ବ୍ରହ୍ମପୁର: ଗଞ୍ଜାମ ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରତ ଲିଙ୍କ। ସଂପୃକ୍ତ ୧୮ ବର୍ଷୀୟ ଯୁବକ ସୁରତରୁ ଫେରି ସରକାରୀ କ୍ୱାରେଣ୍ଟିନ୍ରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏପଟେ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସେପଟେ […]
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି କରାଯାଇଛି। ତେବେ ଚିନ୍ତା ବଢାଇଛନ୍ତି ୧୪୬ ନମ୍ବର ଆକ୍ରାନ୍ତ ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନଂ ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍ରେ କୋଲକାତାରୁ ଫେରିଥିଲେ। Travel History of #Covid19 Patients Case No: 157, 158 & 159 Contact tracing and follow-up action is being done. pic.twitter.com/6XdLWeV04i […]
ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ। ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ତେବେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ, କେବଳ ସେହିମାନଙ୍କୁ ହିଁ ଭାରତ ଫେରାଇ ଅଣାଯିବ। ବିଦେଶରୁ ଯେଉଁମାନେ […]
ଭୁବନେଶ୍ୱର: ଖାଇବା ପଛେ ନମିଳୁ, କିନ୍ତୁ ପ୍ରଥମେ ପେଟରେ ନାଲିପାଣି ପଡୁ। ଦେଢ଼ ମାସ ହେଲାଣି ପାଟି ଆମ୍ବିଳା। ତେଣୁ ଗ୍ରୀନ ଜୋନ୍ରେ ନାଲି ପାଣି ମୁନ୍ଦେ ପାଇଁ ମଦୁଆ ବାଉଳା। ତେବେ ନିୟମ କୋହଳ ପରେ ଦେଶର ଗ୍ରୀନ ଜୋନ୍ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା ଶୁଣି ଲାଗିଛି ଲମ୍ବା ଲାଇନ୍। ସେଇ ମାଲ୍ ପାଣି ବୋତଲେ ପାଇଁ ଧାଡ଼ି କୁଆଡୁ ବାହାରିଛି କୁଆଡ଼େ ଯାଉଛି ଠଉରେଇବା ମୁସ୍କିଲ। ବୁଢ଼ା, ଟୋକା ସମସ୍ତେ ବ୍ୟଗ୍ର। […]
ସୁରତ: ସୁରତ ଜିଲ୍ଲାର କଡୋଦରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଉତ୍ପାତ। ତୁରନ୍ତ ବ୍ୟବସ୍ଥା କରି ଆମକୁ ଆମ ରାଜ୍ୟ ପଠାଯାଉ ବୋଲି ଦାବି କରି ରାସ୍ତା ଉପରେ ହଙ୍ଗାମା କରିଛନ୍ତି ଶ୍ରମିକମାନେ। ୟୁପି, ବିହାର ଓ ଓଡ଼ିଶାର ହଜାର ହଜାର ଶ୍ରମିକ କଡୋଦରା ବରେଲିରେ ଜମା ହୋଇ ନିଜ ରାଜ୍ୟକୁ ଫେରାଇ ଦେବାକୁ ଦାବି କରିଛନ୍ତି। ଏମିତିକି ଘଟଣାସ୍ଥଳରେ ଥିବା ପୋଲିସ ଉପରେ କିଛି ଶ୍ରମିକ ପଥର ମାଡ କରିଥିବା ମଧ୍ୟ କରିଥିବା ଜଣାପଡିଛି। ପରିସ୍ଥିତିକୁ ଆଖି […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ବିଭିନ୍ନ ଜୋନରେ କଟକଣା ନେଇ ସୂଚନା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର SRC ପ୍ରଦୀପ ଜେନା କହିଛନ୍ତି। ଯେଉଁ ଅଞ୍ଚଳରେ ୨୧ ଦିନ ଭିତରେ କୌଣସି ପିଜିଟିଭ ହୋଇନାହାନ୍ତି ତାହା ଗ୍ରୀନ୍ ଜୋନ୍। ଯେଉଁଠି ଏବେ ସକ୍ରିୟ ରୋଗୀ ଅଛନ୍ତି ଏବଂ ସଂଖ୍ୟା ଦୁଇଗୁଣା ହେଉଛି ତାହା ରେଡ୍ ଜୋନ୍। ସେପଟେ କଟକଣା ସମ୍ପର୍କରେ SRC କହିଛନ୍ତି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ଥିବା ଯାଏଁ ସବୁ ଜୋନରେ ବିମାନ, […]
ଶ୍ରୀକାକୁଲମ: ଲକଡାଉନ୍ରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଆକୁଳ ନିବେଦନ। କର୍ଣ୍ଣାଟକର ମାଙ୍ଗାଲୋରରୁ ଗତ ମାର୍ଚ୍ଚ ୨୭ ତାରିଖରେ ବାହାରି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ କ୍ୱାରେଣ୍ଟିନ୍ରେ ରହିଛନ୍ତି। ଗଞ୍ଜାମ ଚିକିଟି ବ୍ଲକ ରମେୟାପାଟଣା ଓ ସୋନପୁର ଅଞ୍ଚଳର ମତ୍ସ୍ୟଜୀବୀ କ୍ୱାରେଣ୍ଟିନ୍ ରହିବାର ୩୫ ଦିନ ହେଲାଣି ସମସ୍ତଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି। ନା ଆନ୍ଧ୍ର ସରକାର ନା ଓଡ଼ିଶା ସରକାର […]
ନୂଆଦିଲ୍ଲୀ: କରୋନା ସମ୍ପର୍କରେ ତାଜା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ହଜାରେ ୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧ ହଜାର ୭୦୬ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି। ଭାରତରେ କରୋନା ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଥିବା ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ୨୪ […]
ନୂଆଦିଲ୍ଲୀ: ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ରେଳ ଟିକେଟ୍ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର। ଶ୍ରମିକଙ୍କ ରେଳ ଟିକେଟ କଂଗ୍ରେସ ଦେବା ନେଇ ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ଆଜି ପ୍ରେସମିଟ୍ରେ ଏ ବାବଦରେ ସୂଚନା ଦେଇଛନ୍ତି। ଗସ୍ତ ଖର୍ଚ୍ଚରୁ ରେଲୱେ ୮୫ ପ୍ରତିଶତ ଓ ସଂପୃକ୍ତ ରାଜ୍ୟ ସରକାର ୧୫ ପ୍ରତିଶତ ବହନ କରିବେ। ଏହି ଭାଗିଦାରୀ ଅନୁସାରେ ସ୍ପେଶାଲ ଟ୍ରେନରେ ଶ୍ରମିକଙ୍କୁ ନିଆଯାଉଥିବା […]
ଭୁବନେଶ୍ୱର: କେବଳ ଗ୍ରୀନ ଜୋନରେ ହିଁ ବସ୍ ଚାଲିବ। ଏନେଇ ଆଜି ନୀତିଗତ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଗାଇଡଲାଇନ୍ ଅନୁସାରେ ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିପାରିବ। ବସରେ ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅରେଞ୍ଜ କିମ୍ବା ରେଡ୍ ଜୋନ୍ରେ ବସ୍ ଚାଲିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ୫୦% ଯାତ୍ରୀଙ୍କୁ ନେଇ ବସ୍ […]
ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦୃଷ୍ଟିରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନରଙ୍କ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାରେ ରାତିରେ ଲାଗିବ କର୍ଫ୍ୟୁ। ଗ୍ରୀନ୍ ଜୋନ ଥିବା ସତ୍ତ୍ୱେ ଜିଲ୍ଲାରେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ରହିବ। ଦେଶରେ ଲକ୍ […]
ଭୁବନେଶ୍ୱର: ଏବେ ବିନା ପାସରେ ଓଡ଼ିଶାରେ ପ୍ରବେଶ କରିପାରିବେ ନାହିଁ। ଅନ୍ୟ ରାଜ୍ୟରେ ଅଟକି ଥିବା ଓଡ଼ିଶାର ଲୋକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥାନ୍ତି ତା’ହେଲେ ସେମାନେ ସେଠାକାର ସରକାର ବା ପ୍ରଶାସନଠୁ ପାସ୍ ଆଣିବା ବାଧ୍ୟତାମୂଳକ। ଯେଉଁ ଗାଡ଼ିରେ ଆସିବେ ସେହି ଗାଡ଼ି ସମ୍ପର୍କରେ ଓ ସେଥିରେ ଆସିବାକୁ ଥିବା ଯାତ୍ରୀଙ୍କ ସମ୍ପର୍କରେ ଓଡ଼ିଶା ସରକାରଙ୍କ କୋଭିଡ୍ ୱେବସାଇଟରେ ପଞ୍ଜିକରଣ କରାଇବେ ବୋଲି ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି […]
ଲକଡାଉନ୍ କଟକଣା ଯୋଗୁଁ ମାଆର ଶେଷ ଦର୍ଶନ କରିପାରିଲାନି ପୁଅ। ଏପରିକି ମୁଖାଗ୍ନି ବି ଦେଇ ପାରିଲାଗି। ଶେଷରେ ମୁଖାଗ୍ନି ଦେଲା ନାତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମ୍ଭି-୯୦ ଗାଁରେ ୪ ଦିନ ତଳେ ଗାଁର ଅଞ୍ଜଳି ମଣ୍ଡଳ ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ମାଆର ମୃତ୍ୟୁ ଖବର ପାଇ ବି ଆନ୍ଧ୍ରପ୍ରଦେଶ କୁନ୍ତୁରରେ ଥିବା ପୁଅ ଲକଡାଉନ୍ ଯୋଗୁ ଆସିପାରି ନଥିଲା। ଶେଷରେ ନାତି ଦେଇଥିଲା ମୁଖାଗ୍ନି। ମାଆର ମୃତ୍ୟୁର ୪ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ। ଚିହ୍ନଟ ମଧ୍ୟରୁ ଯାଜପୁରର ୪ଜଣ ଓ ଭଦ୍ରକର ୨ଜଣ ବୋଲି କୋଭିଡ୍ ୱେବସାଇଟ୍ରେ ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ସେହିପରି ଭଦ୍ରକର ଉଭୟଙ୍କ ଘର ବାସୁଦେବପୁର, ଏମାନେ କୋଲକାତା ଫେରନ୍ତା। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିଲେବି ୧୦୮ ଆକ୍ଟିଭ୍ କେଶ ରହିଛି। […]
ରାଉଲକେଲା: ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡରେ ଉତ୍ତେଜନା। କିଛି ଲୋକ ପୋଲିସ ଉପରେ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଦେଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଉତ୍ତେଜନା ବଢିବା ପରେ ଅଧିକ ଫୋର୍ସ ପଠାଯାଇଛି। ତେବେ କେଉଁ କାରଣକୁ ନେଇ ପଥର ମାଡ଼ ଓ ବ୍ୟାରିକେଡ଼ ଭଙ୍ଗା ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ପ୍ରକାଶଥାଉକି, ସୁନ୍ଦରଗଡ଼ରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୬ […]
ନୂଆଦିଲ୍ଲୀ: ଉପସାଗରୀୟ ଦେଶର ଓଡ଼ିଆ ସମାଜ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ କରୋନା ପରବର୍ତ୍ତୀ ସ୍ଥିତି ଏବଂ ଆଗାମୀ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଭାରତ ପାଇଁ ସୃଷ୍ଟି ହେଉଥିବା ସମ୍ଭାବନାକୁ କିପରି ଓଡ଼ିଶା ମୁହାଁ କରିହେବ ସେ ନେଇ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର। ଭିଡିଓ କନଫରେନ୍ସିଂ ଯୋଗେ ହୋଇଥିବା ଏହି ଆଲୋଚନାରେ ୟୁଏଇ, କାତାର, ସାଉଦି ଆରବ, […]
ନ୍ୟୁୟର୍କ: ସମଗ୍ର ବିଶ୍ୱରେ ଏବେ ୩୪ ଲକ୍ଷ ୭୯ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୪ ହଜାର ଅତିକ୍ରମ କରିଛି। ୧୧ ଲକ୍ଷ ୮ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଯାଉଛି ୧୧ ଲକ୍ଷ ୫୯ ହଜାରରୁ ଅଧିକ ସଂକ୍ରମିତ ହୋଇଅଥିବାବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୯୬ରେ ପହଞ୍ଚିଛି। ୟୁରୋପର ସବୁଠୁ ଅଧିକ […]
ଭୁବନେଶ୍ୱର: ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଓଡ଼ିଶାରେ ଫସିଥିବା ବାହାର ରାଜ୍ୟ ଶ୍ରମିକଙ୍କ ଫେରିବା ନେଇ ମୁଖ୍ୟ ଦାୟିତ୍ୱରେ ରହିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର ବାହାର ରାଜ୍ୟର ଶ୍ରମିକ ଓ ସାଧାରଣ ଲୋକ, ଯେଉଁମାନେ ଓଡ଼ିଶାରେ ଫସି ରହିଛନ୍ତି ସେମାନଙ୍କୁ କିଭଳି ନିଜ ରାଜ୍ୟକୁ ପଠାଯିବ ସେନେଇ ସେ ତଦାରଖ କରିବେ। ଏହାସହ ଶ୍ରମ କମିଶନର ଏନ୍. ଥିରୁମାଲା ନାଏକଙ୍କୁ ରାଜ୍ୟ ନୋଡାଲ ଅଫିସ ଭାବେ ନିୟୁକ୍ତ କରାଯାଇଛି। ବାହାର […]
ଭୁବନେଶ୍ୱର: ଓଡ଼ିଶାକୁ ଫେରିବାରେ ଲାଗିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ହେଲେ କିଛି ସ୍ଥାନରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଉପୁଜିଛି ଅସନ୍ତୋଷ। କେଉଁଠି ନିମ୍ନମାନର ଖାଦ୍ୟ ଦିଆଯାଉଛି ତ ଆଉ କେଉଁଠି କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରି ଫିଙ୍ଗାପୋପଡ଼ା କଲେ ପ୍ରବାସ ଫେରନ୍ତା। କ୍ୱାରେଣ୍ଟିନ୍ ସେଣ୍ଟରରୁ ମୁହଁ ମୋଡ଼ି ଫେରିଗଲେ ଗାଁକୁ। ଗଂଜାମ ଜିଲ୍ଲାର ସୁରତ ଫେରନ୍ତା ଖାଦ୍ୟପେୟକୁ ନେଇ ହଙ୍ଗାମା ମଚାଇବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର। ବର୍ତ୍ତମାନ ଭଦ୍ରକରେ ୧୯ ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ୨୧ଜଣ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଏବେବି ରାଜ୍ୟରେ ୧୦୧ଟି ଆକ୍ଟିଭ କେଶ ମଧ୍ୟ ରହିଛି। ସେହିପରି ବାଲେଶ୍ୱରରେ ୧୭ ଓ […]
କଟକ: ଲକ୍ଡାଉନ୍ ଅବଧି ଆଉ ୨ ସପ୍ତାହ ବଢିବା ପରେ ଏନେଇ ଜୋନ୍ ଅନୁସାରେ କୋର୍ଟ କାର୍ଯ୍ୟର ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ। ହାଇକୋର୍ଟ ସମେତ ବିଭିନ୍ନ ଜୋନରେ ତଳକୋର୍ଟ ଖୋଲିବା ନେଇ ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ। ରେଡ୍ ଜୋନ୍ରେ ଘଣ୍ଟାଏ ଏବଂ ଅରେଞ୍ଜ ଜୋନ୍ରେ ୨ ଘଣ୍ଟା ଲେଖାଏଁ ଖୋଲିବ ତଳକୋର୍ଟ। ସେହିପରି ଗ୍ରୀନ୍ ଜୋନ୍ରେ ସର୍ବାଧିକ ଅଢ଼େଇ ଘଣ୍ଟା ଯାଏଁ ତଳକୋର୍ଟ ଚାଲିବ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟର ସମସ୍ତ କାର୍ଯ୍ୟ ଦିବସରେ […]
ଭୁବନେଶ୍ୱର: ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ ଜୋନ୍କୁ ନେଇ ଜିଲ୍ଲା ବର୍ଗୀକରଣ କରିଛନ୍ତି ସରକାର। ରେଡ୍ ଜୋନ୍ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଗୋଟିଏ ପୌର ନିଗମ ସାମିଲ ହୋଇଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ। ତେବେ ଅରେଞ୍ଜ ଜୋନ୍ରେ ଖୋର୍ଦ୍ଧା ଜିଲ୍ଲା ଥିଲେ ବି ଭୁବନେଶ୍ୱରକୁ ରେଡ୍ ଜୋନ୍ରେ ରଖାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ […]
ଭୁବନେଶ୍ୱର: କେନ୍ଦ୍ରର ଗାଇଡଲାଇନ୍ ଆଧାରରେ ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। କିନ୍ତୁ ଗ୍ରୀନ୍ ଜୋନ୍ରେ ଅନେକ କୋହଳ ହୋଇଥିଲେବି ବସ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟ ଗ୍ରୀନ୍ ଜୋନରେ ଚାଲିପାରିବନି ବସ୍। ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୂର୍ବରୁ କେନ୍ଦ୍ର ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ […]
ଭୁବନେଶ୍ୱର: କେନ୍ଦ୍ରର ଲକଡାଉନ୍ କଟକଣା ଆଧାରରେ ରାଜ୍ୟ ସରକାର ବି ଆଜି ଜାରି କରିଛନ୍ତି ଗାଇଡ୍ ଲାଇନ୍। ରେଡ୍ ଓ ଅରେଞ୍ଜ ଜୋନ୍ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବ। ଏହି ଏଞ୍ଚଳରେ ଏସ୍ଓପିରେ ଦିଆଯାଇଥିବା କଠୋର ଯାଞ୍ଚ ବ୍ୟବସ୍ଥାର କଡ଼ା ଅନୁପାଳନ କରାଯିବ। ଏଠାକାର ସମସ୍ତ ବାସିନ୍ଦାଙ୍କ ପାଇଁ ଆରୋଗ୍ୟସେତୁ ଆପ୍କୁ ବାଧ୍ୟତାମୂଳକ କରାଯାଇଛି। ଏହି ଅଞ୍ଚଳକୁ ଯାଆସ ସଂପୂର୍ଣ୍ଣ ନିଷେଧ ରହିବ ସେହିପରି ଦେଶବ୍ୟାପୀ ଲାଗି ଅନ୍ୟ ସମସ୍ତ କଟକଣାକୁ କଡ଼ାକଡି ପାଳନ କରାଯିବ। ସେହିପରି […]
ଭୁବନେଶ୍ୱର: ଆସନ୍ତାକାଲି ଗଡ଼ିବନି ବସ୍। କରୋନା ପାଇଁ ହୋଇଥିବା ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନ୍ରେ ବସ୍ ଗଡ଼ିବନି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ବସ୍ ଚଳାଚଳ କରିପାରିବ ନାହିଁ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ। ଦୁଇଟି ଗ୍ରୀନ୍ ଜୋନ ଜିଲ୍ଲା ମଧ୍ୟରେ ରେଡ୍ ଜୋନ୍ ଆସୁଥିବାରୁ ବସ୍ କିଭଳି ଚାଲିବ […]