କୋଲକାତା: ଆଜି ଦେଶରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ଦେଶରେ ୧୦ ଲକ୍ଷ ପାର୍ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୩୪,୯୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୮୭ ଜଣଙ୍କର ଜୀବନ ଯାଇଛି। ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ପଶ୍ଚିମଙ୍ଗର ମମତା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କୋଲକାତାରୁ ୬ଟି ସହରକୁ ବିମାନ ଉଡ଼ାଣକୁ ବ୍ୟାନ୍ […]
ଭୁବନେଶ୍ୱର: ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିହ୍ନଟ ନୂଆ ୫୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୯୭ରହିଛି। […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ମୃତକଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାର ଓ ଜଣେ ଗଜପତି ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ଗୁଡିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତାବନୀ ଦେଇଛନ୍ତି। ହଟ୍ସ୍ପଟ୍ ଜିଲ୍ଲା ଗୁଡିକରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କରିଲେ,ସମ୍ପୃକ୍ତ ହସ୍ପିଟାଲ ଓ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଚେତାବନୀ ଦେଇଛନ୍ତି। କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସା ନ କରିବା ନୀତିଗତ ଭୁଲ୍ ଓ ବେଆଇନ୍। ଯଦି କେଉଁ ହସ୍ପିଟାଲ କିମ୍ବା କ୍ଲିନିକ୍ ଚିକିତ୍ସା କରୁ […]
ବଲାଙ୍ଗିର: ବଲାଙ୍ଗିରରେ ଆଜି ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଟିଭି ସାମ୍ବାଦିକ ଅଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗିରରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨୪୬ଜଣ ସୁସ୍ଥ ହୋଇଥିବାବେଳେ ୩୬ଜଣ ଚିକିତ୍ସାଧୀନ ଅଛନ୍ତି।
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୩ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୮ ଜଣ ସୁସ୍ଥ ହୋଇଛନ୍ତି। ୧୩୯ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର: ରାଜଧାନୀକୁ ଚିନ୍ତା ଲୋକାଲ କେଶ୍। ଭୁବନେଶ୍ୱର ସହରରେ ଆଉ ୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୬। ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୪୯୪ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୬୨୪ ଆକ୍ଟିଭ କେସ୍ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। କେଉଁ ଅଞ୍ଚଳରୁ […]
ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। କୋଭାକ୍ସିନର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରୟୋଗ ସଫଳ ହେଉଥିବା ହର୍ଷବର୍ଦ୍ଧନ କହିଛନ୍ତି। ସ୍ୱଦେଶୀ କରୋନା ଭାକ୍ସିନର ମାନବିକ ପରୀକ୍ଷଣ ଆରମ୍ଭ ହୋଇଯାଇଛି। ମନୁଷ୍ୟଙ୍କ ଉପରେ ପରୀକ୍ଷଣରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ୨ ଦଫାରେ ମାନବ ପରୀକ୍ଷଣ ହେବ, ୧୪ଟି ଜାଗାରେ ପରୀକ୍ଷଣ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି […]
ଭୁବନେଶ୍ୱର: ମହାମାରୀ କରୋନାକୁ ହରାଇ ସୁସ୍ଥ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏଭଳି ସଙ୍କଟ ସମୟରେ ବୃଦ୍ଧ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୮୫ ବର୍ଷିୟ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷିୟା ସାବିତ୍ରୀ ପତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୫ ବର୍ଷିୟ ସୁରେନ୍ଦ୍ର ପତି ଏବେ କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ବି […]
ଭୁବନେଶ୍ୱର: କରୋନା ମହାମାରୀ ଉପରେ ଓଡ଼ିଶାବାସୀଙ୍କୁ ସଚେତନ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଟ୍ୱିଟ୍ ମାଧ୍ୟମରେ ଓଡ଼ିଆଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ ଭିଡିଓରେ କହିଛନ୍ତି। ଏଥିସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ସରକାରଙ୍କ ସମସ୍ତ ନିୟମ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି। ଯେଉଁମାନେ ପ୍ରଶାସନିକ […]
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ୬୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆରୋଗ୍ୟ ଙ୍କ ସଂଖ୍ୟା ୧୧,୯୩୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୨୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୮୪, ଖୋର୍ଦ୍ଧାରୁ ୫୦, କଟକରୁ ୪୨, କେନ୍ଦୁଝରରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ମାଲକାନଗିରିରୁ ୨୧, ପୁରୀ […]
ଭୁବନେଶ୍ୱର: କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଅଗ୍ନିଶମ କର୍ମଚାରୀ ପ୍ଲାଜମା ଦାନ କରିବେ।ଗୁରୁତର ଥିବା କରୋନା ରୋଗୀଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ସ୍ୱେଛାକୃତ ଭାବେ ପ୍ଲାଜମା ଦାନ କରିବେ ବୋଲି ଟ୍ୱିଟ୍ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଅଗ୍ନିଶମ କର୍ମଚାରୀ କଟକ ଏସସିବିରେ ପ୍ଲାଜମା ଦାନ କରିବେ ବୋଲି ଅଗ୍ନିଶମ ଡିଜି ଟ୍ୱିଟ୍ କରିଛନ୍ତି। ସଂପୃକ୍ତ ଅଗ୍ନିଶମ କର୍ମଚାରୀ କିଛି ଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ପ୍ରକାଶଥାଉକି, ଦିଲ୍ଲୀ […]
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବଡ଼ ବୟାନ ଦେଇଛି। ଭାରତରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ବୋଲି ଆଇଏମଏ କହିଛି। ଏନେଇ ଆଇଏମଏ ହସ୍ପିଟାଲ ବୋର୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡା. ଭିକେ ମୋଙ୍ଗା କହିଛନ୍ତି, “ପ୍ରତିଦିନ ଭାରତରେ ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏହା ନିଶ୍ଚିତ ଭାବେ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ୱର ସ୍ଥିତ ଅଫିସ୍ରେ ଯୋଗ ଦେବାକୁ ଆସିଥିବା ଜଣେ ମହିଳା SI କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ, ସମ୍ପୃକ୍ତ SI ଜଣକ ୨ ଦିନ ତଳେ ଅଫିସ୍ରେ ଯୋଗ ଦେବାକୁ ଆସିଥିଲେ। ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ୱାବ୍ ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅବକାରୀ […]
ଟୁମକୁରୁ: କରୋନାରେ ଜଣେ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ ହୋଇଛି। କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ହୁଲିଭନ ଗଙ୍ଗାଧରଙ୍କର ଶୁକ୍ରବାର ରାତିରେ ବେଙ୍ଗାଲୁରୁରେ ବିୟୋଗ ହୋଇଛି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲି ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ ହୁଲିଭନାରେ ସଂସ୍କାର କରାଯାଇଛି। ଗଙ୍ଗାଧରଙ୍କ ପରିବାରରେ ତାଙ୍କ ପତ୍ନୀ ୩ ଝିଅ ଓ ପୁଅ ଅଛନ୍ତି। ନିକଟରେ ଗଙ୍ଗାଧର ତାଙ୍କର ଅପକମିଂ ଟିଭି ଶୋ’ ‘ପ୍ରେମଲୋକରେ’ ଶୁଟିଂ କରିଥିଲେ। ସପ୍ତାହେ ପୂର୍ବରୁ ସେ […]
ଭୁବନେଶ୍ୱର: ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୫୫ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ […]
ନୂଆଦିଲ୍ଲୀ: ଏବେ ପ୍ରତିଦିନ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବରଂ ଏହା ଧୀରେ ଧୀରେ ୪୦ ହଜାର ଆଡ଼କୁ ଗତିକଲାଣି। ଆମେରିକାରେ ଦିନକୁ ୫୦ ଆକ୍ରାନ୍ତ ଚିହ୍ନଟ ହେବା ଭଳି ସ୍ଥିତି ଥିଲେ ମଧ୍ୟ ଭାରତ ମଧ୍ୟ ଏହି ଦିଗ ଆଡ଼କୁ ଗତି କରୁଛି। ଆଜି ବି ୨୪ ଘଣ୍ଟାରେ ସର୍ବାଧିକ ୩୮,୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ସେହିଭଳି […]
ଭୁବନେଶ୍ୱର: ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା। ଏଣିକି ଭୁବନେଶ୍ୱର ସିପେଟ୍ରେ ହୋଇପାରିବ PPE କିଟ୍ରେ ଟେଷ୍ଟ। ନ୍ୟାସନାଲ ଆକ୍ରିଡିଟେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବରେସନ୍ ଲାବେରେଟାରିଜ୍ ବା NABL ଏନେଇ ସ୍ୱୀକୃତି ପ୍ରଦାନ କରିଛି। ସିପେଟ୍କୁ ସ୍ୱୀକୃତି ପରେ ରାଜ୍ୟର କରୋନା ବିରୋଧରେ ଯୁଦ୍ଧ ଅଧିକ ଶକ୍ତିଶାଳୀ ହେବ। ସିପେଟ୍ କୁ PPE କିଟ୍ର ଟେଷ୍ଟ ପାଇଁ ମିଳିଥିବା ଅନୁମତି ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା […]
ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟରେ ବି ଜୀବନ ନେଉଛି କରୋନା। ଦେଶରେ ଆଜି ୫୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ୫ ଜଣଙ୍କର ଜୀବନ ନେଇଛି କରୋନା। ସେଥିମଧ୍ୟରୁ ଗଞ୍ଜାମରୁ ୩, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ […]
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି। ୧୪୩ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।
କଟକ: ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ଅନୁଷ୍ଠିତ ହେବନାହିଁ। କରୋନା ସଂକ୍ରମଣ ପାଇଁ ଗଣେଶ ପୂଜା ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ଶାନ୍ତି କମିଟି, ପୂଜା କମିଟି ସହ କମିଶନରେଟ୍ ପୋଲିସର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି ଏଭଳି ସ୍ଥିତି ଲାଗି ରୁହେ, ତେବେ ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ। ଏ ନେଇ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛି। ଓଡ଼ିଶାରେ […]
ଭୁବନେଶ୍ୱର: ଓଡ଼ିଶାରେ ପ୍ଲାଜ୍ମା ଥେରାପି ସଫଳ ହୋଇଛି। ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍ମା ଥେରାପି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଏପରିକି ଏହି ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକତା ନାହିଁ। ବାକି ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଖୁବ୍ ଶୀଘ୍ର ବିପଦମୁକ୍ତ ହେବେ ବୋଲି ସମ୍ଭାବନା ରହିଛି। କଣ ଏହି […]
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୧୮ ରହିଛି। ସେହିଭଳି ଭୁବନେଶ୍ୱରରେ ଏବେ ସୁଦ୍ଧା ୫୨୩ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଓ ୬୪୬ ଆକ୍ଟିଭ କେସ୍ ରହିଛି। ଭୁବନେଶ୍ୱର ସହରରୁ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟ ସରକାର ଓ ଆରଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ଏହା କରାଯାଉଥିବା ବେଳେ ପୁରୀରେ ଏହା ଶେଷ ହୋଇଛି ଓ ସରକାରଙ୍କୁ ଆମେ ରିପୋର୍ଟ ଦିଆଯାଇଛି। ଏହି ସର୍ଭେ ଦ୍ୱାରା ୪ ସପ୍ତାହ ତଳର ସଂକ୍ରମଣ ଜଣାପଡୁଛି ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସୂଚନା। ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହା ୨ଟି ପର୍ଯ୍ୟାୟରେ କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ […]
ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍ ପୋଲିସ ରିଜର୍ଭ ଲାଇନ୍ରେ ୨ କନଷ୍ଟେବଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଉଭୟ କନଷ୍ଟେବଲ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ଏହାପରେ ତାଙ୍କ ନମୁନା ଟେଷ୍ଟ କରାଯାଇଥିଲା ଆଉ ଆଜି ଉଭୟ ପଜିଟିଭ ଚିହ୍ନଟ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଏହି ଦୁଇ କନଷ୍ଟେବଲଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମରେ। ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆଜି ଭୁବନେଶ୍ୱରରେ […]