ଧର୍ମଗଡ: ଗତକାଲି ବିଳମ୍ବିତ ରାତିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର। ଏହା ପୂର୍ବରୁ ଜଣେ କରୋନା ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଗତକାଲି ଚିହ୍ନଟ ବ୍ୟକ୍ତି ଜଣକ ତାଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏହାକୁ ମିଶାଇ କଳାହାଣ୍ଡି ଜିଲ୍ଲାରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍ଓ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରୱାଲଙ୍କ କହିବା ଅନୁଯାୟୀ, […]
ହାଇଦ୍ରାବାଦ୍: ତେଲେଙ୍ଗାନାର ନିଜାମ୍ବାଦରେ ରହୁଥିବା ଜଣେ ମହିଳା ଶିକ୍ଷୟିତ୍ରୀ ଲକ୍ଡାଉନ ସମୟରେ ନିଜର ସାହସିକ କାମ ପାଇଁ ବେଶ ପ୍ରଶସିଂତ ହୋଇଛନ୍ତି। ରାଜିଆ ବେଗମ ନାମ୍ନୀ ଏହି ମହିଳା ଜଣକ ନିଜାମାବାଦର ବୋଧାନର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଲକ୍ଡାଉନ ଘୋଷଣା କରାଯିବା ପରେ ତାଙ୍କର ପୁଅ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରେ ଫସି ଯାଇଥିଲେ। ପୁଅକୁ ଆଣିବା ପାଇଁ ରାଜିଆ ନିଜ ସ୍କୁଟିରେ ନେଲ୍ଲୋର ପହଞ୍ଚି ଯାଇଥିଲେ। ଆଉ ସେଠାରୁ ତାଙ୍କ ପୁଅକୁ ନେଇ […]
ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟରେ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତକାଲି ପରୀକ୍ଷା ହୋଇଥିବା ୪୦୮ ନମୁନା ମଧ୍ୟରୁ ୬ଟି ପଜିଟିଭ୍ ଆସିଛି । ୪୦୨ ନମୁନା ନେଗେଟିଭ୍ ଆସିଛି। ଦିନବେଳା ୨ଟି ନମୁନା ପଜିଟିଭ ନେଇ ସୂଚନା […]
ଭୁବନେଶ୍ୱର: ଓଡ଼ିଶାରେ ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି। 2 new COVID-19 POSITIVE cases confirmed so far today. 1 Dhenkanal town case, female 51 years 1 patient of a Bhubaneswar based private hospital […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ, ଆଜିିଠୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହି ନିର୍ଦ୍ଦେଶନାମା ଜାରି କରାଯିବା ପରେ ଆଜି ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ଥିବା ଦେଖିବାକୁ ମିଳିଛି। କଟକ ବାଦାମବାଡି ହେଉ ବା ରାଜଧାନୀ ରାଜରାସ୍ତା ସବୁଠି ଲୋକଙ୍କ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ମାସ୍କ ପିନ୍ଧିବା ନେଇ ଆହୁରି […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବେଳେ କଳାବଜାରୀକୁ ରୋକିବାକୁ କଡ଼ା ପଦକ୍ଷେ ନେଇଛନ୍ତି କେନ୍ଦ୍ର ସରକାର। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି ଜାରି ରହେ ସେ ନେଇ ଜରୁରୀ ପଦକ୍ଷେପ ନେବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ୧୯୫୫ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। କେତେ ପରିମାଣରେ ଜିନିଷ ମହଜୁଦ ହୋଇପାରିବ, ଜିନିଷର ଦର ନିର୍ଦ୍ଧାରଣ, ଉତ୍ପାଦନ କ୍ଷମତା ବୃଦ୍ଧି ଓ ବ୍ୟବସାୟୀମାନଙ୍କ ଆକାଉଣ୍ଟ ତନଖି […]
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ହୋଇଛି ।ଏନେଇ କେନ୍ଦ୍ର ମନ୍ତ୍ରୀସ୍ତରୀୟ କମିଟି ଓ ବିଭିନ୍ନ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଲକ ଡାଉନ ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏପ୍ରିଲ ୧୪ ପରେ ମଧ୍ୟ ଯଦି ଲକଡାଉନ […]
ଭୁବନେଶ୍ୱର: କରୋନା ସଂକ୍ରମଣରେ ଭୁବନେଶ୍ୱରରେ ଜଣଙ୍କର ମୃତ୍ୟୁ ଘଟିବା ପରେ କରୋନା ଭୟ ସାରା ସହରରେ ଛାଇ ଯାଇଛି। ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସୋମବାର ଭୁବନେଶ୍ୱର ଝାଡପଡା ଅଞ୍ଚଳର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଗତ ୪ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଥିଲା । ତେବେ ଅନ୍ୟାନ୍ୟ ଲକ୍ଷଣ […]
ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଦେଶରେ ପ୍ରଦୂଷଣ ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଛି । କଳକାରଖାନା ବନ୍ଦ ଯୋଗୁଁ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ୱଚ୍ଛ ହୋଇଛି । ହରିଦ୍ୱାରରେ ଥିବା ହର କି ପୌରି ଘାଟରେ ଗଙ୍ଗା ନଦୀର ଜଳ ପୂର୍ବ ଅପେକ୍ଷା ଅନେକ ପରିମାଣରେ ନିର୍ମଳ ହୋଇଯାଇଛି । ୨୧ ଦିନିଆ ଲକ୍ଡାଉନ୍ ଭିତରେ ଉତ୍ତରପ୍ରଦେଶରେ ଗଙ୍ଗାନଦୀର ଜଳରାଶି ସ୍ୱଚ୍ଛ ଓ ନିର୍ମଳ ଦିଶୁଛି। ସେହିପରି ବାରଣାସୀ ଓ କାନପୁରରେ ଏହି ଦିନମାନଙ୍କରେ […]
ୱାଶଂଟନ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ ସକ୍ରଂମିତ ଦେଶ ଆମେରିକାର ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମରିକା ୨୯ ମିଲିୟନ ଔଷଧ କିଣିବ ଏବଂ ଏଥିରୁ ସବୁଠାରୁ ଅଧିକ ଭାରତ ଯୋଗାଇବ। କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ […]
ନୂଆଦିଲ୍ଲୀ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରୀରୁ ଲକ୍ଡାଉନ୍ ହଟିଛି। ଦୀର୍ଘ ୭୬ ଦିନ ପରେ ଚାଇନା ସରକାର ଲକ୍ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ ୨୩ରେ ଲକ୍ଡାଉନ୍ ଘୋଷଣା କରିଥିଲେ। କରୋନା ଭାଇରସ ପାଇଁ ଚାଇନାରେ ୩୩୦୦ରୁ […]
ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମ୍ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ। ସବୁଠୁ ବଡ଼ କଥା ହେଉଛି, ଏହି ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସେ ବାହାର ଦେଶକୁ ଯାଇ ନାହାନ୍ତି କି ଦେଶର କୌଣସି ଅଞ୍ଚଳକୁ ଯାଇନଥିବା ଜଣାପଡ଼ିଛି । ଫଳରେ ଏହା ପ୍ରଶାସନର ଚିନ୍ତା ବଢାଇଛି । ସତ୍ୟନଗର ଛକରୁ-କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ-ପତଞ୍ଜଳି […]
ନୂଆଦିଲ୍ଲୀ: ସମସ୍ତଙ୍କୁ ଘାରିଛି କରୋନା ଭୟ। ଦିନକୁ ଦିନ କରୋନାର କରାଳ ଗ୍ରାସରେ ହଜାର ହଜାର ଲୋକ ଜୀବନ ହାରୁଛନ୍ତି। ନା ଔଷଧ, ନା ଭାକ୍ସିନ …। ଏକମାତ୍ର ମାଧ୍ୟମ ହୋଇଛି ସାନିଟାଇଜେସନ ଓ ସୋଶାଲ ଡିଷ୍ଟାନ୍ସ। ନିୟମିତ ସମୟ ବ୍ୟବଧାନରେ ସାବୁନ, ହାଣ୍ଡୱାଶରେ ହାତ ଧୋଇବା, ସାନିଟାଇଜର ଲଗାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତଥାପି ମନରେ ଭୟ ରହୁଛି, କେଉଁଠି ଭାଇରସ ରହିଗଲା କି ? ଏ ନେଇ ଏକ ଖୁସି ଖବର, ଏଣିକି ମେସିନ୍ରେ […]
ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୨ ହଜାର ପହଞ୍ଚିଛି। ମୋଟ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଟପିଗଲାଣି। ତାସହ ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ସବୁଠୁ ଉଦବେଗଜନକ ସ୍ଥିତି ଆମେରିକାରେ । ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯ ଶହ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ମିଚିଗାନ୍, କାଲିଫର୍ଣ୍ଣିଆ, […]
ନୂଆଦଲ୍ଲୀ: ଦେଶରେ ଉଦ୍ବେଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ପାଇଛିା ସେହିଭଳି ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗୁଜରାଟ ଜାମନଗର ଅଞ୍ଚଳରେ କରୋନାରେ ଆକ୍ରାନ୍ତ ୧୪ ମାସ […]
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟାମଲ ଭଳି ଔଷଧ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ସାମୟିକ ଭାବେ ହଟାଇ ଦେଇଛନ୍ତି। କରୋନା ବିରୋଧରେ ହାଇଡ୍ରୋକ୍ଲୋରକୁଇନ ଉପଯୁକ୍ତ ଆଣ୍ଟି ବାଓଟିକ ହୋଇଥିବାରୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏହା ମାଗିଥିଲେ। ସୋମବାର ଭାରତ ସରକାର ସମସ୍ତ ପ୍ରକାରର ମେଡିସିନ୍ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି। ହେଲେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲକୁ କଟକଣା ତାଲିକାଭୁକ୍ତ କରିଛନ୍ତି। ଅନ୍ୟପକ୍ଷେ […]
ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ଡାଉନିଂ ଷ୍ଟ୍ରିଟରେ ଥିବା ସେଣ୍ଟ ଥୋମାସ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବିଗିଡ଼ିଥିଲା। ତେଣୁ ଡାକ୍ତର ଟିମ୍ର ପରାମର୍ଶକ୍ରମେ ତାଙ୍କୁ ଆଇସିୟୁରେ ରଖାଯାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଥିବାରୁ ବୈଦେଶିକ […]
ନୂଆଦିଲ୍ଲୀ:ଦେଶରେ କରୋନା ମୃତ୍ୟୁସଂଖ୍ୟା ଶହେ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି । କେବଳ ଗତକାଲି ୩୦ ଜଣଙ୍କ ଜୀବନ ଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୭୦୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨୮୧ର ପହଞ୍ଚିଛି। କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୩୧୮ ଜଣ ଆରୋଗ୍ୟ ଲାଭ କରିଛନ୍ତି […]
ୱାଶିଂଟନ: ସାରା ବିଶ୍ୱରେ ବଢ଼ିଚାଲିଛି କରୋନା ଜନିତ ସଂଖ୍ୟା । ବିଶେଷ କରି ଆମେରିକା ଏବଂ ସ୍ପେନରେ ଚିନ୍ତାଜନକ ସ୍ଥିତି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୧୨ଶହ ଟପିଛି ମୃତକଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ଲକ୍ଷ ୩୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚିଲାଣି। ସାରା ବିଶ୍ୱରେ ୧୧ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା […]
ବର୍ଲିନ: ପୁରା ଦୁନିଆରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ସମସ୍ତଙ୍କୁ ସୋଶିଆଲ ଡିଷ୍ଟାନ୍ସ ରକ୍ଷା କରିବାକୁ କୁହାଯାଇଛି। ଏକାଧିକ ଲୋକ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି । କାରଣ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ଭୟ ରହିଛି । ହେଲେ ଏପରି ସମୟରେ ବର୍ଲିନର ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଲିନର ଜଣେ ମେୟର ଜାଣି ଜାଣି ନିଜକୁ କରୋନା ସଂକ୍ରମିତ କରିଦେଲେ। ବର୍ଲିନର ଜଣେ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଅନ୍ୟପଟେ ଏପ୍ରିଲ ୧୪ରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଅବଧି ଶେଷ ହେଉଛି। ସୂଚନା ଅନୁସାରେ ସରକାର ସର୍ତ୍ତମୂଳକ ଭାବେ ପ୍ରଥମ ଦଫା ତାଲାବନ୍ଦ ଉଠେଇଦେବେ। କିନ୍ତୁ ମେ ୧୫ ତାରିଖରୁ ଦ୍ୱିତୀୟ ଥର ତାଲାବନ୍ଦ ଘୋଷଣା କରିପାରନ୍ତି। ଯଦଓ ଏ ନେଇ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ତେବେ ଦେଶର ପ୍ରମୁଖ ଗଣମାଧ୍ୟମରେ ଏ ନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଏପ୍ରିଲ ୩ ତାରିଖରେ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକରେ ପ୍ରଥମ କୋରନା ରୋଗୀ ଚିହ୍ନଟ ପରେ ସଂକ୍ରମଣ ନବ୍ୟାପିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ତିନିଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଏରିଆ ଭାବେ ଘୋଷଣା କରିଛି । ଏହି ଅଞ୍ଚଳସବୁ ହେଲା ରାଗୁଡ଼ା, ପାଞ୍ଜିଆ ଓ ଖମାରହଳଦୀ। ସେହିଭଳି ସୋସିଆ, ଆମ୍ବଗୁଡ଼ା ଓ ଘୋଟିଆ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ । ଏସବୁ ଅଞ୍ଚଳରେ କେବଳ ମେଡିକାଲ ଏମର୍ଜେନ୍ସିକୁ ବାଦ ଦେଇ କୌଣସି ସରକାରୀ […]
ନୂଆଦିଲ୍ଲୀ:ଦେଶରେ ୧୦୯ଜଣଙ୍କ ମୁଣ୍ଡ ନେଲା କରୋନା। ଆଜି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଛି। ଏଥି ସହ ଦେଶରେ ମୋଟ୍ ୪ ହଜାର ୬୭ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ହଜାର ୬ଶହ ୬୬ ଚିକିତ୍ସାଧୀନ ଅଛନ୍ତି। ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୨୯୧ଡିସ୍ଚାର୍ଜ ହେଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କେରଳ, ଉତ୍ତର […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଭିତରୁ କେବଳ ବମିଖାଲରୁ ୧୫ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ଭୁବନେଶ୍ୱରର ସୂର୍ଯ୍ୟନଗରରେ ପ୍ରଥମ […]