• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ
ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ବଢୁଛି।  ଅାଜି ମନ୍ତ୍ରୀ ମହାରଥୀଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ୱାର୍ଟର୍ସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ବିଜେପି ମହିଳା କର୍ମୀଙ୍କୁ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନେଇ ଅଟକ ରଖିଛି । ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ […]

  • Friday, 02 July 2021
ମହିଳାଙ୍କୁ ଦଳି ଦେଲା ଦନ୍ତା
ମହିଳାଙ୍କୁ ଦଳି ଦେଲା ଦନ୍ତା

କେନ୍ଦୁଝର  : ଦଳି ଦେଲା ଦନ୍ତା । କେନ୍ଦୁଝର ରେଞ୍ଜ ସେଣ୍ଟକାପ୍ ଅଞ୍ଚଳରେ ହାତୀର ତାଣ୍ଡବ । ଅାଜି ସକାଳୁ ଛତୁ ଅାଣିବାକୁ ଜଙ୍ଗଲ ଯାଇଥିଲେ ଜଣେ ମହିଳା । ଏହି ସମୟରେ ଦନ୍ତା ହାତୀ ତାଙ୍କୁ ଅାକ୍ରମଣ କରିଥିଲା । ଗଛରେ ପିଟି ମହିଳାଙ୍କୁ ପିଟି ମାରି ଦେଇଛି ହାତୀ । ମୃତ ମହିଳା ଜଣଙ୍କ ସେଣ୍ଟକାପ୍ ଅଞ୍ଚଳର । ପୁଲିସ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅାରମ୍ଭ କରିଛି ।

  • Friday, 02 July 2021
ହରିଅାଣା ରେଓ୍ୱାଡ଼ି ଗଣଦୁଷ୍କର୍ମ ଅଭିଯୋଗ ଘଟଣା
ହରିଅାଣା ରେଓ୍ୱାଡ଼ି ଗଣଦୁଷ୍କର୍ମ ଅଭିଯୋଗ ଘଟଣା

ଚଣ୍ଡିଗଡ଼ : ଓଡ଼ିଶାରୁ ଗିରଫ ହେଲା ହରିଅାଣା ରେୱାଡ଼ି ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ।  ଗଞ୍ଜାମର ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରୁ ମାମଲାର ଅନ୍ୟତମ ଅଭିଯୁକ୍ତ ନବୀନ ଓରଫ ନିକୁକୁ ଗିରଫ କରିଛି ହରିୟାଣା ପୁଲିସ। ଏ ନେଇ ଗୋପାଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନବୀନ ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରେ ଟ୍ରେନିଂ ନେଉଥିଲା। ନବୀନର ଘର ହରିଅାଣା ମହେନ୍ଦ୍ରଗଡ଼ ଜିଲ୍ଲାର ନୂଅାଗାଁରେ। ନବୀନ ଛୁଟିରେ ଗାଁକୁ ଯାଇଥିବା ବେଳେ […]

  • Friday, 02 July 2021
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌ର ଅାଜି ଦ୍ୱିତୀୟ ଦିନ। ୨୦ କିଲୋମିଟର ଓ୍ୱାକିଂରେ ଚାମ୍ପିଅନ୍ ହୋଇଛନ୍ତି ଗଣପତି। ଏହି ଇଭେଣ୍ଟରେ ସୁବେଦାର ସନ୍ଦୀପ କୁମାର ରନର୍ ଅପ୍ ହୋଇଛନ୍ତି।ପ୍ରତିଯୋଗିତାରେ ଅାଜି ୧୩ଟି ଇଭେଣ୍ଟର ଫାଇନାଲ ଅଛି । ଯେଉଁଥିରେ ରହିଛନ୍ତି କିଛି ଓଡ଼ିଆ ଅାଥଲେଟ୍। ଶହେ ମିଟର ହଡଲ୍ସରେ ପୂର୍ଣ୍ଣିମା ହେମ୍ରମ୍, ଲଙ୍ଗ ଜମ୍ପରେ ଅାଶିଷ ପାତ୍ର ଏବଂ ହାମର ଥ୍ରୋରେ ମଲୟ ପତିଙ୍କ ଉପରେ ରହିବ ନଜର। […]

  • Friday, 02 July 2021
ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲା
ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲା

କଟକ : କଟକରେ ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲାରେ ୨ ଗିରଫ । ଗତକାଲି ରାତିରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫମାନେ ହେଲେ ହୋମଗାର୍ଡ କିଶୋର ଜେନା ଓ ଅାକ୍ରମଣକାରୀ ଦିଲ୍ଲୀପ ସିଂ । ଅନ୍ୟପଟେ ଓକିଲଙ୍କୁ ପୁଲିସର ମାଡ଼ମରା ଘଟଣା ନେଇ ତୀବ୍ର ହୋଇଛି ଅାନ୍ଦୋଳନ। ଅାଜି ପରବର୍ତ୍ତୀ ପଦକ୍ଷେପ ନେଇ ଓକିଲ ସଂଘର ବୈଠକ ବସିବ। ବୈଠକରେ ଅାନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ।  ଅାସନ୍ତାକାଲି ନବୀନ ନିବାସ ଘେରାଉ […]

  • Friday, 02 July 2021
ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ
ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ । ଦୁଇଟି ବାଇକ୍‌, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡ଼ିକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଘଟିଛି ଘଟଣା । ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟ ରାତିରେ ଖାଇ ଶୋଇଥିଲେ । ବିଳମ୍ବିତ ରାତି ୧ଟା. ୩୦ ମିନିଟରେ ଜୋରରେ ଶବ୍ଦ ହେବା ପରେ କୁକୁର ଭୋକିଥିଲା । ଏହାପରେ ଅଶୋକ ଉଠି […]

  • Friday, 02 July 2021
ନିରୋଗ ରହିବାକୁ ଚାହାନ୍ତି ତ ଖାଆନ୍ତୁ ଏହି ପ୍ରାକୃତିକ ଖାଦ୍ୟ

ଗଜା ହୋଇଥିବା ମୁଗ, ବୁଟ ଇତ୍ୟାଦି ଆମେ ଖାଇଥାଉ। ଏହା ପାଟିକୁ ଭଲ ଲାଗିବା ସହ ଆମ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଆପଣ ଗଜା ଗହମ ଖାଇଛନ୍ତି କି? ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ। ଗଜା ଗହମର ଉପକାରିତା ନେଇ ଏବେ ମଧ୍ୟ ଗବେଷଣା ଜାରି ରହିଛି। ଗଜା ଗହମ ଖାଇବାର ଲାଭ ୧. ଗଜା ଗହମରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ E ରହିଥାଏ। ଏହା […]

  • Friday, 02 July 2021
ବାପ, ପୁଅଙ୍କୁ ଗୁଳିମାଡ଼
ବାପ, ପୁଅଙ୍କୁ ଗୁଳିମାଡ଼

କୋରାପୁଟ: ଜୟପୁର ରାଜନଅର ଛକରେ ସଂଘବଦ୍ଧ ଭାବେ ବାପ, ପୁଅଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିରେ ଆହତ ହୋଇଥିବା ଯୁବକ ଜଣକ ହେଲେ ସନ୍ତୋଷ ନାୟକ। ତାଙ୍କ ଅଣ୍ଟା ଏବଂ ପିଠିରେ ଗୁଳି ବାଜିଥିବା ବେଳେ ତାଙ୍କ ବାପାଙ୍କୁ ମଧ୍ୟ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ବାପ,ପୁଅଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିକାଶ ପାତ୍ର ନାମକ ଜଣେ ଯୁବକ ଗୁଳିମାଡ଼ […]

  • Friday, 02 July 2021
ବୈଜୟନ୍ତଙ୍କ ହେଲିକପ୍ଟର୍‌ ଜବତର ପ୍ରତିବାଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ସଚେତନ ନାଗରିକମାନେ ଆଳି ଡାକବଙ୍ଗଳା ନିକଟରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ବୈଜୟନ୍ତଙ୍କୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବାରମ୍ବାର ହଇରାଣ କରାଯିବାକୁ ସେମାନେ ବିରୋଧ କରିଛନ୍ତି। ତେବେ ଏ ନେଇ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

  • Friday, 02 July 2021
କଟକର ସବୁ ସରକାରୀ ଅଫିସ ଆଗରେ ଓକିଲଙ୍କ ଧାରଣା
କଟକର ସବୁ ସରକାରୀ ଅଫିସ ଆଗରେ ଓକିଲଙ୍କ ଧାରଣା

କଟକ: କଟକରେ ଓକିଲଙ୍କୁ ପୁଲିସ୍‌ର ଆକ୍ରମଣ ଅଭିଯୋଗ ମାମଲାରେ ଆନ୍ଦୋଳନ ତୀବ୍ର ହୋଇଛି। କଟକର ସବୁ ସରକାରୀ ଅଫିସ ଆଗରେ ଓକିଲମାନେ ଧାରଣା ଦେବା ସହ ପିକେଟିଂ କରି କାହାକୁ ଅଫିସ ଭିତରକୁ ଛାଡୁ ନାହାନ୍ତି। କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି। ଏହା ସହିତ ଆର୍‌ଡିସି, ଜିଲ୍ଲାପାଳ, ଡିଆରଡିଏ ସହିତ ବିଭିନ୍ନ ଅଫିସରେ କାମ ପୂରାପୁରି ବନ୍ଦ ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ […]

  • Friday, 02 July 2021
କାଲିଠୁ ଉପାସରେ ୩୦୦ ଛାତ୍ର
କାଲିଠୁ ଉପାସରେ ୩୦୦ ଛାତ୍ର

ଭୁବନେଶ୍ୱର: ଉପାସରେ ଛାତ୍ରଛାତ୍ରୀ। ଭୁବନେଶ୍ୱର ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲର ୩୦୦ଜଣ ଛାତ୍ର। ଗତକାଲି ରାତିରୁ ଖାଡ଼ା ଉପାସ ରହିଛନ୍ତି ଏହି ଛାତ୍ରମାନେ। କାଲିଠାରୁ କ୍ୟାଣ୍ଟିନ ବନ୍ଦ ଥିବାରୁ କିଛି ନ ଖାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହି ଛାତ୍ର। କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ପରେ ପିଲାଙ୍କୁ ଏପରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ୩୦୦ ଆଦିବାସୀ ଛାତ୍ର ରହି ବିଜେବି, ମହର୍ଷି ଓ ରାଜଧାନୀ କଲେଜରେ ପାଠ […]

  • Friday, 02 July 2021
ଅଟୋ ଚଳାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମହିଳା
ଅଟୋ ଚଳାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମହିଳା

ଗଞ୍ଜାମ: ଘର କାମଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳା ବି ପୁରୁଷଙ୍କ ଭଳି ସମସ୍ତ କାର୍ଯ୍ୟ କରିପାରନ୍ତି। ଏହି କଥାକୁ ଗଞ୍ଜାମ ଆସିକା ଅଞ୍ଚଳର ଝିଲ୍ଲୀ ସ୍ୱାଇଁ ପ୍ରମାଣ କରି ଦେଖାଇଛନ୍ତି। ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ବ୍ୟବହାର ପାଇଁ ସମସ୍ତ ଯାତ୍ରୀ ତାଙ୍କ ଅଟୋକୁ ହିଁ ଅପେକ୍ଷା କରି ରହିଥାନ୍ତି। ନାଁ ତାଙ୍କର ଝିଲ୍ଲୀ ସ୍ୱାଇଁ। ମହିଳା ହେଲେ ବି ସେ ଅଟୋ ଚଳାଇବାରେ […]

  • Friday, 02 July 2021
ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର
ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶ୍ରୀରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ପରିବାରର ୫ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଯାଇଥିଲେ ମଧ୍ୟ  ଦମକଳ ଗାଡ଼ି ଆସି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। […]

  • Friday, 02 July 2021
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ର ହାତାହାତି ହୋଇଛନ୍ତି। ରାଜନୀତି ବିଜ୍ଞାନ ବିଭାଗର ଜଣେ ପ୍ରଫେସର ଓ ଜଣେ ଏମ୍‌ଫିଲ୍ ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍ ଓ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କ୍ୟାମ୍ପସ୍‌ରେ ପୁଲିସ୍ ମୁତୟନ କରାଯାଇଛି। ଛାତ୍ର ଜଣଙ୍କ କହିଛନ୍ତି,“ମୁଁ ଛିଡ଼ା ହୋଇଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର କୁଜୁର ମୋତେ ନିଜ ପ୍ରକୋଷ୍ଠକୁ […]

  • Friday, 02 July 2021
ବାଣୀବିହାର ଅଶାନ୍ତ: ଦୁଇ ଛାତ୍ରଗୋଷ୍ଠୀ–ପୁଲିସ୍‌ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି
ବାଣୀବିହାର ଅଶାନ୍ତ: ଦୁଇ ଛାତ୍ରଗୋଷ୍ଠୀ–ପୁଲିସ୍‌ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି

ଭୁବନେଶ୍ୱର: ପୁଣି ବାଣୀବିହାର ଅଶାନ୍ତ। ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଉତ୍ତେଜନା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍‌ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ୍‌ ୨ଜଣ ଅଣଛାତ୍ରଙ୍କୁ ଅଟକ ରଖିବା ସହ କ୍ୟାମ୍ପସରେ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ, ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଫାର୍ମାସି ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ […]

  • Friday, 02 July 2021