• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ସମ୍ବଲପୁରରେ ବନ୍ଦର ପ୍ରଭାବ
ସମ୍ବଲପୁରରେ ବନ୍ଦର ପ୍ରଭାବ

ସମ୍ବଲପୁର : ସମ୍ବଲପୁରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। କଂଗ୍ରେସ କର୍ମୀମାନେ ଅାଜି ସକାଳେ ପିକେଟିଂ କରି ଗାଡ଼ି, ମଟର ଓ ରେଳ ରୋକ୍‌ କରିଛନ୍ତି। ଏହା ସହିତ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅଫିସ୍‌କୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ବନ୍ଦ ପାଳନ ସତ୍ତ୍ୱେ ଜିଲ୍ଲାପାଳ ଅଫିସକୁ ଅାସିଥିଲେ। କିଛି ସମୟ ପରେ ସେଠାକୁ ଅାସିଥିଲେ ଶତାଧିକ କଂଗ୍ରେସ କର୍ମୀ। ତେଲ ଦର ବୃଦ୍ଧି ପ୍ରତିବାଦରେ ସେଠାରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ […]

  • Friday, 02 July 2021
ବିଧାନସଭାରେ ତେଲ ତାତି
ବିଧାନସଭାରେ ତେଲ ତାତି

ଭୁବନେଶ୍ୱର : ବିଧାନସଭାରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ତାତି। କଂଗ୍ରେସର ହଙ୍ଗାମା ଯୋଗୁଁ ଗୃହ ମୁଲତବୀ।  ଅାଜି ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ପୋଡିଅମ୍ ନିକଟକୁ ଅାସି ଅନେକ ସ୍ଲୋଗାନ ଦେଇଥିଲେ। ସେପଟେ ବିଜେପି ସମବାୟ ଦୁର୍ନୀତି କଥା ଉଠାଇ ନାରାବାଜି କରିଥିଲେ। ଏହା ପରେ ଗୃହକୁ ଅାସନ୍ତାକାଲି ଯାଏ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସର ବନ୍ଦ ଯୋଗୁଁ ଅାସି ମୁଖ୍ୟମନ୍ତ୍ରୀ ୩ […]

  • Friday, 02 July 2021
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା

ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିବା ସୂଚନା ମିଳିଛି। ସେହିଭଳି ସମ୍ବଲପୁର, ବଲାଙ୍ଗିର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି।  ଭଦ୍ରକରେ ମଧ୍ୟ କଂଗ୍ରେସ କର୍ମୀଙ୍କ ପିକେଟିଂ କରି ରାସ୍ତାରୋକ କରି […]

  • Friday, 02 July 2021
ଗାଧୋଇବା ବେଳେ ଅଘଟଣ
ଗାଧୋଇବା ବେଳେ ଅଘଟଣ

ସମ୍ବଲପୁର : ସମ୍ବଲପୁରରେ ମହାନଦୀରେ ଭାସିଗଲେ ଛାତ୍ର। ଚାଉଁରପୁର ଘାଟରେ ନିଜ ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇ ଯାଇଛି ଜଣେ ଦଶମ ଶ୍ରେଣୀ ଛାତ୍ର । ଘଟଣାସ୍ଥଳରେ ପହଞ୍ଚିଛି ଦମକଳ ବାହିନୀ ଏବଂ ଖୋଜାଖୋଜି ଜାରି ରଖିଛି।

  • Friday, 02 July 2021
ତେଲ ଦର ବୃଦ୍ଧି ପ୍ରତିବାଦ
ତେଲ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ ଅାସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ।  ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ। ବନ୍ଦ ପାଳନ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଅାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଔଷଧ ଦୋକାନ, ଅାମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି।  ଅାସନ୍ତାକାଲି ବିଧାନସଭା ଯିବେନି କଂଗ୍ରେସ ବିଧାୟକ। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି […]

  • Friday, 02 July 2021
୭ଟି ମଣିଷ ଖପୁରୀ ଜବତ
୭ଟି ମଣିଷ ଖପୁରୀ ଜବତ

ପୁରୀ : ପୁରୀ ଘୋଡ଼ା ବଜାର ନିକଟରେ ଥିବା କମଳା ହସ୍ପିଟାଲ ପଛପଟୁ ୭ଟି ଖପୁରୀ ଜବତ କରିଛି ପୁଲିସ୍‌। କେହି ଦୁର୍ବୃତ୍ତ ଏଠାରେ ଖପୁରୀ ପକାଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। କିଏ କାହିଁକି ଏଠାରେ ଖପୁରୀ ପକାଇଲା ଓ କେଉଁଠୁ ଏହି ଖପୁରୀ ଅାଣିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ହଳଦିଅା ରଙ୍ଗର ଜରି ଅଖାରେ ଏହି ଖପୁରୀ ବନ୍ଧା ଯାଇଥିଲା।

  • Friday, 02 July 2021
ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଜଗତସିଂହପୁର  : ଶିଶୁ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଡାକ୍ତର ନ ଥିବାରୁ ଚିକିତ୍ସାରେ ଡେରି ହେବାରୁ ବାଳକର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ପାଣିରେ ବୁଡ଼ି ଗୁରୁତର ହୋଇଥିବା ଚାଟରା ଗାଁର ୭-୮ ବର୍ଷର ଇସ୍ମାଇଲ୍ ଖାଁଙ୍କୁ ଅାଜି ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ପିଲାକୁ ଘରକୁ ନେବା ବାଟରେ ତାର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଦେଖି ପରିବାର ଲୋକେ ପୁଣି […]

  • Friday, 02 July 2021
ଡାକ୍ତର କଳିରେ ବଳି ପଡ଼ିଲେ ରୋଗୀ
ଡାକ୍ତର କଳିରେ ବଳି ପଡ଼ିଲେ ରୋଗୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଅଭିଯୋଗ। ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଦୁଇଜଣ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ଚିକିତ୍ସାରେ ବିଳମ୍ବ ହୋଇଥିଲା। କିଏ ଚିକିତ୍ସା କରିବ ସେନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ବେଳେ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ରୋଗୀଙ୍କ ସଂପର୍କୀୟ ଅଭିଯୋଗ ଅାଣିଛନ୍ତି। ଗଁଦିଅା ଗୁଣ୍ଡୁରାପଶି ଗାଁର ତ୍ରୈଲୋକ୍ୟ ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ପ୍ରଥମେ ଗଁଦିଅାର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ […]

  • Friday, 02 July 2021
ମାନ୍ୟତା କଟିବା ପରେ ବି ୮ ଅଟୋନମସ୍ କଲେଜରେ ବେଧଡକ୍ ଚାଲିଛି ଅାଡମିଶନ୍

ଭୁବନେଶ୍ୱର: କଲେଜ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ। ଅଟୋନମସ୍‌ ମାନ୍ୟତା ହରାଇଥିବା ଜଣାପଡ଼ିବାପରେ ଯାଜପୁର ଏନ.ସି. କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି। ପିଲାଙ୍କ ପ୍ରଶ୍ନ ୫ ବର୍ଷ ହେଲା ଅଟୋନମସ୍ ମାନ୍ୟତା କଟିଥିଲେ ବି କାହିଁକି ସେମାନଙ୍କୁ ଅନ୍ଧାର ଭିତରେ ରଖାଯାଇଥିଲା? ସମାନ ଚିତ୍ର ପୁରୀ SCS କଲେଜରେ ୨୦୧୨ରୁ ଏହି କଲେଜ୍ ହରାଇସାରିଛି ଅଟୋନମସ୍‌ ମାନ୍ୟତା। କିନ୍ତୁ ଯୁକ୍ତ ୩ ଠାରୁ ଅାରମ୍ଭ କରି ସେଲ୍ଫ ଫାଇନାନ୍‌ସିଂ କୋର୍ସରେ ଅଟୋନମସ୍‌ ନାଁରେ ହିଁ […]

  • Friday, 02 July 2021
ଶ୍ରୀମନ୍ଦିର ହୁଣ୍ଡିରୁ ଅାଦାୟ ସୁନା ଗହଣା ହିସାବରେ ନାହିଁ ତାଳମେଳ

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କୁ ଦାନ ଅାକାରରେ ମିଳିଛି କେତେ ସୁନା ଅଳଙ୍କାର? ମନ୍ଦିର ପ୍ରଶାସନ କହୁଛି ହୁଣ୍ଡିରୁ ଅାଦାୟ ହୋଇଛି ୧୮ କେଜି। ହେଲେ ଅାଇନ ମନ୍ତ୍ରୀଙ୍କ ଉତ୍ତର ୧୬ କେଜି। ତଥ୍ୟରେ ରହୁନାହିଁ ତାଳମେଳ। ପ୍ରାୟ ୨କିଲୋ ସୁନାର ମିଳୁନି ହିସାବ। କୁଅାଡ଼େ ଗଲା ଭକ୍ତ ଦେଇଥିବା ପାଖପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଗାଣ୍ଠି? ତାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତ ମହଲରେ ହଲଚଲ୍। ଗତ ୬ ତାରିଖରେ ବିଧାନସଭାରେ ଅାଇନମନ୍ତ୍ରୀ […]

  • Friday, 02 July 2021
ବନ୍ୟା ପାଣି ଗିଳିସାରିଲାଣି ଶହ ଶହ ଗାଁ
ବନ୍ୟା ପାଣି ଗିଳିସାରିଲାଣି ଶହ ଶହ ଗାଁ

ଭୁବନେଶ୍ୱର: ମାଡ଼ି ଚାଲିଛି ବୈତରଣୀର ବନ୍ୟା ପାଣି। କେଉଁଠି ଲହଡ଼ି ଭାଙ୍ଗୁଛି ତ ଅାଉ କେଉଁଠି ଖେଳୁଛି ଭଉଁରୀ। ରାସ୍ତାଘାଟ, ଗାଁ ଦାଣ୍ଡ, ପଞ୍ଚାୟତ ଅଫିସ, ମନ୍ଦିର ସବୁକିଛି ଏବେ ଜଳବନ୍ଦୀ ଅବସ୍ଥାରେ। ବୈତରଣୀ ନଦୀର ଉଛୁଳା ବନ୍ୟାପାଣି ମାଡ଼ରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲାରେ। ବିଶେଷ କରି ଭଦ୍ରକ ସମେତ ଚାନ୍ଦବାଲି, ଧାମନଗର ଏବଂ ଭଣ୍ଡାରୀପୋଖରୀ ବ୍ଲକର ୧୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି ଏହି ବନ୍ୟାରେ। ଶହ ଶହ ଗାଁ ଏବଂ […]

  • Friday, 02 July 2021
ଭାରତ ବନ୍ଦ ଡାକରା ପାଇଁ ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି
ଭାରତ ବନ୍ଦ ଡାକରା ପାଇଁ ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି

ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି ରହିବ। ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି। ଭାରତ ବନ୍ଦ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସ୍କୁଲ ଛୁଟି କରିବାକୁ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

  • Friday, 02 July 2021
ଫୋକସ୍‌ ୨୦୧୯: ବିଜେପିର ୨ ଦିନିଅା ଜାତୀୟ କାର୍ଯ୍ୟକାରିଣୀ
ଫୋକସ୍‌ ୨୦୧୯: ବିଜେପିର ୨ ଦିନିଅା ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ: ଫୋକସ୍‌ରେ ୨୦୧୯। ତା’ ସହିତ ଅାଗକୁ ଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନ। ଦିଲ୍ଲୀରେ ଅାଜିଠାରୁ ଅାରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଅା ଜାତୀୟ କାର୍ଯ୍ୟକାରିଣୀରେ ଏହି ଦୁଇଟି ପ୍ରସଙ୍ଗରେ ମୁଖ୍ୟତଃ ଅାଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ସଭାପତି ଅମିତ ଶାହାଙ୍କ ସହିତ ସବୁ ବରିଷ୍ଠ ନେତା ଯୋଗ ଦେଉଛନ୍ତି। ତେବେ ମୋଦି ଅାଜିର ଅାଲୋଚନାରେ ଯୋଗ ନଦେଇ ଅାସନ୍ତାକାଲି ଯୋଗ ଦେବେ। କାର୍ଯ୍ୟକାରିଣୀରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି।  ପ୍ରତ୍ୟେକ […]

  • Friday, 02 July 2021
ନବରଙ୍ଗପୁର ଜିଲ୍ଲାରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁରରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ପଦ୍ମାବତୀ ମୁଦୁଲି ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକର ଆଉଁଳିମା ଗାଁରେ। ବର୍ଷାରେ ଫସଲ ଉଜୁଡ଼ି ଯିବାରୁ ଗତକାଲି ସେ ବିଷ ପିଇ ଦେଇଥିଲେ। ଅାଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏକ ଘରୋଇ ସଂସ୍ଥାଠାରୁ ଋଣ ଅାଣି ୨ଏକର ଜମିରେ ଚାଷ କରିଥିଲେ। କିନ୍ତୁ ବର୍ଷାରେ ଫସଲ ଉଜୁଡ଼ିଯିବାରୁ ସେ ଚିନ୍ତାରେ ଥିଲେ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

  • Friday, 02 July 2021
ଓଡିଶା ସମେତ ୯ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା
ଓଡିଶା ସମେତ ୯ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

ନୂଆଦିଲ୍ଲୀ: ସହରାଞ୍ଚଳରେ ବାସହୀନ ଲୋକମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇ ନଥିବାରୁ ୯ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡିଶା ସମେତ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସହୀନଙ୍କ ଥଇଥାନ ସମ୍ପର୍କିତ କମିଟିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯାଇ ନଥିବାରୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ […]

  • Friday, 02 July 2021
ଲୋକଙ୍କ ମନରେ ପୁଲିସ୍‌ ସଂପର୍କରେ ଭଲ ଧାରଣା ସୃଷ୍ଟି କରିବାକୁ ପ୍ରୟାସ

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ପୁଲିସ୍‌ ବିଷୟରେ ଅବଗତ କରାଇବା ପାଇଁ କମିଶନରେଟ ପୁଲିସ୍‌ ଏକ ଅଭିବନ ପଦକ୍ଷେପ ନେଇଛି। ଏଥିପାଇଁ ଆରମ୍ଭ କରାଯାଇଛି KNOW YOUR POLICE କାର୍ଯ୍ୟକ୍ରମ। ଅର୍ଥାତ୍ ଆପଣଙ୍କ ପୁଲିସ୍‌କୁ ଜାଣନ୍ତୁ। ରାଜଧାନୀର କ୍ୟାପିଟାଲ ଥାନା ଓ ନନ୍ଦନକାନନ ଥାନାରେ ଏହି କାର୍ଯ୍ୟକ୍ରମକୁ ପୁଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଥାନାକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଆଯାଇ ପୁଲିସ୍‌ର କାମ କ’ଣ, କେମିତି କାମ କରାଯାଏ ଇତ୍ୟାଦି ସଂପର୍କରେ ବୁଝାଯାଇଛି। ଏହା […]

  • Friday, 02 July 2021
ରାସ୍ତା କଡ଼ରେ ଥୁଅା ହୋଇଥିଲା କାର୍, ହଠାତ୍‌ ନିଅାଁ ଲାଗି ଜଳିଗଲା

ଖୋର୍ଦ୍ଧା: ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଜଳିଗଲା କାର୍। ରାସ୍ତା କଡ଼ରେ ଥୁଅା ହୋଇଥିବା କାର୍‌ରେ ନିଆଁ ଲାଗି ଜଳିଗଲା। ତେବେ କାରଟି ଜଳିବା ଅବସ୍ଥାରେ ସେଥିରେ କେହି ନଥିଲେ। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ସେତେବେଳକୁ ଗାଡ଼ିଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ତେବେ ଗାଡିଟି ସ୍ଥାନୀୟ ମଠସାହି ଅଂଚଳର ବୋଲି ଜଣାପଡିଛି। ତେବେ କେମିତି ନିଆଁ ଲାଗିଲା ବା କେହି ଲଗାଇଦେଲେ, ତାହା ସ୍ପଷ୍ଟ ହୋଇନି।

  • Friday, 02 July 2021
ଭିଡିଓ ଭାଇରାଲ ଘଟଣା: ଦେବେନ୍ଦ୍ର କହଁରଙ୍କୁ ଖୋଜିବ ସ୍ପେଶାଲ୍ ସ୍କ୍ୱାଡ୍

ଫୁଲବାଣୀ: ଯୌନ ବ୍ୟଭିଚାର ଭିଡିଓ ଭାଇରାଲ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କୁ ଖୋଜିବ କନ୍ଧମାଳ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍। ଅାଜି ଏ ନେଇ ଏକ ପ୍ରେସ୍ ମିଟ୍‌ରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ। ସେ କହିଛନ୍ତି, ଘଟଣାକୁ ଗୁରୁତ୍ୱର ସହ ନେଇଛି କନ୍ଧମାଳ ପୋଲିସ। ଭାଇରାଲ ଭିଡିଓ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ କରିଥିବା ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। […]

  • Friday, 02 July 2021
ପୁଣି ବିଷ ଓଗାଳିଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଭୁବନେଶ୍ୱର: ପ୍ରଥମେ ଚାରା, ତାପରେ ଓମ୍‌ଫେଡ୍‌ ଦୁର୍ନୀତି, ଆଉ ଏବେ ସମବାୟ ବ୍ୟାଙ୍କ ପ୍ରସଙ୍ଗରେ ବିଷ ଓଗାଳିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ସମବାୟ ବ୍ୟାଙ୍କ ଋଣରେ ୭୦୦ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ୬୦ ଭାଗ ଋଣ ଅଣଚାଷ ପାଇଁ ଦିଆଯାଇଥିବା ବେଳେ ବାକି ୪୦ ଭାଗ ଋଣ କେବଳ କାଗଜ କଲମରେ ସୀମିତ ରହିଥିବା ଅଭିଯୋଗ ଉଠାଇଛନ୍ତି ଦାମ। ଦାମ କହିଛନ୍ତି, ‘ସେତେବେଳେ ଏମ୍‌ଡି ଥିଲେ ତୁଷାରକାନ୍ତି ପଣ୍ଡା। ଦୁର୍ନୀତିର ତଦନ୍ତ […]

  • Friday, 02 July 2021
ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ

ଖୋର୍ଦ୍ଧା: କିଏ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛି ତ ଅାଉ କିଏ ଖଡ଼ି ରଙ୍ଗ। ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ। ଅାଗକୁ ଗଣେଶ ପୂଜା ଅାସୁଥିବା ବେଳେ ଖୋର୍ଦ୍ଧା ଜଟଣୀ କୁଦିଅାରି ବଜାରରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି। ଚଳିତ ବର୍ଷ ମୁଖ୍ୟ ଅାକର୍ଷଣ ରହିବ ବାଲ୍ ଗଣେଶଙ୍କ ଠାରୁ ଅାରମ୍ଭ କରି ବାହୁବଲି ଏବଂ ନାଗା ବେଶଧାରୀ ଗଣେଶ ମେଢ଼। ଲଘୁଚାପ ବର୍ଷା ମୂର୍ତ୍ତି ତିଅାରିରେ ସମାନ୍ୟ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ନିଜନିଜ […]

  • Friday, 02 July 2021
ଯୌନ କେଳେଙ୍କାରୀ ଅଡୁଅାରେ ଶାସକ ଦଳର ଏହି ନେତା

ଫୁଲବାଣୀ: ପୁଣି ଯୌନ କେଳେଙ୍କାରୀ ଅଡୁଅାରେ ଶାସକ ଦଳର ନେତା। ମୋବାଇଲ୍‌ରୁ ମୋବାଇଲ୍‌ ବୁଲୁଛି ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ଯୌନ ବ୍ୟଭିଚାରର ଭିଡିଓ। ଏବେ ପ୍ରଶ୍ନ ଉଠୁଛି ଭିଡିଓରେ ଥିବା ଯୁବତୀ ଜଣକ କିଏ? ରସିକିଅା ନେତାଙ୍କର ଏଭଳି କେତେ ଜଣ ଯୁବତୀଙ୍କ ସହ ସଂପର୍କ ରହିଛି ? କାରଣ କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ କହଁରଙ୍କ ନାଁରେ ଅାଣିଥିଲେ ଅସଦାଚରଣ ଅଭିଯୋଗ। କହଁର ତାଙ୍କୁ ବ୍ଲାକ୍‌ମେଲ୍ କରୁଥିବା ଯୁବତୀ ଜଣଙ୍କ […]

  • Friday, 02 July 2021
ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ

ଭୁବନେଶ୍ୱର: ମହଙ୍ଗା ପଡିଲା କମେଣ୍ଟ ମରା। ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ। ଖବର ମୁତାବକ, ଖଣ୍ଡଗିରି ଜୟଦେବବାଟିକାରୁ ଘାଟିକିଅା ଅଭିମୁଖେ ଯୁବତୀ ଜଣଙ୍କ ଅାସୁଥିଲେ। ଏହି ସମୟରେ ଯୁବକ ଜଣଙ୍କ ତାଙ୍କୁ ପିଛା କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏମିତିକି ପିଛା କରି ଯୁବତୀଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ହଇରାଣ ହରକତ କରୁଥିବାରୁ ଯୁବତୀ ଜଣଙ୍କ କିଛି ସ୍ଥାନୀୟ ଲୋକ ଓ ପଡୋଶୀଙ୍କୁ ଡାକି ଉକ୍ତ ଯୁବକକୁ ନିର୍ଧୁମ ପିଟିଥିଲେ। ତେବେ ଏନେଇ ଥାନାରେ […]

  • Friday, 02 July 2021
ଏଲ୍‌ପିଜି ଟ୍ୟାଙ୍କର୍‌ରୁ ଗ୍ୟାସ୍ ଲିକ୍‌, ଲୋକେ ଆତଙ୍କିତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍‌। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅାଖପାଖ ଅଂଚଳର ଲୋକେ ବି ଏହାକୁ ନେଇ ଭୟଭୀତ ହେବା ସହ ରାସ୍ତାର ଉଭୟ ପାଖରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଗ୍ୟାସ୍ ଲିକେଜ୍‌କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଗାଡ଼ି ନିକଟକୁ ନ ଯିବା ପାଇଁ […]

  • Friday, 02 July 2021
ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ସେ ଚିନ୍ତାପ୍ରକାଶ କରିଛନ୍ତି। ୨୩ ଦିନ ଧରି ଜାରି ରହିଛି ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ସଂଘର ଅାନ୍ଦୋଳନ। ଏହି କାରଣରୁ ରାଜ୍ୟର ସବୁ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ, କଲେଜ ସହ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇପଡ଼ିଛି। […]

  • Friday, 02 July 2021
ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ
ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଥିବାରୁ କମିଶନ ନିଜେ କାର୍ଯ୍ୟକାଳ ବଢାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା କହିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି ସିଂଦେଓ। ଅନ୍ୟପଟେ ତଦନ୍ତ କମିଶନଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ଅନୁଧ୍ୟାନ କରାଯିବ ବୋଲି କହିଥିଲେ ଅାଇନ ମନ୍ତ୍ରୀ ପ୍ରତାପ ଜେନା। ଏଥିସହ ରତ୍ନଭଣ୍ଡାର ସଂପତ୍ତି ଅନୁଧ୍ୟାନ କରାଯାଇ ୧୯୭୮ ମସିହାରେ ଗଚ୍ଛିତ ଅଳଙ୍କାର […]

  • Friday, 02 July 2021