• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sonu
କାଳବୈଶାଖୀର ତାଣ୍ଡବ : ଭୁଶୁଡ଼ିଲା ସୋନୁ ନିଗମ୍‌ଙ୍କ ପାଇଁ ତିଆରି କୋଟିଏ ଟଙ୍କାର ଷ୍ଟେଜ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଏକ କୋଟି ଟଙ୍କାର ବିଶାଳ ଷ୍ଟେଜ୍‌ ଭାଙ୍ଗିଗଲା। ଉଡାଇ ନେଲା ବଡ ବଡ ହୋଡିଂ। ଭୟରେ ସେହି ସ୍ଥାନ ଛାଡ଼ି ଦୌଡ଼ିଲେ ଲୋକେ। ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ତିଆରି ହୋଇଥିବା ଏହି ମଞ୍ଚ ଝଡ଼ପବନ ଯୋଗୁ ଭୁଶୁଡ଼ିପଡ଼ିଛି। ଯାଜପୁରକୁ ୧୫୦ ବର୍ଷ ପୂରଣ ଅବସରରେ ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ୯ଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଏହା ଥିଲା ଶେଷଦିନ। ଏହି ଅବସରରେ ବଲିଉଡ […]

  • Friday, 16 July 2021
deepika padukone and ranveer singh
ସତରେ କ’ଣ ବିବାହ କରିବେ ଦୀପିକା ଓ ରଣବୀର!

ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍‌ଙ୍କ ଘରେ ଶାହାନାଇ ବାଜିବ। ପୂର୍ବରୁ ଦୀପିକା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା କେବେ ସତରେ ପରିଣତ ହୋଇନାହିଁ। ପୁଣିଥରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର […]

urvashi
ହୋଟେଲ୍ ରୁମ୍ ବୁକ୍ କରିବା ପାଇଁ ବଲିଉଡ଼ ଅଭିନେତ୍ରୀଙ୍କ ନାଁରେ ନକଲି ଆଧାର କାର୍ଡ଼

ମୁମ୍ବାଇ: ନକଲି ଆଧାର କାର୍ଡ଼ ବ୍ୟବହାର କରି ହୋଟେଲରେ ରୁମ୍‌ ବୁକ୍‌ କରିବା ମହଙ୍ଗା ପଡ଼ିଲା। ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାଁରେ ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରି ଏକ ପଞ୍ଚ ତାରକା ହୋଟଲରେ ରୁମ୍‌ ବୁକ୍‌ କରିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ  ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଉର୍ବଶୀ କୌଣସି ଏକ ଇଭେଣ୍ଟରେ ଯୋଗଦାନ […]

anu----
ଓଡ଼ିଆରେ ‘ଦେବଦାସ୍’ : ଚନ୍ଦ୍ରମୁଖୀ ହେବେ ଅନୁ ଚୌଧୁରୀ

ଆପଣ ଜାଣି ଖୁସି ହେବେ ଯେ ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦେବଦାସ୍‌’ ଓଲିଉଡରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି ‘ନାୟକର ନା ଦେବଦାସ’। ଯେଉଁଥିରେ ଚନ୍ଦ୍ରମୁଖୀ ସାଜିଛନ୍ତି ଓଲିଉଡ୍‌ ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ […]

  • Friday, 16 July 2021
ଓଲହେକୋ
ଫୋବର୍ସର ଏସିଆ ଅଣ୍ଡର-୩୦ଲିଷ୍ଟରେ ଅନୁଷ୍କା ଶର୍ମା

ମୁମ୍ବାଇ: ନିଜ ନାଁ ପ୍ରତିଷ୍ଠିତ ପତ୍ରିକା ଫୋବର୍ସରେ ଆସିବା ଏକ ସମ୍ମାନର କଥା। ନିକଟରେ ଫୋବର୍ସ ଏସିଆର ଟପ୍‌ ଅଣ୍ଡର-30 ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ବଲିଉଡ୍‌ରୁ ମାତ୍ର ଜଣେ ବଲିଉଡ୍‌ ଷ୍ଟାର ସାମିଲ ଅଛନ୍ତି। ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଅନୁଷ୍କା ଶର୍ମା। ତାଙ୍କୁ ଫୋବର୍ସ ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ଏମିତି ଲୋକମାନଙ୍କୁ ସାମିଲ କରାଯାଇଛି, ଯେଉଁମାନେ ନିଜ କ୍ଷେତ୍ରରେ କିଛି ଭିନ୍ନତା କରିବା ସହ ନିଜ ଉଦ୍ୟମରେ ଏସିଆର […]

  • Friday, 16 July 2021
anubhav-babushan
ମୁହାଁମୁହିଁ ହେବେ ସଲମାନ୍ -ପ୍ରେମ୍

ଭୁବନେଶ୍ୱର: ଏଥର ରଜରେ ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଭର୍ସେସ୍ ପ୍ରେମ୍ କୁମାର। ଲଢ଼େଇ ହେବ ଜୋରଦାର। ଯାହାକୁ ଦେଖି ଦର୍ଶକ ମଧ୍ୟ ଚକିତ ହେବେ। କାହିଁକି ନା ଜଣେ ଡାହା ବାଳୁଙ୍ଗାକୁ ଆଉ ଜଣେ ବାଳୁଙ୍ଗା ଟୋକା। ଏହାପରେ ଆପଣମାନେ ନିଶ୍ଚୟ ପୂରା ଘଟଣା ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥିବେ। ତେବେ ଜାଣନ୍ତୁ ଘଟଣା କ’ଣ। ପୂରା ଘଟଣାଟି ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରିର ୨ ଜଣ ସୁପରଷ୍ଟାର ଅନୁଭବ ମହାନ୍ତି ଓ […]

akash ambani
ବିବାହ କରିବେ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ!

ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ। ତାଙ୍କ ସ୍କୁଲ ସହପାଠୀ ଥିବା ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବେ ଆକାଶ। ଶ୍ଲୋକ ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ସାନ ଝିଅ। ଆସନ୍ତା ଡିସେମ୍ବରରେ ଉଭୟଙ୍କ ବିବାହ ହେବା ଲାଗି ଦିନ ଧାର୍ଯ୍ୟ ହୋଇଛି। ଏପରିକି ଏମାନଙ୍କ ଏନଗେଜମେଣ୍ଟ ଶନିବାର ଗୋଆରେ ସରିଥିବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ତେବେ ଗତକାଲି ମୁମ୍ବାଇର […]

sonam kapoor
ବିବାହ କରିବେ ସୋନମ୍!

ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ବିବାହ ପରେ ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁରଙ୍କ ଘରେ ସାହାନାଇର ବାଜିବ। ସୂଚନା ଅନୁସାରେ, ସୋନମ୍ ଜୁନ୍ ମାସରେ ତାଙ୍କ ଲଙ୍ଗ୍ ଟାଇମ୍ସ ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। Veere Di Wedding ଫିଲ୍ମ ରିଲିଜ୍ ହେବାପରେ ସୋନମ୍ ଲଣ୍ଡନରେ ଆନନ୍ଦଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି। ବିବାହକୁ ନେଇ ପରିବାର ସହ କଥାବାର୍ତ୍ତା: ବିବାହ କେଉଁଠି ହେବ ଭାରତରେ […]

hichki
ପରଦାକୁ ଆସିଲା ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ହୋଇଛି ଏକ ଅଜବ ରୋଗ। ଏମିତି ରୋଗ ଯେ କଥା କହିଲା ବେଳେ ରାଣୀଙ୍କୁ ଖାଲି ବାରମ୍ବାର ହିଚକି ଆସୁଛି। ତେବେ ଆମେ ଏଠି ରାଣୀଙ୍କ ରିଅଲ ଲାଇଫ କଥା ନୁହେଁ ବରଂ ରିଲ୍ ଲାଇଫ କଥା କହୁଛୁ। ଆଜି ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି।  ଫିଲ୍ମରେ ରାଣୀ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସୁଛନ୍ତି। ଫିଲ୍ମରେ ରାଣୀଙ୍କ ସହ ହର୍ଷ ମେୟର ଏବଂ ସୁପ୍ରିୟା […]

amir
ଖୋଜୁଥିବା ଜିନିଷ ପାଇଗଲେ ଅମିର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍‌ ଏବେ ଅପ୍‌କମିଂ ପିଲ୍ମ ‘ଠଗ୍‌ସ୍‌ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂରେ ପୁରା ବ୍ୟସ୍ତ। କେବଳ ଠଗ୍‌ସ୍ ଅଫ୍‌ ହିନ୍ଦୁସ୍ଥାନ ନୁହେଁ, ଅମିର ଖାନ୍‌ଙ୍କ ବ୍ୟସ୍ତତାର ଆଉ ଏକ କାରଣ ମଧ୍ୟ ରହିଛି। ଏହି କାରଣଟି ହେଲା ‘ମହାଭାରତ’। ଅର୍ଥାତ, ମହାଭାରତର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କୌଣସି ସାଧାରଣ କାହାଣୀ ପରି ନିର୍ମାଣ କରାଯିବ ନାହିଁ। ହଲିଉଡ୍‌ ଫିଲ୍ମ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ […]

radhika
ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣ ମଧ୍ୟ ହୁଏ :  ରାଧିକା ଆପଟେ

ବଲିଉଡ ଅଭିନେତ୍ରୀ ରାଧିକା ଆପଟେ ଏବେ ପୁଣି ଚର୍ଚ୍ଚାରେ। ଘଟଣାହେଲା ଏହା ଯେ, ସେ ଖୋଲାଖୋଲି ଭାବେ ବଲିଉଡର ପରଦା ପଛର ଅସଲ କଥାକୁ କହିଛନ୍ତି। ଏକ ଚାର୍ଟ ଶୋ’ରେ କହିଛନ୍ତି, ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣର ମଧ୍ୟ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ବଲିଉଡରେ ଏହା ସାମାନ୍ୟ କଥା ବୋଲି ରାଧିକା କହିଛନ୍ତି। ନିଜର ଖୋଲାଖୋଲି ମନ୍ତବ୍ୟ ରଖିବା ନେଇ ରାଧିକା ଖୁବ୍ ଜଣାଶୁଣା। ସେ ବଲିଉଡର ସେହି ଦୁନିଆ ବିଷୟରେ […]

race 3
ଜବରଦସ୍ତ ଆକ୍ସନ ସହ ଆସୁଛି ରେସ୍-୩, ଅପେକ୍ଷାରେ ଭାଇଜାନଙ୍କ ଫ୍ୟାନ୍

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରେସ୍-୩ର ଆସିଛି ଫାଷ୍ଟପୋଷ୍ଟର। ଯେଉଁଥିରେ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି ଦବଙ୍ଗ ଖାନଙ୍କ ଲୁକ୍। ଏହା ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ଏବଂ ଟିଜର ରିଲିଜ ହୋଇ ସାରିଛି। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩। Is hafte milata hoon #Race3 ki family se … mera naam hai Sikander. Selfless over selfish . #Race3ThisEid @tipsofficial @SKFilmsOfficial pic.twitter.com/FAP4FAQkoc — […]

puja
ସଲମାନ ଖାନ୍‌ଙ୍କ ଏହି ନାୟିକାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ :୧୫ ଦିନ ହେବ ମେଡିକାଲରେ ଭର୍ତ୍ତି

୧୯୯୫ ମସିହାରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ସୁପରଷ୍ଚାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ବୀରଗତି’। ଏଥିରେ ତାଙ୍କର ହିରୋଇନ୍‌ ସାଜିଥିଲେ ଅଭିନେତ୍ରୀ ପୂଜା ଡଡୱାଲ୍। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେଦିନର ଏହି ଚୁଲବୁଲି ଅଭିନେତ୍ରୀ ଏବେ ରୋଗଶଯ୍ୟାରେ। ୧୫ ଦିନ ହେବ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ହାତରେ ପଇସା ନାହିଁ। ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀ ପୂଜା ଏବେ ଟିବି ଓ ଫୁସ୍‌ଫୁସ୍‌ ସମ୍ୱନ୍ଧିୟ ରୋଗରେ ପୀଡ଼ିତ। ତାଙ୍କର ଆର୍ଥିକ ସ୍ଥିତି ଭଲ […]

  • Friday, 16 July 2021
kapil
ମୋ ପାଖକୁ କପିଲ୍‌ଙ୍କର କିଛି କଲ୍ ଆସି ନାହିଁ : ସୁନୀଲ୍‌

ଦୁହିଁଙ୍କର ଜବରଦସ୍ତ କମେଡି ସମସ୍ତଙ୍କୁ ମତୁଆଲା କରୁଥିଲା। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି, ସମସ୍ତେ ହସି ହସି ବେଦମ ହେଇ ଯାଉଥିଲେ। ଆମେ କାହା କଥା କହୁଛୁ  ଆପଣ ଜାଣି ପାରୁଥିବେ। ଦୁଇ ଜବରଦସ୍ତ ଯୋଡ଼ି କପିଲ୍‌ ଶର୍ମା ଏବଂ ସୁନୀଲ ଗ୍ରୋଭର । ସେମାନଙ୍କ ଭିତରେ ଘଟିଥିବା ମନୋମାଳିନ୍ୟ ବଦଳେଇ ଦେଇଥିଲା ସେମାନଙ୍କର ସଂପର୍କର ପରିଭାଷା। ଆଉ ଗୋଟିଏ ମଞ୍ଚରେ ଦୁହିଁଙ୍କୁ ଦେଖିବାକୁ ମିଳିଲା ନାହିଁ। ଏକଥା  ସମସ୍ତେ ଜାଣନ୍ତି। ଦର୍ଶକଙ୍କ ମନରେ ପ୍ରଶ୍ନ ଥିଲା […]

  • Friday, 16 July 2021
nila madhav
ନୀଳମାଧବ ପଣ୍ଡାଙ୍କ ‘ହଲକା’ ଫିଲ୍ମକୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର/ ମୁମ୍ୱାଇ : ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମିଳିଛି ଅପୂର୍ବ ସଫଳତା। ତାଙ୍କର ଆଗାମୀ ଫିଲ୍ମ ‘ହଲକା’୨୧ତମ ମଣ୍ଟ୍ରିଆଲ୍  ଅନ୍ତର୍ଜାତୀୟ ଶିଶୁ ଚଳଚିତ୍ର ମହୋତ୍ସବ (FIFEM)ରେ ସର୍ବଶ୍ରେଷ୍ଠ “Grand Prix de Montreal” ପୁରସ୍କାର ପାଇଛି। ଏହି ପ୍ରତିଷ୍ଠିତ ଫିଲ୍ମ ସମାରୋହରେ ଫିଲ୍ମ ‘ହଲକା’ର ଏକ ବିଶ୍ୱ ପ୍ରିମିୟର ସୋ’ କରାଯାଇଥିଲା। ଛୋଟ ପିଲାଙ୍କ ଉପରେ ପର୍ଯ୍ୟବେସିତ  ‘ହଲକା’ ହେଉଛି ନୀଳମାଧବ ପଣ୍ଡାଙ୍କ ୨ୟ ଫିଲ୍ମ , ଯାହାକି FIFEM ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ପୁରସ୍କାର […]

  • Friday, 16 July 2021
bridal
ଜିନ୍ସ ପିନ୍ଧି ନବବିବାହିତାଙ୍କ ବେଲି ନୃତ୍ୟ : ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍

ସୋସିଆଲ୍ ମିଡିଆରେ ବାହାଘରର ଅନେକ ଭିଡ଼ିଓ ଭାଇରାଲ୍ ହେଉଛି । ଆପଣ ନିଶ୍ଚୟ ଏମିତି ସବୁ ଭିଡ଼ିଓ ଦେଖିଥିବେ,ଯେଉଁଥିରେ କନ୍ୟା ନୃତ୍ୟ କରୁଥିବାର ନଜର ଆସିଥିବ। ଏବେ ଆଉ ଏକ ଭିଡ଼ିଓ ଏମିତି ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ଜଣେ ନବବିବାହିତା ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି। ହେଲେ ଏହା ଟିକେ ଭିନ୍ନ ଧରଣର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭାଇରାଲ୍ ଭିଡ଼ିଓକୁ ଗୋଟିଏ ଦିନରେ ୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। […]

  • Friday, 16 July 2021
kohali
ଅନୁଷ୍କା ଶର୍ମା ଗର୍ଭବତୀ କି ? ଭାଇରାଲ୍ କୋହଲିଙ୍କ ଟ୍ୱିଟ୍‌

ମୁମ୍ବାଇ : ୨୦୧୭ରେ ସବୁଠୁ ଚର୍ଚ୍ଚିତ ବିବାହ ଥିଲା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ।। ଏବେ ତାଙ୍କ ବିବାହକୁ କିଛି ମାସ ହୋଇଛି କି ନାହିଁ ଶୁଣାଯାଉଛି ଅନୁଷ୍କା ଗର୍ଭବତୀ ଅଛନ୍ତି। ଆପଣ ବି କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେଣି। ତେବେ ପ୍ରକୃତ କଥାଟା କ’ଣ ଜାଣନ୍ତୁ। Chilling and how! ? pic.twitter.com/GaRCzSWFCZ — Virat Kohli (@imVkohli) March 11, 2018 କୋହଲି […]

narendra jha
ବଲିଉଡରେ ପୁଣି ଶୋକର ଛାୟା : ଅଭିନେତା ନରେନ୍ଦ୍ର ଝା’ଙ୍କ ପରଲୋକ

୨୦୧୮ମସିହା ଯେମିତି ବଲିଉଡ ପାଇଁ ଅଶୁଭ ସଙ୍କେତ ନେଇ ଆସିଛି। ପ୍ରଥମେ ଅଭିନେତ୍ରୀ ଶ୍ରୀଦେବୀ, ତାପରେ ଶମ୍ମୀ ଆଣ୍ଟିଙ୍କ ଭଳି କଳାକାର ଜଣେ ପରେ ଜଣେ ଏ ଇହ ଜଗତରୁ ବିଦାୟ ନେଇଛନ୍ତି। ଏବଂ ଆଜି ସକାଳ ୫ଟାରେ ବଲିଉଡ ଅଭିନେତା ନରେନ୍ଦ୍ର ଝା’ଙ୍କ ମାତ୍ର ୫୫ବର୍ଷ ବୟସରେ ହାର୍ଟ ଆଟାକ୍‌ରେ ପରଲୋକ ଘଟିଛି। ଫଳରେ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ନରେନ୍ଦ୍ର ଝା ଟିଭି ଓ ଫିଲ୍ମ ଜଗତର ଜଣେ ଜଣାଶୁଣା କଳାକାର। ହିନ୍ଦୀ […]

  • Friday, 16 July 2021
bahuba;li
ବାହୁବଳୀ ପରେ କଟ୍ଟପା ରହିବେ ମ୍ୟାଡାମ୍ ତୁଷାଦରେ

୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବାହୁବଳୀ’ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା। ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଇତିହାସ ରଚିଥିଲା ବ୍ଲକ୍‌ବଷ୍ଟର ଫିଲ୍ମ ‘ବାହୁବଳୀ’। ସବୁ ସ୍ତରର ଦର୍ଶକ ଏହି ଫିଲ୍ମକୁ ଆପଣେଇଥିଲେ। ଏହାର ଚିତ୍ର, ଚରିତ୍ର , ଡାଏଲଗ୍ ସବୁ ହୋଇ ଉଠିଥିଲା ଜୀବନ୍ତ। ‘ବାହୁବଳୀ’ ଫିଲ୍ମର ଦୁଇ ଚରିତ୍ର ବାହୁବଳୀ ଓ କଟ୍ଟପା ଖୁବ୍ ଲୋକପ୍ରିୟ ହୋଇଥିଲେ। ପ୍ରକାଶିତ ସୂଚନା ଅନୁସାରେ, ‘ବାହୁବଳୀ’ର ଲୋକପ୍ରିୟ […]

  • Friday, 16 July 2021
pawan singh
ଦ୍ୱିତୀୟ ବିବାହ କରିବେ ଭୋଜପୁରୀ ସୁପରଷ୍ଟାର

ଭୋଜପୁରୀ ଫିଲ୍ମର ସୁପରଷ୍ଟାର ପବନ ସିଂହ ଏବେ ପୁଣି ଚର୍ଚ୍ଚାରେ। ସେ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ଚାରିଆଡେ ଆଲୋଚନା। ଉତ୍ତର-ପ୍ରଦେଶର ବଲିୟାରେ ରହୁଥିବା ଜ୍ୟୋତି ସିଂହ ସାଜିବେ ତାଙ୍କ ନବବଧୂ। ପ୍ରେମିକାରୁ ହେବେ ପତ୍ନୀ। ଏଥିପାଇଁ ଜୋରସୋର୍‌ରେ ବିବାହର ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି। ‌ଏହି ବିବାହକୁ ଯଥାସମ୍ଭବ ଗୋପନ ରଖିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏ ଖବର ହାଟରେ ପଡ଼ି ବାଟରେ ଗଡୁଛି। ଆଜି ବଲିୟାସ୍ଥିତ ଶଙ୍କର ହୋଟେଲ୍‌ରେ ପବନଙ୍କ ସହ ଜ୍ୟୋତିଙ୍କର ବାହାଘର ହେଉଛି। […]

  • Friday, 16 July 2021
BILU-PARI
ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ‘ପରି’ ଓ ‘ବିଲୁ ଉସ୍ତାଦ’

ଦେଶ ସାରା ହୋଲିର ଧୂମ୍ ଥିବା ବେଳେ ଆଜି ଫ୍ରାଇଡେରେ ରିଲିଜ ହେବ ୨ଟି ହିନ୍ଦୀ ଫିଲ୍ମ ‘ପରି’ ଓ ‘ବିଲୁ ଉସ୍ତାଦ’।  ବଲିଉଡ୍ ସୁପରଷ୍ଟାର ଅନୁଷ୍କା ଶର୍ମା ଓ ପରମ୍ବିତ ଚାଟାର୍ଜୀ ଅଭିନୀତ ‘ପରି’ ଏକ ହରର ମୁଭି ଥ୍ରୀଲର। ରୋମାଞ୍ଚକର ସସପେନ୍ସରେ ଭରପୁର ଫିଲ୍ମ ‘ପରି’। ଅନ୍ୟ ପକ୍ଷରେ ଫିଲ୍ମ ଫ୍ରାଇଡେରେ ରିଲିଜ ହେବ ଡ୍ରାମା ଥ୍ରୀଲର ‘ବିଲୁ ଉସ୍ତାଦ’। ଏଥିରେ ଲିଡ୍ ରୋଲରେ ଅଛନ୍ତି ‘ତୁମ୍ ବିନ୍’ ଫେମ୍ ପ୍ରିୟାଂଶୁ ଚାଟାର୍ଜୀ ଓ […]

  • Friday, 16 July 2021
Bijay Mohanty
ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ

ଭୁବନେଶ୍ୱର: ଆସନ୍ତା ୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁଥିବା ଅଷ୍ଟମ ରୁଚି ଓଡିଆ ଫିଲ୍ମ ଫେୟାର ଆଓ୍ୱାର୍ଡରେ  ବିଶିଷ୍ଟ ସିନେ ଅଭିନେତା ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ ପ୍ରଦାନ କରାଯିବ। ଏହା ସହିତ ଆଇକନ ଅଫ୍ ଦି ଇୟର,ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଶ୍ରେଷ୍ଠ ଚଳଚିତ୍ର, ଶ୍ରେଷ୍ଠ ନିର୍ଦେଶକ ଓ ସଂଗୀତ ନିର୍ଦେଶକ, ପ୍ରଭୃତି ୨୮ ଟି ବିଭାଗ ରେ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ରବିନା […]

  • Friday, 16 July 2021
sridevi
ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ

ମୁମ୍ବାଇ: ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସାଢେ ୧୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ହେବ। ସାଢେ ୩ଟାରେ ଏକ ଶୋଭାଯାତ୍ରାରେ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯିବ ଓ ସେଠାରେ ତାଙ୍କ ଅନ୍ତିମ ସଂସ୍କାର ହେବ। ମୃତ୍ୟୁର ପ୍ରାୟ ୭୨ ଘଣ୍ଟା ପରେ ଗତ ରାତିରେ ମୁମ୍ବାଇରେ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ଗତ ରାତି ପ୍ରାୟ ସାଢେ ୯ଟାରେ ଶ୍ରୀଦେବୀଙ୍କ  ମରଶରୀର ଦୁବାଇରୁ ଏକ ସ୍ୱତନ୍ତ୍ର […]

  • Friday, 16 July 2021
shreedevi-1
ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାକୁ କ୍ଲୋଜ୍ କଲା ଦୁବାଇ ପୋଲିସ୍ : ପରିବାରକୁ ହସ୍ତାନ୍ତର ପରେ ମୁମ୍ବାଇ ଆସୁଛି ମରଶରୀର

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସର ଅବସାନ। କେସ୍‌ କ୍ଳୋଜ୍ କଲା ଦୁବାଇ ପୋଲିସ୍। ମୃତ୍ୟୁର କାରଣକୁ ନେଇ ସନ୍ଦେହ ଦୂର ହେବା ପରେ ମୃତଦେହ ହସ୍ତାନ୍ତର ଲାଗି ପରିବାର ଏବଂ ଭାରତୀୟ ବାଣିଜ୍ୟକ ଦୂତାବାସକୁ ଅନୁମତି ଦେଇଥିଲା ଦୁବାଇ ପୋଲିସ୍। ପରେ ତାଙ୍କ ମରଶରୀର ମୁମ୍ବାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତକାଲି  UAE ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଫୋରେନସିକ୍ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ଏବଂ ଅଚେତ ଅବସ୍ଥାରେ ସେ […]

  • Friday, 16 July 2021
amir
ପାଠରେ ପଛୁଆ କିନ୍ତୁ ଅଭିନୟରେ ଆଗୁଆ : ଜାଣନ୍ତୁ କେଉଁ ଷ୍ଟାରଙ୍କ କ୍ୱାଲିଫିକେସନ କେତେ

ଫିଲ୍ମରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ମନଛୁଆଁ ଅଭିନୟ ଦେଖି ଆପଣ ଖୁବ୍ ଆକର୍ଷିତ ହୁଅନ୍ତି। ଆଉ ଖୁବ୍ ତାରିଫ୍‌ ମଧ୍ୟ କରନ୍ତି। ହେଲେ ଆପଣ ଜାଣନ୍ତି ଏହି କଳାକାରମାନଙ୍କ ମଧ୍ୟରୁ ଅନେକ ଅଧାରୁ ପାଠ ଛାଡ଼ିଛନ୍ତି। ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା କଳାକାରମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ  । ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଗ୍ରାଜୁଏସନ ମଧ୍ୟ ଶେଷ କରିନାହାନ୍ତି । ଖାଲି […]

  • Friday, 16 July 2021