ଭଦ୍ରକ: କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ ଭଦ୍ରକରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ଗାଡ଼ି ନ ପାଇ ହଇରାଣ ହେଉଥିବାବେଳେ ଆମ୍ବୁଲାନ୍ସରେ ଯିବା ଆସିବା କରୁଛନ୍ତି। ଭଦ୍ରକ ଚରମ୍ପା ପାଖରେ ଯାତ୍ରୀମାନଙ୍କୁ ବୋହୁଥିବା ଗୋଟିଏ ଆମ୍ବୁଲାନ୍ସକୁ ଟାଉନ ଥାନା ପୋଲିସ ଜବତ କରି ଆରଟିଓକୁ ହସ୍ତାନ୍ତର କରିଛି। ଏହାସହ ଆମ୍ବୁଲାନ୍ସ ଉପରେ ୩୧ ହଜାର ୫୦୦ ଟଙ୍କାର ଜରିମାନା କରିଛି ଆରଟିଓ। ଆମ୍ବୁଲାନ୍ସରୁ ୮ ଜଣ ଲୋକ ଓହ୍ଲାଇବା ପରେ […]
ଭୁବନେଶ୍ୱର: କରୋନାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ସାରା ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଭଳି ସ୍ଥିତିରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ରେଳବାଇ ପକ୍ଷରୁ ବଗି ଗୁଡିକୁ ସ୍ୱତନ୍ତ୍ର ଆଇସୋଲେସନ କୋଚରେ ପରିବର୍ତ୍ତନ କରାଯାଇଛି। ପ୍ରତି କୋଚ୍ରେ ଗୋଟିଏ ମାତ୍ର ସିଟ୍ ରଖାଯାଇଛି। ସାମ୍ନାରେ ଥିବା ଅନ୍ୟ ତିନିଟି ବର୍ଥକୁ ଖାଲି କରି ଦିଆଯାଇଛି। ଏଥିସହ ଉପର ବର୍ଥକୁ ଚଢ଼ିବାକୁ ଥିବା ସିଡିକୁ ଖୋଲି ଦିଆଯାଇଛି। ସନ୍ଦିଗ୍ଧ ଆକ୍ରାନ୍ତଙ୍କ ପାଇଁ ଟ୍ରେନର ବାଥରୁମ୍ ଓ […]
ଭୁବନେଶ୍ୱର: ରାଜ୍ୟ ବାହାରେ ଥିବା ହଜାର ହଜାର ଓଡ଼ିଆଙ୍କୁ ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଓଡ଼ିଶା ବାହାରର ଓଡ଼ିଆ ସଂଗଠନ ଗୁଡ଼ିକୁ ଅନୁରୋଧ କରିଛନ୍ତି ନବୀନ। ଏକ ଭିଡିଓ ଜାରି କରି ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ କିପରି ଖାଦ୍ୟ, ଔଷଧ ପହଞ୍ଚି ପାରିବ, ତାର ବ୍ୟବସ୍ଥା କରିବାକୁ ଏହି ଭିଡିଓ ମାଧ୍ୟମରେ ସେ ଅପିଲ କରିଛନ୍ତି। ସେ ବାବଦ ଖର୍ଚ୍ଚ […]
ନୂଆପଡ଼ା: ଲକ୍ଡାଉନ ବେଳେ ନୂଆପଡ଼ାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ଯୋଗୁ ଭୋକ ଉପାସରେ ୧୩ ଜଣ ଶ୍ରମିକ ପ୍ରାୟ ୭୦ କିଲୋମିଟର ବାଟ ପାଦରେ ଚାଲିଚାଲି ଆସିଥିବା ଦେଖିବାକୁ ମିଳିଛି। ଖରିଆର ରୋଡ୍ ରେଳ ଲାଇନ ଦୋହରିକରଣ କାର୍ଯ୍ୟରେ ସେମାନେ ନିୟୋଜିତ ଥିଲେ। ତେବେ ଲକ୍ଡାଉନ୍ ଯୋଗୁ ଠିକାଦାର କାମ ବନ୍ଦ କଲା ପରେ ଶ୍ରମିକ ମାନେ ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରକୁ ଯିବାକୁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ବିଦେଶରୁ ଆସିଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ କ୍ୟାବିନେଟ ସଚିବ ରାଜୀବ ଗୌବା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଦ୍ୱାରା ସତର୍କ କରାଇଛନ୍ତି ଗୌବା। ଜାନୁଆରୀ ୧୮ରୁ ମାର୍ଚ୍ଚ ୨୩ ମଧ୍ୟରେ ବିଦେଶରୁ ୧୫ଲକ୍ଷରୁ ଅଧିକ ଯାତ୍ରୀ ବିମାନ ଦ୍ୱାରା ଭାରତ ଆସିଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ପଞ୍ଜାବକୁ ପ୍ରାୟ ୧୨ ଲକ୍ଷ ୭୦ ହଜାର ଯାତ୍ରୀ […]
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଜାରି ହୋଇଛି। ”ଘରେ ରୁହ ଆଉ କିଲର କରୋନାକୁ ମାତ୍ ଦିଅ” ଏହି ସ୍ଲୋଗାନରେ ସବୁକିଛି ଠପ୍ ହୋଇଯାଇଛି। ଲକ୍ଡାଉନ୍ ପାଇଁ ଜାରି ହୋଇଛି ବିଭିନ୍ନ କଟକଣା। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ୟବସାୟ,ବାଣିଜ୍ୟ ସବୁ ଅଚଳ ହୋଇଯାଇଛି। ଲକ୍ଡାଉନ୍ ପାଇଁ ରାଜ୍ୟର ବାହାରେ ଫସି ରହିଛନ୍ତି ଅନେକ ଓଡ଼ିଆ। ଫସିରହିଥିବା ଲୋକମାନେ ନିଜ ଘରକୁ ଫେରିପାରୁନାହାନ୍ତି। ସେହିଭଳି ହାଇଦ୍ରାବାଦରେ ଫସିଛନ୍ତି […]
ନୂଆଦିଲ୍ଲୀ: ଯେତେ ସତର୍କତା ଆପଣାଇଲେ ମଧ୍ୟ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟାରେ ୧୪୯ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ସୂଚନା ଦେଇଛି। ସେହିପରି ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ ୬୪୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୭୯ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୭୭ ଜଣ ଆକ୍ରାନ୍ତ […]
ଭୁବନେଶ୍ୱର: ଆଜିଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକ ସ୍ୱତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି। ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ ଆରମ୍ଭ କରି ଏହି ବିମାନ ୪.୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ସଂଧ୍ୟା ୫.୨୦ରେ ଛାଡ଼ି ରାତି ୮.୨୦ରେ ଦିଲ୍ଲୀରେ ପହଞ୍ଚିବ। […]
ବାଲିଗୁଡ଼ା: କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ ହୋଇଥିବା ବେଳେ ଅନେକ ସ୍ଥାନରେ ବିଭିନ୍ନ ରାଜ୍ୟରେ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନେ ଫସି ରହିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ମଧ୍ୟପ୍ରଦେଶର ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ଲୁହା ବ୍ୟବସାୟୀ ଫସି ରହିଛନ୍ତି। ସେମାନେ ଲୁହା ବ୍ୟବସାୟ କରିବାକୁ ମାସେ ତଳେ କନ୍ଧମାଳ ଜିଲ୍ଲାକୁ ଆସିଥିଲେ। ହେଲେ ଲକ୍ଡାଉନ୍ ଯୋଗୁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ଧରି […]
କୋଭିଡ୍- ୧୯ ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏମ୍ସ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତି କରାଯାଇଛି। ଆୟୁଷ ବିଲ୍ଡିଂରେ ଏହି ସ୍ୱତନ୍ତ୍ର କୋବିଡ୍ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତି କରାଯାଇଛି। ଏଠାରେ ୩୦ଟି ବେଡ୍ ସହ ୧୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ଏହାସହ ୩୬ଟି ସ୍ୱତନ୍ତ୍ର କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। ଏହାସହ ଗୋଟିଏ ସ୍ୱତନ୍ତ୍ର ବିଲ୍ଡିଂରେ ଆକ୍ରାନ୍ତଙ୍କ ପାଇଁ ପ୍ରାୟ ୧୫୦ଟି ବେଡ୍ […]
ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ଠାରେ କରୋନା ଭାଇରସ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ। ବର୍ତ୍ତମାନ ସୁଦ୍ଧା କରୋନରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ୬୦ ବର୍ଷରୁ ଉର୍ଦ୍ଧ୍ୱ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁଯାୟୀ, କରୋନା ଭାଇରସରେ ବୟସ୍କଙ୍କ ମୃତ୍ୟୁ ହାର ୧୪.୮ ପ୍ରତିଶତ ଓ ଯୁବକମାନଙ୍କ ମୃତ୍ୟୁ ହାର ୦.୪ପ୍ରତିଶତ। ବୟସ୍କ ତଥା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରର ରୋଗ […]
ଅମରାବତି: କରୋନା ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ ଏକଜୁଟ୍ ହେବା ଦେଖାଯାଉଛି। ନିକଟରେ ବିରୋଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବା କହିଥିବା ବେଳେ ଆଜି ଟିଡିପି(ତେଲ୍ଗୁ ଦେଶମ ପାର୍ଟି) ନେତା ଚନ୍ଦ୍ର ବାବୁ ନାଇଡୁ ମୋଦିଙ୍କ କରୋନା ମକାବିଲା ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏଭିଳି ସ୍ଥିତିର ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା, କୃଷକ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ଠିକ୍ ସମୟରେ ୧.୭୫ ଲକ୍ଷ […]
ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ୍ ଏବେ ଆମେରିକା ପାଇଁ ଚିନ୍ତା ବଢ଼ାଇଛି। ଆମେରିକାରେ ଗୋଟିଏ ଦିନରେ ୧୭ ହଜାରରୁ ଅଧିକ ଲୋକ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱରେ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛି ଆମେରିକା। ଚୀନରେ ୮୧ ହଜାରୁ ଅଧିକ ଆକ୍ରାନ୍ତ ଥିବା ବେଳେ ୮୫ ହଜାରରୁ ଅଧିକ ଆକ୍ରନ୍ତ କେବଳ ଆମେରିକାରେ ରହିଛନ୍ତିା ସେହିଭଳି ଗୋଟିଏ ଦିନରେ ଗତକାଲି ୨୬୮ ଜଣଙ୍କ ମୃତ୍ୟୁ ହେବା ସହ ଏବେ ଯାଏ ମୋଟ୍ […]
ପଞ୍ଜାବ: କିଲର କରୋନାକୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ଅଟକି ଯାଇଛି ସାରା ବିଶ୍ୱ। ଏହି ଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଘରେ ରୁହ ଆଉ କିଲର କରୋନା ଭାଇରସକୁ ମାତ୍ ଦିଅ। ଏହି ସ୍ଲୋଗାନରେ ଆଜି ସାରା ଦେଶ ଏକ ପ୍ରକାର ଠପ୍ ହୋଇଯାଇଛି। ସବୁଠି ଲାଗିଛି ଲକ୍ଡାଉନ୍। ଏହି ଲକ୍ ଡାଉନ୍ ପାଇଁ ଜାରି ହୋଇଛି ବିଭିନ୍ନ […]
ଭୁବନେଶ୍ୱର: ଲକଡାଉନ୍ କଟକଣା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ନେଇ ଜାରି ହେଲା ନୂଆ ଗାଇଡାଇନ୍। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଏହି ଗାଇଡ୍ ଲାଇନ୍ ଜାରି ହୋଇଛି। ନୂଆ ନିୟମ ଅନୁସାରେ, ଗ୍ରୋସେରୀ , ପରିବା ଓ କ୍ଷୀର ଆଦି ସାମଗ୍ରୀ ଲାଗି ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଥିବାରୁ ଏହାକୁ କମାଇବାକୁ ରାତି ବେଳା ମଧ୍ୟ ଦୋକାନ ଖୋଲା ରହିବାକୁ କୁହାଯାଇଛି। ସେହିଭଳି ବଡ଼ […]
ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମଉଜ୍ପୁରରେ ‘ମୋହଲ୍ଲା କ୍ଲିନିକ’ ନାମକ କମ୍ୟୁନିଟି ହେଲ୍ଥ ସେଣ୍ଟର ଜଣେ ଡାକ୍ତର କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କରି ରଖାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ୍ କହିଛନ୍ତି। ଏଥିସହିତ ଦିଲ୍ଲୀରେ ବର୍ତ୍ତମାନ ୩୬ ଜଣ କରୋନା ଆକ୍ରାନ୍ତ ଥିବା ସେ ସୂଚନା ଦେଇଛନ୍ତି। ବୁଧବାର ଡାକ୍ତରଙ୍କ ପତ୍ନୀ ଓ ତାଙ୍କ ନାବାଳିକା ଝିଅ କରୋନା […]
ଶ୍ରୀନଗର: କାଶ୍ମୀରରେ ପ୍ରଥମ ମୁଣ୍ଡ ନେଲା କରୋନା ଭାଇରସ୍। ହାଇଦରପୋରା ଗାଁର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ୩ ଦିନ ପୂର୍ବରୁ ଏହି ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଆଜି ସକାଳେ ଶ୍ରୀନଗର ସ୍ଥିତ ସିଡି ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁ। ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସିଡି ହସ୍ପିଟାଲ୍ରେ ଡାକ୍ତରଙ୍କୁ ତାଙ୍କର ସାହସିକତା […]
ଆଳି; ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ପଥୁର ରୋଡରେ କାମ କରିବାକୁ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଓଡ଼ିଆ ଶ୍ରମିକ ଲକ୍ଡାଉନ୍ ଯୋଗୁ ସେଠାରେ ଫସି ରହିଛନ୍ତି। ଲକଡାଉନ ଯୋଗୁ ଟ୍ରେନ ଓ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନଙ୍କ ଘରକୁ ଫେରିବା ବାଟ ଏକଦମ୍ ବନ୍ଦ ହୋଇଯାଇଛି। ଏଥିପାଇଁ ସେମାନେ ଏକ ଭିଡିଓ ଜାରି କରି ନିଜ ରାଜ୍ୟକୁ ଫେରିଆସିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ନିଜ ପାଖରେ ଥିବା ଅତ୍ୟାବଶକୀୟ ସାମଗ୍ରୀ ସରି ଆସୁଥିବାରୁ ଲକଡାଉନ ଯୋଗୁ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ। କରୋନା ମୁକାବିଲା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ଼ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଟେଗୋରୀରେ ଆଂଶିକ ପରିବର୍ତ୍ତନ କରାଯାଇଛି। କ୍ରିଟିକାଲ ବର୍ଗ ହେଉଛି- FS&CW, GA&PG, H&UD, ସ୍ୱାସ୍ଥ୍ୟ, ଗୃହ, SRC & OSDMA। ଆଂଶିକ କ୍ରିଟିକାଲ ବର୍ଗର କେବଳ ୧୦% କର୍ମଚାରୀ ଅଫିସ୍ କାମ କରିବେ। ଆଂଶିକ କ୍ରିଟିକାଲ- ଶକ୍ତି, ଅର୍ଥ, […]
ଭୁବନେଶ୍ୱର:ଦେଶବ୍ୟାପୀ ଲକ୍ଡାଉନ୍ ପରେ ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଜମ୍ମୁରେ ୧୭୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଜମ୍ମୁସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିପାରୁ ନଥିବା ବେଳେ ଭୋକ ଉପାସରେ ରହିଥିବା କହିଛନ୍ତି। ସେହିପରି ହାଇଦ୍ରାବାଦରେ କଟକ, ଯାଜପୁର ଓ ବ୍ରହ୍ମପୁର ଜିଲ୍ଲାର ପ୍ରାୟ ୨୦୦ରୁ […]
ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍ କେବଳ ଆଜି ହିଁ ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟରେ ୧୨୮ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ର ନମ୍ବର ୱାନ୍ରେ ରହିଛି। ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି
ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଲନାଥ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ଯୋଗଦେଇଥିବା ଜଣେ ସାମ୍ବାଦିକ ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ ସହ ମିଶି ଥିଲେ। ତେଣୁ ଏବେ ସେଠାରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା […]
ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଏବେ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବାହାରୁ ଘରକୁ ଫେରିଥିବା ୭୮୨୩୩ଜଣଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତିମାନେ କରୋନା ପ୍ରଭାବିତ ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ତୁରନ୍ତ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଏ ସମ୍ପର୍କରେ ନିୟମିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ […]
ଭୁବନେଶ୍ଵର: ‘କରୋନା’ ମୁକାବିଲା ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବେ ରାଜ୍ୟ ସରକାର। ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବିଜ୍ଞାପନ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏଥିରେ ୩ ମାସ ଯାଏଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର […]
ମାଡ୍ରିଡ୍: ଚାଇନା ପରେ ୟୁରୋପୀୟ ଦେଶରେ ଆତଙ୍କ ଖେଳାଇ ଦେଇଛି ମହାମାରୀ କରୋନା ଭାଇରସ। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୭ ହଜାରର ନିକଟବର୍ତ୍ତୀ ହୋଇଥିବା ବେଳେ ଏବେ ସ୍ପେନରୁ ସାଂଘାତିକ ଖବର ଆସିଛି। ସ୍ପେନର ସ୍ଥିତି ଏପରି ହୋଇଛି ଯେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଚାଇନାକୁ ଟପି ଯାଇଛି। ଚାଇନାରେ ହିଁ ପ୍ରଥମେ କରୋନା ଭାଇରସ ଉତ୍ପତ୍ତି ହୋଇଥିଲା। ଏହାପରେ ଧୀରେଧୀରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା। ଏବେ ଚାଇନା ସ୍ଥିତି ସୁଧୁରି ଥିବା […]