• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ନାଳକୁ ଖସି ପଡ଼ିଲା ବୋଲେରୋ; ୫ ମୃତ, ୨ ଗୁରୁତର
ନାଳକୁ ଖସି ପଡ଼ିଲା ବୋଲେରୋ; ୫ ମୃତ, ୨ ଗୁରୁତର

ପୁରୀ: ନାଳକୁ ଖସି ପଡ଼ିଲା ବୋଲେରୋ। ପୁରୀ ଜଗନ୍ନାଥ ସଡ଼କରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୁକଳ ନିକଟସ୍ଥ ଭାଇଲିପୁର ଠାରେ ବୋଲେରୋ ନାଳକୁ ଖସି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ା ଥାନା ଲାଲକମଙ୍ଗ ଗାଁର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ କେ. କ୍ରିଷ୍ଣା(୫୦), ଜଗଦୀଶ୍‌(୪୦), […]

  • Friday, 02 July 2021
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ। ଓଡ଼ିଶା ପୁଲିସ୍‌ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍‌ସନ୍ ପ୍ରଦାନ ଓ ଫାୟାର୍‌ ମ୍ୟାନ୍ ହାବିଲ୍‌ଦାର ସଂଘର ପଞ୍ଜିକରଣ ଆଦି ଦାବି କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି।  ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର୍‌ […]

  • Friday, 02 July 2021
ଫେରିଲା ଚକଡ଼ା , ଧାନଗଛରେ ଚରିଗଲେଣି ପୋକ
ଫେରିଲା ଚକଡ଼ା , ଧାନଗଛରେ ଚରିଗଲେଣି ପୋକ

ବଲାଙ୍ଗିର: ଫେରିଲା ଚକଡ଼ା ପୋକ। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍‌ର କେତେକ ଅଞ୍ଚଳରେ ପୁଣି ଦାଉ ସାଧୁଛି ଚକଡ଼ା ପୋକ। ଫଳରେ କ୍ଷତିଗ୍ରସ୍ତ ଧାନଗଛକୁ ଧରି ଚାଷୀମାନେ ପ୍ରତିକାର ପାଇଁ କୃଷି ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ କେବଳ ଔଷଧ ଲେଖିଦେଇ ତୁନି ପଡ଼ିଛି ବିଭାଗ। ପଢ଼ନ୍ତୁ ବଲାଙ୍ଗିର ଜିଲ୍ଳାରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। ଏଥର ଭଲ ବର୍ଷା ହୋଇଥିବାରୁ ଫସଲ ଭଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। କିନ୍ତୁ ଧାନ କ୍ଷେତ ପାଖକୁ ଯାଇ […]

  • Friday, 02 July 2021
DGCAକୁ ଯାଇ ତଥ୍ୟ ପ୍ରଦାନ କଲେ ବୈଜୟନ୍ତ
DGCAକୁ ଯାଇ ତଥ୍ୟ ପ୍ରଦାନ କଲେ ବୈଜୟନ୍ତ

ଭୁବନେଶ୍ୱର: ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗରେ ଦିଲ୍ଲୀ DGCAକୁ ଯାଇ ତଥ୍ୟ ପ୍ରଦାନ କରିଛନ୍ତି ବୈଜୟନ୍ତ। DGCAରୁ ବାହାରିବା ପରେ ବୈଜୟନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି, DGCA ଯାହା ତଥ୍ୟ ମାଗିଲେ ତାଙ୍କୁ ପ୍ରଦାନ କରିଛି। ମୋ ପ୍ରତି ଅାସିଥିବା ଅଭିଯୋଗ ମିଥ୍ୟା, ଯାହାକୁ ୫ଥର ବଦଳାଯାଇଛି ବୋଲି କହିଛନ୍ତି ବୈଜୟନ୍ତ। ମୁଁ ଲୋକମାନଙ୍କ ସହ ଜଡ଼ିତ ରହି ବିିଭିନ୍ନ ସ୍ଥାନ ବୁଲୁଥିବାରୁ ଏପରି ଅଭିଯୋଗ ଅଣାଯାଇଛି ବୋଲି […]

  • Friday, 02 July 2021
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗଞ୍ଜାମ: ରାସ୍ତା ନଥିବାରୁ ପୁଣି ଖଟରେ ବୁହାହେଲେ ଗର୍ଭବତୀ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ଗର୍ଭବତୀ ପ୍ରସବ କଷ୍ଟ ହେବା ପରେ ପରିବାର ପକ୍ଷରୁ ୧୦୨ଅାମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଅାମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ଗର୍ଭବତୀଙ୍କୁ ଖଟରେ ବୋହି ଅାମ୍ବୁଲାନ୍ସ ନିକଟକୁ ନିଅାଯାଇଥିଲା। ପରେ ଗର୍ଭବତୀଙ୍କୁ ଭଂଜନଗର ମେଡିକାଲକୁ ନିଅାଯାଇଥିଲା। ସେଠାରେ ସେ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ମା ଓ ଦୁଇ ଶିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ […]

  • Friday, 02 July 2021
ମାଛ ମାରିବାକୁ ଯାଇଥିଲେ; ଆଉ ଫେରିଲେନି, ମିଳିଲା ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଦୁଇଜଣ ଯୁବକ ଗତକାଲି କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ସଞ୍ଜୟ ଜେନା ଓ ସରୋଜ ଜେନା। ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ଗତକାଲି ସଞ୍ଜୟ ଓ ସରୋଜ ଏକ କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ନ […]

  • Friday, 02 July 2021
ଇଡ୍‌ଲିରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ସ୍ୱାଦିଷ୍ଟ ବ୍ୟଞ୍ଜନ

ଭେଜ୍‌ ମଞ୍ଚୁରିଆନ୍‌, କୋବି ମଞ୍ଚୁରିଆନ୍‌ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି? ସାଧାରଣତଃ ଇଡ୍‌ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍‌ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍‌ଲିର ଏକ ନୂଆ ଆଇଟମ୍‌ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରିବା […]

  • Friday, 02 July 2021
ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର; ଅଟକିଲା ଟ୍ରେନ୍‌

ରାୟଗଡ଼ା: କୋରାପୁଟର ଭାଲୁମୁସ୍କା-ଲିଲିଗୁମା ମଧ୍ୟରେ ଥିବାର ରେଲୱେ ଲାଇନ୍‌ ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ଟିକିରିରେ ବିଶାଖାପାଟଣା-କୋରାପୁଟ ଡିଏମ୍‌ୟୁ ଅଟକି ରହିଛି। ସେହିପରି ଭାଲୁମୁସ୍କାରେ ରାଉରକେଲା ଏକ୍ସପ୍ରେସ୍ ଅଟକି ରହିଥିବା ବେଳେ ଶିକରପାଇ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଅଟକି ରହିଛି। ଟେକ୍ନିସିଆନ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।

  • Friday, 02 July 2021
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ବାଲେଶ୍ୱର  : ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଜଣ ଝିଅ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ନୀଳଗିରି କାହାଳିଆ ଗାଁରେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ବୟସ ୧୨ ଏବଂ ୧୦ ବର୍ଷ ହେବ ବୋଲି ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।

  • Friday, 02 July 2021
ଦିଲ୍ଲୀ ଫେରିଗଲେ ଅାମିକସ୍‌କ୍ୟୁରୀ
ଦିଲ୍ଲୀ ଫେରିଗଲେ ଅାମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ । ଅାଚାର, ବ୍ୟବହାର ଏବଂ ସମୟାନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଅାଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ସୁପ୍ରିମକୋର୍ଟଙ୍କ ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ଦିଲ୍ଲୀ ଫେରିବା ପୂର୍ବରୁ ଭୁବନେଶ୍ୱର ବିମାନ ମନ୍ଦରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ମୁଖ୍ୟତଃ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇଛନ୍ତି ଅାମିକସ୍‌କ୍ୟୁରୀ […]

  • Friday, 02 July 2021
ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଞ୍ଚ
ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଞ୍ଚ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ-NSG । ଅାଜି NSGର ତିନି ଜଣିଅା ଟିମ୍ ଏନେଇ ପୁରୀ ଅାସିବେ । କାଲି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ଏନ୍ଏସ୍‌ଜିଟିମ୍  ଯାଞ୍ଚ କରିବେ । ମିଳିଥିବା ସୂଚନା ମୁତାବକ ମନ୍ଦିର ଭିତର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ କରିବେ ଟିମ୍ । ଏନେଇ ଅାଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି । ୨୦୧୭ ଅଗଷ୍ଟ ମାସରେ ମଧ୍ୟ […]

  • Friday, 02 July 2021