ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମଉଜ୍ପୁରରେ ‘ମୋହଲ୍ଲା କ୍ଲିନିକ’ ନାମକ କମ୍ୟୁନିଟି ହେଲ୍ଥ ସେଣ୍ଟର ଜଣେ ଡାକ୍ତର କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କରି ରଖାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ୍ କହିଛନ୍ତି। ଏଥିସହିତ ଦିଲ୍ଲୀରେ ବର୍ତ୍ତମାନ ୩୬ ଜଣ କରୋନା ଆକ୍ରାନ୍ତ ଥିବା ସେ ସୂଚନା ଦେଇଛନ୍ତି। ବୁଧବାର ଡାକ୍ତରଙ୍କ ପତ୍ନୀ ଓ ତାଙ୍କ ନାବାଳିକା ଝିଅ କରୋନା […]
ଶ୍ରୀନଗର: କାଶ୍ମୀରରେ ପ୍ରଥମ ମୁଣ୍ଡ ନେଲା କରୋନା ଭାଇରସ୍। ହାଇଦରପୋରା ଗାଁର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ୩ ଦିନ ପୂର୍ବରୁ ଏହି ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଆଜି ସକାଳେ ଶ୍ରୀନଗର ସ୍ଥିତ ସିଡି ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁ। ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସିଡି ହସ୍ପିଟାଲ୍ରେ ଡାକ୍ତରଙ୍କୁ ତାଙ୍କର ସାହସିକତା […]
ଆଳି; ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ପଥୁର ରୋଡରେ କାମ କରିବାକୁ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଓଡ଼ିଆ ଶ୍ରମିକ ଲକ୍ଡାଉନ୍ ଯୋଗୁ ସେଠାରେ ଫସି ରହିଛନ୍ତି। ଲକଡାଉନ ଯୋଗୁ ଟ୍ରେନ ଓ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନଙ୍କ ଘରକୁ ଫେରିବା ବାଟ ଏକଦମ୍ ବନ୍ଦ ହୋଇଯାଇଛି। ଏଥିପାଇଁ ସେମାନେ ଏକ ଭିଡିଓ ଜାରି କରି ନିଜ ରାଜ୍ୟକୁ ଫେରିଆସିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ନିଜ ପାଖରେ ଥିବା ଅତ୍ୟାବଶକୀୟ ସାମଗ୍ରୀ ସରି ଆସୁଥିବାରୁ ଲକଡାଉନ ଯୋଗୁ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ। କରୋନା ମୁକାବିଲା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ଼ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଟେଗୋରୀରେ ଆଂଶିକ ପରିବର୍ତ୍ତନ କରାଯାଇଛି। କ୍ରିଟିକାଲ ବର୍ଗ ହେଉଛି- FS&CW, GA&PG, H&UD, ସ୍ୱାସ୍ଥ୍ୟ, ଗୃହ, SRC & OSDMA। ଆଂଶିକ କ୍ରିଟିକାଲ ବର୍ଗର କେବଳ ୧୦% କର୍ମଚାରୀ ଅଫିସ୍ କାମ କରିବେ। ଆଂଶିକ କ୍ରିଟିକାଲ- ଶକ୍ତି, ଅର୍ଥ, […]
ଭୁବନେଶ୍ୱର:ଦେଶବ୍ୟାପୀ ଲକ୍ଡାଉନ୍ ପରେ ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଜମ୍ମୁରେ ୧୭୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଜମ୍ମୁସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିପାରୁ ନଥିବା ବେଳେ ଭୋକ ଉପାସରେ ରହିଥିବା କହିଛନ୍ତି। ସେହିପରି ହାଇଦ୍ରାବାଦରେ କଟକ, ଯାଜପୁର ଓ ବ୍ରହ୍ମପୁର ଜିଲ୍ଲାର ପ୍ରାୟ ୨୦୦ରୁ […]
ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍ କେବଳ ଆଜି ହିଁ ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟରେ ୧୨୮ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ର ନମ୍ବର ୱାନ୍ରେ ରହିଛି। ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି
ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଲନାଥ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ଯୋଗଦେଇଥିବା ଜଣେ ସାମ୍ବାଦିକ ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ ସହ ମିଶି ଥିଲେ। ତେଣୁ ଏବେ ସେଠାରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା […]
ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଏବେ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବାହାରୁ ଘରକୁ ଫେରିଥିବା ୭୮୨୩୩ଜଣଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତିମାନେ କରୋନା ପ୍ରଭାବିତ ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ତୁରନ୍ତ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଏ ସମ୍ପର୍କରେ ନିୟମିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ […]
ଭୁବନେଶ୍ଵର: ‘କରୋନା’ ମୁକାବିଲା ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବେ ରାଜ୍ୟ ସରକାର। ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବିଜ୍ଞାପନ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏଥିରେ ୩ ମାସ ଯାଏଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର […]
ମାଡ୍ରିଡ୍: ଚାଇନା ପରେ ୟୁରୋପୀୟ ଦେଶରେ ଆତଙ୍କ ଖେଳାଇ ଦେଇଛି ମହାମାରୀ କରୋନା ଭାଇରସ। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୭ ହଜାରର ନିକଟବର୍ତ୍ତୀ ହୋଇଥିବା ବେଳେ ଏବେ ସ୍ପେନରୁ ସାଂଘାତିକ ଖବର ଆସିଛି। ସ୍ପେନର ସ୍ଥିତି ଏପରି ହୋଇଛି ଯେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଚାଇନାକୁ ଟପି ଯାଇଛି। ଚାଇନାରେ ହିଁ ପ୍ରଥମେ କରୋନା ଭାଇରସ ଉତ୍ପତ୍ତି ହୋଇଥିଲା। ଏହାପରେ ଧୀରେଧୀରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା। ଏବେ ଚାଇନା ସ୍ଥିତି ସୁଧୁରି ଥିବା […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବଡ଼ ବଡ଼ ବ୍ୟବସାୟୀ ଓ ନାମିଦାମି ସେଲିବ୍ରେଟିମାନେ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଉଛି। କରୋନା ମୁକାବିଲା ପାଇଁ ସେହିଭଳି ଏକ ପଦକ୍ଷେପ ନେଇଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍ ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ। ତାଙ୍କ ସହିତ ତାଙ୍କ ଭାଇ ୟୁସୁଫ୍ ମଧ୍ୟ ଅଛନ୍ତି। ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଠାନ ବ୍ରଦର୍ଶ ବଡ଼ୌଦାରେ ୪ ହଜାର ମାସ୍କ ଦାନ କରିଛନ୍ତି। ଦୁଇ […]
କ୍ୟାବିନେଟ୍ ବୈଠକରେ ସାମାଜିକ ଦୂରତ୍ୱ ବା ସୋସିଆଲ୍ ଡିଷ୍ଟାନ୍ସିଂକୁ ଗୁରୁତ୍ୱ। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ 7, ଲୋକକଲ୍ୟାଣ ମାର୍ଗରେ କେନ୍ଦ୍ର କ୍ୟାବିନେଟର ବୈଠକରେ କ୍ୟାବିନେଟ ମନ୍ତ୍ରୀ ଓ ଅଧିକାରୀ ମାନେ ନିଜ ନିଜ ମଧ୍ୟରେ ଦୂରତ୍ୱ ରଖି ବସିଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ରୋକିବାରୁ ପ୍ରଧାନମନ୍ତ୍ରୀ ସୋସିଆଲ ଡିଷ୍ଟାନ୍ସିଂ ଉପରେ ଗୁରୁତ୍ୱ ଦେଇଥିବା ବେଳେ ନିଜ କ୍ୟାବିନେଟ ବୈଠକରେ ଏହାକୁ ଉପଯୋଗ କରିଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ। ବୈଠକରେ କରୋନା ମୁକାବିଲା […]
ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଡାଉନ୍ ଘୋଷଣା ପରେ ଜରୁରୀ ସେବା ପାଇବାକୁ ଗାଇଡଲାଇନ୍ ଜାରି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଗାଇଡ୍ଲାଇନ୍ ଜାରି କରିଛି। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ପ୍ରତିଷ୍ଠାନ, କେନ୍ଦ୍ର ସଶସ୍ତ୍ର ପୋଲିସ ବାହିନୀ କାର୍ଯ୍ୟାଳୟ, ପୁଲିସ, ହୋମଗାର୍ଡ, ବେସାମରିକ ସୁରକ୍ଷା, ଅଗ୍ନିଶମ ଓ ଜରୁରୀ ସେବା କାର୍ଯ୍ୟାଳୟ ଖୋଲା ରହିବ। କୋଷାଗାର, ବିପର୍ଯ୍ୟୟ ପରିଚାଳନା, ଜାତୀୟ ସୂଚନା କେନ୍ଦ୍ର, ଆଗୁଆ ସୂଚନା ଏଜେନ୍ସି, ବିଦ୍ୟୁତ ଉତ୍ପାଦନ ଓ ବିତରଣ ୟୁନିଟ, ପାନୀୟ […]
ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଦୂରତା ପାଇଁ ନିବେଦନ କରିଛନ୍ତି। ୨୧ ଦିନ ଘରେ ରହିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏପରି ସ୍ଥିତିରେ ନବରାତ୍ର ଉପଲକ୍ଷେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ କରିଛନ୍ତି। ଏହାକୁ ନେଇ ବିରୋଧୀ ବେଶ ସମାଲୋଚନା କରିଛନ୍ତି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହି ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି। ଉତ୍ତରପ୍ରଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା […]
ବାଲେଶ୍ୱର: କରୋନାକୁ ନେଇ ସାରା ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯିଏ ଯେଉଁଠି ଅଛନ୍ତି ସମସ୍ତେ ଭିଟାମାଟିକୁ ଫେରି ଆସିବା ପାଇଁ ଚାହୁଁଛନ୍ତି । ଏବେ ଗୋଆରେ ଫସି ରହିଛନ୍ତି ଓଡ଼ିଶାର ୬୦ରୁ ଅଧିକ ଲୋକ। ଲକ୍ଡାଉନ୍ ପରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ ସେଠାରେ ସ୍ଥିତି ସଙ୍ଗୀନ ହେଉଥିବାରୁ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବହୁ ଲୋକେ ଏବେ ଗୋଆରେ ରହିଛନ୍ତି। କରୋନା ଭାଇରସକୁ […]
ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋସିଆଲ ମିଡିଆରେ ଗଦା ଗଦା ଗୁଜବ । କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ। କିଏ କହୁଛି, ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସମ୍ପର୍କରେ ଅନେକ ତଥ୍ୟ […]
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହେଲା। ସାରା ଦେଶକୁ ଲକ୍ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। ଜନତାଙ୍କୁ କରୋନା ସ୍ଥିତି ନେଇ ସମ୍ବୋଧନ କଲା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ମୋଦି। ଏଥିସହିତ ସ୍ୱାସ୍ଥସେବାକୁ କ୍ଷୀପ୍ର ଗତିରେ ସୁଧାରିବାକୁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲକୁ ପୂର୍ବରୁ ହିଁ ଏପ୍ରିଲ୍ ୧୫ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଆଇପିଏଲର ପରବର୍ତ୍ତୀ ଯୋଜନା ଉପରେ ବିସିସିଆଇ ମଙ୍ଗଳବାର ଟେଲିକନଫରେନ୍ସିଂ ଜରିଆରେ ସବୁ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା କରିବା ପାଇଁ ସ୍ଥିର କରିଥିଲା, କିନ୍ତୁ ଏହାକୁ ଏବେ ରଦ୍ଦ କରାଯାଇଛି। ଏହି ବୈଠକ ବାତିଲ୍ ହେବା ଦ୍ୱାରା ଚଳିତ ବର୍ଷ ଆଇପିଏଲ୍ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଅଧିକ ବଢ଼ିଯାଇଛି। ବୈଠକ ବାତିଲ ହେବା ନେଇ […]
ବେଜିଂ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ୟୁରୋପରେ ଅଧିକ ତାଣ୍ଡବ ରଚିଛି। ଚାଇନାରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ବେକାବୁ ହୋଇଯାଇଛି। ବିଶେଷ କରି ଇଟାଲୀ, ଇରାନ, ସ୍ପେନ ଓ ଆମେରିକା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୬ ହଜାର ପାର ହୋଇଥିବା ବେଳେ ସମଗ୍ର ବିଶ୍ୱରେ କରୋନା ୧୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ବପଦ ବଢ଼ାଇଥିବା ମହାମାରୀ କରୋନା ଭାଇରସ୍କୁ କେମିତି ରୋକିହେବ ସେ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। ଆଇସିଏମଆର ସର୍ଭେରୁ ଏହି କଥା ଜଣାପଡ଼ିଛି। ଯଦି ଭାରତୀୟମାନେ ଗୋଟିଏ କାମକୁ ଭଲ ଭାବେ କରିପାରିବେ, ତା’ହେଲେ କରୋନା ସଂକ୍ରମଣର ଆଶଙ୍କା ପାଖାପାଖି ୬୨% ହ୍ରାସ ପାଇଯିବ। ଆଉ ଏହି କାମଟି ହେଉଛି ସାମାଜିକ ଦୂରତ୍ୱ ବା ସୋସିଆଲ ଡିସଷ୍ଟାସିଂ। ଆଇସିଏମଆରର ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଆଇସିଏମଆର ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ […]
ରୋମ: ଇଟାଲୀରେ ମହାମାରୀ କରୋନା ମଣିଷ ସମାଜକୁ ନଷ୍ଟ କରିଦେବା ଦିଗରେ ବ୍ୟାପିଲାଣି। ଏହି ପ୍ରାଣଘାତି ଭାଇରସ୍ ପୁଣିଥରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚିଛି। ଚାଇନା ସ୍ଥିତି ସୁଧୁରୁଥିବା ବେଳେ ଇଟାଲୀ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତଥାପି ରବିବାର ଅପେକ୍ଷା ସୋମବାର ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ […]
ନୂଆଦିଲ୍ଲୀ: କରୋନା ଭାଇରସ କଟକଣାକୁ ନେଇ ବଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ହୋମ୍ ଆଇସୋଲେସନ୍ରେ ରହୁଛନ୍ତି। ଘରେ ରହି କିଏ ରୋଷେଇ କରୁଚି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖାଯାଇଥାଏ। ନିକଟରେ କ୍ୟାଟ୍ରିନା କୈଫ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଘରେ ରହି ଥାଳି ଧୋଇଥିବାର ନଜର ଆସିଛନ୍ତି। ଏହି ଭିଡିଓଟିକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ବାସନ […]
ମୁମ୍ବାଇ: ପୁଣି ଜଣେ କରୋନା ଭାଇରସ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ନିକଟରେ ବ୍ୟକ୍ତି ଜଣକ ୟୁନାଇଟେଡ୍ ଆରବ୍ ଏମିରେଟ୍ସରୁ ଅହମଦାବାଦ ଫେରିଥିଲେ। ପରେ ତାଙ୍କଠାରେ ଜ୍ୱର, କାଶ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା। ସୋମବାର ତାଙ୍କର ମୃତ୍ୟ ଉହୋଇଥିବା ମୁମ୍ବାଇର ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କୋରପୋରେସନ୍(ବିଏମ୍ସି) ସୂଚନା ଦେଇଛି। ତେବେ ମୃତ କରୋନା ରୋଗୀଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ଥିଲା। […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ପୁଣି ମହାଙ୍ଗା ମାଡ଼ ଚିନ୍ତାର କାରଣ ହୋଇଛି। କରୋନା ଜନିତ କ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮ ଟଙ୍କା ଓ ୧୨ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହୋଇପାରେ। ବିଜେପି ନେତ୍ୱତ୍ୱାଧୀନ ଏନ୍ଡିଏ ସରକାର ଫାଇନାନ୍ସ ବିଲ୍ରେ ଆଣିଥିବା ପରିବର୍ତ୍ତନ ଅନୁଯାୟୀ ଉଭୟ […]
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍ ହୋଇପାରେ କୋଭିଡ୍-୧୯ ବା କରୋନା ଚିକତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀ ସରକାରଙ୍କ ସହ ଏମ୍ପ୍ୟାନେଲ ହୋଇଥିବା ଘରୋଇ ହସ୍ପିଟାଲରେ ବିନା ଦେୟରେ କୋଭିଡ୍-୧୯ ପରୀକ୍ଷା କରାଇପାରିବ। ଯଦି ସେ ଘରୋଇ ହସ୍ପିଟାଲରେ ଆଇସୋଲେସନ୍ରେ ଅଛନ୍ତି, ତାହାଲେ ମଧ୍ୟ […]