• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

ଓଡ଼ିଶାରେ ପୁଣି ଆଉ ୧୦ ଜୀବନ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଆଜି କେବଳ ଗଞ୍ଜାମ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୭୯ରେ […]

  • Tuesday, 06 July 2021
ଲକ୍‌ଡାଉନ୍‌ କଟକଣାରେ କେମିତି ପୁରୀ ଗଲା ଏହି କାର୍ ?

ପୁରୀ: ଲକ୍‌ଡାଉନ୍‌ କଟକଣା ଭିତରେ ପୁରୀ ଯାଇଥିବା ଏକ କାର୍‌କୁ ଅଟକ ରଖାଯାଇଛି। ଭୁବନେଶ୍ୱରର ଏହି କାର୍‌ଟି ସନ୍ଦେହଜନକ ଭାବେ ପୁରୀ ଆସିଥିଲା ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଅଟକିଥିଲା। ଆଜି ଭୋର ସମୟରେ କାର୍‌ଟି ପୁରୀ ଆସିଥିଲା ବୋଲି ସୂଚନା ମିଳିଛି। କାର୍‌ରେ ଥିବା ୩ ଜଣ ବ୍ୟକ୍ତି ହିନ୍ଦୀରେ କଥା ହେଉଥିଲେ ବୋଲି ଜଣାପଡ଼ିଛି। ସନ୍ଦେହଘେରକୁ ଆସିବା ପରେ କାର୍‌କୁ ପିପିଲି ଟୋଲ୍ ଗେଟ୍‌ରେ ଅଟକା ଯିବାସହ କାର୍‌ରେ ଥିବା ୩ଜଣଙ୍କୁ ପଚରାଉଚରା କରଯାଇଥିଲା। ଗାଡ଼ିରେ […]

  • Tuesday, 06 July 2021
coorna
ଆଜି ଦେଶରେ ୪୮,୬୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୭୦୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ; ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୪୮ ହଜାର ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଉ ୭୦୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଯାହାପରେ ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ଏବେ ଦେଶରେ ୪ ଲକ୍ଷ ୬୭ […]

  • Tuesday, 06 July 2021
modi
ମନ୍‌ କି ବାତ୍‌; 'ସର୍ବସାଧାରଣରେ ମାସ୍କ ଖୋଲିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କ କଥା ଟିକେ ଭାବନ୍ତୁ'

ନୂଆଦିଲ୍ଲୀ: ରେଡିଓ ପ୍ରୋଗ୍ରାମ ‘ମନ୍‌ କି ବାତ୍‌’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କାରଗିଲ୍ ବିଜୟ ଦିବସର ୨୧ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି ଅବସରରେ ପାକିସ୍ତାନକୁ ସମାଲୋଚନା କରିବା ସହିତ ସୋସିଆଲ ମିଡିଆରେ ଯବାନଙ୍କୁ ଅପମାନିତ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରି ମୋଦି କହିଛନ୍ତି, ବିନା କାରଣରେ ଶତ୍ରୁତା କରିବା, ଦୁଷ୍ଟ ସ୍ୱଭାବର […]

  • Tuesday, 06 July 2021
odisha
ରାସ୍ତାରେ ପଡିଛି ପିପିଇ କିଟ୍, ମାସ୍କ; ଭୟରେ ଯାଉ ନାହାନ୍ତି ଲୋକେ

ପାରଳାଖେମୁଣ୍ଡି: ରାସ୍ତା କଡ଼ରେ ପଡ଼ିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋଭ୍ସ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ ନିକଟ ମୁଖ୍ୟ ରାସ୍ତାକଡ଼ରେ ଏସବୁ ସାମଗ୍ରୀ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। କରୋନାରୁ ବର୍ତ୍ତିବା ଲାଗି ବ୍ୟବହାର ହେଉଥିବା ଏହି ସାମଗ୍ରୀଗୁଡିକୁ ପରେ ନଷ୍ଟ କରାଯିବା କଥା। ହେଲେ କିଛି ବେପରୁଆ ବ୍ୟକ୍ତି ଏହାକୁ ରାସ୍ତା କଡ଼ରେ ଫୋପାଡି […]

  • Tuesday, 06 July 2021
cinema-hall
ଅନଲକ୍-୩ରେ ଖୋଲିବ ସିନେମା ହଲ୍!

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅନଲକ୍-୨ ଚାଲିଛି। ଏହା ମଧ୍ୟରେ ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇ ୩୧ ତାରିଖରେ ଅନଲକ୍-୨ ଶେଷ ହେବାକୁ ଯାଉଛି। ଅନଲକ୍-୧ ଏବଂ ୨ରେ କିଛି କ୍ଷେତ୍ରରେ କୋହଳ କରାଯାଇଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତା ସହ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିପାରେ। କିଛି ଦିନ ତଳେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରାଳୟ ସିନେମା ହଲଗୁଡ଼ିକ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ […]

  • Tuesday, 06 July 2021
cuttack
କଟକରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୧୧, ପେଡ୍‌ କ୍ୱାରେଣ୍ଟିନରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି  ହୋମ୍ କ୍ୱାରେଣ୍ଟିନରୁ ୩୬ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୮ ଜଣ ରହିଛି। କେଉଁ ଅଞ୍ଚଳରୁ ଲୋକାଲ କେଶ ଚିହ୍ନଟ:- ଲୋକାଲ କେସ୍ ମଧ୍ୟରେ ଦରଘାବଜାର ଅଞ୍ଚଳରୁ ଜଣେ, ମାଲଗୋଦାମ ବେହେରାସାହିରୁ ଜଣେ, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଜଣେ, ଶଙ୍କରପୁରରୁ ଜଣେ, […]

  • Tuesday, 06 July 2021
bmc
ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ, ୫୯ ଲୋକାଲ କେସ୍‌

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୧୦୪ ଓ ଲୋକାଲ କେସ୍ ୫୯ ରହିଛି। ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି BMC। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- କେବଳ ଭରତପୁର ଅଞ୍ଚଳରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହଟସ୍ପଟ ଜିଲ୍ଲାରୁ ଏମାନେ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୟୁନିଟ୍-୧ ଆଖଣ୍ଡଳମଣି ବସ୍ତିରୁ ୪ ଜଣ, […]

  • Tuesday, 06 July 2021
mask
ସୁସ୍ଥ ହେଲେ ୮୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୬୪ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ୧୬, ୭୯୨ କରୋନା ଆକ୍ରାନ୍ତ ସୁସ୍ଥ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୪୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡ଼ାରୁ ୧୩୭, ବରଗଡ଼ରୁ ୩୧ ଓ ଖୋର୍ଦ୍ଧାରୁ ୨୮ ଜଣ ସୁସ୍ଥ ହୋଇଛନ୍ତି। କଟକ ଓ କେନ୍ଦୁଝରରୁ ୨୬ ଲେଖାଏଁ, ଭଦ୍ରକରୁ ୨୩ […]

  • Tuesday, 06 July 2021
tesing
ଏଣିକି ଦୈନିକ ୧୦ଲକ୍ଷ ଟେଷ୍ଟିଂ!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୪ଲକ୍ଷ ଛୁଇଁଛି। ଏହା ମଧ୍ୟରେ ଆଇସିଏମଆର୍ କରୋନା ଟେଷ୍ଟିଂର ସଂଖ୍ୟା ବଢ଼ାଇବା ନେଇ ଯୋଜନା କରୁଛି। ଆଇସିଏମଆର୍ ଏବେ ଦୈନିକ ୧୦ଲକ୍ଷ କରୋନାଭାଇରସ୍ ଟେଷ୍ଟିଂ କରାଯିବ ବୋଲି ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ଦେଶରେ ପ୍ରତିଦିନ ୫ଲକ୍ଷ ନମୁନାର ପରୀକ୍ଷଣ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କହିବା ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧,୬୨,୯୧,୩୩୧ କରୋନା ଟେଷ୍ଟ […]

  • Tuesday, 06 July 2021
leak
ତାସ୍‌, କ୍ରିକେଟ୍, ଭଲିବଲ୍ ଖେଳିବା ମନା; ଦୋକାନୀଙ୍କ ପାଇଁ ୫ ନିୟମ

ଭୁବନେଶ୍ୱର: ତାସ, କ୍ରିକେଟ, ଭଲିବଲ ଖେଳିଲେ ଏତଲା ହେବ ଓ ୧୪ ଦିନିଆ କ୍ୱାରେଣ୍ଟିନ୍‌ରେ ରଖାଯିବ। ସେହିପରି ଦୋକାନୀ ୫ଟି ନମାନିଲେ ମାସେ ପାଇଁ ଦୋକାନକୁ ବନ୍ଦ କରାଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ୫ଟି ନିୟମ ମାନିବାକୁ କହିଛନ୍ତି। ଏହି  ନିୟମ ନ ମାନିଲେ ଜରିମାନା ଆଦାୟ କରାଯିବା ସହ ଏତଲା ଦିଆଯିବ। ଆବଶ୍ୟକ ସ୍ଥଳେ […]

  • Tuesday, 06 July 2021
odisha
PEO କହିଲେ- ଟଙ୍କା ନ ଦେଲେ ସରକାରୀ କ୍ୱାରେଣ୍ଟିନ୍ ‌ସେଣ୍ଟରରେ ରହିବା ପାଇଁ ମିଳିବନି ଅନୁମତି

ଖୋର୍ଦ୍ଧା: ସରକାରୀ କ୍ୱାରେଣ୍ଟିନ୍ ‌ସେଣ୍ଟରରେ ରହିବା ପାଇଁ ବିଦେଶ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କଠାରୁ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(Panchayat Executive Officer) ଟଙ୍କା ମାଗିବା ଘଟଣାର ଦୃଶ୍ୟ ଏବେ ଭାଇରାଲ୍‌ ହୋଇଛି। ସରକାରୀ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ନହେଲେ ରହିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ(PEO) ଜଣକ କହୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଞ୍ଚାୟତର କାର୍ଯ୍ୟ […]

  • Tuesday, 06 July 2021
Sanjay Bansode
ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Nationalist Congress Party (NCP)ର ନେତା ସଞ୍ଜୟ ବଂଶୋଡେଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ମୁମ୍ବାଇର ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଶନିବାର ଦିନ ଜ୍ୱର ଓ ଗଳାରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ସେ କରୋନା ଟେଷ୍ଟ୍‌ କରିଥିଲେ ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। କରୋନାରେ ଆକ୍ରାନ୍ତ ନେଇ ଜଣାପଡ଼ିବା ପରେ ସଞ୍ଜୟ […]

  • Tuesday, 06 July 2021
ଓଡ଼ିଶାରେ ଆଉ ୭ ଜୀବନ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ଜଣ, କଟକରୁ ଜଣେ, ଭୁବନେଶ୍ୱରରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଓ ମାଲକାନଗିରିରୁ ଜଣେ ଆକ୍ରାନ୍ତ ଅଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।

coronavirus
୨୪ ଘଣ୍ଟାରେ ଓଡ଼ିଶାରୁ ୧,୫୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୦୧  ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ […]

national updates
୨୪ ଘଣ୍ଟାରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ବଢୁଛି ସୁସ୍ଥ ଲୋକଙ୍କ ହାର

ନୂଆଦିଲ୍ଲୀ: ଭାରତରେ ୧୪ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୪୯ ହଜାର ୯୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ  ୭୦୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଞ୍ଚିଛି । ଦିନକୁ ଦିନ କରୋନା ସ୍ଥିତି ଭୟଙ୍କର […]

  • Tuesday, 06 July 2021
uma
ଆସିଲା ଉମା ଭାରତୀଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ଆସିଛି। ଏ ନେଇ ନିଜେ ଉମାଭାରତୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଆକ୍ରାନ୍ତ ହେବା ପରେ ଉମା ଭାରତୀ ନିଜର ନମୂନା ପରୀକ୍ଷା କରାଇଥିଲେ। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି। ଗୋଟିଏ ପରେ ଗୋଟିଏ ୩ଟି ଟ୍ୱିଟ କରି ଉମା ଭାରତୀ […]

  • Tuesday, 06 July 2021
corona
ଓଡ଼ିଶାରେ କରୋନା ସ୍ଥିତି: ସରକାରଙ୍କ ପାଇଁ ଚିନ୍ତା ବଢ଼ାଉଛି ଏହି ୩ ଜିଲ୍ଲା

ଭୁବନେଶ୍ୱର: କରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକ୍‌ରେ ରହିଛି। ଆଗକୁ ବଢ଼ିବ କି କମିବ ତାହା କହି ହେବ ନାହିଁ। ରାଜ୍ୟରେ ପ୍ରତ୍ୟେକ ଦିନ ଯେତେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ବିଶେଷ କରି ୩ଟି ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ୬୦ରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଏସବୁ ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦି ଏସବୁ […]

  • Tuesday, 06 July 2021
tmc
ଟିଏମସି କେନ୍ଦ୍ରରେ ବାପା-ପୁଅ ପାଳିଲେ ଜନ୍ମଦିନ

ଭଦ୍ରକ: ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତ ଓହାସପୁର ଗ୍ରାମର ରାଜେଶ ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷର ପୁଅ ସହ ପୂରା ପରିବାର ୨୦ ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ । ସେମାନଙ୍କୁ ଓଡ଼ଙ୍ଗ ସ୍ଥିତ ଟିଏମସିରେ ରଖାଯାଇଥିଲା । ତେବେ […]

  • Tuesday, 06 July 2021
plasma
କରୋନାରୁ ସୁସ୍ଥ ହେଲେ, ଏସ୍‌ସିବିରେ ପ୍ଲାଜମା ଦେଲେ

କଟକ: କଟକ SCBରେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ସୂଚନା ଦେଲେ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ  ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ୩୦ ବୋତଲ ପ୍ଲାଜମା ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜମା ସଂରକ୍ଷିତ ଅଛି। ଆଜି ୨ ଜଣ ପ୍ଲାଜମା ଦେବେ। ପ୍ଲାଜମା ଥେରାପୀରୁ ସୁଫଳ ମିଳିଛି। ଆଗକୁ ପ୍ଲାଜମା ସଂଗ୍ରହ […]

  • Tuesday, 06 July 2021
bbsr
ଭୁବନେଶ୍ୱରରୁ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ୪୧ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀରେ ଜଟିଳ ରୂପ ଧାରଣ କଲାଣି କରୋନା। ଚିନ୍ତା ବଢାଉଛି ଲୋକାଲ କେସ୍। ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ଆଉ ୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Update on newly detected & cured #COVID19 cases in the last 24 […]

  • Tuesday, 06 July 2021
cova
ଓଡ଼ିଶାରେ 'କୋଭାକ୍ସିନ୍‌'ର ହ୍ୟୁମାନ ଟ୍ରାଏଲ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ତଥା କୋଭାକ୍ସିନ୍ ଟୀକା ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟରାଓ। ଓଡ଼ିଶାରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମନ୍ ଟ୍ରାଏଲ। ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲ ସମେତ ଦେଶର ୧୨ଟି ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ଏହି ହ୍ୟୁମନ୍ ଟ୍ରାଏଲ୍। ଭାରତର ପ୍ରଥମ କରୋନା ଟିକା ହୋଉଛି କୋଭାକ୍ସିନ। କୋଭାକ୍ସିନ୍ […]

  • Tuesday, 06 July 2021
MASK
ଦିନକରେ ସୁସ୍ଥ ହେଲେ ୫୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭,୩୭୩କୁ ବୃଦ୍ଧି ହୋଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୧୬୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୭୭, ଗଜପତି ୪୩, କଟକ ୩୪, ମାଲକାନଗିରିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ ୨୫, ଭଦ୍ରକ ୨୩, କେନ୍ଦୁଝର ୧୯, ଅନୁଗୁଳରୁ ୧୭, କନ୍ଧମାଳ ୧୭, ଜଗତସିଂହପୁର ଓ ସମ୍ବଲପୁରରୁ ୧୪ […]

  • Tuesday, 06 July 2021