• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

coid
ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା:  ଭୁବନେଶ୍ୱରରେ ପୁଣି ୧୬ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଭୁବନେଶ୍ୱରରେ ଆଉ ୧୬ ଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରେ ୧୮ଟି କୋଭିଡ୍-୧୯ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ତେବେ ଓଡ଼ିଶାରେ ମୋଟ କୋଭିଡ-୧୯ ପଜିଟିଭ୍‌ଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ଟି ଚିହ୍ନଟ ହୋଇଛନ୍ତି। […]

  • Monday, 26 July 2021
rugby
ଆଇସୋଲେସନ ନିୟମ ଭାଙ୍ଗି ଦୁଇ ଲୋକପ୍ରିୟ ରଗବୀ ଖେଳାଳି ଗିରଫ

ପ୍ୟାରିସ: ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ରଗବୀ ଖେଲାଳି ଗିରଫ ହୋଇଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ ରହିବାକୁ କହିଛନ୍ତି। ହେଲେ ଏହି ଖେଳାଳି ଦ୍ୱୟ ନିୟମ ଭଙ୍ଗ କରିଥିବାରୁ ସ୍ଥାନୀୟ ପ୍ରଶାସନ ଏହାକୁ ଦୃଢ଼ ନିନ୍ଦା କରିଛି। ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ […]

  • Monday, 26 July 2021
ନଗୂୋବ
ରୋହିତ, ବିରାଟଙ୍କ ଆହ୍ୱାନ: ଆଜି ରାତି ୯ ରେ ସମସ୍ତେ ଏକାଠି ହୁଅ

ନୂଆଦିଲ୍ଲୀ: ଆଜି ପ୍ରାଧାନମନ୍ତ୍ରୀଙ୍କ ଲାଇଟ୍ ଅଫ୍ ଆହ୍ୱାନକୁ ସମର୍ଥନ କରି ଦେଶବାସୀଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଭାରତର ଏକତା ଓ କରୋନା ସହିତ ଲଢୁଥିବା ସମସ୍ତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ଆଜି ରାତି ୯ଟାରେ ଏକାଠି ହେବା ବୋଲି ଉଭୟ କ୍ରିକେଟର ଦେଶବାସୀଙ୍କ ସମତେ ଟିମ୍ ଇଣ୍ଡିଆକୁ ଆହ୍ୱାନ ଦେଇଛନ୍ତି। ଏନେଇ ବିରାଟ୍ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ […]

  • Monday, 26 July 2021
ciorona
କଳାହାଣ୍ଡି କୋଭିଡ୍-19 ପଜିଟିଭ୍ ବ୍ୟକ୍ତିଙ୍କ ଗାଁକୁ ସିଲ୍ କଲା ପ୍ରଶାସନ

କଳାହାଣ୍ଡି: କଳାହାଣ୍ଡିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ତାସହ ଆଖପାଖ ଗାଁକୁ ମଧ୍ୟ ସିଲ୍ କରି ଯାନବାହନ କିମ୍ବା କୌଣସି ବ୍ୟକ୍ତିଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ମେଡିକାଲ୍ ଇମର୍ଜେନ୍ସୀ ଥିବା ବ୍ୟକ୍ତି ହିଁ ଲୋକେ ଚଳପ୍ରଚଳ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ମୂତାବକ କଳାହାଣ୍ଡିରେ କରୋନା ସଂକ୍ରମିତ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସହ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। […]

  • Monday, 26 July 2021
corona
ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀରେ କରୋନା ରୋଗୀ କେମିତି ଆକ୍ରାନ୍ତ ହେଲେ ଆସିଲା ତଥ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-19 ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାର ତଥ୍ୟ ଆଜି ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପ୍ରଦିପ୍ତ ଦଳବେହେରାଙ୍କ ପରିବାର ମଧ୍ୟରୁ ଜଣେ କୋଲକାତା ଯାଇଥିଲେ। ସେଠି ସେ […]

  • Monday, 26 July 2021
Untitled-1
ଓଡ଼ିଶାରେ ପୁଣି ଜଣେ କୋଭିଡ୍-19 ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିର ଜଣେ ୨୯ ବର୍ଷୀୟ ଯୁବକ କୋଭିଡ୍-19 ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଯୁବକ ବାହାରିନ୍ ଯାଇଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ସ୍ପଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜିର ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋଭିଡ୍-19 ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି। ମୋଟ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ […]

  • Monday, 26 July 2021
diya
କାଲି ଲାଇଟ୍ ଅଫ୍ ନେଇ ପାଓ୍ୱାର ଗ୍ରିଡରେ ସମସ୍ୟା ଖବର ମିଛ: ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ରାତି ୯ଟାରୁ ୯ ମିନଟ ଯାଏଁ ସାରା ଦେଶରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଜୁଳି ବତୀ ଜାଳିବା ବନ୍ଦ ରଖିବେ। ତେବେ ଏହି ସମୟରେ ପାଓ୍ୱାର ଗ୍ରିଡ୍ ଚାଲୁ ରହି, ଏବଂ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ଆଜି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିଭଳି କେବଳ ବିଜୁଳିବତୀକୁ ବାଦ ଦେଇ ଘରେ ଥିବା ଟିଭି, ଫ୍ରିଜ୍, ଏସି, କମ୍ପ୍ୟୁଟର ଭଳି ଅନ୍ୟ ସମସ୍ତ ପ୍ରକାର ବୈଦୁତିକ […]

  • Monday, 26 July 2021
corona
କରୋନା ଅପଡେଟ୍: ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଓ ମୃତ୍ୟୁ ସଂଖ୍ୟା କେତେ ଟପିଲା ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଛି।ଦେଶର ମୋଟ ୨୯୦୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଏଥିରୁ ୧୦୨୩ଟି ତବଲିଗି ଜମାତ ସହିତ ଲିଙ୍କ ଅଛି। ମୋଟ ୧୭ଟି ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରାଯାଇଛି। ଏହି ତାଙ୍କ ଲିଙ୍କରେ ୨୨ ହଜାର ଲୋକଙ୍କୁ କ୍ୱାରେଣ୍ଟିନ୍ କରାଯାଇଛି। କୋଭିଡ୍-19 ମୁକାବିଲାକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା […]

  • Monday, 26 July 2021
ohoti
ଜ୍ୱର ଓ ଶ୍ୱାସ ତଥ୍ୟ ଲୁଚାଇଲେ ଘରୋଇ ହସ୍ପିଟାଲର ଲାଇସେନ୍ସ ରଦ୍ଦ ହେବ

ଭୁବନେଶ୍ୱର: ସରକାରୀ ହେଉ କି ବେସରକାରୀ ରାଜ୍ୟର କୌଣସି ହସ୍ପିଟାଲରେ ଶ୍ୱାସ ଯନ୍ତ୍ରଣା ଭୋଗୁଥିବା କିମ୍ବା ଫ୍ଲୁ ଆକ୍ରାନ୍ତ ଥାଆନ୍ତି, ତେବେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ସମ୍ପର୍କରେ ତୁରନ୍ତ ସରକାରଙ୍କୁ ତଥ୍ୟ ଦିଅନ୍ତୁ ରାଜ୍ୟରେ କରୋନା ଭାଇରସର ଦୃଢ଼ ମୁକାବିଲା ଲାଗି ଆଜି ଏଭଳି  ନିବେଦନ କରିଛନ୍ତି ସୁବ୍ରତ ବାଗଚୀ। ଏହି ନିୟମ ଖିଲାପ କଲେ ସଂପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଯଦି ଘରୋଇ ହସ୍ପିଟାଲ୍ ତଥ୍ୟ ଲୁଚାଇଲେ, ତେବେ […]

  • Monday, 26 July 2021
graph
ରାଜ୍ୟର କରୋନା ସ୍ଥିତି ଓ ଘଟଣାକ୍ରମ ଏମିତି 

ଭୁବନେଶ୍ୱର: ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି। ୧୮ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ କରୋନା ସଂଖ୍ୟା ୨୦ କୁ ବୃଦ୍ଧି ହୋଇଥିଲା। ଦେଶ ଓ ରାଜ୍ୟରେ ସ୍ଥିତି ଯେତେବେଳେ ସାରା ଦେଶରେ ୧୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିଲେ, ସେତେବେଳେ ଓଡ଼ିଶାରେ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର […]

  • Monday, 26 July 2021
tabliogui
ତବଲିଗି ଜମାତ ଧାର୍ମିକ ସଭାରେ ଯୋଗ ଦେଇଥିବା ମୋଟ ୬୪୭ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ମୋଟ ୬୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି  ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଏହି ସମାରୋହ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍‌ ଅଗ୍ରୱାଲ କହିଛନ୍ତି, ଏହି ସବୁ ସଂକ୍ରମିତଙ୍କୁ ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଠାବ କରାଯାଇଛି। ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, […]

  • Monday, 26 July 2021
cutaclk
କୋଭିଡ୍-୧୯ ମୁକାବିଲା ପାଇଁ ୨ କୋଟିରୁ ଅଧିକ ଟଙ୍କା ସହାୟତା ଦେଲା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ

କଟକ : କୋଭିଡ୍‌-୧୯ ମୁକାବିଲା ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨କୋଟି ୩ ଲକ୍ଷ ୨୭ ହଜାର ୮୫୧ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଏହି ସହାୟତ ରାଶି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ସହାୟତା […]

  • Monday, 26 July 2021
yogi
ଯୋଗୀ ସରକାରଙ୍କ କଡା ନିଷ୍ପତ୍ତି: ପୋଲିସକୁ ଆକ୍ରମଣ କଲେ ଲାଗିବ ଏନ୍‌ଏସ୍‌ଏ

ଲକ୍ଷ୍ନୌ: କରୋନା ଭାଇରସକୁ ମାତ୍‌ ଦେବାପାଇଁ  ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ ଉପରେ ଆକ୍ରମଣ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି, ଏବେ ଯେଉଁମାନେ ପୋଲିସ ଉପରକୁ ଆକ୍ରମଣ କରିବେ ସେମାନଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ (NSA) ଲାଗୁ କରାଯିବ। ସୂଚନାଥାଉ କି, ଦେଶର ଅନେକ ସ୍ଥାନରେ ପୋଲିସ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ […]

  • Monday, 26 July 2021
amitab
କରୋନାକୁ ଓଲଟା ପଢ଼ିବାକୁ କହିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଭାଇରସ  ବିଷୟରେ ନିଜ ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି। ବିଗ୍ ବି ବାରମ୍ୱାର ମହାମାରୀ କରୋନା ଭାଇରସ ବିଷୟରେ ଲୋକମାନଙ୍କୁ ସଚେତନ କରିବାପାଇଁ ନିଜ ଟ୍ୱିଟ୍‌ରରେ ବିଭିନ୍ନ ତଥ୍ୟ ପୋଷ୍ଟ କରୁଛନ୍ତି। ଏବେ ବଚ୍ଚନ ଟ୍ୱିଟରେ ତାଙ୍କର ବ୍ଳାକ ଆଣ୍ଡ ହ୍ୱାଇଟ୍‌ର ଏକ ଫଟୋକୁ ସେୟାର କରି ଲୋକମାନଙ୍କୁ କହିଛନ୍ତି ଯେ କରୋନାକୁ ବଢ଼ିବାକୁ ଦିଅ ନାହିଁ। ଅମିତାଭ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଖବରଦାର- ‘ଘରେ ରୁହ,ବାହାରକୁ […]

  • Monday, 26 July 2021
aiims
ଡାକ୍ତର ଓ ତାଙ୍କର ଗର୍ଭବତୀ ପତ୍ନୀ କରୋନା ଆକ୍ରାନ୍ତ

ଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ଗୁରୁବାର ଦିନ ଦିଲ୍ଲୀ ଏମ୍ସର ଜଣେ କାର୍ଯ୍ୟରତ ଡାକ୍ତର କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଏବେ ତାଙ୍କର ଗର୍ଭବତୀ ପତ୍ନୀଙ୍କର  କରୋନା ପଜିଟିଭ ଥିବା ଜଣାପଡ଼ିଛି। ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଦିଲ୍ଲୀ ଏମ୍ସରେ ତାଙ୍କର ପ୍ରସବ କରାଯିବ। ତେବେ ସଂପୃକ୍ତ ଡାକ୍ତର ଜଣକ ବିଦେଶ ଗ୍ରସ୍ତ କରିନିଥିଲେ। ଯେଉଁମାନେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଏମ୍ସର କର୍ତ୍ତୃପକ୍ଷ କହିଛନ୍ତି,  […]

  • Monday, 26 July 2021
corona
କରୋନା ଅପ୍‌ଡେଟ୍‌: ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା। ନିଜାମୁଦ୍ଦିନ ଧର୍ମସଭା ପରେ ଦେଶରେ ଭୟଙ୍କର ରୂପ ଧାରଣ କରୁଥିବା କରୋନାରେ ଏବେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ସେହିଭଳି ଗୋଟିଏ ଦିନ ଭିତରେ ଦେଶରେ ୩୨୪ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଅଦ୍ୟାବଧି ଗୋଟିଏ ଦିନ […]

  • Monday, 26 July 2021
relkion
କରୋନା ମୁକାବିଲା ପାଇଁ ଏହିସବୁ ପଦକ୍ଷେପ ନେଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍

ଭୁବନେଶ୍ୱର/ମୁମ୍ବାଇ: କରୋନା ଭୂତାଣୁ ବିରୋଧ ଲଢ଼େଇରେ ସାମିଲ୍ ହେବାକୁ ସହାୟତା ହାତ ବଢ଼ାଇଛି ରିଲାୟଏନ୍ସ ଇଣ୍ଡଷ୍ଟ୍ରିଜ୍। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାରସ‌୍‍ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପିଏମ କେୟାର ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିବା ସହିତ କୋଭିଡ-୧୯ ବିରୋଧ ଲଢ଼େଇରେ ସହାୟତା ପାଇଁ କମ୍ପାନୀ ପକ୍ଷରୁ ମହାରାଷ୍ଟ୍ର ଓ ଗୁଜରାଟ ସରକାରଙ୍କୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ତା […]

  • Monday, 26 July 2021
pm
ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଲକ୍ ଡାଉନ୍‌ରେ ସହଯୋଗ ନେଇ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ କିଛି ରାଷ୍ଟ୍ରରେ ପୁଣି ସଂକ୍ରମଣ ଫେରିବା ଆଶଙ୍କା ଥିବା ମୋଦି କହିଛନ୍ତି। ଆଗାମୀ କିଛି ସପ୍ତାହ ପାଇଁ ଟେଷ୍ଟିଂ, ଟ୍ରେସିଂ, ଆଇସୋଲେସନକୁ ଫୋକସ ଦିଆଯାଉ। କରୋନା ମୁକାବିଲା ପାଇଁ ପୃଥକ ହସ୍ପିଟାଲ ଉପରେ ଗୁରୁତ୍ୱ ଦେବା ସହ ଡାକ୍ତର ଅଭାବ ଦୂର ପାଇଁ ଆୟୁଷ […]

  • Monday, 26 July 2021
bmv
ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କହିଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ତାଙ୍କ ଘର ସୂର୍ଯ୍ୟନଗର ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ ନମ୍ବର ୩୭ରେ ତାଙ୍କ ଘର ବୋଲି କୁହାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ଜାଣାଇବା ସହିତ ସ୍ଥାନକୁ ସିଲ୍ କରାଯାଇଛି। ପଞ୍ଚମ […]

  • Monday, 26 July 2021
ୱୋଉମପଗ
ରାଜ୍ୟରେ କେମିତି ଅଛି କରୋନା ସ୍ଥିତି, ଜାଣନ୍ତୁ ପୂରା ତଥ୍ୟ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କରୋନା ସ୍ଥିତି ସୂଚିତ କଲାବେଳେ ଏଭଳି ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ। ରାଜ୍ୟରେ ଏଯାବତ ୯ଶହ ସାମ୍ପଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୫ ପଜିଟିଭ ରିପୋର୍ଟ ଆସିଛି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ଚିହ୍ନଟ ହୋଇଛନ୍ତି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି। ଏବେ ସୁଦ୍ଧା ୧୦୪ […]

  • Monday, 26 July 2021
lo
‘କରୋନା ଲକ୍ଷଣ ଦେଖାଦେଲେ ହସ୍‌ପିଟାଲ୍ ନ ଯାଇ ୧୦୪କୁ ଫୋନ୍ କରନ୍ତୁ’

ଭୁବନେଶ୍ୱର: କରୋନାର କିଛି ଯଦି ଲକ୍ଷଣ ଦେଖୁଛନ୍ତି ତାହେଲେ ନିଜେ ହସ୍ପିଟାଲ ଯାଅନି। ନିଜେ ନିଜେ ହସ୍ପିଟାଲକୁ ଯାଇ ଅନ୍ୟମାନଙ୍କୁ ବିପଦରେ ପକାନ୍ତୁନି। ଏନେଇ ସୂଚନା ଦେଇଛନ୍ତି ଏନଏଚ୍ଏମ୍  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ଯେଉଁ ବ୍ୟକ୍ତି ବିଦେଶରୁ କିମ୍ବା ଅନ୍ୟ ରାଜ୍ୟରୁ ଫେରିଥିବେ ସେମାନେ ୧୪ ଦିନ ଘରେ ରହନ୍ତୁ।  ତାସହ ଘରେ ପରିବାର ସଦସ୍ୟଙ୍କଠାରୁ ଯଥେଷ୍ଟ ଦୂରତ୍ୱରେ ନିଜକୁ ରଖନ୍ତୁ। ୧୪ ଦିନ ପରେ ମଧ୍ୟ ଘରେ ନିଜକୁ ନିଜେ ପୁଣି ୧୪ ଦିନ ସର୍ବେକ୍ଷଣରେ […]

  • Monday, 26 July 2021
corona
ଦିଲ୍ଲୀ ଏମ୍ସ ଡାକ୍ତରଙ୍କୁ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ପୂର୍ବରୁ ସେ କେଉଁ ଆଡ଼େ ଯାଇନଥିଲେ। ଅର୍ଥାତ ଚିକିତ୍ସା ସମୟରେ ଏପରି ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସେ ମାନସିକ ରୋଗ ଚିକିତ୍ସକ। ସେ ପୂର୍ବରୁ ବିଦେଶ ଯାଇନଥିବା ଜଣାପଡ଼ିଛି। ଦିଲ୍ଲୀର କିଛି ଡାକ୍ତର ଏଭଳି ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପ୍ରୋଟେକ୍ଟିଭ୍‌ ଗିଅରର ସପ୍ଲାଇ ଏବଂ ମାନ ବୃଦ୍ଧି ପାଇଁ […]

  • Monday, 26 July 2021
train333
ସ୍ୱାସ୍ଥ୍ୟସେବାରେ ଚୀନ ସହିତ ସମାନ ହେବ ଭାରତ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ସଂକ୍ରମିତ ଲୋକଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡ ଶୀଘ୍ର ତିଆରି କରାଯାଉଛି। ଟ୍ରେନ୍‌ର ବଗିରେ ଲକ୍ଷେ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ନିର୍ମାଣ କରାଯିବ। ଏହା ପୂର୍ବରୁ ମଧ୍ୟ ଅନେକ ଡାକ୍ତରଖାନା ତିଆରି ସରିଛି ଓ ଅନେକ ମେଡିକାଲକୁ ଅନୁମୋଦନ ମିଳିଛି। ରେଳବିଭାଗ  ୨୦ ହଜାର ବଗିକୁ ଆଇସୋଲେସନ ୱାର୍ଡରେ ପରିଣତ କରିବ। ଏହି ବଗିଗୁଡ଼ିକରେ ସମୁଦାୟ ୩.୨ ଲକ୍ଷରୁ ଅଧିକ ଶଯ୍ୟାର ବ୍ୟବସ୍ଥା […]

  • Monday, 26 July 2021
marrige 55555
ଲକ୍‌ଡାଉନ୍‌: ଭିଡିଓ କନଫରେନ୍ସିଂରେ ହେଲା ନିର୍ବନ୍ଧ

କେରଳ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌। ଏହି ଲକ୍‌ଡାଉନ୍‌ ପାଇଁ ଲୋକମାନେ ସେମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଏପରିକି ବାହାଘର ଠୁ ଆରମ୍ଭ କରି ବିଭିନ୍ନ ଧାର୍ମିକ କାର୍ଯ୍ୟକୁ ବନ୍ଦ କରାଯାଇଛି । କିନ୍ତୁ ଇଣ୍ଟରନେଟର ଯୁଗରେ ଅନ୍‌ଲାଇନ୍‌ ମାଧ୍ୟମରେ ସବୁ କାର୍ଯ୍ୟ ହୋଇପାରୁଛି। ଅନଲାଇନ୍‌ରେ ସ୍କୁଲ୍-କଲେଜ୍ କାମ କରାଯାଉଛି। ଜରୁରୀ ବୈଠକ ମଧ୍ୟ ଇଣ୍ଟରନେଟ୍‌ରେ ହୋଇପାରୁଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟର କାମ କରାଯାଉଛି। ଏବେ […]

  • Monday, 26 July 2021