• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଟଙ୍କିକିଆ ଚାଉଳ ନେଇ ମୋଦି କହିଲେ ଏମିତି…
ଟଙ୍କିକିଆ ଚାଉଳ ନେଇ ମୋଦି କହିଲେ ଏମିତି…

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ତାଳଚେର ଗସ୍ତ କରିଥିଲେ। ସେଠାରେ ସାର କାରଖାନାର ଶିଳାନ୍ୟାସ କରିଥିଲେ। ତାଳଚେର ସଭାରେ ମୋଦି ଜୟ ଜଗନ୍ନାଥ ଓ ଜୟ ମା’ ହିଙ୍ଗୁଳା କହି ନିଜ ଭାଷଣ ଆରମ୍ଭ କରିଥିଲେ।   ପ୍ରଧାନମନ୍ତ୍ରୀ କହିଥିଲେ,“ତାଳଚେରର ବିକାଶ ନୂଆ ଓଡ଼ିଶାର ବିକାଶର ଗାଥା ଲେଖିବ। ସାର କାରଖାନାର ପୁନରୁଦ୍ଧାର ନୂଆ ବିକାଶକୁ ଗତିଶୀଳ କରିବ। […]

  • Friday, 02 July 2021
ମାୟାନଗରୀ ମୁମ୍ବାଇରେ ଆଜି ଗଣେଣ ବିସର୍ଜନ
ମାୟାନଗରୀ ମୁମ୍ବାଇରେ ଆଜି ଗଣେଣ ବିସର୍ଜନ

ମୁମ୍ବାଇ: ୧୦ ଦିନର ପୂଜା ପରେ ଆଜି ବିସର୍ଜିତ ହେବେ ଶ୍ରୀଗଣେଶ। ଏହାକୁ ନେଇ ମାୟାନଗରୀ ମୁମ୍ବାଇ ଚଳଚଞ୍ଚଳ ହୋଇପଡ଼ିଛି। ସହରର ଗଳି କନ୍ଦିରୁ ଆରମ୍ଭ କରି ସମସ୍ତ ପୂଜା ମଣ୍ଡପରୁ ଗଣପତି ବାପାଙ୍କୁ ଆଜି ବିସର୍ଜନ କରାଯାଉଛି। ଗଣେଶ ଚତୁର୍ଥୀଠୁ ପୂଜା ପାଉଥିବା ବିଘ୍ନ ବିନାଶକଙ୍କୁ ଶୋଭାଯାତ୍ରାରେ ନିଆଯାଉଛି। ପ୍ରସିଦ୍ଧ ଲାଲ୍‌ବାଗ ରାଜାଙ୍କୁ ବିସର୍ଜନ ପୂର୍ବରୁ ମଣ୍ଡପରେ ଭୋଗ ଲଗାଯିବା ସହ ଆଳତୀ କରାଯାଇଛି। ଲାଲବାଗ ରାଜାଙ୍କ ଦର୍ଶନ ପାଇଁ ସକଳୁ ହିଁ ପ୍ରବଳ ଭିଡ଼ […]

  • Friday, 02 July 2021
ଲଗାଣ ବର୍ଷାରେ ମାଲକାନଗିରି ବେହାଲ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରାସ୍ତା ଉପରେ ପାଣି ପ୍ରବାହିତ ହେବା ଫଳରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଲକାନଗିରି ସଦର ମହକୁମାରୁ ବାଲିମେଳା ଯିବା ରାସ୍ତାରେ ଏମ୍‌ଭି ୧୧, କୋରକୋଣ୍ଡା ଓ ଏମ୍‌ଭି ୩୭ ନଦୀରେ ପାଣି ବଢ଼ି ଯୋଗଯୋଗ ବିଛିନ୍ନ ହୋଇଛି। ସେହିପରି କାଲିମେଳା ମୁଖ୍ୟ ରାସ୍ତାର କାଙ୍କରାକୋଣ୍ଡା ,ପୋଟେରୁ ପଡିଆ ରାସ୍ତାର କନ୍ୟାଶ୍ରମ […]

  • Friday, 02 July 2021
କଲେଜ ଭିତରୁ ୧୭ଟି ନାଗସାପ ଉଦ୍ଧାର
କଲେଜ ଭିତରୁ ୧୭ଟି ନାଗସାପ ଉଦ୍ଧାର

ଭଦ୍ରକ : ଭଦ୍ରକ ଧାମନଗର ସହିଦ୍ ସ୍ମୃତି କଲେଜ ଭିତରୁ ୧୭ଟି ନାଗସାପ ଉଦ୍ଧାର । ଗତକାଲି କଲେଜ କାନ୍ଥରେ ମିସ୍ତ୍ରୀ ରଙ୍ଗ ଲଗାଉଥିବାବେଳେ କାନ୍ଥ ଭିତରେ ସାପ ଦେଖି ଭୟଭୀତ ହୋଇପଡିଥିଲେ । ପରେ କଲେଜ ପକ୍ଷରୁ ଭଦ୍ରକ ସ୍ନେକ୍ ହେଲପ ଲାଇନ୍‌କୁ ସୂଚନା ଦିଅାଯିବାପରେ ହେଲପ ଲାଇନ୍ ସଦସ୍ୟ ଭଙ୍ଗା କାନ୍ଥ ଭିତରୁ ୧୭ଟି ନାଗ ସାପକୁ ଉଦ୍ଧାର କରିଥିଲେ।

  • Friday, 02 July 2021
ଆଜି ରାତିରେ ଝଡ଼ ବର୍ଷା
ଆଜି ରାତିରେ ଝଡ଼ ବର୍ଷା

ଅାସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ । ଅାଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ଦେଖନ୍ତୁ ଏହି ଭିଡିଓ –

  • Friday, 02 July 2021
ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ
ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ

ଭୁବନେଶ୍ୱର : କାହା ପାଇଁ ସରକାର। ରାଜଧାନୀର ରାଜରାସ୍ତାରେ ପ୍ରବଳ ବର୍ଷାରେ ଭିଜି ଭିଜି ନିଜ ହକ୍ ପାଇଁ ଲଢ଼େଇ କରୁଥିବା ଶିକ୍ଷକମାନେ ପଚାରିଛନ୍ତି ଏହି ପ୍ରଶ୍ନ । ଓଡ଼ିଶା ସ୍କୁଲ କଲେଜ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ମହାବେଶରେ ମଞ୍ଚର ନେତା କହିଛନ୍ତି, ଜଣେ ସାଧାରଣ ଲୋକର ଉକ୍ତି ପାଇଁ ବିଧାନସଭା ଉଠୁଛି ପଡୁଛି। ଅଥଚ ବର୍ଷାରେ ଭିଜୁଥିବା ହଜାର ହଜାର ଶିକ୍ଷକଙ୍କ ପାଇଁ କେହି ନାହିଁ । ୩୬ ଦିନ ହେଲା ଅାମେ ଏଠାରେ […]

  • Friday, 02 July 2021
୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ
୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ

କେନ୍ଦୁଝର: ଥଣ୍ଡା ଓ ପେଟ ଯନ୍ତ୍ରଣାରୁ ଭଲ ହେବାପାଇଁ ୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ। କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ୍‌ କାଞ୍ଜିପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁଟିକୁ ତା’ର ଜେଜେମା’ ଚେଙ୍କ ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ଗତକାଲି ରାତିରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • Friday, 02 July 2021
ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ
ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ବିଧାୟକ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍‌ ମାମଲା ରୁଜୁ କରିଛି। ଜିତୁ ମିତ୍ରଙ୍କ ବଡ଼ ପୁଅ ବର୍ଷକ ତଳେ ଭଦ୍ରକ ଅଞ୍ଚଳରେ ବିବାହ କରିଥିଲେ। ବିବାହର […]

  • Friday, 02 July 2021
ଓଲଟି ପଡ଼ିଲା ବସ୍‌; ୩୦ରୁ ଉର୍ଦ୍ଧ୍ୱ ଆହତ, ୪ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବଲାଣିପାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପରୁ-ରାଉରକେଲା ଯାଉଥିବା ଏକ ବସ୍‌ର ଚକା ଫାଟି ଯିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ସେମାନଙ୍କୁ ରାଉରକେଲା ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି । […]

  • Friday, 02 July 2021
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଡିପ୍ରେସନ୍‌ ଏବଂ ପରେ ଡିପ୍‌-ଡିପ୍ରେସନ୍‌ରେ ପରିଣତ ହେବ। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି ।  ଗତକାଲି ରାତିଠୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ […]

  • Friday, 02 July 2021