ଭୁବନେଶ୍ୱର: ସୁରତରୁ ଫେରିଲେ ପ୍ରବାସୀ ଓଡ଼ିଆ। ଖୋର୍ଦ୍ଧା ବାଣପୁର ଓ ଚିଲିକା ବ୍ଲକ୍ର ୫୬ ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ବସ୍ ଯୋଗେ ଆସି ଗାଁରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ବାଣପୁର ବ୍ଲକ୍ର ୪୭ ଜଣ ଥିବା ବେଳେ ଚିଲିକା ବ୍ଲକ୍ର ୯ ଜଣ ଅଛନ୍ତି। ସୁରତରୁ ଫେରିବା ପରେ ସମସ୍ତଙ୍କୁ ବିଭିନ୍ନ ପଞ୍ଚାୟତରେ ସରକାରୀ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସୁରତରୁ ୨୩ ଜଣ ପ୍ରବାସୀ ଓଡ଼ିଆ […]
ରାଉଲକେଲା: ରାଉରକେଲା ଷ୍ଟେସନରେ ଶ୍ରମିକଙ୍କୁ ନେଇ ଫେରୁଥିବା ସ୍ୱତନ୍ତ୍ର ଟ୍ରେନ୍ ନ ଅଟକିବାରୁ ଟ୍ରେନ୍ରୁ ଡେଇଁଲେ ଯୁବକ। ରାଉରକେଲା ଷ୍ଟେସନଠାରୁ ୭ କିଲୋମିଟର ଦୂର ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଯୁବକ ଜଣକ ଟ୍ରେନ୍ରୁ ଡେଇଁପଡ଼ିଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଶୁକ୍ରୁ ଗୌଡ଼। ତାଙ୍କ ଘର ରାଉରକେଲା ରାଜଗାଙ୍ଗପୁରରେ। ସେ ଜଣେ କାର୍ ଡ୍ରାଇଭର। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ତାଙ୍କ ମାଲିକଙ୍କୁ ମାର୍ଚ୍ଚ ୨୩ ତାରିଖରେ ରାଜସ୍ଥାନ ନେଇ ଯାଇଥିଲେ। […]
ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ ଭାରତୀୟ ତିନି ସେନା। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଆସନ୍ତାକାଲି ଅର୍ଥାତ ମେ ୩ ତାରିଖରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଉତ୍ତରରେ ଶ୍ରୀନଗରରୁ ଆରମ୍ଭ କରି ଦକ୍ଷିଣର ଥିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ […]
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ହଜାର ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି। ତେବେ କରୋନା ସଂକ୍ରମଣକୁ ଆଶଙ୍କା କରି ରାଜ୍ୟ ସରକାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ୧୨ଟି ଚେକ୍ ପଏଣ୍ଟ ସ୍ଥାପନ କରିଛନ୍ତି। ଏହାସହ ରାଜ୍ୟ ଏସ୍ଆରସି(ସ୍ୱତନ୍ତ୍ର ରିଲିଫ କମିଶନର୍) ପକ୍ଷରୁ ଗାଇଡ୍ଲାଇନ୍ ତଥା ଏସ୍ଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର) ଜାରି ହୋଇଛି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ କେବଳ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଏହି ୧୨ଟି ବର୍ଡର ଚେକ୍ ପଏଣ୍ଟ ଦେଇ ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ। ରାଜ୍ୟର ସୀମାବର୍ତ୍ତୀ […]
ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଖକୁ ମିଡିଆ ଯିବା ମନା। ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା। ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ପ୍ରବାସ ଫେରନ୍ତାଙ୍କ ପହଞ୍ଚିବା ସ୍ଥଳକୁ ଯିବା ପାଇଁ ମିଡିଆକୁ ବାରଣ କରାଯାଇଛି। ରେଳ ଷ୍ଟେସନ କିମ୍ବା ଚେକ୍ ପଏଣ୍ଟ ସହିତ କ୍ୱାରେଣ୍ଟିନ ଓ ଆଇସୋଲେସନ କେନ୍ଦ୍ରକୁ ଯିବା ପାଇଁ ମଧ୍ୟ ମିଡିଆକୁ ବାରଣ କରାଯାଇଛି। ମିଡିଆ କର୍ମୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ସମ୍ଭାବ୍ୟ ସଂକ୍ରମଣ […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୪୧୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ଏଥି ସହିତ ସମୁଦାୟ ସଂକ୍ରମଣ ସଂଖ୍ୟା ୩୭ ହଜାର ୭୭୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୧୨ଶହ ୨୩ରେ ପହଞ୍ଚିଛି। ଏଯାଏଁ ୧୦ ହଜାର ୧୮ ଜଣ ସୁସ୍ଥ ହେବା ସହ ଏବେ ୨୬ ହଜାର ୫୩୫ ଆକ୍ଟିଭ କେସ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ […]
ସୁରତ: ସୁରତରୁ ଘରକୁ ଫେରିବା ପାଇଁ ହଜାର ହଜାର ପ୍ରବାସୀ ଓଡ଼ିଆ ଅପେକ୍ଷାରତ। କିଏ ବସ୍ରେ ଫେରିବାକୁ ଅପେକ୍ଷା କରି ରହିଛନ୍ତି ତ ଆଉ କିଏ ଟ୍ରେନ୍ରେ। ଏ ହେଉଛି ଅପେକ୍ଷା ବେଳର ଦୃଶ୍ୟା ଲମ୍ବା ଲାଇନ୍ ଲଗାଇ ଛିଡ଼ା ହୋଇଛନ୍ତି ସମସ୍ତେ। ସୁରତ ପାଣ୍ଡେସରା ସ୍ଥିତ ବନ୍ଦୋଡ୍ ଇଲାକାର ଏ ହେଉଛି ଏକ ସେତେବେଳର ଫଟୋ। ଯେଉଁଠି ଲୋକେ ସାମାଜିକ ଦୂରତ୍ୱ ମାନି ନିଜ ନିଜ ବସ୍କୁ ଅପେକ୍ଷା କରି ରହିଛନ୍ତି। ଅବଶ୍ୟ ଏମାନଙ୍କ ମଧ୍ୟରେ […]
ରାୟଗଡା: ଗ୍ରାମାଞ୍ଚଳ ପରେ ଏବେ ରାୟଗଡ଼ା ସହରରେ କାୟା ମେଲାଉଛି ଡେଙ୍ଗୁ। ଡେଙ୍ଗୁର ହଟସ୍ପଟ ପାଲଟିଥିବା ମୁନିଗୁଡା ଟିକରପଡାରେ ୪୪ ଡେଙ୍ଗୁ ପଜିଟିଭ ବାହାରିବା ପରେ ଏବେ ସହରର ୪ ଓ ୫ ନମ୍ବର ୱାର୍ଡରେ ଦେଖାଦେଇଛି ଡେଙ୍ଗୁ ଆତଙ୍କ। ହରିଜନ ସାହି, ମାରୁତି କଲୋନୀ, ଝୋଡିଆ ସାହି, ମେହେନ୍ତର ସାହି, ମେଦିରି ସାହି ଭଳି ଅଞ୍ଚଳରେ ବ୍ୟାପୁଛି ଡେଙ୍ଗୁ। ଏସବୁ ଅଞ୍ଚଳରେ ୩ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। […]
ଭୁବନେଶ୍ୱର: କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବା ପାଇଁ ନାଲକୋ ଫାଉଣ୍ଡେସନର ଉଦ୍ୟମ। ଭୁବନେଶ୍ୱରର ବିଭିନ୍ନ ଛକମାନଙ୍କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ୧୫୦୦ ରନ୍ଧା ଖାଦ୍ୟ ପ୍ୟାକେଟ୍ ନାଲକୋ ପକ୍ଷରୁ ବଣ୍ଟନ କରାଯାଇଛି। ଏନେଇ ୧୨୦ ବାଟାଲିଅନ୍ ଛକ, ନାଲକୋ ଛକ, ଡମଣା ଆଦି ସ୍ଥାନ ମାନଙ୍କରେ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ସସ୍ମିତା ପାତ୍ର, ସଂପାଦିକା ପ୍ରତିଭା ମିଶ୍ରଙ୍କ ସମେତ ନାଲକୋ ଫାଉଣ୍ଡେସନର ଅନ୍ୟ ଅଧିକାରୀମାନେ ପୋଲିସ କର୍ମୀଙ୍କୁ ଖାଦ୍ୟ ପ୍ୟାକେଟ୍ ଦେଇଛନ୍ତି। […]
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାର କଟିକଟା ଅଞ୍ଚଳ ହୋଇଛି ରାଜ୍ୟର ନୂଆ ହଟସ୍ପଟ୍। ଏନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ଯାଜପୁରରେ ଗତ କିଛି ଦିନ ଧରି ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି କଟିକଟା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ସକାଳେ ୭ଟା, ଅପରାହ୍ଣରେ ଜଣଙ୍କୁ ମିଶାଇ ଦିନକରେ […]
ଭୁବନେଶ୍ୱର: ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ହୋଇଥିବା ଜଣାପଡିଛି। ସକାଳେ ୭ଟା, ଅପରାହ୍ଣରେ ଜଣଙ୍କୁ ମିଶାଇ ଦିନକରେ ୮ଜଣ ଚିହ୍ନଟ ହେଲେଣି। ଏପର୍ଯ୍ୟନ୍ତ କେବଳ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ତେବେ ଯାଜପୁର ସମେତ ଭଦ୍ରକ ଓ ବାଲେଶ୍ୱରକୁ ରେଡ୍ ଜୋନ୍ରେ ରଖାଯାଇଛି। ସେହିପରି କଟିକଟା ଅଞ୍ଚଳକୁ ହଟ୍ସ୍ପଟ୍ ଭାବେ ଚିତ୍ରଣ କରାଯାଇଛି।
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଫେକ୍ ନ୍ୟୁଜ ଛାଡିବା ଅଭିଯୋଗରେ ୨ ଯୁବକଙ୍କୁ ଅଟକ ରଖିଛି ବରଗଡ଼ ପୋଲିସ। ସେମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି। OTVର ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍ ଲଗାଇ ସୋସିଆଲ ମିଡିଆରେ ଫେକ୍ନ୍ୟୁଜ ଅପଲୋଡ କରାଯାଇଥିଲା। ଫେକ୍ ଗ୍ରାଫିକ୍ସ ପ୍ଲେଟ୍ରେ ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା ଲେଖା ରହିଥିଲା। ବରଗଡ଼ ପୋଲିସ୍ ନିକଟରେ ଏନେଇ ମାମଲା ହେବା ପରେ ୨ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। […]
ଭୁବନେଶ୍ୱର: ସାରା ଦେଶରେ ଲକଡାଉନ ଅବଧି ଆଉ ୨ ସପ୍ତାହ ବୃଦ୍ଧି କରିବା ପାଇଁ ଗତକାଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉଚିତ୍ ପଦକ୍ଷେପ ନା ନାହିଁ ସେନେଇ ଓଟିଭିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜନମତ ସର୍ଭେ କରାଯାଇଛି। ଏଯାଏ ମିଳିଥିବା ଲୋକଙ୍କ ମତାମତ ଅନୁଯାୟୀ ଅଧିକାଂଶ ଲକଡାଉନ ବୃଦ୍ଧି ସପକ୍ଷରେ ଅଛନ୍ତି। ଫେସବୁକ୍ରେ ହୋଇଥିବା ସର୍ଭେରେ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ନିଜ ମତ ଦେଇଥିବା ବେଳେ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକଡାଉନ୍ରେ କର୍ଣ୍ଣାଟକରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ବିଭିନ୍ନ ସମସ୍ୟା ନେଇ ନବୀନ ଭିଡିଓ କନ୍ଫରେନ୍ସିଂରେ ୟେଦୁରପ୍ପାଙ୍କ ସହ କଥା ହୋଇଛନ୍ତି। କର୍ଣ୍ଣାଟକରେ ଥିବା ପ୍ରବାସୀ ଓଡ଼ିଆଙ୍କର ଯେପରି କୌଣସି ଅସୁବିଧା ନହୁଏ ଏବଂ ସେମାନେ କିପରି ଓଡ଼ିଶା ଫେରିପାରିବେ, ସେନେଇ ବ୍ୟବସ୍ଥା କରିବାକୁ ନବୀନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
ଭୁବନେଶ୍ୱର: ଓଡ଼ିଶାରେ ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦୁଇଗୁଣରୁ ଅଧିକ ବୃଦ୍ଧି। ଏପ୍ରିଲ୍ ୧୮ରେ ମାତ୍ର ୬୧ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ଆଜି ଦିନରେ ଏହି ସଂଖ୍ୟା ୧୪୯ରେ ପହଞ୍ଚିଛି। ଆଉ ଏଇ ସଂଖ୍ୟାବୃଦ୍ଧିରେ ପଶ୍ଚିମବଙ୍ଗର ସବୁଠୁ ବଡ଼ ଭୂମିକାକୁ ନେଇ ଚିନ୍ତା। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ଭିତରୁ ୫୦ ପ୍ରତିଶତଙ୍କର ରହିଛି ବଙ୍ଗ ଲିଙ୍କ। ତେବେ ବଡ଼ କଥା ହେଉଛି, ସେଇ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କରୋନା ତଥ୍ୟ ଲୁଚାଉଥିବାର ସାଂଘାତିକ ଅଭିଯୋଗ ଆଣି […]
ନୂଆଦିଲ୍ଲୀ: ଦେଶର କରୋନା ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଲାଗି ସମ୍ମାନ ପ୍ରଦର୍ଶନ କରିବାକୁ ତିନି ସେନା ବାହିନୀ ପକ୍ଷରୁ କରାଯିବ ଭବ୍ୟ ଆୟୋଜନ। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବିଭିନ୍ନ ପ୍ରକାରର ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗରରୁ ଦକ୍ଷିଣର ତିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଏକ […]
ନୂଆଦିଲ୍ଲୀ: କରୋନା ମୁକାବିଲାକୁ ଆଖି ଆଗରେ ରଖି ଆଉ ୨ ସପ୍ତାହ ଲକ୍ଡାଉନ୍ ବୃଦ୍ଧି କରାଯାଇଛି। ଏଥିଲାଗି ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନ୍ କରାଯାଇଛି। ଅରେଞ୍ଜ ଜୋନ୍ରେ ରେଡ୍ ଜୋନ ପାଇଁ ଅନୁମତି ମିଳିଥିବା ସମସ୍ତ କାର୍ଯ୍ୟକଳାପ ଚାଲିବ। ଏଥିସହ ଅରେଞ୍ଜ୍ ଜୋନ୍ରେ ଟ୍ୟାକ୍ସି ଓ ଅନ୍ଲାଇନ କ୍ୟାବ୍ ସେବା ପାଇଁ ଅନୁମତି ମିଳିଛି। ତେବେ କାରରେ ଡ୍ରାଇଭର୍ଙ୍କ ସହ କେବଳ ଜଣେ ଯାତ୍ରୀ ଯିବାକୁ ଅନୁମତି ମିଳିବ। ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ପାଇଁ ଅନ୍ୟ ଜିଲ୍ଲାକୁ ଗାଡ଼ି […]
ଭୁବନେଶ୍ୱର: ଗ୍ରୀନ୍ ଜୋନ୍ ପାଇଁ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ପୁରା ଦେଶରେ ଲାଗୁ କିଛି କଟକଣା ବଳବତ୍ତର ରହିବ। ଯେପରିକି ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍ ଆଦି ଖୋଲିବ ନାହିଁ। ସେହିପରି ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଓ ଅନ୍ୟ ପ୍ରକାରର ମେଳି ଉପରେ ପୂର୍ବବତ କଟକଣା ଜାରି ରହିବ। ଧାର୍ମିକ ସ୍ଥାନରେ ଜନସାଧାରଣଙ୍କ ପ୍ରବେଶ ଓ ପୂଜାର୍ଜନା ବନ୍ଦ ରହିବ। ତେବେ ମଦ ଓ […]
ନୂଆଦିଲ୍ଲୀ: ଦେଶରେ ଆଉ ୨ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ ଅର୍ଥାତ୍ ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଗୃହ ବିଭାଗ ଏହି ନିଷ୍ପତ୍ତି ନେଇଛି। ଲକଡାଉନ୍ ବୃଦ୍ଧି ସହ ନୂଆ ଗାଇଡଲାଇନ ଘୋଷଣା କରିଛି ଗୃହ ମନ୍ତ୍ରାଳୟ। ରେଡ ଜୋନ ୧-ଗ୍ରାମାଞ୍ଚଳରେ ଥିବା ସମସ୍ତ ନିର୍ମାଣ ଓ ଶିଳ୍ପ କାମ ଯଥା ଏମଜିନରେଗା, ଖାଦ୍ୟ ଉତ୍ପାଦନ ଓ ଇଟା ଭାବି […]
ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୦୦ ଅତିକ୍ରମ କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ପାର୍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୯୯୩ଟି ପଜିଟିଭ୍ ଆସିଥିବାବେଳେ ୫୬୪ ଜଣ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ୨୫ ହଜାର ୧୪୮ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ତେବେ ୯୦୬୪ ଜଣ ସୁସ୍ଥ ହୋଇଥିବାବେଳେ ୧୧୫୨ ଜଣ ପ୍ରାଣ ହରାଇଛନ୍ତି। ଦେଶ ଭିତରେ ମହାରାଷ୍ଟ୍ରର ସ୍ଥିତି […]
ଭୁବନେଶ୍ୱର: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ସେ ହେଉଛନ୍ତି ୩୫ ବର୍ଷୀୟ ମହିଳା। ତାଙ୍କ ଘର ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ବୋଲି ସୂଚାନା ଓ ଲୋକ ସଂପର୍କ ସୂଚନା ଦେଇଛି। ପୂର୍ବରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ିନାହିଁ, କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡ଼ିଛି। ଯାଜପୁରରୁ ଏହି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ଛୁଇଁଛି। ସକାଳେ ୩ଟା, ଅପରାହ୍ଣରେ ଗୋଟିଏ। […]
ଭୁବନେଶ୍ୱର: ଯେଉଁମାନେ ବାହାରୁ ଫେରିବେ ସେମାନଙ୍କ ରେଜିଷ୍ଟ୍ରେସନ ନିହାତି ଜରୁରୀ। ଲୋକେ ଟ୍ରେନରେ କିମ୍ବା ଚାଲି ଚାଲି ଯେଉଁଥିରେ ଆସନ୍ତୁ ନା କାହିଁକି, ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ୱେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେସନ କରୁଛନ୍ତି। ରାସ୍ତାରେ ୧୧ଟି ଚେକ୍ ପଏଣ୍ଟରେ ଓଡ଼ିଶାକୁ ଆସିପାରିବେ। ସବୁ ଚେକ୍ ପଏଣ୍ଟରେ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସେଠି ଡାଟା ଚେକ୍ ହେବା ପରେ ଯଦି ରେଜିଷ୍ଟ୍ରେସନ କରିନଥିବେ, ତେବେ ରେଜିଷ୍ଟ୍ରେସନ କରିପାରିବେ। ଭିଡ଼ ଦୃଷ୍ଟିରୁ ଆସିବା ପୂର୍ବରୁ […]
ନୂଆଦିଲ୍ଲୀ: ପ୍ରବାସୀମାନେ ନିଜ ନିଜ ଅଞ୍ଚଳକୁ ଯିବା ଲାଗି ସୁବିଧା କଲେ କେନ୍ଦ୍ର ସରକାର। ଯେକୌଣସି ରାଜ୍ୟରେ ଫସିଥିବା ଲୋକେ ଆଜି ଠାରୁ ଟ୍ରେନ୍ ଜରିଆରେ ଫେରିପାରିବେ ବୋଲି ଯୁଗ୍ମ ସଚିବ ସଲୀଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଯେଉଁ ଯେଉଁ ରାଜ୍ୟରେ ଲକଡାଉନ୍ ପରେ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଫସି ରହିଛନ୍ତି ସେମାନଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍। କରୋନା ଅପଡେଟ ନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏହି ୧୪ ଜଣଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା। ସୁସ୍ଥ ୧୪ ଜଣଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ୱରର ୩ଜଣ, ବାଲେଶ୍ୱରରେ ୩, ଭଦ୍ରକରେ ୭ଜଣ ଅଛନ୍ତି। ତେବେ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା କରୋନା ମୁକ୍ତ ହୋଇଛି। ତେବେ ରାଜ୍ୟରେ ଆକ୍ଟିଭ କେଶ […]
କଟକ: ମଝି ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ। ରୋଗୀ ନେଇ ଆସୁଥିବା ବେଳେ କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଓଲଟି ପଡିଛି ଏକ ଆମ୍ବୁଲାନ୍ସ। ଡିଭାଇଡରରେ ପିଟି ହୋଇ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଯାଜପୁରରୁ ରୋଗୀ ନେଇ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଆମ୍ବୁଲାନ୍ସରେ ଥିବା କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଦୁର୍ଘଟଣା […]