ ପକାଇଛି। କାରଣ ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ନ ଥିଲା କୌଣସି ସୁରକ୍ଷା ବ୍ୟବସ୍ଥା। ଫଳରେ ଚିଲିକା ପାଣିରେ ଲିଭିଗଲା ଛଅ ଛଅଟି ଜୀବନଦୀପ । ଏପଟେ ଦୁର୍ଘଟଣାର କାରଣକୁ ନେଇ ସଚିବ ଏବଂ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନି। ଆଉ ଏବେ ଚୋର ଗଲା ପରେ ବୁଦ୍ଧି ପଶିଲା […]

  • Friday, 02 July 2021
ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ନାମଲେଖା ପକ୍ରିୟା ଆରମ୍ଭ
ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ନାମଲେଖା ପକ୍ରିୟା ଆରମ୍ଭ

ବାଲେଶ୍ୱର : ଚଳିତ ବର୍ଷଠାରୁ ରାଜ୍ୟର ଅନ୍ୟ ସରକାରୀ ମେଡିକାଲ କଲେଜ ସହ ବାଲେଶ୍ୱର ଏବଂ ବଲାଙ୍ଗିର ମେଡିକାଲ କଲେଜରେ MBBS ପାଠ୍ୟକ୍ରମ ଲାଗି ହେବ ନାମଲେଖା ।  ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆରମ୍ଭ ହୋଇଛି ଚଏସ ଲକିଂ ପ୍ରକ୍ରିୟା।  ଆଜିଠାରୁ ସର୍ବଭାରତୀୟ ରାଂକକାର୍ଡଧାରୀଙ୍କ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଏହି ଦୁଇ କଲେଜରେ ଥିବା ମୋଟ ସିଟର ୧୫ ପ୍ରତିଶତ ସିଟ୍‌ରେ ନାମଲେଖା ହେବ।  ଅନ୍ୟ ୮୫ ପ୍ରତିଶତ ସିଟ୍‌ରେ ରାଜ୍ୟ ସଂରକ୍ଷଣ […]

  • Friday, 02 July 2021
ଓଡିଶା ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ
ଓଡିଶା ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟର ୧୪୫ ଜଣଙ୍କୁ ନୂଆ କରି ଓଏଏସ ଭାବରେ ନିଯୁକ୍ତି ଦିଆଯାଇଛି। ଆଜିଠାରୁ ସେମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଜୟଦେବ ଭବନଠାରେ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଶୁଭେଛା ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଅନ୍ୟ ପଟେ ଆଇନ ଅନୁଯାୟୀ ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ ନେଇ ଆଶାବାଦୀ ନବ ନିଯୁକ୍ତ ଓଏଏସ।  ଉଦଘାଟନୀ ଉତ୍ସବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି , ମୁଖ୍ୟ […]

  • Friday, 02 July 2021