ଭୁବନେଶ୍ଵର: କରୋନା ସଂକ୍ରମଣ ଓ ଲକ୍ଷଣକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି। ତେବେ କରୋନା ସତର୍କତା ନେଇ ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ପ୍ରଫେସର ଜୟନ୍ତ ପଣ୍ଡା ଏବଂ ଡାକ୍ତର ସମ୍ପଦ ଦାସଙ୍କ ଅନେକ ପରାମର୍ଶ ଦେଇଛନ୍ତି। ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ ଦ୍ୱିତୀୟ ଲହର ବୟସ୍କଙ୍କ ସହ ଶିଶୁ ଓ କିଶୋରମାନଙ୍କୁ ଆକ୍ରାନ୍ତ କରୁଛି। ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ। ପୂର୍ବ […]
ନୂଆଦିଲ୍ଲୀ: କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା। ୨ ବର୍ଷ ମଧ୍ୟରେ ଅବସର ନେଇଥିବା ଡାକ୍ତରଙ୍କୁ ସେନା ଡକାଇଛି। ଘର ନିକଟବର୍ତ୍ତୀ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ CDS ବିପିନ ରାଓ୍ୱତଙ୍କ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଅବସର ନେଇଥିବା ସେନା ଡାକ୍ତର ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ସେନା ଅନୁରୋଧ କରିଛି। କୋଭିଡ୍ ପରିଚାଳନାରେ ସେନାର ପ୍ରସ୍ତୁତି ନେଇ ମୋଦି ସମୀକ୍ଷା କରିଥିଲେ।
ଭୁବନେଶ୍ୱର: କରୋନା ଭୂତାଣୁଠୁ ସୁରକ୍ଷିତ ରଖିବ ନିୟମିତ ମାସ୍କ ବ୍ୟବହାର। ମହାମାରୀ ବେଳେ ମଣିଷ ପାଇଁ ମାସ୍କ ହିଁ ପାଲଟିଛି ଜୀବନ ରକ୍ଷାକାରୀ କବଚ। ଏବେ କରୋନାର ଦ୍ୱିତୀୟ ଲହର ବେଳେ ଭୂତାଣୁର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ବ୍ୟାପୁଥିବାରୁ ଅନେକ ଆପଣାଇଲେଣି ଡବଲ ମାସ୍କ। ତେବେ ମନକୁ ସ୍ୱତଃ ପ୍ରଶ୍ନ ଆସୁଛି, ଏହି ଡବଲ ମାସ୍କ କଣ ପାଇଁ? କିଭଳି ଏବଂ କେଉଁ ସ୍ଥିତିରେ ପିନ୍ଧିବା ଡବଲ୍ ମାସ୍କ ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି […]
ନୂଆଦିଲ୍ଲୀ: ୮ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ। ଦେଶରେ କୋଭିଡ୍ ସ୍ଥିତି ନେଇ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ। ସବୁ ରାଜ୍ୟରେ ପୂର୍ବ ଅପେକ୍ଷା ଏବେ ଅଧିକ ମାମଲା ସାମ୍ନାକୁ ଆସୁଛି। ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ ରହିଛି। ଏସବୁ ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସାଙ୍ଘାତିକ ସ୍ଥିତି ରହିଛି। ତେବେ ଦେଶରେ ୮୨ ପ୍ରତିଶତ ଆକ୍ରାନ୍ତ […]
ଭୁବନେଶ୍ୱର: କୋଭିଡ ଔଷଧ କି ଅକ୍ସିଜେନର କଳାବଜାର ହେଲେ କ଼ଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ଯଶୋଓ୍ୱନ୍ତ ଜେଠଓ୍ୱା। ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ାଉ ହେଉଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ଏଡିଜି କହିଛନ୍ତି, ଅକ୍ସିଜେନ ପରିବହନ ପାଇଁ ସ୍ୱତନ୍ତ୍ର କରି଼ଡର କରାଯାଇଛି। ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୬୭ ଟ୍ୟାଙ୍କର ଅକ୍ସିଜେନ ୭ଟି ରାଜ୍ୟକୁ ପଠାଯାଇଛି। କେବଳ ଗତ ୪ ଦିନ ଭିତରେ ୬୭ […]
ଭୁବନେଶ୍ୱର: ଆପଣ କୌଣସି କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି କି? ଜ୍ୱର, କାଶ, ତଣ୍ଟି ଦରଜ, ଗୋଡ ହାତ ବିନ୍ଧା କିମ୍ବା ପତଳା ଝାଡ଼ା ହେଉଛି କି? ସ୍ୱାଦ ଓ ଗନ୍ଧ ବାରିପାରୁ ନାହାନ୍ତି କି? ଯଦି ଏସବୁ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ନିଜକୁ ଅନ୍ୟମାନଙ୍କଠାରୁ ଆଇସୋଲେଟ୍ କରନ୍ତୁ। ଘରେ ଅଲଗା ରହିବା ପୂର୍ବରୁ ପାଖରେ ରଖନ୍ତୁ। ଆଇସୋଲେସନ୍ କିଟ୍, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଆଉ ଏହି ଜରୁରୀ ଜିନିଷଗୁଡିକ ହେଲା, ଅକ୍ସିମିଟର, […]
ଭୁବନେଶ୍ୱର: ମାଗଣା ଟିକାକରଣ ପାଇଁ ୨ କମ୍ପାନୀକୁ ଅର୍ଡର ଦେଲେ ରାଜ୍ୟ ସରକାର। ୩ କୋଟି ୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟିକା ପାଇଁ ଅର୍ଡର ଦେଇଛନ୍ତି। ସେହିପରି ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି। ଟିକା ଅର୍ଡର ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ୧୮ରୁ ୪୪ ବର୍ଷର ସମସ୍ତଙ୍କୁ ମାଗଣା ଟିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ମାଗଣା ଟିକା ପ୍ରଦାନ ନେଇ ଘୋଷଣା କରିଛନ୍ତି। ସେପଟେ […]
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାତି ୮ଟାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ସାରା ଦେଶ ଆଜି ଏକ କଠିନ ପରିସ୍ଥିିତି ଦେଇ ଗତି କରୁଛି, ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ପରିସ୍ଥିତିର ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍କୁ ମାନିବା ଲାଗି ଅନୁରୋଧ ନବୀନ କରିଛନ୍ତି। ମୁଁ ଲକ୍ଡାଉନ୍ ସପକ୍ଷରେ ନୁହେଁ ବୋଲି ନବୀନ କହିଛନ୍ତି। ଏହାସହ […]
ଭୁବନେଶ୍ୱର: ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୪୩. ୨ ଡିଗ୍ରୀ ସହ ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ରହିଛି। ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୭ ସହର ରହିଛି। ରାଜ୍ୟର ୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ବୌଦ୍ଧରେ ପାରଦ ୪୨.୫ ଡିଗ୍ରୀ ରହିଥିବାବେଳେ ବାରିପଦା- ୪୨.୪, ଟିଟିଲାଗଡ଼- ୪୨ ଡିଗ୍ରୀ, ଝାରସୁଗୁଡ଼ା- ୪୧.୮, ସମ୍ବଲପୁର- ୪୧.୫, ନୟାଗଡ଼- ୪୧.୫, ବଲାଙ୍ଗିର- ୪୧.୨, ତାଳଚେର- ୪୧.୧, ସୁନ୍ଦରଗଡ଼- ୪୧, ସୋନପୁର- […]
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାର ଉଗ୍ର ରୂପ ଧାରଣ କରିଛି। ମହାମାରୀ କୋଭିଡ୍କୁ କିପରି ସାଧାରଣ ଲୋକ ପ୍ରତିହତ କରିବେ, ଏନେଇ ନେଇ ଦେଶର ୪ ପ୍ରଖ୍ୟାତ ଡାକ୍ତର ଆଲୋଚନା କରିଛନ୍ତି। ଆଲୋଚନାରେ ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସାମିଲ ହୋଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, AIIMSର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ ୱିଗ୍ ମଧ୍ୟ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ମଧ୍ୟ […]
ଭୁବନେଶ୍ୱର: ଅନୁଗୁଳ ତାଳଚେର ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ ବୋର୍ଡ ସିଏସଆର୍ ପାଣ୍ଠିରୁ ୯. ୩୨ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଜଣାଇଥିଲେ। ତାଳଚେର […]
ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ୍ର ଦର ଘୋଷଣା କଲା ଏହାର ନିର୍ମାତା କଂପାନୀ ଭାରତ ବାୟୋଟେକ୍। କୋଭାକ୍ସିନ୍ ଟିକାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୬ ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ବିଦେଶ ରପ୍ତାନୀ ପାଇଁ ଡୋଜ୍ ପିଛା ଦର ୧୫ରୁ ୨୦ ଡଲାର୍ ରଖିଛି ଭାରତ୍ ବାୟୋଟେକ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ ସତେ ଯେମିତି ପାଲଟିସାରିଛି କରୋନା ରାଜଧାନୀ। ଏଠାରେ ସଂକ୍ରମଣ ହାର ଥମିବାର ନାଁ ନେଉନଥିବା ବେଳେ, ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ଘଟିଛି। କେବଳ ରୋଗ ଜୀବନ ନେଉନି, ଅମ୍ଳଜାନର ଅଭାବ ବି ଯମଦୂତ ଭଳି ଦିଲ୍ଲୀର ସ୍ଥିତି ଅଧିକରୁ ଅଧିକ ବିଗାଡ଼ିବାରେ ଲାଗିଛି। ଦିଲ୍ଲୀରେ ଉପୁଜିଥିବା ଭୟଙ୍କର ଅମ୍ଳଜାନ ସଂକଟର ମୁକାବିଲା ଲାଗି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ରାଜ୍ୟରେ […]
ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତିକୁ ଢେର୍ ମହଙ୍ଗା ପଡ଼ିବ ସପ୍ତାହନ୍ତ ସଟ୍ଡାଉନ୍। ଅର୍ଥନୀତିରୁ ଧୋଇ ହୋଇଯିବ ୧ ହଜାର ୯୨୭ କୋଟି ଟଙ୍କା। ଏମିତିକି ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ପୂରା ଦେଶ। ନିଜର ସଦ୍ୟତମ ରିପୋର୍ଟରେ ଏମିତି ଆକଳନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଅର୍ଥନୀତି ବିଶାରଦଙ୍କ ମତରେ, ଏବେ ୱିକେଣ୍ଡ ସଟ୍ଡାଉନ୍ର ପ୍ରଭାବ ନଗଣ୍ୟ ରହିଛି। ତେବେ ଆଗାମୀ ଦିନରେ ଯଦି ଲକ୍ଡାଉନ୍ ଓ […]
ଭୁବନେଶ୍ୱର: ବେଙ୍ଗଲ ଫେରନ୍ତାଙ୍କ ପ୍ରତି ଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ନେଗେଟିଭ ରିପୋର୍ଟ, ୨ ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟିନ କୋହଳ ହୋଇଛି। ପୂର୍ବ ଘୋଷିତ ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବ। ହୋମ୍ କ୍ୱାରେଣ୍ଟିନ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟିନରେ ରହିବେ ବୋଲି କୁହାଯାଇଛି। […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ କରୋନା। କରୋନା ପଜିଟିଭ ହୋଇଥିବା ଟୁଇଟ୍ କଲେ ଜୁଏଲ ଓରାମ। ତେବେ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିବାକୁ ଓ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। I underwent #Covid-19 test today & it has turned out positive. Those who have came in contact with me in last few days are advised […]
ନୂଆଦିଲ୍ଲୀ: ବିଦେଶରୁ ଆମଦାନୀ ହେବ କରୋନା ଟିକା। କରୋନା ଟିକା ଆମଦାନୀ ନେଇ ପଥ ସୁଗମ କଲା କେନ୍ଦ୍ର। ଆମଦାନୀ ହେବାକୁ ଥିବା ଟିକା ଉପରୁ ସୀମା ଶୁଳ୍କ ଛାଡ଼ ହେବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩ ମାସ ପାଇଁ ଟିକା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି ନିଆଯାଇଛି। ଅକ୍ସିଜେନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ […]
ଭୁବନେଶ୍ୱର: ମେ ୧ରୁ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ୨୫୦ ଟଙ୍କିଆ ଟିକା ବନ୍ଦ। ଏପ୍ରିଲ ୩୦ରୁ ସବୁ ଘରୋଇ CVCକୁ ଟିକା ବନ୍ଦ ନେଇ ACS ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନକୁ ACS ଚିଠି କରିଛନ୍ତି। ଘରୋଇ ହସ୍ପିଟାଲ ସିଧାସଳଖ ଫାର୍ମା କମ୍ପାନୀ ଠାରୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ ୫୦% କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ। ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ACS ପରାମର୍ଶ ପରାମର୍ଶ ଦେଇଛନ୍ତି। […]
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର, ଭୂତାଣୁର ଡବଲ୍ ମ୍ୟୁଟେସନ୍, ୩ ଲକ୍ଷ ପାର୍ ଦୈନିକ ସଂକ୍ରମଣ, ତା ସାଙ୍ଗକୁ ୨୪ ଘଣ୍ଟାରେ ୨ହଜାରରୁ ଅଧିକ ମୃତ୍ୟୁ ଏତିକି ଯଥେଷ୍ଟ ନଥିଲା ଯେ, ଦେଶକୁ ଘାରିଲାଣି ଆଉ ଏକ ନୂଆ ଚିନ୍ତା। କିଛି ସଂକ୍ରମିତଙ୍କ ଠାରେ ଠାବ ହୋଇଛି କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍। ୪ଟି ରାଜ୍ୟ- ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ। ଏହା ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏହାର ହଟ୍ଷ୍ପଟ୍ ବୋଲି ଅନୁମାନ […]
ଭୁବନେଶ୍ୱର: କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ରହିବେ। ପ.ବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ସରକାର କଟକଣା ଜାରି କରିଛନ୍ତି। ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯିବ। ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନରେ ରହିବେ। […]
ଅଗର ମାଲୱା: କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଉଗ୍ର ରୂପ ଧାରଣ କଲାଣି। ମହାମାରୀକୁ ଦମନ କରିବା ପାଇଁ ଦେଶର ପ୍ରତିଷ୍ଠିତ ଫାର୍ମା କମ୍ପାନୀମାନେ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଦେଶର କିଛି ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାମଦାସ ଅଠୱାଲେଙ୍କ ‘ଗୋ କରୋନା ଗୋ’ ପରେ ଏବେ ଆଉ ଏକ ସ୍ଲୋଗାନ୍ ଚର୍ଚ୍ଚାକୁ ଆସିଛି। କରୋନାକୁ ତଡ଼ିବା ପାଇଁ ଏବେ ଚର୍ଚ୍ଚା ହୋଇଛି ‘ଭାଗ୍ କରୋନା […]
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ନୀଳାଚଳ ଭକ୍ତ ନିବାସ ପରିସରରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ ହୋଇଛି। ଏଠାରେ ୧୨୦ ବେଡ୍ ବ୍ୟବସ୍ଥା ଅଛି। ପଜିଟିିଭ ଚିହ୍ନଟ ୫୦ରୁ ଅଧିକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଏଠାରେ ରଖାଯାଇଛି। ନୀଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଣ୍ଟରରେ ସବୁ ବେଡ୍ରେ ଅକ୍ସିଜେନ ରହିବ। ଆଜି ପୁରୀ ଭକ୍ତନିବାସରେ ବୈଠକ ପରେ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଆସନ୍ତା ୧ତାରିଖରୁ ୧୮ବର୍ଷ ବୟସରୁ […]
ନୂଆଦିଲ୍ଲୀ: ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା ହୋଇଛି। କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କଲା ସେରମ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ଶହ ଟଙ୍କା। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି। ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରାଯାଇଛି। ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ଅନ୍ୟ ଦେଶ ତୁଳନାରେ ତାଙ୍କ […]
ନୂଆଦିଲ୍ଲୀ: କରୋନା ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାଓଟେକ୍କୁ ୧୫ଶହ କୋଟି ଟଙ୍କା ଆଗୁଆ ଦିଆଯିବ। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି। ଜେନେରାଲ ଫାଇନାନସ ନିୟମାନୁଯାୟୀ, ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଏଭଳି ଟଙ୍କା ଆଗୁଆ ଦିଆଯାଇପାରିବ ନାହିଁ କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇ ଆଗୁଆ ଟଙ୍କା […]