• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

dilpi5555
କବିତାରେ ସଚେତନତାର ବାର୍ତ୍ତା ଦେଲେ ଏଇ ଅଭିନେତା

ମୁମ୍ୱାଇ: ବଲିଉଡ ଅଭିନେତା ଦିଲ୍ଲୀପ କୁମାର ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ କରୋନା ଭାଇରସ ବିଷୟରେ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ବୁଧବାର, ସେ ନିଜ ଟ୍ୱିଟରରେ ୪ଧାଡ଼ିର ଏକ କବିତା ଟ୍ୱିଟ୍ କରି କରୋନା ଭାଇରସ ବିଷୟରେ ଅବଗତ କରାଇଛନ୍ତି। ଦିଲ୍ଲୀପ ତାଙ୍କ ଟ୍ୱିଟରେ ଲେଖିଛନ୍ତି- ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଏହି ମହାମାରୀ କରୋନା ଭାଇରସ ସମୟରେ ଆପଣମାନେ ନିଜ ଘରେ ରହୁନ୍ତୁ। I urge you to #StayHomeSaveLives during this #COVID19pandemic […]

  • Monday, 26 July 2021
pm modi
ସୁସ୍ଥ ରହିବା ପାଇଁ ମୋଦି ଦେଲେ ଏମିତି ଟିପ୍ସ

ନୂଆଦିଲ୍ଲୀ:କରୋନା ଭାଇରସ ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳାୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି। ସୁସ୍ଥ ରହିବା ଏବଂ ରୋଗ ସହ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆୟୁଷ ମନ୍ତ୍ରଣାଳୟର ପରାମର୍ଶକୁ ନିଜ ଟ୍ୱିଟରେ ସେୟାର କରିଛନ୍ତି। ମୋଦି ତାଙ୍କ ଟ୍ୱିଟରେ  ଏହାକୁ ନିଜ ଜୀବନର ଏକ ଅଂଶ କରିବାପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଥିଲେ, ‘ସୁସ୍ଥ ରହିବା ପାଇଁ ଧ୍ୟାନ ଦିଅନ୍ତୁ। […]

  • Monday, 26 July 2021
nijamuddin
ହଜରତ୍ ନିଜାମୁଦ୍ଦିନରୁ ଫେରିଥିବା ରାଜ୍ୟର ୧୫ଜଣ କରୋନା ସଂକ୍ରମିତ ନୁହଁନ୍ତି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣଙ୍କ ଦେହରେ କରୋନା ସଂକ୍ରମିତ ଭୂତାଣୁ ନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗଣମାଧ୍ୟମ ବିଜ୍ଞପ୍ତି ଅନୁସାରେ, ନିକଟରେ ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ନମୂନା ସଂଗ୍ରହ କରାଯାଇ କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେଥିରୁ ୧୫ଜଣ ଯାତ୍ରୀଙ୍କ ରିପୋର୍ଟ ହସ୍ତଗତ ହୋଇଛି। […]

  • Monday, 26 July 2021
surendra-kumar
ରାଜ୍ୟରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍ ଯୋଗୁ ରାଜ୍ୟରେ ଖାଉଟି ସାମଗ୍ରୀର ଅଭାବ ନାହିଁ ଓ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସମସ୍ତ ପ୍ରକାରର ମାଲବାହୀ ଯାନ ବିନା ପାସରେ ଚଳପ୍ରଚଳ କରୁଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ପାଇଁ ଖାଉଟି ସାମଗ୍ରୀ ମହଜୁଦ୍ ଓ ପରିବହନର ସମୀକ୍ଷା ସଂକ୍ରାନ୍ତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଜଳସମ୍ପଦ ବିଭାଗ ସଚିବ ସୁରେନ୍ଦ୍ର […]

  • Monday, 26 July 2021
dd-1
ଖୁସି ଖବର: ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ

ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ଜଟିଳ ଥିବା ବେଳେ ଓଡ଼ିଶା ପାଇଁ ଏକ ଖୁସୀ ଖବର ଆସିଛି। ଓଡ଼ିଶାର ଦ୍ୱିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଭୁବନେଶ୍ୱର ଏମ୍‌ସ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କ ବୟସ ୨୦ ।  ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ […]

  • Monday, 26 July 2021
ajemi
ପିଏମ୍‌ କେୟାର୍ସ ଫଣ୍ଡକୁ ଅଜିମ ପ୍ରେମଜୀ ଫାଉଣ୍ଡେସନ ଓ ୱିପ୍ରୋ ଦେଲେ ୧୧୨୫ କୋଟି ଟଙ୍କା

ନୂଆଦିଲ୍ଲୀ: ରତନ ଟାଟା ପରେ ଦେଶର ଆଉଜଣେ ପ୍ରତିଷ୍ଠିତ ବ୍ୟବସାୟୀ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହାୟତା ହାତ ବଢ଼ାଇଛନ୍ତି। ୱିପ୍ରୋ ଇଣ୍ଟରପ୍ରାଇଜେସ୍‌ର ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ୍‌ ପକ୍ଷରୁ ପିଏମ୍‌ କେୟାର୍ ଫଣ୍ଡକୁ ୧୧୨୫ କୋଟି ଟଙ୍କା ଦାନ କରିଛନ୍ତି। ଏହି ୧୧୨୫ କୋଟି ଟଙ୍କା ମଧ୍ୟରୁ ୱିପ୍ରୋ ଲିଃ ୧୦୦ କୋଟି, ୱିପ୍ରୋ ଇଣ୍ଟରପ୍ରାଇଜେସ ୨୫ କୋଟି ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ୧ ହଜାର କୋଟି ଟଙ୍କା ଦେବେ। କରୋନା ପାଇଁ ଆବଶ୍ୟକ […]

  • Monday, 26 July 2021
andrapradesh
ଆନ୍ଧ୍ରପ୍ରଦେଶରେ ୧୨ଘଣ୍ଟାରେ ୪୩ଟି ନୂଆ ମାମଲା

ଆନ୍ଧ୍ରପ୍ରଦେଶ: ମହାମାରୀ କରୋନା ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇବାରେ ଲାଗିଛି। ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଆନ୍ଧ୍ରପ୍ରଦେଶରେ ୧୨ ଘଣ୍ଟାରେ ୪୩ଟି ନୂଆ କରୋନା ପଜିଟିଭ ମାମଲା ସମ୍ନାକୁ ଆସିଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ାଉଛି। ଆନ୍ଧ୍ରପ୍ରଦେଶରେ ବର୍ତ୍ତାମାନ ସୁଦ୍ଧା ୮୭ ଜଣ କରୋନା ପଜିଟିଭି ଥିବା ଜଣାପଡିଛି।  ସେମାନଙ୍କ ମଧ୍ୟରୁ ୧୫ ଜଣ ହେଉଛନ୍ତି କଡ଼ପ୍ପା ଜିଲ୍ଳାର। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର […]

  • Monday, 26 July 2021
rohit
କରୋନା ମୁକାବିଲା ପାଇଁ ରୋହିତ ଦେଲେ ୮୦ ଲକ୍ଷ

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପୂରା ଦେଶ ଏକଜୁଟ୍ ହୋଇଛି। ଏହି ମହାମାରୀ ପାଇଁ ବଲିଉଡ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଦେଶର କ୍ରୀଡ଼ାବିତ୍ ଯଥାସମ୍ଭବ ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏହି ସହାୟତାରେ ନିଜକୁ ସାମିଲ୍ କରିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା। ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ୮୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ୮୦ଲକ୍ଷ ଟଙ୍କା ମଧ୍ୟରୁ ରୋହିତ୍ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୪୫ ଲକ୍ଷ, ମୁଖ୍ୟମନ୍ତ୍ରୀ […]

  • Monday, 26 July 2021
lok
ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି। ଭାରତ ସମେତ ବିଶ୍ୱର ୨୦୦ଟି ରାଷ୍ଟ୍ର କରୋନା ପଞ୍ଝାରେ ପଡ଼ିଛନ୍ତି। ଆମେରିକା  ରୁଷ ଭଳି ଶକ୍ତିଶାଳି ରାଷ୍ଟ୍ର  ସହିତ ନରୱେ ଓ ରୋମାନିଆ  ସମସ୍ତେ ଏବେ କୋରନା ପଞ୍ଝାରେ ଅଣନିସ୍ୱାସୀ। ଚାଇନାରେ ଏହି ଭାଇରସ ପ୍ରଥମେ ସୃଷ୍ଟି ହୋଇଥିଲେ ହେଁ ବର୍ତ୍ତମାନ ସେଠାରେ ସ୍ଥିତିରେ ସୁଧାର ଆସିଛି। ହେଲେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ କରୋନା ଦ୍ରୁତ ଗତିରେ ବ୍ୟାପୀ ଚାଲିଛି ଏହି […]

  • Monday, 26 July 2021
nijamuddin
ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ଚେନ୍ନାଇ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇ ଫେରିଥିବା ୫୦ ଜଣ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ସାରା ଦେଶରେ କରୋନା ସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ସଭାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଜା ଚାଲିଛି। କେବଳ ରାଜଧାନୀ ଦିଲ୍ଲୀରେ ପ୍ରାୟ ୪୪୧ରୁ ଅଧିକ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଉଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। ଅଧିକ କରୋନା ପଜିଟିଭି ଚିହ୍ନଟ ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା […]

  • Monday, 26 July 2021
maharatsra
ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

ମୁମ୍ବାଇ: ଆଜି ଗୋଟିଏ ଦିନରେ କେବଳ ମୁମ୍ବାଇରେ ୫୯ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂରା ମହାରାଷ୍ଟ୍ରରେ ୭୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର୍‌ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ଲାବ୍‌ ଗତ ୩ ଦିନରେ କରିଥିବା ସାମ୍ପଲ୍‌ ଟେଷ୍ଟ ନେଇଥିଲା। ତାହାର ରିପୋର୍ଟ ଆଜି ପ୍ରକାଶ କରିବା ପରେ ପୂରା ମହାରାଷ୍ଟ୍ର କରୋନା ସ୍ଥିତି ଜଟିଳ ହୋଇଯାଇଛି। ତେବେ ଗତକାଲିକୁ ମିଶାଇ […]

  • Monday, 26 July 2021
corona
କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୋଭିଡ୍-୧୯ ଆକ୍ରାନ୍ତରେ ବେଲ୍‌ଜିୟମ୍‌ରେ ଜଣେ ୧୨ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ହୋଇଛି। ଏନେଇ ମଙ୍ଗଳବାର ବେଲ୍‌ଜିୟମ୍‌ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରକ୍ଷରୁ ସୂଚନା ଦିଆଯାଇଛି। ଏତେ କମ୍‌ ବୟସରେ କରୋନା ଆକ୍ରାନ୍ତରେ ମୃତ୍ୟୁ ହେବା ଖୁବ୍‌ କମ୍‌ କେସ୍‌ରେ ଦେଖାଯାଏ। ଏହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ବେଲ୍‌ଜିୟମ ସରକାରୀ ଉପଭୋକ୍ତା ଡ.ଇମାନୁଏଲ୍‌ ଆଣ୍ଡ୍ରେ କହିଛନ୍ତି। ମୃତ୍ୟୁର ୩ ଦିନ ପୂର୍ବରୁ ଏହି ଝିଅଙ୍କୁ ଜ୍ୱର ହୋଇଥିଲା। ଏବଂ ସେ ସେ କରୋନା ଆକ୍ରାନ୍ତ ଥିବା […]

  • Monday, 26 July 2021
america
କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ଆମେରିକା: ଚୀନର ଉହାନରୁ ଆସିଥିବା ମହାମାରୀ କରୋନା ଆମେରିକା ଭଳି ଦେଶକୁ ଗିଳି ସାରିଲାଣି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏହି ଭାଇରସକୁ ନେଇ ଚିନ୍ତା ପ୍ରକଟ କରୁଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ହସ୍ପିଟାଲ୍‌ର ବେଡ୍ କମ୍‌ ହେବାସହ ଭେଣ୍ଟିଲେଟର ମଧ୍ୟ କମ୍‌ ହେବାକୁ ଲାଗିଲାଣି। ଆମେରିକାରେ ପରିସ୍ଥିତିର ମୁକାବିଲା ପାଇଁ ଅସ୍ଥାୟୀ ଟେଣ୍ଟ୍‌ର ବ୍ୟବସ୍ଥା କରି କରୋନା ଭାଇରସର ପରୀକ୍ଷା କରାଯାଉଛି। ଅଧିକ ସହାୟତା ପାଇଁ ସେନା ଡକାଯାଇଛି […]

  • Monday, 26 July 2021
karnatka
ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

କର୍ଣ୍ଣାଟକ: କିଲର କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଏହି କରୋନା ଭାଇରସକୁ ନେଇ କର୍ଣ୍ଣାଟକର କିଛି ଲୋକଙ୍କୁ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କୁ କୁହାଯାଇଛି ଯେ ପ୍ରତି ଘଣ୍ଟାରେ ସେଲିଫ୍‌ ଉଠାଇ ସରକାରଙ୍କ ନିକଟକୁ ପଠାଇବେ। କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକେ କରୋନା ଭାଇରସରେ ସଂକ୍ରମିତ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ସୋମବାର ଦିନ ପ୍ରେସ୍‌ମିଟିରେ  କର୍ଣ୍ଣାଟକର ସ୍ୱାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ଡ଼କ୍ଟର କେ ସୁଧାକର କହିଛନ୍ତି,  ଯଦି […]

  • Monday, 26 July 2021
corona555555
ହାରିଯିବ କରୋନା... ଘର ଭିତରକୁ ଯିବା ପୂର୍ବରୁ ମନେ ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଲକ୍‌ଡାଉନ୍‌ ସତ୍ତ୍ୱେ କିଛି ଲୋକ ବାଧ୍ୟ ହୋଇ କାମରେ ବାହାରକୁ ଯାଉଛନ୍ତି। ଯେମିତି ପୋଲିସ କର୍ମଚାରୀ, ଡ଼କ୍ଟର, ସୁଇପର। ଏମାନଙ୍କ ବ୍ୟତୀତ ଲୋକମାନେ ମଧ୍ୟ ଜିନିଷପତ୍ର କିଣିବାକୁ ବାହାରକୁ ଯାଉଛନ୍ତି। ଏମାନଙ୍କ ପାଖରେ କରୋନା ସଂକ୍ରମଣର ଭୟ ବେଶି ଥାଏ। ହେଲେ ସାମାନ୍ୟ ସାବଧାନତା ଅବଲମ୍ବ କଲେ ଏବଂ ଟିକିଏ ବୁଦ୍ଧି ଖଟାଇ କାମ କଲେ ଏମାନେ କରୋନାଙ୍କୁ ହରାଇ ପାରିବେ।  ତେବେ ଆସନ୍ତୁ ଜାଣିବା ଘର ଭିତରକୁ ଯିବାବେଳେ ଆପଣଙ୍କୁ […]

  • Monday, 26 July 2021
up
‘କରୋନା’ ପାଇଁ ପ୍ରବାସୀ ଶ୍ରମିକଙ୍କୁ ମରାଗଲା ସାନିଟାଇଜର ସ୍ପ୍ରେ

ବରେଲି: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ମାତ୍ ଦେବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ। ସବୁଠି ଖାଁ ଖାଁ। ଅତ୍ୟାବଶ୍ୟକ କାମ ପଡ଼ିଲେ ବାହାରକୁ ବାହାରୁଛନ୍ତି ଲୋକ ନହେଲେ ନିଜ ଘରେ ହିଁ ରହୁଛନ୍ତି। ସାରା ଦେଶ ପାଲଟିଛି ସ୍ଥାଣୁ। ଏହି ଲକ୍‌ଡାଉନ୍‌ ପାଇଁ ବାହାରେ ଥିବା ଲୋକମାନେ ନିଜ ଘରକୁ ଫେରି ପାରୁନାହାନ୍ତି। କିନ୍ତୁ କରୋନା ଭୂତାଣୁ ଭୟ ଠାରୁ ବଳିପଡ଼ିଛି […]

  • Monday, 26 July 2021
kanika
ଚତୁର୍ଥ ଥର ପରୀକ୍ଷା ପରେ କନିକାଙ୍କ ରିପୋର୍ଟ ପଜିଟିଭ୍, ଚିନ୍ତାରେ ପରିବାର

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚତୁର୍ଥ ଥର ପରୀକ୍ଷା ପରେ ବି  କନିକାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ଲୋକେ ଖୁବ୍ ବ୍ୟସ୍ତ ହୋଇପଡ଼ିଛନ୍ତି। କନିକା ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସରେ ଚିକିତ୍ସିତ ହେଉଛନ୍ତି। ଏନେଇ କନିକାଙ୍କ ପରିବାର ଡାକ୍ତରଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ। ମେଡ଼ିକାଲର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, […]

  • Monday, 26 July 2021
chaina
୨କୋଟି ଲୋକଙ୍କ ଫୋନ୍‌ ଆକ୍ଟିଭ ନାହିଁ; ଚୀନ ଲୁଚାଉଛି କି ମୃତକଙ୍କ ସଂଖ୍ୟା?

ବେଜିଂ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୬ ଲକ୍ଷରୁ ଅଧିକ ଏବେ ଆକ୍ରାନ୍ତ ରହିଛନ୍ତି। ଯେଉଁଥିରୁ ଚାଇନାର ୮୧, ୪୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ପାଖାପାଖି ୪ ହଜାର ମୃତ୍ୟୁ ବରଣ କରିଛନ୍ତି। ଚାଇନାର ହୁବେଇ ପ୍ରଦେଶର ଉହାନରୁ ଏହି ଭାଇରସ ପ୍ରଥମେ ବ୍ୟାପିଥିଲା। ପାଖାପାଖି ତିନି ମାସ ଧରି ଏହି ହୁବେଇ ଚାଇନାର ଅନ୍ୟ ରାଜ୍ୟ ପାଖରୁ ଅଲଗା ହେବା ପରେ ଏବେ ସ୍ୱାଭାବିକ […]

  • Monday, 26 July 2021
silpa
କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ଶିଳ୍ପା ଓ ରାଜ

ଭୁବନେଶ୍ୱର: କରୋନା ଭାଇରସ ବିରୋଧରେ ଚାଲିଥିବା ଲଢ଼େଇ ପାଇଁ  ଦେଶବାସୀଙ୍କୁ ସହାୟତା ଓ ସରକାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବଲିଉଡର ବହୁ କଳାକର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଖୋଲାଯାଇଥିବା ’ପିଏମ୍‌-କେୟାରସ୍‌ ଫଣ୍ଡ’ କୁ ସେମାନେ ଦାନ କରୁଛନ୍ତି। ଅନ୍ୟମାନଙ୍କ ପରି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ମଧ୍ୟ ପିଏମ୍‌-କେୟାରସ୍‌ ଫଣ୍ଡକୁ  ୨୧ ଲକ୍ଷଟଙ୍କା ଦାନ କରିଛନ୍ତି।   View this post on Instagram   There is no better […]

  • Monday, 26 July 2021
corona india
କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ଏହି ୯ଟି ଲକ୍ଷଣ...

ଭୁବନେଶ୍ୱର: ଚୀନର ଉହାନ ସହରରୁ ଆସିଥିବା ଏହି କରୋନା ଭାଇରସ ବିଶ୍ୱରେ ଆତଙ୍କ ଖେଳାଇଛି। ସାରା ବିଶ୍ୱର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, କରୋନା ଭାଇରସର ଲକ୍ଷଣ ସାଧାରଣତଃ ଥଣ୍ଡା ଭଳି ହୋଇଥାଏ ଯେ ଏହି ଭାଇରସରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିହ୍ନିବା କଷ୍ଟ ହୋଇଥାଏ। ଏହି କାରଣରୁ ଲୋକମାନେ ଶୀଘ୍ର ଏହି କିଲର କରୋନା ଭାଇରସର ଶିକାର ହୋଇଥାନ୍ତି। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସର ଲକ୍ଷଣଗୁଡ଼ିକ ବିଷୟରେ କହିଛନ୍ତି, ଯାହା ଫଳରେ ଆପଣ ଏହି ମାରାତ୍ମକ […]

  • Monday, 26 July 2021
headline
ଜଣେ ଅଫିସର୍ କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନ୍‌ରେ ପ୍ରାୟ ୫୦ ବିଏସ୍‌ଏଫ୍‌ ଯବାନ

ଗ୍ୱାଲିଅର: ମଧ୍ୟପ୍ରଦେଶ ଗ୍ୱାଲିୟର୍‌ ଜିଲ୍ଲା ଟେକାନପୁର ସହର ଥିବା ବିଏସ୍‌ଏଫ୍‌ ଏକାଡେମୀର ଜଣେ ଅଫିସର୍‌ ନୋଭେଲ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ଏକାଡେମୀର ପ୍ରାୟ ୫୦ ବିଏସ୍‌ଏଫ ଯବାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଆଜି ସୁଦ୍ଧା ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଡିଜି(ଆଡିସନାଲ ଡାଇରେକ୍ଟର ଜେନେରାଲ), ଇନ୍‌ସ୍ପେକ୍ଟର ଜେନେରାଲ୍ ଏବଂ ବିଏସ୍‌ଏଫ୍ ଏକାଡେମୀର ଉଭୟ ନିର୍ଦ୍ଦେଶକ ଅନ୍ୟ ଅଫିସର୍‌ଙ୍କ ସହିତ ସଂକ୍ରମିତ ବ୍ୟକ୍ତି ଯୋଗ ଦେଇଥିବା […]

  • Monday, 26 July 2021
dharmendra
ଭାରତକୁ ଏଲ୍‌ପିଜି ଯୋଗାଣରେ କୌଣସି ପ୍ରତିବନ୍ଧକ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଭାରତକୁ ଏଲପିଜି ଯୋଗାଣରେ କୌଣସି ପ୍ରତିବନ୍ଧକ ନାହିଁ। ସାଉଦି ଆରବ ପ୍ରିନ୍ସ ଅବଦୁଲ ଅଜିଜ୍ ଓ ଶକ୍ତିମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିବା ପରେ ଏହା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ତୈଳ ବଜାରର ଉନ୍ନତି ଓ ଭାରତକୁ LPG ଯୋଗାଣ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି। ଏଥିସହ ଏକ ପ୍ରସିଦ୍ଧ ତୈଳ କମ୍ପାନୀର ସିଇଓ ଅମିନ ନାସିରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଭାରତକୁ […]

  • Monday, 26 July 2021
dharmendra
କରୋନା ମୁକାବିଲା: ସାଂସଦ ପାଣ୍ଠିରୁ କୋଟିଏ ଟଙ୍କା ସହିତ ମାସକ ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶ ଏକ୍‌ଜୁଟ୍‌ ହୋଇଛି। ଦେଶର ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ନେତା, ଅଭିନେତା, ଖେଳାଳି ସମସ୍ତେ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ କିଛି ସହାୟତା ଦେଉଛନ୍ତି। ଆଜି  କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନେସନାଲ୍ ରିଲିଫ୍ ଫଣ୍ଡକୁ ମାସକର ଦରମା ବି ଦେଇଛନ୍ତି। କରୋନା ଭାଇରସ୍ ପାଇଁ ସମସ୍ୟାରେ ଥିବା ଲୋକଙ୍କୁ ଏହି ରାଶି […]

  • Monday, 26 July 2021
modi
'ମନ୍‌ କି ବାତ୍‌'ରେ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ: ସାମାଜିକ ଦୂରତା ବଢ଼ାଅ, ଭାବଗତ ଦୂରତା କମାଅ। ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି ଏଭଳି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସମୟରେ କରୋନା ଭାଇରସ ଯୋଗୁ ଦେଶ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ଏ ପରୀପ୍ରେକ୍ଷୀରେ ମାସିକ କାର୍ଯ୍ୟକ୍ରମ ମନ କି ବାତ୍‌ର ଆଜିର ସଂସ୍କରଣରେ ଦେଶବାସୀଙ୍କୁ କୋରନା ମୁକାବିଲା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଲକ୍ ଡାଉନକୁ ନେଇ ଦୃଢ଼ ସଂକଳ୍ପ ହିଁ […]

  • Monday, 26 July 2021
delhi
ଦିଲ୍ଲୀ ନଛାଡ଼ିବାକୁ ଶ୍ରମିକଙ୍କୁ କେଜ୍ରିୱାଲ୍‌ଙ୍କ ଅନୁରୋଧ

ନୂଆଦିଲ୍ଲୀ:  ଶ୍ରମିକଙ୍କୁ ଦିଲ୍ଲୀ ନଛାଡ଼ିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଶ୍ରମିକଙ୍କ ପାଇଁ ରହିବା ଓ ଖାଇବା ସହ ଅନ୍ୟ ସମସ୍ତ ସୁବିଧା କରାଯାଇଛି। ଏନେଇ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା ହୋଇଥିବା କେଜ୍ରିଓ୍ୱାଲ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହ୍ୱାନ ଦିଆଯାଇଥିବା ଲକ୍‌ଡାଉନ୍ ଏବେ ଦେଶ ପାଇଁ ନିହାତି ଆବଶ୍ୟକ। ଏଭଳି ସ୍ଥିତିରେ ଦିଲ୍ଲୀ ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ଦ୍ୱାରା କରୋନା ଭାଇରସ ସଂକ୍ରମଣ ସମ୍ଭାବନା […]

  • Monday, 26 July 2021