• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

saharukhu
କରୋନା ଲଢେଇ ପାଇଁ ପୁଣି ସହାୟତାର ହାତ ବଢାଇଲେ କିଙ୍ଗ ଖାନ୍

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସବୁକିଛି ଠପ୍‌ ହୋଇଯାଇଛି। ଏହି ଅସୁବିଧା ସମୟରେ ବଲିଉଡର କିଙ୍ଗ୍‌ ଖାନ୍‌ ଶାହାରୁଖ ପୂର୍ବରୁ କରୋନାଭାଇରସ୍ ଲଢ଼େଇ ପାଇଁ ରିଲିଫ୍‌ ଫଣ୍ଡକୁ ଅର୍ଥରାଶି ଦାନ କରିବା ସହିତ ଅନେକ ସହାୟତା ଘୋଷଣା କରିଥିଲେ। ବର୍ତ୍ତମାନ ଶାହାରୁଖ କୋଭିଡ-୧୯ ସହିତ ଲଢ଼େଇକରୁଥିବା ମେଡିକାଲ କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ୨୫,୦୦୦ ପିପିଇ(PPE) କିଟ୍‌ ଦାନ କରିଛନ୍ତି। ଏନେଇ ମହାରାଷ୍ଟ୍ର ସ୍ୱାସ୍ଥମନ୍ତ୍ରୀ ରାଜେଶ ଟୋପେ […]

  • Monday, 26 July 2021
delhi
ପ୍ରତ୍ୟେକ ଘରେ ‘ହାପିନେସ୍‌ କ୍ଲାସ’ ଆରମ୍ଭ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଲାଗୁ କରାଯାଇଛି। ସମସ୍ତେ ଘରେ ରହିଛନ୍ତି। ଏହି ସମୟ ମଧ୍ୟରେ ପିଲାମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ‘ପ୍ରତ୍ୟେକ ଘର ଏକ ବିଦ୍ୟାଳୟ, ପ୍ରତ୍ୟେକ ପିତାମାତା ଜଣେ ଶିକ୍ଷକ’ ନାମକ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ‘ହାପିନେସ୍‌ କ୍ଲାସ’ ଆୟୋଜନ କରିବାର ଯୋଜନା ରହିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ […]

  • Monday, 26 July 2021
ratan5555
ଖରାଦିନେ ଆଇସକ୍ରିମ୍ ଖାଇବାକୁ ମନାକଲେ ରତନ ରାଜପୁତ

ମୁମ୍ୱାଇ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ସମୟରେ ବଲିଉଡର ଟିଭି ଅଭିନେତ୍ରୀ ରତନ ରାଜପୁତ ନିଜ ଗାଁରେ ଫସିରହିଛନ୍ତି। ଗାଁରେ ରହିଥିବା ଯୋଗୁ ଦେଖିବା ପାଇଁ ରତନଙ୍କ ପାଖରେ ଟିଭି ନାହିଁ। ଏଭଳି ପରିସ୍ଥିତିରେ ସେ ଗାଁରେ ରହି ନିଜ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରିବା ସହିତ ଫ୍ୟାନମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଉଛନ୍ତି।   View this post on Instagram […]

  • Monday, 26 July 2021
kovid
ଭଦ୍ରକରେ ଉଦ୍‌ଘାଟନ ହେଲା ପ୍ରଥମ କୋଭିଡ-୧୯ ହସ୍ପିଟାଲ; ଗଞ୍ଜାମରେ ରାସ୍ତା ଜଗିଲା ସିସିଟିଭି

ଭଦ୍ରକ/ଗଞ୍ଜାମ: ଉଦ୍‌ଘାଟନ ହେଲା ଭଦ୍ରକରେ ପ୍ରଥମ କୋଭିଡ-୧୯ ହସ୍ପିଟାଲ। ସହରର ମୋଟେଲ ଛକ ଠାରେ ଥିବା ସାଳନ୍ଦୀ ହସ୍ପିଟାଲରେ ଜିଲ୍ଲାର ପ୍ରଥମ କୋଭିଡ-୧୯ ହସ୍ପିଟାଲ ଉଦ୍‌ଘାଟନ ହୋଇଛି। କୋଭିଡ୍ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪ଟି ଆଇସିୟୁ ରହିଛି। ଏହି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ। ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହ ଖାଦ୍ୟ, ପାନୀୟ ଯୋଗାଇ ଦିଆଯିବ। କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। […]

  • Monday, 26 July 2021
KENDRAPARA
କେନ୍ଦ୍ରାପଡ଼ାରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା : ଗତକାଲି ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ମହିଳା। ସେ ରାଜନଗର ଅଞ୍ଚଳର ବାସିନ୍ଦା। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ, ଏହି ମହିଳା ଜଣଙ୍କ ବାହାର ରାଜ୍ୟକୁ ଯାଇଥିଲେ। ସେଠାରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ତେବେ ସ୍ୱାବ ନମୁନା […]

  • Monday, 26 July 2021
HYDROXY
ବିପଦରେ ବନ୍ଧୁ ଭାରତ: କେଉଁ ଦେଶକୁ କେତେ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବ୍‌ଲେଟ୍‌ ଯୋଗାଇଲା ପଢ଼ନ୍ତୁ

ନୂଆଦିଲ୍ଲୀ: ଏବେ ବିଶ୍ୱ ପାଇଁ ସାହାଯ୍ୟ ଓ ସାହାରାର ଏକମାତ୍ର ଉତ୍ସ ହେଉଛି ଭାରତ। ମହାମାରୀ କରୋନା ପରେ ସାରା ବିଶ୍ୱକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ପ୍ରଦାନ କରାଯାଇଛି। ତେବେ ପ୍ରଥମେ ଆମେରିକାକୁ ଦିଆଯାଇଛି। ଆଉ ଏହା ଏବେ ଆମେରିକାରେ ପହଞ୍ଚି ସାରିଛି। ପ୍ରଥମ ପର୍ଯ୍ୟାୟରେ ୩୫.୮୨ ଲକ୍ଷ ଟାବଲେଟ୍ ସ୍ୱତନ୍ତ୍ର କାର୍ଗୋ ବିମାନରେ ଆସି ଆମେରିକାର ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିଥିବା ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ […]

  • Monday, 26 July 2021
CORONA
ବିଶ୍ୱରେ କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଲା

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ସାରା ବିଶ୍ୱରେ ମୃତ୍ୟୁର ଭାଇରସ ସାଜି ହଜାର ହଜାର ମୁଣ୍ଡ ନେଉଛି କରୋନା। ବର୍ତ୍ତମାନ ସୁଧା ବିଶ୍ୱର ୨୧୦ ଦେଶରେ ତାଣ୍ଡବ ରଚୁଛି ଏହି କୋଭିଡ୍ ୧୯। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଛି। କରୋନାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଆମେରିକା। ବର୍ତ୍ତମାନ ସୁଦ୍ଧା ଆମେରିକାରେ ୫ଲକ୍ଷ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଗତ ୨୪ […]

  • Monday, 26 July 2021
otv-l
ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଆଜି ସକାଳ ସୁଦ୍ଧା ଦେଶରେ ୭ ହଜାର ୩୬୭ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭୧୬ଜଣ ସୁସ୍ଥ ହୋଇଛନ୍ତି। ତେବେ ୨୭୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୯ ଜଣ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୧୭୬୧ ଜଣ ସଂକ୍ରମିତ ଥିବାବେଳେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ […]

  • Monday, 26 July 2021
farming
ଜରୁରୀ ସେବା ଶ୍ରେଣୀରେ ସାମିଲ ହେଲା କୃଷି ଓ ସମବାୟ ସମେତ ଅନ୍ୟ ୫ ବିଭାଗ

ଭୁବନେଶ୍ୱର: ଜରୁରୀ ସେବା ଶ୍ରେଣୀରେ ସାମିଲ ହେଲା କୃଷି ଓ ସମବାୟ ସମେତ ଆଉ ୫ ବିଭାଗ। କଟକ ଏବଂ ଭୁବନେଶ୍ୱରରେ ଥିବା ଏହି ବିଭାଗଗୁଡ଼ିକର ଅଫିସ ୫୦ ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନେଇ କାମ କରିବେ। ସେହିପରି କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକର ପରିଚାଳନା ସଂପର୍କରେ ନିଷ୍ପତ୍ତି ନେବେ ପ୍ରଶାସନିକ ବିଭାଗ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହିବ।  ଏଣୁ ଏହି ସମୟରେ କୃଷି କାର୍ଯ୍ୟ ଓ ଫସଲ ଅମଳରେ ଯେପରି କୌଣସି ପ୍ରକାର ବାଧାପ୍ରାପ୍ତ […]

  • Monday, 26 July 2021
online
ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠ ପଢ଼ାର ପ୍ରୟାସ ଆରମ୍ଭ କଲା ୟୁଜିସି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ କିପରି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ସେ ନେଇ ପ୍ରୟାସ ଆରମ୍ଭ କରିଛି ୟୁଜିସି। ଏନେଇ ଦେଶର ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ୟୁଜିସି ଚେୟାରମ୍ୟାନ୍ ଡିପି ସିଂହ। ଲକ୍‌ଡାଉନ୍ ସମୟରେ ପିଲାଙ୍କୁ କିପରି ଅନଲାଇନ୍‌ରେ ପାଠପଢ଼ା ହେବ ସେ ନେଇ ରୂପରେଖ ପ୍ରସ୍ତୁତ ଲାଗି କୁଳପତି, ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କଠାରୁ ପରାମର୍ଶ ଲୋଡ଼ିବାକୁ ଚିଠିରେ କୁହାଯାଇଛି। ଏପ୍ରିଲ ୧୬ ଭିତରେ ନିଜ ପରାମର୍ଶ […]

  • Monday, 26 July 2021
covid
ରାଜ୍ୟରେ ଆଉ ଏକ ଜିଲ୍ଲାକୁ ବ୍ୟାପିଲା କରୋନା ଭାଇରସ୍‌: ସୁନ୍ଦରଗଡ଼ରେ ଦୁଇ ଚିହ୍ନଟ

ରାଉରକେଲା (ପବନ ତିୱାରୀ): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ। କେବଳ ଗତକାଲି ବିଳମ୍ବିତ ରାତିରେ ବିଭାଗ ପକ୍ଷରୁ […]

  • Monday, 26 July 2021
mamta
ଲକଡାଉନ ମାନୁନାହାନ୍ତି ମମତା ସରକାର: କେନ୍ଦ୍ର ସରକାରଙ୍କର କଡ଼ା ଚେତାବନୀ

କୋଲକାତା: ଦେଶବ୍ୟାପୀ ଲକଡାଉନ ପାଳନ ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ ଲାଇନ ପାଳନ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି। ପରିବା ବଜାର, ମାଛ ଓ ମାଂସ ହାଟ, ଫୁଲ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ ଆଦୌ ପାଳନ କରାଯାଉନଥିବା ସୁରକ୍ଷା ସଂସ୍ଥା ନଜରକୁ ଆସିଛି। ଏପରିକି ରାଜ୍ୟରେ ଅନାବଶ୍ୟକ ଦୋକାନ ଖୋଲା ରହୁଛି। ସେହିଭଳି ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି […]

  • Monday, 26 July 2021
fire
ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା ଘଟଣାରେ ୮୧ଙ୍କୁ ଗିରଫ କଲା ଗୁଜରାଟ ପୁଲିସ

ଗାନ୍ଧିନଗର: ଗୁଜରାଟ ସୁରତ ସହରରେ ପ୍ରବାସୀ ଓଡ଼ିଆଙ୍କ ପୋଡ଼ାଜଳା ଘଟଣାରେ ୮୧ ଜଣ ଶ୍ରମିକଙ୍କୁ ଗିରଫ କରିଛି ଗୁଜରାଟ୍ ପୋଲିସ। ଗୁଜରାଟର ସରଥାଣା ଥାନା ଅଞ୍ଚଳର ଡାଇମଣ୍ଡ ନଗରୀରେ ରହୁଥିବା ଓଡ଼ିଆ କାରୀଗରମାନେ ପୋଲିସ ଉପରକୁ ପଥର ମାଡ଼ କରିବା ସହ ୧୦ରୁ ଅଧିକ ପରିବା ଟ୍ରକରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା।   ଲକ୍‌ଡାଉନ ଅବିଧି ବଢ଼ିବା ଆଶଙ୍କା ପରେ ଶ୍ରମିକ ମାନେ ନିଜ ଗାଁକୁ ଯିବା ଲାଗି କହିଥିଲେ। ପରେ ଉତ୍ତେଜିତ ହୋଇ ଓଡ଼ିଆ […]

  • Monday, 26 July 2021
health
ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି

ନୂଆଦିଲ୍ଲୀ: ଦେଶରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୋଲିସ କମିଶନରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। କରୋନା ସଂକ୍ରମଣ ଚିକିତ୍ସା କରାଯାଉଥିବା ହସ୍ପିଟାଲ ସମେତ କ୍ୱାରେଣ୍ଟିନ କେନ୍ଦ୍ର ମାନଙ୍କରେ ନିୟୋଜିତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ଗୃହ […]

  • Monday, 26 July 2021
Naveen-Modiiiii
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୩ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସ୍ଥିତି ନେଇ ଗତକାଲି ଭିଡିଓ କନ୍‌ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଅଧିକାଂଶ ରାଜ୍ୟ ଲକ୍‌ଡାଉନ୍ ଅବଧି ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଆଉ ଏ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ତେବେ ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ପ୍ରସ୍ତାବ ଦେଇଥିଲେ। ଜାତୀୟ ସ୍ତରରେ ଲକ୍‌ଡାଉନ୍ ପିରିୟଡ୍‌କୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରିବା, […]

  • Monday, 26 July 2021
pm-1
ମୁଖ୍ୟମନ୍ତ୍ରୀମାନଙ୍କଠାରୁ ପରାମର୍ଶ ଲୋଡ଼ିଲେ ମୋଦି; କହିଲେ ପରାମର୍ଶ ଦିଅନ୍ତୁ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ଜାରି ରହିଥିବାବେଳେ ଆଗକୁ ଲକ୍‌ଡାଉନ୍ ବଢ଼ିବ ନା ନାହିଁ, ସେନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା ଏହି ଆଲୋଚନା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି। ଆପଣମାନେ ଯେ କୌଣସି ସମୟରେ ମୋତେ ପରାମର୍ଶ ଦେଇପାରିବେ। ବର୍ତ୍ତମାନ ସ୍ଥିତିରେ କାନ୍ଧକୁ କାନ୍ଧ ମିଶାଇ କରୋନା ବିରୋଧରେ ଲଢ଼େଇ […]

  • Monday, 26 July 2021
tata
ଏକାଠି ହେଲେ ଫ୍ଲିପ୍‌କାର୍ଟ ଓ ଟାଟା ପ୍ରଡକ୍ଟସ୍‌: ଲକ୍‌ଡାଉନ୍‌ ସମୟରେ ଗ୍ରାହକଙ୍କୁ ଯୋଗାଇବେ ଅତ୍ୟାବଶ୍ୟକୀୟ ସାମଗ୍ରୀ

ବେଙ୍ଗାଲୁରୁ: ଦେଶରେ କୋଭିଡ୍-୧୯ ଭଳି ବିପତ୍ତି ସମୟରେ ଦେଶବାସୀଙ୍କୁ ଖାଦ୍ୟ ଓ ପାନୀୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଟାଟା ପ୍ରଡକ୍ଟ ଓ ଇ- କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ। ଦେଶରେ ଚାଲିଥିବା ଲକ୍‌ଡାଉନ୍‌ ସ୍ଥିତି ସାମ୍ଭାବ୍ୟ ବୃଦ୍ଧି ନେଇ ଏହି ଦୁଇ କମ୍ପାନୀ ମିଳିତ ହୋଇ ଗ୍ରାହକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିବା ଉଭୟ କମ୍ପାନୀ ପକ୍ଷରୁ କୁହାଯାଇଛି। ଫଳରେ ଦୁଇ କମ୍ପାନୀର ଆର୍ଥିକ ସ୍ଥିତିକୁ ମଜଭୁତ୍ ହେବା ସହିତ ସାମାଜିକ […]

  • Monday, 26 July 2021
fndi
ଲକ୍‌ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଲକ୍ ଡାଉନ୍ କଟକଣାରୁ ମତ୍ସ୍ୟ ଚାଷକୁ ବାଦ୍‌ ଦେଇଛନ୍ତି କେନ୍ଦ୍ର ସରକାର। ସମୁଦ୍ରରେ ମାଛ ଧରିବା ଏବଂ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ୍‌ଡାଉନ୍‌ କଟକଣା ଲାଗିବ ନାହିଁ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି ହୋଇଛି। ଏହି ଅନୁସାରେ ଏଣିକି ମାଛ ଧରିବାକୁ ସମୁଦ୍ରକୁ ଯାଇପାରିବେ ମତ୍ସ୍ୟଜୀବୀ। ସେହିପରି ମାଛ ଚାଷ କରୁଥିବା ବ୍ୟକ୍ତି ମଧ୍ୟ ଏ […]

  • Monday, 26 July 2021
k
କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ନମୁନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର: କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ନମୁନା ସଂଗ୍ରହ ପ୍ରକ୍ରିୟା।  ରାଜଧାନୀର ୫ଟି ସ୍କୁଲ୍‌ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡ ମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ମେଡିକାଲ୍ ଟିମର ଏପରି ନମୁନା ସଂଗ୍ରହ ଓ ଟେଷ୍ଟ ପ୍ରକ୍ରିୟା ୧୭ ତାରିଖ […]

  • Monday, 26 July 2021
masjk
ସାଣ୍ଡ୍‌ ଆନିମେନସରେ କରୋନା ସଚେଚନତା

ଭୁବନେଶ୍ୱର: ସାଣ୍ଡ ଆର୍ଟ ଓ ଆନିମେସନ ମାଧ୍ୟମରେ କରୋନା ସଚେଚନତାର ବାର୍ତ୍ତା ବାଣ୍ଟିଲେ ବାଲୁକା ଶିଳ୍ପୀ ମାନସ ସାହୁ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସବୁବେଳେ ମାସ୍କ ପିନ୍ଧନ୍ତୁ ଏବଂ ଆବଶ୍ୟକ ନଥିଲେ ଘର ବାହାରକୁ ଯାଆନ୍ତୁ ନାହିଁ। ଅନିମେଟେଡ୍‌ ବାଲୁକା କଳା ମାଧ୍ୟମରେ ଏମିତି କିଛି ସଚେତନାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ସାଣ୍ଡ ଆନିମେନସରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କୋଭିଡ-୧୯ ମୁକାବିଲା […]

  • Monday, 26 July 2021
pm-modi
ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ଆଲୋଚନାରେ କରୋନା ମୁକାବିଲା କି ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହେବ। ଦେଶବ୍ୟାପୀ ଲକ୍‌ଡାଉନ୍‌ ଅବଧି ଆଉ ବୃଦ୍ଧି ହେବ କି ନାହିଁ ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇପାରନ୍ତି। ତିନି ଦିନ ତଳେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ସବୁ ଦଳର ସାଂସଦଙ୍କ […]

  • Monday, 26 July 2021
sala
ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର୍‌

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ଲକ୍ଷେ ଟପିଲା ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ୧ ଲକ୍ଷ ୨ ହଜାର ୭୩୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୭ ହଜାର ୮୪୮ରେ ପହଞ୍ଚିଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୧୦୮ ଜଣଙ୍କ ଜୀବନ ଯାଇଛି। ବିଶ୍ୱରେ ଆମେରିକାରେ ସର୍ବାଧିକ ୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ […]

  • Monday, 26 July 2021
odisha-1585908668
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା: ୧୨ ସୁସ୍ଥ ହେଲେ

ଭୁବନେଶ୍ୱର: ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌ରେ ତଥ୍ୟ ଦିଆଯାଇଛି। ଏହି ତଥ୍ୟ ଅନୁଯାୟୀ ୧୦ ତାରିଖ ବା ଶୁକ୍ରବାର ଦିନ ମୋଟ ୨୯୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୯୬ ଜଣଙ୍କ ନମୁନା ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ ଏଯାଏ ମୋଟ ୩୫୪୭ ନମୁନା ପରୀକ୍ଷା ସରିଲାଣି। ଏଥିରୁ […]

  • Monday, 26 July 2021