• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

home
ରାଜ୍ୟରେ ଲକ୍‌ଡାଉନ୍‌ ନିୟମ କୋହଳ ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ବିରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୨୬୫କୁ ବୃଦ୍ଧି ପାଇଛି। ୧୪ ହଜାର ୧୭୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ହଜାର ୫୪୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪ ହଜାର ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ୨ ହଜାର ୩ ଜଣ ଆକ୍ରାନ୍ତ ଥିବା ବେଳେ, […]

  • Wednesday, 14 July 2021
corona cases
କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ମୃତ୍ୟୁ ହାରକୁ ନେଇ ଚିନ୍ତା ବଢ଼ାଇଛି ୬ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଧୀରେ ଧୀରେ ତଳମୁହାଁ ହେଉଛି। କିଛିଦିନ ହେବ ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ୍ ସୂଚନା ଦେଇଛନ୍ତି। ମେ ୧୦ରେ ପଜିଟିଭିଟି ହାର ୨୪% ଥିଲା, ଆଜି ଖସି ତାହା ୧୨.୪୫% ରହିଛି। ଗତ ୧୨ ଦିନ ହେଲାଣି ପଜିଟିଭିଟି ହାର ୨୦ % ତଳେ ରହିଛି। ଓଡ଼ିଶାର ୨୮ଟି ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ […]

  • Wednesday, 14 July 2021
sealed
ସୀମା ସିଲ୍‌ ସତ୍ତ୍ୱେ ପଶ୍ଚିମବଙ୍ଗରୁ କେମିତି ଆସିଲେ ଶ୍ରମିକ?

ଭୁବନେଶ୍ୱର: ଓଡ଼ିଶାରେ ଆଜି ନୂଆ ୧୩ ପଜିଟିଭଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏମାନଙ୍କ ଭିତରୁ ମୋଟ୍ ୨୪ ଜଣ ଅର୍ଥାତ୍ ପ୍ରାୟ ଏକ ତୃତୀୟାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍। ଏମାନେ ହୁଏତ ପଶ୍ଚିମବଙ୍ଗରୁ ଫେରିଛନ୍ତି କିମ୍ବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେ ଭିତରୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର […]

  • Wednesday, 14 July 2021
featured
ଖୋର୍ଦ୍ଧା ପରେ ଆଉ ୨ ଜିଲ୍ଲାରେ ନିଦ ହଜାଇଲା 'କରୋନା'

ଭୁବନେଶ୍ୱର: ରାଜ୍ୟରେ ଥମିଯାଇଥିବା କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲା। ୨୪ ଘଣ୍ଟାରେ ୧୩ କରୋନା ରୋଗୀଙ୍କ ଚିହ୍ନଟ ପରେ ୭୪ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ସକାଳେ ୭, ଅପରାହ୍ନରେ ୬  ଗୋଟିଏ ଦିନରେ ରାଜ୍ୟରୁ ୧୩ ନୂଆ କରୋନା ରୋଗୀ ଚିହ୍ନଟର ଖବର। ଏବେ ନିଦ ହଜାଇଲାଣି ଭଦ୍ରକ ଓ ଯାଜପୁରରେ ସଂକ୍ରମଣର ସ୍ଥିତି। ଭଦ୍ରକରେ ୩ ଆକ୍ରାନ୍ତ ଚିହ୍ନଟ ହେବାର ପାଖାପାଖି ୧୬ ଦିନ ପରେ ଆଜି ଆଉ ୫ ଜଣଙ୍କ ଠାରେ ଠାବ […]

  • Wednesday, 14 July 2021
doctors
ଦେଶରେ କରୋନାର ଦ୍ଵିତୀୟ ଲହର ନେଲାଣି ୪୦୦ରୁ ଅଧିକ ଡାକ୍ତରଙ୍କ ଜୀବନ, ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୪,୧୯୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା କବଳରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାନ୍ତି। କରୋନା କବଳରେ ପଡ଼ି ଡାକ୍ତରମାନେ ମଧ୍ୟ ଜୀବନ ହରାଇବାରେ ଲାଗିଛନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। […]

covid
ରାଉଲକେଲାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବିଶ୍ରାରେ ବଢ଼ିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଅବଧି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୩ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଅବଧି ବଢାଇଛି ଜିଲ୍ଲା ପ୍ରଶାସନ।  ରାଉରକେଲାର ବିଶ୍ରାରେ କଣ୍ଟେନମେଣ୍ଟ୍‌ ଜୋନ ଅବଧି ଆଉ ୪୮ ବଢ଼ିଛି। ପଞ୍ଚମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏପରିକି ପ୍ରତିଦିନ ଉକ୍ତ ଅଞ୍ଚଳକୁ ପ୍ରତିଦିନ ସାନିଟାଇଜ୍ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। Second Update On Positive Cases, 20th April, 2020 […]

  • Wednesday, 14 July 2021
odisha-corona
କରୋନା ମୁକାବିଲା ନେଇ ଓଡ଼ିଶାକୁ ପୁଣି ପ୍ରଶଂସା

ନୂଆଦିଲ୍ଲୀ: କରୋନା ସ୍ଥିତି ମୁକାବିଲା ନେଇ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଶଂସା। ଓଡ଼ିଶା ଓ କେରଳକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ଲକ୍‌ଡାଉନ ପୂର୍ବରୁ ଦେଶରେ ପ୍ରତି ୩. ୪ ଦିନରେ କେସ୍ ଦ୍ୱିଗୁଣିତ ହେଉଥିଲା। ଲକଡାଉନ୍ ପରେ ଏବେ ପ୍ରତି ୭. ୫ ଦିନରେ ମାମଲା ଦୁଇ ଗୁଣା ହେଉଛି। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ୱିଗୁଣିତ ହାର ଜାତୀୟ ହାର ଠାରୁ କମ ରହିଛି। ଓଡ଼ିଶା ଓ କେରଳରେ […]

  • Wednesday, 14 July 2021
caring of covid patient
ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଆଡଭାଇଜରି ମଧ୍ୟ ଜାରି ହୋଇଛି। ଦୁର୍ବଳ,  ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣ ଲୋକ ଇତ୍ୟାଦିଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ରାଜ୍ୟର ମୁଖ୍ୟ […]

pic
କରୋନା କବଳରେ ଗଣମାଧ୍ୟମ ପ୍ରତିନିଧି, ମୁମ୍ବାଇରେ ୫୩ ସାମ୍ବାଦିକ ଆକ୍ରାନ୍ତ

ମୁମ୍ବାଇ: ମୁମ୍ବାଇରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସରବରାହ ସଂସ୍ଥାରୁ ଜଣାପଡିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍‌ସ୍ପଟ୍‌ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏପରିକି ଏହି ସଂଖ୍ୟା ପରେ ବୃଦ୍ଧି ପାଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଶିବସେନା ନେତା ଏବଂ ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍‌ର ସ୍ୱାସ୍ଥ୍ୟ […]

  • Wednesday, 14 July 2021
wb
ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ଦିନରେ  ଓଡ଼ିଶାରେ ୧୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁଣି ଚିନ୍ତା ବଢ଼ାଇଛି। ଭଦ୍ରକ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଟ୍ରାଭେଲ୍ ହିଷ୍ଟ୍ରି ରହିଛି। ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ। ତେଣୁ ଗତ ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାରଙ୍କୁ ନିଜ ଆଡ଼ୁ ସୂଚନା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। 10 persons of Bhadrak and Jajpur districts […]

  • Wednesday, 14 July 2021
ugc2
ଲକ୍‌ଡାଉନ୍ ସତ୍ତ୍ୱେ ଖୋଲିବ ବିଶ୍ୱବିଦ୍ୟାଳୟ, ସର୍ତ୍ତ ଅନୁସାରେ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକଡାଉନ୍‌ ସତ୍ତ୍ୱେ ଖୋଲିବ ବିଶ୍ୱବିଦ୍ୟାଳୟ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଖୋଲିବ। ତେବେ କିଛି କଟକଣା ସହ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ କୁଳପତିମାନଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ। ଏହି ନିର୍ଦ୍ଦେଶ ଅନୁସାରେ, ବିଶ୍ୱବିଦ୍ୟାଳୟ ଖୋଲିଲେ ବି ଛାତ୍ରଛାତ୍ରୀ ଆସିବେନାହିଁ। ଥିଓରୀ ଓ ପ୍ରାକ୍ଟିକାଲ କ୍ଲାସ ସିଧାସଳଖ ହେବନି। ତେବେ ଅନଲାଇନ କ୍ଲାସ୍ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଚାଲିବ। କୌଣସି ଥିଓରୀ କିମ୍ବା ପ୍ରାକ୍ଟିକାଲ୍ ପରୀକ୍ଷା […]

  • Wednesday, 14 July 2021
Telangana Teacher
କରୋନାରେ ଚାଲିଗଲା ନିର୍ବାଚନୀ ଡ୍ୟୁଟି କରିଥିବା ଶିକ୍ଷୟିତ୍ରୀଙ୍କ ଜୀବନ

ହାଇଦ୍ରାବାଦ: ତେଲେଙ୍ଗାନର ଏକ ପ୍ରାଇମେରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏପ୍ରିଲ ୧୭ରେ ତେଲେଙ୍ଗାନାର ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନରେ ସେ ନିର୍ବାଚନୀ ଡ୍ୟୁଟିରେ ଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ମହାମାରୀ କରୋନାରେ ଚାଲି ଯାଇଥିଲା ତାଙ୍କ ଜୀବନ। ତାଙ୍କର ୮ ବର୍ଷର ଜଣେ ଝିଅ ଅଛି। ଏପ୍ରିଲ ୨୦ରେ ଶିକ୍ଷୟିତ୍ରୀ ସନ୍ଧ୍ୟାଙ୍କୁ ଜ୍ୱର ଆସିଥିଲା। ଏହାପରେ ସେ କରୋନା ଟେଷ୍ଟ କରାଇଥିଲେ ଓ ରିପୋର୍ଟ ପଜିଟିଭ ଆସିଥିଲା। ସପ୍ତାହକ […]

  • Wednesday, 14 July 2021
rapid
ଆଉ ୬ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୭୪ରେ ପହଞ୍ଚିଲା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଧିମା ପଡ଼ିଥିବାବେଳେ ଗୋଟିଏ ଦିନରେ ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପୁଣି ଚିନ୍ତା ବଢ଼ାଇଛି। ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘର ସ୍ୱାସ୍ଥ୍ୟ ବିଭାଗ ଜଣାଇ ନଥିବାବେଳେ ମ୍ୟାପ୍ ତଥ୍ୟ ଅନୁସାରେ ଜଣେ ସୁନ୍ଦରଗଡ଼ର ହୋଇଥିବାବେଳେ ଅନ୍ୟ ୫ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଆଜି ସକାଳେ […]

  • Wednesday, 14 July 2021
covid warrior
ଗଛ ତଳେ ରାତି କାଟିଲେ କରୋନା ସମ୍ମୁଖ ଯୋଦ୍ଧା

ପଦ୍ମପୁର(ବରଗଡ଼): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହିଁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା, ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ବସି ସମୟ କାଟିଲେ ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ। ବରଗଡ଼ ଜିଲ୍ଲା ପଦ୍ମପୁରରୁ ଏହି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ଅଏଁଲାଭଟା ଗାଁର ଜଣେ ଅଙ୍ଗନଓ୍ୱାଡ଼ି […]

  • Wednesday, 14 July 2021
pack
ସିପି କହିଲେ, କେତେ କର୍ମଚାରୀରେ ଚାଲିବ ଅଫିସ୍

ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ଆଇଟି କଂପାନୀମାନେ କେତେ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ ସେନେଇ ଟ୍ୱିଟ୍ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।  ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ରାଙ୍କର ଉପରେ ଥିବା ସମସ୍ତ ଅଧିକାରୀ ଅଫିସ୍ ଆସିପାରିବେ ଏବଂ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ରହିବ ବୋଲି ସିପି ସୂଚନା ଦେଇଛନ୍ତି। ସେମାନେ ପରିଚୟ ପତ୍ର ଦେଖାଇ ଅଫିସ୍ ଯାଇପାରିବେ ଏବଂ […]

  • Wednesday, 14 July 2021
signal
ଆମେରିକା ଓ ଇଟାଲୀ ପରେ ୟୁରୋପୀୟ ଦେଶକୁ କାୟା ବିସ୍ତାର କରୁଛି କରୋନା

ନ୍ୟୁୟର୍କ: କରୋନା କବଳରେ ସାରା ବିଶ୍ୱ। ୨୧୦ ଦେଶରେ ୨୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଯାଏଁ ଏହି ମହାମାରୀରେ ଗଲାଣି ଲକ୍ଷେ ୬୧ ହଜାରରୁ ଅଧିକ ଜୀବନ। କୋଭିଡ ୧୯ ମହାମାରୀରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୮ ହଜାର ଟପିଥିବା ବେଳେ ୩୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆକ୍ରାନ୍ତ ସଂଖ୍ୟାରେ ସ୍ପେନ୍ ଦ୍ୱିତୀୟରେ ଥିବା ବେଳେ […]

  • Wednesday, 14 July 2021
task
କରୋନା ପ୍ରତିଷେଧକ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ

ନୂଆଦିଲ୍ଲୀ: କୋଭିଡ୍ ଭ୍ୟାକ୍ସିନ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କଲେ କେନ୍ଦ୍ର ସରକାର।  ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ନୀତି ଆୟୋଗ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ନେତୃତ୍ୱରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ। […]

  • Wednesday, 14 July 2021
covid test-1
ଏଣିକି ଘରେ ରହି କରିପାରିବେ କରୋନା ଟେଷ୍ଟ, ହେଲେ ମାନିବାକୁ ପଡ଼ିବ ଏସବୁ ଗାଇଡଲାଇନ...

ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିପାରୁନି। ଲଗାତାର କିଛିଦିନ ଧରି ଦେଶରେ ପ୍ରତିଦିନ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏହାଛଡା ଲୋକମାନେ କରୋନା ଟେଷ୍ଟ କରାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅଧିକ ସଂକ୍ରମିତ ଚିହ୍ନଟ ସହ ଟେଷ୍ଟ ରିପୋର୍ଟ ଆସିବାରେ ମଧ୍ୟ ବିଳମ୍ବ ହେଉଥିବା ନଜର ଆସୁଛି। ଏସବୁ ଭିତରେ ICMR(Indian Council of […]

  • Wednesday, 14 July 2021
h
ଆଇନ୍‌ ଭାଙ୍ଗିଲେ ପୋଲିସ ବାବୁ, କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ପଶିଲେ ପୂରା ପରିବାର

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଜଣେ ପୋଲିସ ଅଧିକାରୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କଟକଣା ଭାଙ୍ଗି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ମିଳିଛି। ସେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପଶିଥିଲେ। ଏନେଇ ସିଂହଦ୍ୱାର ଥାନାରେ ଜଣେ ହାବିଲଦାରଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଛି। ଭକ୍ତଙ୍କ ପ୍ରବେଶ କଟକଣା ସତ୍ତ୍ୱେ ଦର୍ଶନ […]

  • Wednesday, 14 July 2021
super-sprader
ବିଶେଷଜ୍ଞଙ୍କ ମତ, ଆତ୍ମଗୋପନ କରିଥାଇପାରନ୍ତି ସୁପରସ୍ପ୍ରେଡର!

ଭୁବନେଶ୍ୱର: ବିଶ୍ୱକୁ ଘାରିଛି ମହାମାରୀ କରୋନା ଚିନ୍ତା। ସାଂଘାତିକ ସ୍ଥିତିରେ ପହଞ୍ଚିଛି କୋଭିଡ୍-୧୯ ସଂକ୍ରମଣ ହାର। ଚୀନ୍ ପରେ ପରେ ଆମେରିକା, ଇଟାଲୀ, ସ୍ପେନ୍, ଫ୍ରାନ୍ସ ଆଦି ଅନେକ ଶକ୍ତିଶାଳୀ ରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା ଭାଇରସ୍। ଆଉ ସେହି ଭୟଙ୍କର ଭାଇରସର ବାହକ ସାଜି ବିପଦ ସୃଷ୍ଟି କରିଛନ୍ତି ଜଣେ ଜଣେ ସୁପର ସ୍ପ୍ରେଡର୍। କରୋନାର କରାଳ କାୟା ଭିତରେ ଚିନ୍ତା ବଢ଼ାଉଛନ୍ତି ସୁପର୍ ସ୍ପ୍ରେଡର। ନିଜେ ଆକ୍ରାନ୍ତ ହୋଇ ଅନ୍ୟକୁ ବାଣ୍ଟି ଚାଲିଛନ୍ତି […]

  • Wednesday, 14 July 2021
bhdrak
ଭଦ୍ରକରେ ଲକ୍‌ଡାଉନ୍ କୋହଳ, ସନ୍ଧ୍ୟା ଯାଏ ଖୋଲିବ ଦୋକାନ

ଭଦ୍ରକ: କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ରୋଗୀ ଚିହ୍ନଟ ସହ ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩ରୁ କଟକଣା ପ୍ରତ୍ୟାହାର କରାଯାଇଛି। ତେବେ ଏସବୁ ଅଞ୍ଚଳରେ ଲକଡାଉନ ନିୟମ ପୂର୍ବଭଳି ଚାଲୁ ରହିବ। ଏଥିସହ ବିଭିନ୍ନ ଦୋକାନ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ପନିପରିବା ଦୋକାନ ଭଦ୍ରକ ମ୍ୟୁନିସିପାଲିଟି ଓ ଏରେଇଁ ଗ୍ରାମପଞ୍ଚାୟତରେ ଅପରାହ୍ଣ ୧ଟା ଯାଏ ଏବଂ ଭଦ୍ରକ ଜିଲ୍ଲାର ଅନ୍ୟ ସମସ୍ତ ସ୍ଥାନରେ […]

  • Wednesday, 14 July 2021
vil2
କରୋନା ମୁକାବିଲାରେ ଗୁଣ୍ଡୁଚି ମୂଷା ସାଜିଲେ ଗାଁଲୋକେ

ସମ୍ବଲପୁର: ସାରା ଦେଶ ଏବେ ସଙ୍କଟ ଦେଇ ଗତି କରୁଛି। ଗରିବ ଓ ଅସହାୟଙ୍କ ପାଇଁ ଅର୍ଥର ଆବଶ୍ୟକ ରହିଛି। କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଲେ ଗ୍ରାମବାସୀ। ଘରକୁ ଘର ବୁଲି ୨୫ ହଜାର ୧୬୮ ଟଙ୍କା ସଂଗ୍ରହ କରି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପଠାଇଛନ୍ତି। ଏଭଳି ନିଆରା ପ୍ରୟାସ କରିଛନ୍ତି ସମ୍ବଲପୁର ଜିଲ୍ଲା ଡଙ୍ଗାପାଲ ଗାଁର ଲୋକେ। ଗୁଣ୍ଡୁଚି ମୂଷା ତୁଲ୍ୟ ଏମାନଙ୍କ ଏହି ସହଯୋଗ ଉଦାହରଣ ପାଲଟିଛି ଅଂଚଳରେ। ଛୋଟରୁ ବଡ଼, […]

  • Wednesday, 14 July 2021
upsc
କେବେ ହେବ UPSC ଓ SSC ପରୀକ୍ଷା, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ୍‌ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ପରୀକ୍ଷା ସ୍ଥଗିତ ରହିଛି। UPSC ଓ SSC କେବେ ପରୀକ୍ଷା ହେବ, ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମେ ୩ ପରେ ହେବ UPSC ଓ SSC ପରୀକ୍ଷା ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଲକଡାଉନ୍ ଉଠିବା ପରେ ହିଁ ପରୀକ୍ଷା ହେବ। ଏନେଇ ଆବଶ୍ୟକ ସମୟ ସମସ୍ତ ଆଶାୟୀଙ୍କୁ ଦିଆଯିବ। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ। […]

  • Wednesday, 14 July 2021
cm-sir
ନବୀନଙ୍କୁ ମର୍ମାହତ କଲା ଏହି ଘଟଣା, ନିଜକୁ ଦୁଃଖିତ ମନେକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ତଥା ରାଜ୍ୟ ବାହାରେ ଫସି ରହିଥିବା ରାଜ୍ୟର ତଥା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସମସ୍ୟା ନେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଶ୍ରମିକ ରହିଯାଇଛନ୍ତି। ଓଡ଼ିଶାରେ ରହି ଯାଇଥିବା ଶ୍ରମିକମାନଙ୍କ ଆମେ ଯତ୍ନ ନେଉଛୁ। ବାହାର ରାଜ୍ୟରେ ବି ଲକ୍ଷ […]

  • Wednesday, 14 July 2021
cm
ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା, ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟାଇନ୍‌ରେ ରହିଲେ ମିଳିବ ଟଙ୍କା

ଭୁବନେଶ୍ୱର:  ଗାଁ କରୋନା ସ୍ଥିତିକୁ ତଦାରଖ କରିବା ପାଇଁ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବେ। ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ। କ୍ୱାରେଣ୍ଟାଇନ୍ ଅବଧି ସରିଲେ ୨ ହଜାର ଟଙ୍କା ସହାୟତା ମିଳିବ। ଠିକରେ କାର୍ଯ୍ୟକାରୀ କରିବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ସଂପୃକ୍ତ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ […]

  • Wednesday, 14 July 2021