• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Dabboo Uncle
ପୁଣି ଭାଇରାଲ୍‌ ହେଲା ଡବୁ ଅଙ୍କଲଙ୍କ ନୂଆ ଭିଡିଓ

ଡବୁ ଅଙ୍କଲ ତାଙ୍କ ଡ୍ୟାନ୍ସର ଯାଦୁରେ ରାତାରାତି ତାରକା ହୋଇଯାଇଥିଲେ। ସେ 'ଖୁଦଗର୍ଜ' ଚଳଚ୍ଚିତ୍ରର 'ଆପ୍ କେ ଆ ଜାନେ ସେ' ଗୀତରେ ଯେଉଁ ଠୁମ୍‌କା ଲଗେଇଥିଲେ ତାହା ଗୋବିନ୍ଦାଙ୍କ ଠୁମ୍‌କାକୁ ମନେପକେଇ ଦେଇଥିଲା। ଏବେ ପୁଣି ଥରେ ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ଓରଫ୍ ଡବୁ ଅଙ୍କଲଙ୍କ ଏକ ନୂଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଉପଭୋକ୍ତାମାନେ ନିଜକୁ ନାଚିବାରେ ରୋକି ପାରୁ ନାହାନ୍ତି।

Minissha Lamba
ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡ଼ିଲେ ମିନିଶା ଲାମ୍ବା

ଛାଡପତ୍ର ପରେ ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ପୁଣି ଥରେ ପ୍ରେମରେ ପଡିଛନ୍ତି। ସମ୍ପ୍ରତି, ଏହି ଖବର ଲୋକ ଲୋଚନକୁ ଆସିବା ପରେ ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକର ନାମ ଏବଂ ଚେହେରା ପ୍ରକାଶ କରି ତାଙ୍କ ସମ୍ପର୍କକୁ ମୋହର ଦେଇଛନ୍ତି।

Cannes Festival
କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ : 'ଟାଇଟନ'କୁ ସର୍ବଶ୍ରେଷ୍ଠ ପୁରସ୍କାର

୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଘୋଷଣା କରାଯାଇଥିଲା। କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ 'ଟାଇଟନ' ଫିଲ୍ମର ଧୁମ୍ ଦେଖିବାକୁ ମିଳିଥିଲା ​। ସେକ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ଲାଭ କରିଥିଲା ​​।

Bhusan Kumar
ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା : ଟି-ସିରିଜର ସଫେଇ

ଗୁରୁତର ଦୁଷ୍କର୍ମ ଅଭିଯୋଗ ଆଣି ଗୀତିକାର ଗୁଲଶନ କୁମାରଙ୍କ ପୁଅ ତଥା ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ୩୦ ବର୍ଷ ବୟସ୍କା ମହିଳା ମାମଲା ଦାୟର କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଭୂଷଣ କୁମାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛି ଯେ ଏହିସବୁ ଅଭିଯୋଗ ମିଥ୍ୟା ଅଟେ।

URI-movie-review
ପୁଣିଥରେ ରିଲିଜ ହେବ 'ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍': ଏଥର ମାଗଣାରେ ଦେଖିବେ ଦର୍ଶକ

ମୁମ୍ବାଇ: ପୁଣିଥରେ ରିଲିଜ ହେବ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’। ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଅବସରରେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ୍ କରାଯିବ। ମହାରାଷ୍ଟ୍ରର ୫୦୦ଟି ଥିଏଟରରେ ଲୋକେ ମାଗଣାରେ ଏହି ଫିଲ୍ମ ଦେଖି ପାରିବେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ନିଷ୍ପତ୍ତି ନେଇଛନ୍ତି। ‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଆସନ୍ତାକାଲି ପୁଣି ରିଲିଜ୍ ହେଉଥିବା ନେଇ ଏହାର ପ୍ରଯୋଜକ ରୋନୀ ସ୍କ୍ରୁୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦେଶବାସୀଙ୍କୁ ଗର୍ବ […]

  • Saturday, 17 July 2021
Rahul-Disha
ରିସେପ୍ସନରେ ଜମେଇକି ନାଚିଲେ ରାହୁଲ ବୈଦ୍ୟ ଓ ଦିଶା ପରମାର

ଗାୟକ ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହ ଶୁକ୍ରବାର (ଜୁଲାଇ ୧୬) ଧୁମ୍‌ଧାମ୍‌ରେ ହୋଇଯାଇଛି। ବିବାହ ବାନ୍ଧିହେବା ପରେ ଏହି ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଏକ ବିବାହ ରିସେପ୍ସନ୍ ଭୋଜି ଦେଇଥିଲେ, ଯେଉଁଥିରେ ନିମନ୍ତ୍ରିତ ଅତିଥି ଏବଂ ସାଙ୍ଗମାନଙ୍କ ସହିତ ବର-କନ୍ୟା ବହୁତ ମସ୍ତି କରିଥିଲେ।

Hrithik-in super 30
ସୁପର ୩୦ଛାତ୍ରଙ୍କୁ ପାର୍ଟି ଦେବେ ହ୍ରିତିକ

ମୁମ୍ବାଇ; ବାୟୋପିକ୍ ସିନେମା ସୁପର ୩୦ ରେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରୁଛନ୍ତି ହ୍ରିତିକ ରୋସନ । ସିନେମାର ସୁଟିଂ ସମୟରେ ସେ ଏତେ ଉତ୍ସାହିତ ଓ ପ୍ରଭାବିତ ହୋଇ ପଡ଼ିଥିଲେ ଯେ ପିଲାମାନଙ୍କୁ ପାର୍ଟି ଦେବାକୁ ନିଷ୍ପତ୍ତି ନେଇଥିଲେ । ସୁଟିଂ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଏହି ପରୀକ୍ଷାରେ ସଫଳତା କେତେ କଷ୍ଟ । ତେଣୁ ସଫଳ ହୋଇଥିବା ଛାତ୍ର ଓ ତାଙ୍କ ଶିକ୍ଷକ ଅାନନ୍ଦ କୁମାରଙ୍କୁ ସେ ଅନେକ ଅନେକ […]

  • Saturday, 17 July 2021
race3
ରେସ-3 ଡିମାଣ୍ଡ : ପ୍ରଥମ ସପ୍ତାହରେ ବ୍ୟବସାୟ ୧୦୦ କୋଟି ଛୁଇଁପାରେ

ମୁମ୍ବାଇ: ରିଲିଜ ହୋଇଛି ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ରେସ-3 । ରିଲିଜ୍ ହେଉ ହେଉ ରେସ-3 ର ଡିମାଣ୍ଡ ଏତେ ବଢ଼ିଯାଇଛି ଯେ ଫିଲ୍ମ ରେକର୍ଡ଼ ବ୍ୟବସାୟ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଫିଲ୍ମର ଆଡ଼ଭାନ୍ସ ଟିକଟ ବୁକ୍ଂକୁ ଦେଖି କୁହାଯାଉଛି ଏହି ସିନେମା ପ୍ରଥମ ସପ୍ତାହରେ ହିଁ ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ । ଏହି ପିଲ୍ମ ପାଇଁ ବୁକିଙ୍ଗ୍ ଗତ ରବିବାର ଠାରୁ ହିଁ ଆରମ୍ଭ ହୋଇଯାଇଛି। ନାଗପୁର, ରାୟପୁର, […]

  • Saturday, 17 July 2021
race 3
ରିଲିଜ୍‌ ହେଲା ସଲମାନ୍‌ଙ୍କ ରେସ୍‌-୩

ମୁମ୍ବାଇ: ଆଜି ସିଲ୍‌ଭର ସ୍କିନ୍‌ରେ ରିଲିଜ୍ ହୋଇଛି ସଲମାନ୍ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରେସ୍‌-୩। ସଲମାନ୍‌ଙ୍କ ଆକ୍ସନ୍, ରୋମାନ୍ସ ଏବଂ ଜଲୱାକୁ ବଡ଼ ପରଦାରେ ଦେଖିଛନ୍ତି ଦର୍ଶକ। ଫିଲ୍ମରେ ସଲମାନ୍‌ଙ୍କ ସମେତ ଅନୀଲ କପୁର, ଜ୍ୟାକ୍‌ଲିନ୍‌, ବବି ଦେଓ୍ୱଲ,ଡ଼େଜି ଶାହା ପ୍ରମୁଖ ନଜର ଆସିଛନ୍ତି। ୨୦୧୫ରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ରେସ୍‌ର ଏ ହେଉଛି ଥାଡ୍ର ପାର୍ଟ। ଚଳିତ ବର୍ଷ ଇଦ୍‌ରେ ପ୍ରଶଂସକଙ୍କୁ ବଲିଉଡ଼ ଭାଇଜାନଙ୍କ ଏହା ହେଉଛି ଏକ ବଡ ଭେଟି। ସଲମାନ୍‌ଙ୍କ […]

  • Saturday, 17 July 2021
anandakumar
ତୃତୀୟ ଶ୍ରେଣୀର ପିଲା କହୁଛି ଆଉ ମୋବାଇଲ ଗେମ୍‌ ଖେଳିବିନି, ମୁଁ ବଡ଼ ହୋଇ ଶିକ୍ଷକ ହେବି

ଭୁବନେଶ୍ୱର : ଅବ୍‌ ରାଜାକା ବେଟା ରାଜା ନେହିଁ ବନେଗା… ଅବ୍‌ ରାଜା ୱହି ବନେଗା ଜୋ ହକ୍‌ଦାର ହୋଗା। ଅର୍ଥାତ ଏବେ ରାଜାର ପୁଅ ରାଜା ନୁହେଁ..ରାଜା ସିଏ ହିଁ ହେବ ଯିଏ ସେଥିପାଇଁ ହକ୍‌ଦାର ହେବ। ଫିଲ୍ମ ସୁପର-୩୦ରେ ଉପରୋକ୍ତ ସଂଳାପକୁ ଉଦ୍ଧୃତ କରି ନିଜ ଜୀବନ ସଂଘର୍ଷର କାହାଣୀ କହିଛନ୍ତି ଆନନ୍ଦ କୁମାର । ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ପ୍ରତିଷ୍ଠାତା ନିଜେ ଆନନ୍ଦ କୁମାର ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଜୀବନ କାହାଣୀ […]

  • Saturday, 17 July 2021
odia film
ରିଲିଜ୍‌ ହେଲା ଓଡ଼ିଆ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍

ଭୁବନେଶ୍ୱର: ରଜ ବଜାରରେ କମାଲ କରିବା ପାଇଁ ସିଲଭର ସ୍କ୍ରିନକୁ ଆସିଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ। ଏଥିରେ ବାବୁସାନଙ୍କ ସହ ଡେବ୍ୟୁ କରିଛନ୍ତି ଚୁଲବୁଲି ଦିବ୍ୟା। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରହିଛି ଜବରଦସ୍ତ ଷ୍ଟୋରୀ ଲାଇନ। ଫିଲ୍ମରେ ବାବୁସାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ସେହିଭଳି […]

  • Saturday, 17 July 2021
salman khan
ସଲମାନ୍‌ଙ୍କୁ ହତ୍ୟା ଯୋଜନା!

ମୁମ୍ବାଇ: ବଲିଉଡ଼ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ପାଇଁ ଚାଲିଥିଲା ଯୋଜନା। ଯାହାର ଖୁଲାସା କରିଛି ହରିୟାଣା ପୋଲିସ୍‌। ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ସମ୍ପତ ନେହେରାଙ୍କୁ ଗିରଫ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ନେହେରାକୁ ଜୁନ୍‌ ୬ରେ ହରିୟାଣା ପୋଲିସ୍‌ର ସ୍ପେଶାଲ୍‌ ଟ୍ୟାକ୍ସ ଫୋର୍ସ ଟିମ୍‌ ଗିରଫ କରିଥିଲା। ୨୮ ବର୍ଷୀୟ ନେହେରା ସଲମାନ୍‌ଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଯୋଜନା କରିଥିଲା। ଆଉ ଏହି ଯୋଜନାକୁ ସଫଳ କରିବା ପାଇଁ ସେ ମୁମ୍ବାଇ ଯାଇଥିଲେ। ସେଠାରେ […]

  • Saturday, 17 July 2021
kartina
ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ମୁମ୍ବାଇ: ପ୍ରାଞ୍ଜଳ ଭାବେ ହିନ୍ଦୀ କହି ପାରୁ ନ ଥିବା ସତ୍ତ୍ୱେ ଆଜି ସେ ବଲିଉଡର ଟପ୍‌ ହିରୋଇନ। ତେଲଗୁ, ମଲାୟଲମ ପରି ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବଲିଉଡର ‘ଚିକିନି ଚମେଲି’ କ୍ୟାଟ୍ରିନା କୈଫ।  ଆଜି  ୩୬ତମ ଜନ୍ମଦିନରେ ତାଙ୍କୁ ଢେର ଶୁଭେଚ୍ଛା । କ୍ୟାଟ୍ରିନା କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ପ୍ରତିଭା କ୍ଷେତ୍ରରେ ମଧ୍ୟ ତାଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର। ଏହାପରେ ବଲିଉଡରେ ଭାଗ୍ୟ ପରୀକ୍ଷା କରି ଆଜି […]

  • Saturday, 17 July 2021
shloka
ହୀରା ବ୍ୟବସାୟୀଙ୍କ ଝିଅକୁ ବୋହୂ କରିବେ ମୁକେଶ ଅମ୍ବାନୀ!

ମୁମ୍ବାଇ: ଖୁବ୍‌ଶୀଘ୍ର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ଶବ୍ଦ ଶୁଣିବାକୁ ମିଳିବ। କାହିଁକି ନା ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ତାଙ୍କ ପିଲା ବେଳର ସାଙ୍ଗ ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବାକୁ ଯାଉଛନ୍ତି। ଆଉ ମାତ୍ର କିଛିଦିନ ପରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବାକୁ ଯାଉଛି। ଯାହାର ପୂରା ପ୍ରସ୍ତୁତିରେ ଉଭୟ ପରିବାର ଲାଗିପଡ଼ିଛନ୍ତି। ପରମ୍ପରା ଅନୁସାରେ ନିର୍ବନ୍ଧର ନିମନ୍ତ୍ରଣ କାର୍ଡ଼ ନେଇ ମାଆ ନୀତା ଅମ୍ବାନୀ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଯାଇଥିବା […]

  • Saturday, 17 July 2021
govinda
ଡ଼୍ୟାନ୍ସିଂ ଅଙ୍କଲଙ୍କୁ ପ୍ରଶଂସା କଲେ ଗୋବିନ୍ଦା

ମୁମ୍ବାଇ: ଇଣ୍ଟରନେଟ୍‌ରେ ଡ଼୍ୟାନ୍ସିଂ ଅଙ୍କଲ୍‌ ନାମରେ ନାଁ କମେଇଥିବା ୪୬ ବର୍ଷୀୟ ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବଲିଉଡ୍‌ରୁ ପ୍ରଶଂସା ମିଳିଛି। ଏମିତି ବି ଶ୍ରୀବାସ୍ତବଙ୍କୁ ଅଭିନେତା ଗୋବିନ୍ଦା ବି ତାରିଫ୍‌ କରିଛନ୍ତି। ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ପାଖରେ ମଧ୍ୟ ପହଞ୍ଚି ଯାଇଛି ଡ଼୍ୟାନ୍ସିଂ ଅଙ୍କଲଙ୍କର ଏ ଭିଡିଓ। ଏହି ଭିଡ଼ିଓ ଦେଖିବା ପରେ ଅଭିନେତା ଗୋବିନ୍ଦା ଖୁସି ହେବା ସହ ତାଙ୍କ ପ୍ରତିକ୍ରିୟା ମିଡ଼ିଆକୁ ଜଣାଇ କହିଛନ୍ତି , “ଶ୍ରୀବାସ୍ତବ ଚମତ୍କାର ନାଚିଛନ୍ତି। ମୁମ୍ବାଇରେ ମତେ ଜଣେ […]

  • Saturday, 17 July 2021
sangita
ଗିରଫ ହେଲେ ଅଭିନେତ୍ରୀ ; ବେଶ୍ୟାଳୟ ଚଳାଉଥିଲେ

ଚେନ୍ନାଇ : ଲୋକପ୍ରିୟ ତାମିଲ୍ ଅଭିନେତ୍ରୀ ସଂଗୀତା ବାଲାନ ଗିରଫ। ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଚେନ୍ନାଇର ଇଷ୍ଟ୍ କୋଷ୍ଟ୍ ରୋଡରେ ଥିବା ରିସର୍ଟରେ ପୁଲିସ୍ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ଭିନ୍ନ ଭିନ୍ନ ରାଜ୍ୟର କିଛି ମହିଳା ବିଶେଷ କରି ଉତ୍ତର ଭାରତୀୟ ମହିଳାଙ୍କୁ ଉଦ୍ଧାର କରାଯାଇଛି। ସଂଗୀତାଙ୍କୁ ଏହି ମାମଲାରେ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କର ଜଣେ ସହଯୋଗୀ ସତୀଶଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ସେ ଟିଭି ଓ ଫିଲ୍ମରେ […]

  • Saturday, 17 July 2021
sonam kapoor
ଫିଲ୍ମି ଫ୍ରାଇଡେରେ ଭାଇ-ଭଉଣୀ ଲଢ଼େଇ

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ମୁକ୍ତିଲାଭ କରୁଥିବା ୨ଟି ବଲିଉଡ଼ ଫିଲ୍ମକୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ। କାହିଁକି ନା ଏଥରର ଫିଲ୍ମି ଫ୍ରାଇଡେ ଭାଇ ଭଉଣୀଙ୍କ ମଧ୍ୟରେ ଟକ୍କର କହିଲେ କିଛି ଭୁଲ୍ ହେବ ନାହିଁ। ଅନୀଲ କପୁରଙ୍କ ଝିଅ ସୋନମ କପୁର ଏବଂ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ମଧ୍ୟରେ ହେବ ଫିଲ୍ମି ଫାଇଟ୍। ୨ଟି ବଲିଉଡ଼ ଫିଲ୍ମ ‘ବୀର୍ ଦି ୱେଡିଂ’ ଓ ‘ଭବେଶ ଯୋଶୀ ଦ ସୁପର ହିରୋ’ ଆଜି ମୁକ୍ତିଲାଭ କରୁଛି। ଗୋଟିଏ […]

  • Saturday, 17 July 2021
Amitabh Bachchan
ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହେଲେ ଅମିତାଭ

ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି- 'ଲେଖିବାର କିଛି ନାହିଁ'। ଅମିତାଭଙ୍କ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ତାଙ୍କୁ ଟ୍ରୋଲ୍‌ କରି ସମାଲୋଚନା କରିଥିଲେ।

GEETA
ପୁଅକୁ ଝୁରି ଝୁରି ମରିଗଲା ମା', ତିରିଶ ଘଣ୍ଟା ପରେ ଲୁଚେଇ ଲୁଚେଇ ସଂସ୍କାର କଲା ଝିଅ

ମୁମ୍ବାଇ: ଏ ଏକ ମନଗଢ଼ା ଗଳ୍ପ ନୁହେଁ, ସତ କାହାଣୀ ଟିଏ I ଯାହା ଆପଣଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଆଖିରୁ ଲୁହ ନିଗାଡ଼ି ଦେଇ ପାରେ I ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଗୀତା କପୁରଙ୍କ କାହାଣୀ I ପୁଅ ଝିଅ ଜନ୍ମ କରିଥିଲେ ମଲା ବେଳେ ମୁହଁରେ ପାଣି ଟୋପେ ଦେବେ ବୋଲି I କିନ୍ତୁ ବର୍ଷକ ତଳୁ ବୁଢ଼ୀ ବୟସରେ ମାଆକୁ ନେଇ ମେଡିକାଲରେ ଫିଙ୍ଗି ଦେଇ ଚାଲିଯାଇଥିଲା ପୁଅ I […]

  • Saturday, 17 July 2021
babusan tamana
ନିଜ ସିକ୍ରେଟ୍‌ ନିଜେ ଖୋଲିଲେ ବାବୁସାନ୍‌ ଓ ତମନ୍ନା

ଭୁବନେଶ୍ୱର : ଗତମାସରେ ରିଲିଜ୍ ହୋଇଥିଲା ଚକୋଲେଟ୍ ହିରୋ ବାବୁସାନ ଓ ତମନ୍ନାଙ୍କ ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ଫିଲ୍ମଟିକୁ ଦର୍ଶକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥିଲେ। ତେବେ ସେମାନଙ୍କର କିଛି ସିକ୍ରେଟ୍ ଆପଣ ଜାଣିଛନ୍ତି କି ? ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ସେମାନଙ୍କର କିଛି ଗୁପ୍ତ କଥାର ଗୁମର ଖୋଲିଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ବାବୁସାନ ଓ ତମନ୍ନାଙ୍କୁ ସେମାନଙ୍କର ତିନୋଟି ଲେଖାଏଁ ସିକ୍ରେଟ୍ କଥା କହିବାକୁ କୁହାଯାଇଥିଲା, ଯେଉଁଗୁଡ଼ିକୁ ସେମାନେ ପୂର୍ବରୁ କେବେ କାହାକୁ କହି […]

  • Saturday, 17 July 2021
kapil show
କପିଲଙ୍କ ଶୋ’ରେ ଯାଆଁଳା ଭଉଣୀ

ମୁମ୍ୱାଇ : ଟେଲିଭିଜନରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରେ ପ୍ରତି ସପ୍ତାହରେ ନୂଆ ନୂଆ ଚରିତ୍ରଙ୍କୁ ଦେଖିବାକୁ ମିଳିଥାଏ। ଗତ ଶନିବାର ଓ ରବିବାର କପିଲଙ୍କ ଶୋ’କୁ ଦୁଇ ଜଣ ନୂଆ ସଦସ୍ୟ ଏଣ୍ଟ୍ରି କରିଛନ୍ତି। ସେହି ନୂଆ ଦୁଇ ସଦସ୍ୟ ହେଲେ ଚିଙ୍କି ଓ ମିଙ୍କି। ଏଣ୍ଟ୍ରିର ପ୍ରଥମେ ଦିନରେ ହିଁ ଚମତ୍କାର ଅଭିନୟ ପାଇଁ ଶୋ’ର ଜଜ୍ ଅର୍ଚ୍ଚନା ଉଭୟଙ୍କୁ ପ୍ରଶଂସା କରିବା ସହ ଛିଡ଼ା ହୋଇ ତାଳି ମାରିଥିଲେ। ଚିଙ୍କି […]

  • Saturday, 17 July 2021
geeta
ପରଲୋକରେ ଗୀତା କପୁର

‘ପାକିଜା’ ଫିଲ୍ମ  ଅଭିନେତ୍ରୀ ଗୀତା କପୁରଙ୍କର  ୬୭ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି। ଗୀତାଙ୍କ ପିଲାମାନେ ତାଙ୍କୁ ଅଲଗା କରି ଦେଇଥିବାର ରିପୋର୍ଟ ଗତବର୍ଷ ପ୍ରକାଶ ପାଇଥିଲା। ପରେ ତାଙ୍କୁ ଏକ  ବୃଦ୍ଧାଶ୍ରମରେ ରଖା ଯାଇଥିଲା। ଶନିବାର ପୂର୍ବାହ୍ନ ୯ଟା ବେଳେ ଏହି ବୃଦ୍ଧାଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ। ଚଳଚ୍ଚିତ୍ର ନିର୍ମାତା ଅଶୋକ ଗୀତାଙ୍କ ମୃତ୍ୟୁ ଖବର ସୂଚନା ଦେଇ କହିଛନ୍ତି, ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା […]

  • Saturday, 17 July 2021
amitabha
ବିଗ୍ ବି ଅମିତାଭଙ୍କ ଟ୍ୱିଟ୍; ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ

ନୂଆଦିଲ୍ଲୀ :  ବିଗ୍ ବି ଅମିତାଭ ଏକ ଟ୍ୱିଟ୍ ଜରିଆରେ ଆମେ ହିନ୍ଦୁସ୍ତାନୀ ଆଜି ବି ଇଂରେଜମାନଙ୍କ ଗୋଲାମ ହୋଇ ରହିଛୁ ବୋଲି କହିଛନ୍ତି। ତେବେ ଏହାକୁ ସେ  ଇଂଲିଶ ଷ୍ଟାଇଲ୍‌ରେ ଜନ୍ମଦିନ ମନାଇବା ପ୍ରସଙ୍ଗରେ କହିଛନ୍ତି। ହାପି ବାର୍ଥ ଡେ ଟୁ ୟୁ  ସମ୍ବୋଧନ, ମହମବତୀ ଲଗାଇ କେକ୍ କାଟିବା ପ୍ରଥାକୁ ବିଲକୁଲ ନାପସନ୍ଦ କରିଛନ୍ତି ବିଗ୍ ବି। ଆଜି ଅମିତାଭଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛିା  ଇଂରେଜମାନେ ହାପି ବାର୍ଥ ଡେ […]

  • Saturday, 17 July 2021
love promise
ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ପ୍ରମିଜ୍’

ଭୁବନେଶ୍ୱର : ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ପ୍ରମିଜ୍‌’। ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଏବଂ ଅଭିନେତ୍ରୀ ଜୟା। ବିଶ୍ୱାସ ସିନେପ୍ରଡକ୍ସନ୍ସର ଆନୁକୂଲ୍ୟରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସନ୍ତୋଷ ବିଶ୍ୱାଳ। ସଂଗୀତ ଦେଇଛନ୍ତି ପ୍ରେମ ଆନନ୍ଦ। ପରଦାକୁ ଆସିବା ପୂର୍ବରୁ ଲଭ୍‌ ପ୍ରମିଜର ଗୀତ ଗୁଡିକ ହିଟ୍ ହୋଇସାରିଛି।  କଟକର ଜୟଶ୍ରୀ ଟକିଜ୍‌ରେ ଲଭ୍ ପ୍ରମିଜ୍‌ର ପ୍ରିମିୟର ସୋ ପ୍ରଦର୍ଶିତ ହୋଇଛି। ରାଜ୍ୟର ବିଭିନ୍ନ ସହରରେ ୫୦ଟି ହଲରେ […]

  • Saturday, 17 July 2021
sahid
କେଉଁ ଉପାୟରେ ନାୟିକାଙ୍କୁ ଇମ୍ପ୍ରେସ୍‌ କରୁଛନ୍ତି ସାହିଦ, ଦେଖନ୍ତୁ

ମୁମ୍ୱାଇ:  ମେଡିକାଲ ଟପ୍ପର ସାହିଦ କପୁର କ୍ଲାସରେ ସମସ୍ତଙ୍କୁ  ପାଠ ପଢାଉଛନ୍ତି। ହେଲେ  ପାଠ ସହ ହିରୋଇନ କିୟାରା ଆଡଭାନୀଙ୍କୁ ଭଲ ପାଇବା ମଧ୍ୟ ଶିଖାଉଛନ୍ତି । ତାହା ପୁଣି ଡରାଇ ଧମକାଇ।  ନିଜ ବୁଲେଟରେ କିୟାରାଙ୍କୁ ବସାଇ ବାହାରକୁ ନେଇ ସ୍ୱପ୍ନ ରାଇଜରେ ବୁଲୁଛନ୍ତି। ବହୁତ ଭଲ ବି ପାଉଛନ୍ତି। ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ର ଆଉ ଏକ ଗୀତ ‘କେସେ ହୁଆ’ରେ ହୋଇଛି ଏପରି ପିକ୍‌ଚରାଇଜେସନ୍‌।  ରିଲିଜ ହେଉ […]

  • Saturday, 17 July 2021